ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ କରିବା ପାଇଁ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗିଛି। ଆଜି ଶେଷ ସୋମବାର ହୋଇଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା […]
ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍ମିଟ୍ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ […]
ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୨୭ଜଣ ପ୍ରାର୍ଥୀଙ୍କ ନା ଘୋଷଣା କରିଛି। ଅରୁଣାଚଳ ପ୍ରଦେଶର ୨, ଛତିଶଗଡ଼ର ୫, ଉତ୍ତରପ୍ରଦେଶ ୭, କେରଳର ୧୨ଟି ଆସନ ସମେତ ଆଣ୍ଡାମାନ ନିକୋବର ଦ୍ୱୀପରୁ ଜଣେ ପ୍ରାର୍ଥୀଙ୍କ ନା ଦଳ ଘୋଷଣା କରିଛି। ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କେରଳର ତ୍ରିବେନ୍ଦ୍ରମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ […]
ଛତ୍ରପୁର : ଅାରୋପ ପ୍ରତ୍ୟାରୋପ। ଅଭିଯୋଗ ପ୍ରତି ଅଭିଯୋଗ। ଛତ୍ରପୁରରେ ଡାକ୍ତର ଅର୍ଚ୍ଚନା ଦାସଙ୍କ ଟ୍ରେନ୍ ଅାଗକୁ ଡେଇଁ ଅାତ୍ମହତ୍ୟା ଘଟଣାରେ ଦୁଇ ପରିବାର ମଧ୍ୟରେ ତୁତୁ ମେଁମେଁ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାସ। ଅର୍ଚ୍ଚନା ମାନସିକ ରୋଗଗ୍ରସ୍ତ ଥିଲେ ଓ ସେ ଡାଇବେଟିସ୍ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା କହିଛନ୍ତି ଅଞ୍ଜନ। ଡାଇବେଟିସ୍ ଯୋଗୁଁ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ଓ ସେ ପତ୍ନୀ ଅର୍ଚ୍ଚନାଙ୍କର […]
ମୁମ୍ବାଇ : ୫ବର୍ଷ ପରେ ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଅାଇ। ଗତକାଲି ସଚିନ ପ୍ରକାଶରାଓ ଅନ୍ଦୁରେଙ୍କୁ ଗିରଫ କରିବା ପରେ ଅାଜି ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ସିବିଅାଇ। ଅାସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଚିନ ପ୍ରକାଶରାଓଙ୍କୁ ଜେରା କରିବ ସିବିଅାଇ। ୫ ବର୍ଷ ତଳେ ୨୦ ଅଗଷ୍ଟ ୨୦୧୩ରେ ଡାଭୋଲକରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଅାଇ କହିବା ଅନୁସାରେ ସଚିନ ପ୍ରକାଶରାଓ ହିଁ ଡାଭୋଲକରଙ୍କ […]
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ଜଣାଇ ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର। ଝିଅ ନମିତା ଭଟ୍ଟାଚାର୍ଯ୍ୟ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରୁ ତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ହରିଦ୍ୱାର ଯାଇଥିଲେ। ଏଥିପାଇଁ ହରିଦ୍ୱାରରେ ବ୍ୟାପକ ଅାୟୋଜନ କରାଯାଇଥିଲା। ବାଜପେୟୀଙ୍କ ଅସ୍ଥିକୁ ଏକ ବିରାଟ ଶୋଭାଯାତ୍ରାରେ ଗଙ୍ଗାଘାଟକୁ ନିଅାଯାଇଥିଲା। ହଜାର ହଜାର ଜନତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଯୋଗ ଦେଇଥିଲେ ବିଜେପି ସଭାପତି ଅମିତ ଶାହା, କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ, […]
ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି […]
ବାଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପେଦାବାଇଲୁ ପଞ୍ଚାୟତର ପେଦାରୋଣ୍ଡାପଲ୍ଲି ଜଙ୍ଗଲରେ ହୋଇଥିବା ଏହି ଏନ୍କାଉଣ୍ଟରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରେହାଉଣ୍ଡ୍ ଓ ୧୯୮ ବାଟାଲିୟନ୍ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରସେନ୍ ବେଳେ ପ୍ରାୟ ୨୦ ମାଓବାଦୀ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ମାଓବାଦୀ ସୁଧୀର ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ବିଶାଖାପାଟଣା ପୁଲିସ୍ […]
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଅାଜିଠୁ ବର୍ଷା ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଅାଜି ଓ ଅାସନ୍ତାକାଲି ପବନର ବେଗ ମଧ୍ୟ ସାମାନ୍ୟ ଅଧିକ ରହିବ। ଫଳରେ ଗଭୀର ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ସୂଚନା […]
କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ତେବେ ଏର୍ଣ୍ଣାକୁଲମ୍, ପଠନମ୍ଥିଟ୍ଟା ଓ ଅାଲ୍ଲାପୁଜାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅାଜି କେତେକ ଜଳଭଣ୍ଡାରର ଜଳସ୍ତର କମିଛି। ସେପଟେ ବର୍ଷା ଓ […]