• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Sonal and Raghunath
ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ଓ ସୋନାଲ

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡିଶୀ ଓ ଭାରତନାଟ୍ୟମ୍‌ରେ ବେଶ ନିପୁଣା। ଏଥିସହ ମଣିପୁରୀ ଓ କୁଚିପୁଡ଼ି ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ରାଷ୍ଟ୍ରପତି ଉଭୟଙ୍କୁ ରଥଯାତ୍ରା ଦିନ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ […]

  • Monday, 19 July 2021
noida-3
ନିର୍ମାଣାଧୀନ କୋଠା ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର୍‌ ନୋଏଡ଼ାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି । ନୋଏଡ଼ାର ସାହାବେରି ଭିଲେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତି ୮ଟାରେ ଗ୍ରେଟର୍‌ ନୋଇଡାରେ ଥିବା ୪ ମହଲା କୋଠା ଉପରେ ଏକ ନିର୍ମାଣାଧୀନ ୬ ମହଲା ବିଲ୍‌ଡ଼ିଂ ଭୁଶୁଡ଼ି ପଡିଥିଲା। ଚାରି ମହଲା ବିଲ୍‌ଡ଼ିଂରେ ୧୮ଟି ପରିବାର ରହୁଥିଲେ। ଘଟଣାସ୍ଥଳରେ ପୋଲିସ,ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର […]

  • Monday, 19 July 2021
indian-parliament
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ବିରୋଧୀ। ଟ୍ରିପଲ୍‌ ତଲାକ୍ ବିଲ୍‌ ସରକାରଙ୍କ ଏଜେଣ୍ଡାର ଫୋକସ୍‌ରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ ପାସ୍ […]

  • Monday, 19 July 2021
vlcsnap-error125
୧୪ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ୧୪ଟି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ଅନୁଗୋଳ। ସକାଳ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Monday, 19 July 2021
manoj das
ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ

ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମିଙ୍କ ଅସମ୍ମାନ। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି।  ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ରାଜଭବନରେ ସମ୍ମାନିତ କରିବାକୁ କାର୍ଯ୍ୟକ୍ରମ ଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ଦୁହିଁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। […]

  • Monday, 19 July 2021
ଆଇପିଏସ୍
ଆଇପିଏସ୍ ଅଫିସରଙ୍କ ସହ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ଆଇପିଏସ୍ ଅଫିସର ଓ ଜଣେ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ, ଏହି ଭିଡିଓ ଆଇପିଏସ୍ ଭୀମଶଂକର ଗୁଲ୍‌ଡଙ୍କର । ଭୀମଶଂକର କର୍ଣ୍ଣାଟକ କ୍ୟାଡର ୨୦୧୨ ବ୍ୟାଚ୍‌ର ଆଇପିଏସ୍‌ । ସବୁଠୁ ବଡ଼ କଥା ହେଉଛି ଆଇପିଏସ୍ ଭୀମଶଂକର ପୁଲିସ ପୋଷାକରେ ଥିବା ଏହି ଭିଡିଓରେ ଦେଖାଯାଇଛି। ଏଥିପାଇଁ କର୍ଣ୍ଣାଟକ ପୁଲିସକୁ ବଦ୍‌ନାମ୍‌ ହେବାକୁ ପଡ଼ିଛି। ସଂପୃକ୍ତା ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଂଜିନିୟର। ସେ ଅଭିଯୋଗ […]

  • Monday, 19 July 2021
vlcsnap-error035
ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ

ରାଞ୍ଚି: ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ ହୋଇଛି। ତାଙ୍କୁ ତଳେ ପକାଇ ଟଣାଘୋଷରା ସହ ଠେଲାପେଲା ଓ ମୁଥ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଏଭଳି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅାଜି ସ୍ୱାମୀ ଅଗ୍ନିବେଶ ରାଞ୍ଚିରୁ ୩୬୫କିଲୋମିଟର ଦୂର ପାକୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମ ପରେ ଏକ ହୋଟେଲ୍‌କୁ […]

