ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍ ସ୍ଥିତ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଖାଲି ଜଣେ ସାମ୍ବାଦିକ ନଥିଲେ ପ୍ରସିଦ୍ଧ ଲେଖକ ମଧ୍ୟ […]
କେନ୍ଦୁଝର: ସୋଶାଲ୍ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍ ହୋଇଯାଇଛି। ଏବେ ସେହି ଭିଡିଓ ମୋବାଇଲ୍ରୁ ମୋବାଇଲକୁ ଘୂରି […]
ବେଙ୍ଗାଲୁରୁ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏକ ନିଶ୍ଚିତ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି ଏକ ୩ବର୍ଷର ଶିଶୁ। ବାଇକ୍ରେ ବାପା ମାଅାଙ୍କ ସହ ଶିଶୁଟି ଅାଗରେ ବସି ଯାଉଥିବାବେଳେ ମଝି ରାସ୍ତାରେ ଅନ୍ୟ ଏକ ବାଇକ୍କୁ ଧକ୍କା ଦେଇଥିଲା ତାଙ୍କ ଗାଡ଼ି। ସେଇଠି ଛିଟିକି ପଡ଼ିଥିଲେ ବାପା ଓ ମାଅା। ହେଲେ ଶିଶୁଟି କିନ୍ତୁ ବାଇକ୍ରେ ସେମିତି ବସିଥିଲା, ଅାଉ ଗାଡ଼ିଟି […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟ ଗୁରୁଗ୍ରାମର ଭୋନଦେଶୀ କଲୋନୀରେ କ୍ରିକେଟ୍ ଖେଳକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି। ଘଟଣା ଘଟିଛି ଗତ ୨୧ତାରିଖରେ। ହରିୟାଣାର ଗୁରୁଗ୍ରାମରେ ହୋଲି ଅବସରରେ କିଛି ପିଲା କ୍ରିକେଟ୍ ଖେଳୁଥିଲେ। କୌଣସି କାରଣ ବଶତଃ କ୍ରିକେଟ୍ ଖେଳୁଥିବା ପିଲାଙ୍କୁ କ୍ରିକେଟ୍ ନଖେଳିବା ପାଇଁ କଲୋନୀର କିଛି ଲୋକ ତାଗିତ କରିଥିଲେ। ଏହା ପରେ ସଂଘବଦ୍ଧ କିଛି ଲୋକ ନିର୍ଦ୍ଧିଷ୍ଟ ଏକ ପରିବାର ଉପରେ ମରଣାନ୍ତକ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଜଷ୍ଟିସ୍ ଘୋଷଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପସ୍ଥିତ ଥିଲେ। ଗତ ୧୯ ତାରିଖରେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେ ପୂର୍ବରୁ […]
ଭୋପାଲ୍: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାତ୍ର ୫୬ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଗତ ଜୁନ୍ ୨୬ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ୮ ବର୍ଷୀୟ ନାବାଳିକା ଜଣଙ୍କ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇରଫାନ୍ ଓ ଆସିଫ୍ ନାମକ ଦୁଇ ଜଣ ଯୁବକ […]