ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ କରିଥିବାରୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଅାଲୋଚନା କରିଥିଲେ। […]
ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର ମଧ୍ୟ ଟିଡିପି ବିଜୟ ହୋଇ ସରକାର ଗଠନ କରିବ ବୋଲି ଲୋକେଶ ଆଶା ପ୍ରକାଶ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାରରେ ଅାସି ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲା। ଗୁଳିମାଡ଼ରେ ଗୁରୁତର ଅାହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅାହତ ଜଣକ ହେଲେ ସୁଶାନ୍ତ ଭୋଇ।
ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଅାତଙ୍କବାଦୀମାନେ ଲସ୍କର –ଇ-ତୋଇବା ସଂଗଠନର ବୋଲି ଜଣାପଡିଛି। ସେମାନେ ପାକିସ୍ତାନର ବାସିନ୍ଦା ବୋଲି ପ୍ରମାଣ ମିଳିଛି। ସେପଟେ […]
ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍କା। ଇଲେକ୍ଟୋରାଲ ବଣ୍ଡ୍ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]