  • Monday, 19 July 2021
girl
ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ ଅଭିଯୋଗ

ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସହ ୧୭ଜଣଙ୍କୁ ଗିରଫ କରିଛି। ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଆଇବା ପରେ ସେମାନେ ଗଣଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୭ଜଣଙ୍କୁ ଗିରଫ କରିଛି।

  • Monday, 19 July 2021
assam
ଆସାମରେ ବିସ୍ଫୋରଣ

ଆସାମ : ସାଧାରଣତନ୍ତ୍ର ଦିବସରେ କଡ଼ା ସୁରକ୍ଷା ବଳୟ ଭିତରେ ଆସାମରେ ବିସ୍ଫୋରଣ।  ଉତ୍ତରାଞ୍ଚଳରେ ୪ଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଗ୍ରେନେଡ୍ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ମାତ୍ର ୧୫ ମିନିଟି ବ୍ୟବଧାନରେ ସକାଳ ୮ଟା ୧୦ରୁ ୮ଟା ୨୫ ମଧ୍ୟରେ ଏହିସବୁ ବିସ୍ଫୋରଣ ହୋଇଥିଲା। ଆସାମ ପୁଲିସ ସୂଚନା ଅନୁସାରେ , ୫ଟି ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା । ଦିବ୍ରୁଗଡ଼ର ୨ଟି ଓ ଦୁଲିଆଜାନ୍ ଏବଂ ସୋନାରିର ଗୋଟିଏ ଗୋଟିଏ ସ୍ଥାନରେ ବିସ୍ଫୋରଣ ଘଟିଛି। […]

  • Monday, 19 July 2021
r day
ଗଣତନ୍ତ୍ର ଦିବସରେ ନାରୀଶକ୍ତି ଦେଖିଲା ବିଶ୍ୱ

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଜଣେ ଫୋର୍ଥ ଜେନେରେସନ୍‌ ସେନା ଅଧିକାରୀ ତାନିଆ ଶେରଗିଲ୍‌ ଏକ ଅଲ୍‌ ମେନ୍‌ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଛି। ୨୬ ବର୍ଷ ବୟସ୍କ ଶେରଗିଲ ଇତିହାସର ପ୍ରଥମ ପରେଡ୍‌ ଆଡଜଟାଣ୍ଟ ଥିଲେ। ସେ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ଏହି ଉତ୍ସବରେ ସେ କେବେ ମଧ୍ୟ ଭାଗ ନେଇନଥିଲେ। କିନ୍ତୁ ସେ ପିଲାବେଳୁ ଏଥିପାଇଁ ଆଗ୍ରହୀ ଥିବା କହିଥିଲେ। Tell a […]

  • Monday, 19 July 2021
medical
ଅଜଣା ରୋଗରେ ଦୁଇ ମୃତ, ଆଠ ଜଣ ଆକ୍ରାନ୍ତ

ବାଲେଶ୍ୱର: ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏଥିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତଙ୍କର ଭୀଷଣ ଜ୍ୱର ଓ ପେଟ ବ୍ୟଥାର ଲକ୍ଷଣ ଦେଖାଦେଇଛି। ସମସ୍ତ ଆକ୍ରାନ୍ତ ଗୋଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ସୂଚନା ମୁତାବକ, ପୂର୍ବରୁ ଗାଁର ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଗୋଆରେ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଏମାନେ ସମସ୍ତେ ଗୋଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗୋଆରୁ ଫେରିବା ପରେ ସେମାନଙ୍କୁ ବାଲେଶ୍ୱର […]

  • Monday, 19 July 2021
parliament
କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍, ଅାର୍ଥିକ ନୀତି, ବେକାରୀଙ୍କ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଅାଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଅା କରିବାକୁ […]

