ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ନିକଟରେ ଏକ ପୋଖରୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କମଳାକାନ୍ତ ପାଢୀ। ଗତକାଲି ଭୁବନେଶ୍ୱରରୁ ପୁରୀ ଆସିଥିବା କମଳାକାନ୍ତ ଓ ତାଙ୍କ ୨ ଜଣ ସାଙ୍ଗ ପୋଖରୀ ଭିତରକୁ ଯାଇଥିବା ବେଳେ ହଠାତ୍ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ନୂଆଦିଲ୍ଲୀ: ଗୋଆରେ ସରକାର ଗଠନ କରିବା ଲାଗି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛି। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଚିଠି ଲେଖାଯାଇଛି। ବିଜେପି ସରକାର ଏବେ ବହୁମତ ହରାଇଥିବା ଅଭିଯୋଗ କରି ତାକୁ ବରଖାସ୍ତ କରିବା ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କଂଗ୍ରେସକୁ ସରକାର ଗଠନ ଲାଗି ସୁଯୋଗ ଦେବାକୁ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭଲେକର ଦାବି କରିଛନ୍ତି। ଯଦି ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବା ପାଇଁ ଯୋଜନା ହୁଏ, ତାହା […]
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନସ୍କାମନା ପୂରଣ କରିବା ପାଇଁ ଶହ ଶହ କାଉଡ଼ିଆଙ୍କ ଭିଡ ଲାଗିଛି। ଆଜି ଶେଷ ସୋମବାର ହୋଇଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା […]
ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ। ଏନେଇ ସେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍ମିଟ୍ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ […]
ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୨୭ଜଣ ପ୍ରାର୍ଥୀଙ୍କ ନା ଘୋଷଣା କରିଛି। ଅରୁଣାଚଳ ପ୍ରଦେଶର ୨, ଛତିଶଗଡ଼ର ୫, ଉତ୍ତରପ୍ରଦେଶ ୭, କେରଳର ୧୨ଟି ଆସନ ସମେତ ଆଣ୍ଡାମାନ ନିକୋବର ଦ୍ୱୀପରୁ ଜଣେ ପ୍ରାର୍ଥୀଙ୍କ ନା ଦଳ ଘୋଷଣା କରିଛି। ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କେରଳର ତ୍ରିବେନ୍ଦ୍ରମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ […]
ଛତ୍ରପୁର : ଅାରୋପ ପ୍ରତ୍ୟାରୋପ। ଅଭିଯୋଗ ପ୍ରତି ଅଭିଯୋଗ। ଛତ୍ରପୁରରେ ଡାକ୍ତର ଅର୍ଚ୍ଚନା ଦାସଙ୍କ ଟ୍ରେନ୍ ଅାଗକୁ ଡେଇଁ ଅାତ୍ମହତ୍ୟା ଘଟଣାରେ ଦୁଇ ପରିବାର ମଧ୍ୟରେ ତୁତୁ ମେଁମେଁ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାସ। ଅର୍ଚ୍ଚନା ମାନସିକ ରୋଗଗ୍ରସ୍ତ ଥିଲେ ଓ ସେ ଡାଇବେଟିସ୍ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା କହିଛନ୍ତି ଅଞ୍ଜନ। ଡାଇବେଟିସ୍ ଯୋଗୁଁ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ଓ ସେ ପତ୍ନୀ ଅର୍ଚ୍ଚନାଙ୍କର […]
ମୁମ୍ବାଇ : ୫ବର୍ଷ ପରେ ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଅାଇ। ଗତକାଲି ସଚିନ ପ୍ରକାଶରାଓ ଅନ୍ଦୁରେଙ୍କୁ ଗିରଫ କରିବା ପରେ ଅାଜି ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି ସିବିଅାଇ। ଅାସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସଚିନ ପ୍ରକାଶରାଓଙ୍କୁ ଜେରା କରିବ ସିବିଅାଇ। ୫ ବର୍ଷ ତଳେ ୨୦ ଅଗଷ୍ଟ ୨୦୧୩ରେ ଡାଭୋଲକରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିବିଅାଇ କହିବା ଅନୁସାରେ ସଚିନ ପ୍ରକାଶରାଓ ହିଁ ଡାଭୋଲକରଙ୍କ […]
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମ୍ମାନ ଜଣାଇ ଜନସମୁଦ୍ର ପାଲଟିଲା ହରିଦ୍ୱାର ସହର। ଝିଅ ନମିତା ଭଟ୍ଟାଚାର୍ଯ୍ୟ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରୁ ତାଙ୍କ ଅସ୍ଥି ସଂଗ୍ରହ କରିବା ପରେ ହରିଦ୍ୱାର ଯାଇଥିଲେ। ଏଥିପାଇଁ ହରିଦ୍ୱାରରେ ବ୍ୟାପକ ଅାୟୋଜନ କରାଯାଇଥିଲା। ବାଜପେୟୀଙ୍କ ଅସ୍ଥିକୁ ଏକ ବିରାଟ ଶୋଭାଯାତ୍ରାରେ ଗଙ୍ଗାଘାଟକୁ ନିଅାଯାଇଥିଲା। ହଜାର ହଜାର ଜନତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଯୋଗ ଦେଇଥିଲେ ବିଜେପି ସଭାପତି ଅମିତ ଶାହା, କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ, […]
ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି […]