ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଦୁଇ ଭଉଣୀ ଶୌଚ […]
ନୂଆଦିଲ୍ଲୀ: କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ। ଆଜି ବିଜୟଓ୍ୱାଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଜନତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ପ୍ରତିଶ୍ରୁତି ଦେଇଛନ୍ତି। କେବଳ କଂଗ୍ରେସ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହେଁ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରତିଶ୍ରୁତି ଦେଶର ବୋଲି କହି ରାହୁଲ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ବିଜୟଓ୍ୱାଡାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ […]
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ ସରକାରଙ୍କୁ ଆଉ ଥରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାରେ ଶୁଣାଣି ହୋଇଥିଲା। ଏଥିରେ ଉଭୟ ପକ୍ଷକୁ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବୁନାଲ ପରାମର୍ଶ ଦେଇଛନ୍ତି। ଆସନ୍ତା ମେ’ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ […]
ନୂଆଦିଲ୍ଲୀ : ୪୭ ତମ ମନ୍ କି ବାତ୍ରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା ବାଟ ଦେଖାଇବ। ଦେଶରେ ଏକକ ନିର୍ବାଚନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୋଦି। ମନ୍ କି […]
ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ ଟ୍ରକ୍କୁ ଧକ୍କା ଦେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତାହତମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ବାଲିଗୁଡ଼ା: ମୋବାଇଲ୍ ବ୍ୟାଟେରୀ କେତେ ଯେ ସାଂଘାତିକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ମୋବାଇଲ ବ୍ୟାଟେରୀ ଫାଟି ବାଲିଗୁଡ଼ା ବାଲିସୁଗା ଗାଁରେ ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ମଲ୍ଲିକ। ବିସ୍ଫୋରଣରେ ଶିଶୁଟିର ହାତ, ଗୋଡ ଓ ମୁହଁର ବିଭିନ୍ନ ଅଂଶରେ କ୍ଷତ ହେବା ସହ ପାପୁଲିର ୪ଟି ଆଙ୍ଗୁଠି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, ମୋବାଇଲ ବ୍ୟାଟେରୀ ସହ ଖେଳୁଥିବା ବେଳେ ତାହା […]
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ସାମିଲ୍ ହୋଇଥିବା ବଲିଉଡ ଅଭେନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଏବେ ଉର୍ମିଳାଙ୍କ ରାଜନୈତିକ ଲଢ଼େଇ ବିଜେପିର ଗୋପାଲ ସେଟ୍ଟିଙ୍କ ସହ ହେବ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ସାମିଲ୍ ହୋଇଛନ୍ତି, ବାକ୍ ସ୍ୱାଧୀନତା କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ ଉର୍ମିଳା।
ଭୁବନେଶ୍ୱର: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଚିତ୍ରଲେଖାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍ରୁ ଫେରି ଦେଖିଥିଲେ ଯେ, ସେ ପୋଡ଼ି ଯାଇଛନ୍ତି। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଆଗରୁ ଘର ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିବା କୁହାଯାଉଥିବା […]