  • Monday, 19 July 2021
crocodile
ରାସ୍ତା ଉପରେ କୁମ୍ଭୀର ; ଲୋକେ ଭୟଭୀତ

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗାଁରେ କୁମ୍ଭୀର ଆତଙ୍କ। ନଦୀ ବନ୍ଧରେ ଥିବା କୁମ୍ଭୀର ଏବେ ରାଜ ରାସ୍ତାକୁ ଆସିବା ଫଳରେ ଲୋକେ ଭୟଭୀତ। ଗତ ଦୁଇ ଦିନ ହେଲାଣି ୪ଟି କୁମ୍ଭୀର ସେହି ଅଚଳରେ ଡେରା ପକାଇଛନ୍ତି। ନିକଟସ୍ଥ ଗାଁ ପୋଖରୀକୁ ଖାଦ୍ୟ ଅନ୍ୱେଷଣରେ ଆସି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହି ସମୟରେ ଗାଡ଼ି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁମ୍ଭୀର ପୋଖରୀରେ […]

  • Monday, 19 July 2021
pm
ପ୍ରଧାନମନ୍ତ୍ରୀଙ୍କ ସଭାରେ ଭୁଶୁଡିଲା ଟେଣ୍ଟ୍ 

ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି  ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ […]

  • Monday, 19 July 2021
adap bije
ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ମହାପ୍ରଭୁ

ପୁରୀ : ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଅାସିଥିବା କାଳିଅା ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଅାଜି ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତୀ ଏବଂ ଅବକାଶ ନୀତି ସମ୍ପନ୍ନ ହୋଇଛି । ପୁରୀରେ ବର୍ଷା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀଘ୍ର ଅାଡପ ମଣ୍ଡପ ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି […]

  • Monday, 19 July 2021
tito
ଜେଲ୍‌କୁ ଫେରିଲା ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡ଼ା : ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ବାରିମୂଳ ଜେଲ୍‌କୁ ଫେରିଛି ଗ୍ୟାଙ୍ଗଷ୍ଟର ଟିଟୋ । ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି  ଜେରା କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଏବଂ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଅଧିକ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅାବେଦନ ନ କରିବାକୁ ଅାଜି ଟିଟୋକୁ ଜେଲକୁ ପଠାଇ ଦିଅାଯାଇଛି।    

  • Monday, 19 July 2021
army
କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]

  • Monday, 19 July 2021
school
ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର( ଅଭୟ ପତି ) : ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କଲା ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ […]

  • Monday, 19 July 2021
child day
ଆଜି ସାରା ଦେଶରେ ପାଳନ ହେଉଛି କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ସାରା ଦେଶରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ଝିଅକୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସହଯୋଗ ଯୋଗାଇ ଦେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ କନ୍ୟାରତ୍ନ ଦିବସ ପାଳନ ହେଉଛି । ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କନ୍ୟାରତ୍ନ ଦିବସ ପାଳନ ହୋଇଆସୁଛି । ତା ଛଡ଼ା ବର୍ଷ ବର୍ଷ ଧରି ଶିଶୁ କନ୍ୟା ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ […]

  • Monday, 19 July 2021
CP-Mohanty
ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ

ଭୁବନେଶ୍ୱର : ଓଡ଼ିଆ ସେନାଧିକାରୀଙ୍କୁ ବଡ଼ ପଦବୀ । ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ୍‌ ସୀମାରେ ଅପରେସନ୍ ସହିତ ଆସାମରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. […]

  • Monday, 19 July 2021
Capture
ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ହେଲା ବିଶ୍ୱବିଜୟୀ

ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍‌ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍‌ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍‌ ହୋଇଥିଲା। ଫ୍ରାନ୍ସ୍‌କୁ ମିଳିଥିବା ଫ୍ରି-କିକ୍‌କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍‌ଙ୍କ ହେଡ଼୍‌ରୁ […]

  • Monday, 19 July 2021