ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଅାଜିଠୁ ବର୍ଷା ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଅାଜି ଓ ଅାସନ୍ତାକାଲି ପବନର ବେଗ ମଧ୍ୟ ସାମାନ୍ୟ ଅଧିକ ରହିବ। ଫଳରେ ଗଭୀର ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ସୂଚନା […]
କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ତେବେ ଏର୍ଣ୍ଣାକୁଲମ୍, ପଠନମ୍ଥିଟ୍ଟା ଓ ଅାଲ୍ଲାପୁଜାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅାଜି କେତେକ ଜଳଭଣ୍ଡାରର ଜଳସ୍ତର କମିଛି। ସେପଟେ ବର୍ଷା ଓ […]
ଅନୁଗୁଳ: ଗୁଣିଗାରେଡ଼ି କରି ମୃତ ଲୋକକୁ ବଞ୍ଚାଇବାକୁ ଉଦ୍ୟମ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଉଦ୍ୟମ ହୋଇଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁରେ। ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅାଲୁଅ ଝରଣ ପଞ୍ଚସଖା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାମାକ୍ଷାନଗର ଅାଳତୁମା ଗାଁର ୩ଜଣ ଯୁବକ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ବାଇକ୍ଟି ପୋଖରୀକୁ ପଶି ଯାଇଥିଲା। ଦୁଇ ମୃତକ ହେଉଛନ୍ତି ବୁଲୁ ପାତ୍ର ଓ ଟୁଟୁ ପାତ୍ର। ଗୁରୁତର ଅାହତ ହୋଇଥିବା କହ୍ନେଇ ବେହେରାଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଏହି ବୈଠକରେ ୧୦୦ରୁ ଅଧିକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ନୀତିନ ଗଡକରୀଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ଆସନ ସହ ଆଉ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା […]
ପୁନେ: ଯଦି ଗର୍ଲ ଫ୍ରେଣ୍ଡ୍ ରାଗି ଯାଇଥାଏ କି ଝଗଡ଼ା ହୋଇଥାଏ, ତେବେ ସେମାନଙ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେ ଗୋଲାପ ଦେଇ ହେଉ କି, କିଛି ଦାମୀ ଜିନିଷ ଅବା ଡିନର୍ ଡେଟ୍ ଏମିତି ଅନେକ କିଛି। ମାତ୍ର ଆମେ ଏଠି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହୁଛୁ ଯେଉଁଠି ଅଭିମାନୀ ଗର୍ଲ ଫ୍ରେଣ୍ଡ୍କୁ ମନାଇବା ପାଇଁ ବୟ ଫ୍ରେଣ୍ଡ୍ ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ଆପଣ […]
ନବରଙ୍ଗପୁର: ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଦୁଇ ଜଣ କର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏହି ଦୁଇ କର୍ମଚରୀ ଏସ୍ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି। ସେମାନେ ହେଲେ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା। ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଗତକାଲି ରବୀନ କୁମାର ଲିମାଙ୍କୁ ଏସ୍ପି ୧୦ ରାଉଣ୍ଡ ଦୌଡ଼ିବା ସହ ୫୦ ଥର ବସଉଠ ହେବାକୁ କହିଥିଲେ। ଏହାପରେ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ। ଏନେଇ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ବାଜପେୟୀଙ୍କ ପାଳିତା କନ୍ୟା ନମିତା ଏବଂ ନାତୁଣୀ ନିହାରିକା ଭଟ୍ଟାଚାର୍ଯ୍ୟଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର: ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍ରେ ଚଢ଼ଉ। ଲାଇସେନ୍ସ ନ ଥାଇ ବେଆଇନ୍ ଭାବରେ ଡ୍ୟାନ୍ସ ବାର୍ରେ ନୃତ୍ୟଗୀତ ଚାଲୁଥିବା ସମୟରେ ପୁଲିସ୍ ଚଢ଼ଉ କରିଛି। ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ୍ ଟିମ୍ ମିଳିତ ଭାବେ ରାଜଧାନୀର ୩ଟି ବାର୍ ଉପରେ ଚଢ଼ଉ କରିଥିଲେ। ଡ୍ୟାନ୍ସ କରୁଥିବା ୭ରୁ ୮ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ବାର୍କୁ ସିଲ୍ କରାଯିବା ସହ ବାର୍ର କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲାଇସେନ୍ସ ନ ଥାଇ […]
ଭୁବନେଶ୍ୱର : ଆସନ୍ତାକାଲି BMC କର୍ମଚାରୀଙ୍କ ଛୁଟି ବାତିଲ୍ । ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରୁ BMC କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି BMC କର୍ତ୍ତୃପକ୍ଷ। ଆସନ୍ତା କାଲି ରବିବାର ଥିବାରୁ ସମସ୍ତଙ୍କର ଛୁଟିଦିନ ଥିଲା , ହେଲେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଛୁଟି ବାତିଲ୍ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଜି ରାତିରେ ମଧ୍ୟ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି ।