ଅନୁଗୁଳ: ଗୁଣିଗାରେଡ଼ି କରି ମୃତ ଲୋକକୁ ବଞ୍ଚାଇବାକୁ ଉଦ୍ୟମ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଉଦ୍ୟମ ହୋଇଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁରେ। ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅାଲୁଅ ଝରଣ ପଞ୍ଚସଖା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାମାକ୍ଷାନଗର ଅାଳତୁମା ଗାଁର ୩ଜଣ ଯୁବକ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ବାଇକ୍ଟି ପୋଖରୀକୁ ପଶି ଯାଇଥିଲା। ଦୁଇ ମୃତକ ହେଉଛନ୍ତି ବୁଲୁ ପାତ୍ର ଓ ଟୁଟୁ ପାତ୍ର। ଗୁରୁତର ଅାହତ ହୋଇଥିବା କହ୍ନେଇ ବେହେରାଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ଆସନ ସହ ଆଉ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା […]
ପୁନେ: ଯଦି ଗର୍ଲ ଫ୍ରେଣ୍ଡ୍ ରାଗି ଯାଇଥାଏ କି ଝଗଡ଼ା ହୋଇଥାଏ, ତେବେ ସେମାନଙ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେ ଗୋଲାପ ଦେଇ ହେଉ କି, କିଛି ଦାମୀ ଜିନିଷ ଅବା ଡିନର୍ ଡେଟ୍ ଏମିତି ଅନେକ କିଛି। ମାତ୍ର ଆମେ ଏଠି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହୁଛୁ ଯେଉଁଠି ଅଭିମାନୀ ଗର୍ଲ ଫ୍ରେଣ୍ଡ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ଆପଣ […]
ନବରଙ୍ଗପୁର: ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏହି ଦୁଇ କର୍ମଚରୀ ଏସ୍ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ସେମାନେ ହେଲେ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା। ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଗତକାଲି ରବୀନ କୁମାର ଲିମାଙ୍କୁ ଏସ୍ପି ୧୦ ରାଉଣ୍ଡ ଦୌଡ଼ିବା ସହ ୫୦ ଥର ବସଉଠ ହେବାକୁ କହିଥିଲେ। ଏହାପରେ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ। ଏନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀଙ୍କ ପାଳିତା କନ୍ୟା ନମିତା ଏବଂ ନାତୁଣୀ ନିହାରିକା ଭଟ୍ଟାଚାର୍ଯ୍ୟଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର: ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍ରେ ଚଢ଼ଉ। ଲାଇସେନ୍ସ ନ ଥାଇ ବେଆଇନ୍ ଭାବରେ ଡ୍ୟାନ୍ସ ବାର୍ରେ ନୃତ୍ୟଗୀତ ଚାଲୁଥିବା ସମୟରେ ପୁଲିସ୍ ଚଢ଼ଉ କରିଛି। ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ୍ ଟିମ୍ ମିଳିତ ଭାବେ ରାଜଧାନୀର ୩ଟି ବାର୍ ଉପରେ ଚଢ଼ଉ କରିଥିଲେ। ଡ୍ୟାନ୍ସ କରୁଥିବା ୭ରୁ ୮ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ବାର୍କୁ ସିଲ୍ କରାଯିବା ସହ ବାର୍ର କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲାଇସେନ୍ସ ନ ଥାଇ […]
ଭୁବନେଶ୍ୱର : ଆସନ୍ତାକାଲି BMC କର୍ମଚାରୀଙ୍କ ଛୁଟି ବାତିଲ୍ । ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରୁ BMC କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି BMC କର୍ତ୍ତୃପକ୍ଷ। ଆସନ୍ତା କାଲି ରବିବାର ଥିବାରୁ ସମସ୍ତଙ୍କର ଛୁଟିଦିନ ଥିଲା , ହେଲେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଛୁଟି ବାତିଲ୍ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଜି ରାତିରେ ମଧ୍ୟ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି ।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସିଟିର ହେଗଲେ ପାର୍କ ନିକଟ ଏକ ମସଜିଦରେ ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ମୃତୟନ କରାଯାଇଥିବା ବେଳେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ଏହାସହ ଆଖପାଖର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ […]
ମୁମ୍ୱାଇ: ମୁମ୍ବାଇରେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହାସହ ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ CSMT ଷ୍ଟେସନ ନିକଟରେ ଥିବା ବ୍ରିଜ୍ଟି ଗତକାଲି ସକାଳେ ମରାମତି ହୋଇଥିଲା। ତେବେ ସହରର ଏହି ବ୍ୟସ୍ତ ବହୁଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍ରେ ଗତକାଲି ସନ୍ଧ୍ୟାରେ […]