ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡଗାମ ଜିଲ୍ଲାର ସୁସ୍ତୁ ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାର ଜବାବ୍ ଦେଇ ଗୁଳିବର୍ଷା କରିଥିଲେ। ଫଳରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏବେ ବି ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। […]
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ସ୍କୁଲ୍ ଶିକ୍ଷକଙ୍କର ତାଙ୍କ ନାବାଳିକା ଛାତ୍ରୀଙ୍କ ସହିତ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ସରକାରୀ ସ୍କୁଲର ସଂସ୍କୃତ ଶିକ୍ଷକ ବାଳମୁକୁନ୍ଦ ତାଙ୍କ ଘରେ ଏହି ଆପତ୍ତିଜନକ କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଟ୍ୟୁସନ୍ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହି ସମୟରେ ଜଣେ ଛାତ୍ରୀଙ୍କ ସହ ସେ ଆପତ୍ତିଜନକ ବ୍ୟବହାର କରିବାକୁ ଲାଗିଥିଲେ। ଯାହାକୁ କି ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ […]
ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ। ଏହି ବୈଠକରେ ବାକିଥିବା ଆସନ ପାଇଁ ଅବଶିଷ୍ଟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ବାକି ଆସନ ଗୁଡ଼ିକର ପ୍ରାର୍ଥୀ ଘୋଷଣା ଆଉ ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ। ବିଶେଷ ଭାବେ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍ମା ଜିଲ୍ଲା ବିମାପୁରମ୍ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ୍, ୨ଟି ଥ୍ରି ନଟ୍ ଥ୍ରି ରାଇଫଲ୍ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।