• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Fake gutkha
ନକଲି ଗୁଟ୍‌ଖା କାରଖାନା ଠାବ; ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି। ଦୀର୍ଘ ଦିନରୁ ନକଲି ଗୁଟ୍‌ଖା କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍‌ ଚଢ଼ଉ କରିଥିଲା। କାରଖାନାରୁ ଲକ୍ଷାଧତ୍କ ଟଙ୍କାର ଯନ୍ତ୍ରାଂଶ ଏବଂ ନକଲି ଜର୍ଦ୍ଦା ଜବତ ସହ ୪ଜଣଙ୍କୁ ଅଟକ ରଖି ପୁରୁଣା ବଜାର ପୁଲିସ୍‌ ପଚରାଉଚରା କରୁଛି। ବିଭିନ୍ନ ବ୍ରାଣ୍ଡ୍‌ର ଲେବଲ୍ ଲଗାଇ ବଜାରକୁ ନକଲି ଗୁଟ୍‌ଖା ଛଡ଼ା ଯାଉଥିଲା। ଗତବର୍ଷ ବି ଭଦ୍ରକରେ ନକଲି […]

  • Monday, 19 July 2021
seaplane
ଚିଲିକା ମଝିରେ ଓହ୍ଲାଇବ ସିପ୍ଲେନ୍‌; ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚିଲିକାରେ ଜଳ ବିମାନ ବନ୍ଦର ନେଇ ମିଳିଲା ସବୁଜ ସଙ୍କେତ। ଡିଜିସିଏ ପକ୍ଷରୁ ୱାଟର୍ ଏରୋଡ୍ରମ୍‌ ନେଇ ଜୁନ୍‌ରେ ନିୟମାବଳୀ ଜାରି ହୋଇଥିବା ବେଳେ ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଚିଲିକା ସମେତ ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମ୍‌ରେ ମଧ୍ୟ ଏହି ୱାଟର ଏରୋଡ୍ରମ୍‌ ପ୍ରତିଷ୍ଠା ହେବ। To start with, we have identified 5 states viz. Odisha, Gujarat, Maharashtra, Andhra Pradesh […]

  • Monday, 19 July 2021
lightening
ବଜ୍ରପାତ ନେଲା ୫ ଜୀବନ

ବାଲେଶ୍ୱର/ଯାଜପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଔପଦାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।  ଔପଦା ଥାନା ବେତେଇ ମଡିଚୁଆ ଗାଁର ନନ୍ଦ କିଶୋର ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ପ୍ରତାପୁର ଅଞ୍ଚଳରେ ଅନ୍ୟଜଣେ ଯୁବକଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି।  ଯୁବକଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ […]

  • Monday, 19 July 2021
heavy rainfall
ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

  • Monday, 19 July 2021
dog
କୁକୁରକୁ ଡ଼ରି ଚିତା ପଳାଇଲା ଜଙ୍ଗଲକୁ

ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍‌ବିଜୟ ସିଂ ଖାତି ଏହି ଭିଡିଓକୁ ନିଜ ଟ୍ୱିଟ୍‌ରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓଟି ରାଜସ୍ଥାନର ଏକ ପୁରୁଣା ଭିଡ଼ିଓ। ଏହି ଭିଡିଓରେ କୁକୁରଟି ଚିତାବାଘକୁ […]

  • Monday, 19 July 2021
sdsdds
ଦେଶବାସୀଙ୍କୁ ଶୁଭେଛା ଜଣାଇବା ପାଇଁ ମୋଦି କହିଲେ‘ଜୟ ଜଗନ୍ନାଥ’

ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ମହାପ୍ରଭୁ […]

  • Monday, 19 July 2021
brajesh1
ବିହାର ମୁଜାଫରପୁର ଦୁଷ୍କର୍ମ ମାମଲାରେ ସିବିଅାଇ ଖୋଲତାଡ଼

ବିହାର  : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ ହୋଇଛି। ମିିଳିଥିବା ସୂଚନା ମୁତାବକ ବ୍ରିଜେଶର ଖବରକାଗଜ ଅଫିସ୍ ଏବଂ ଅନ୍ୟ ଠିକଣାରେ ମଧ୍ୟ ଯାଇ ଯାଞ୍ଚ କରାଯିବ। ତେବେ ଘଟଣାକୁ ନେଇ ଦୁଇ ସପ୍ତାହ ମଧ୍ୟରେ […]

  • Monday, 19 July 2021
rahul
ରାଫେଲ ଡିଲ୍‌କୁ ନେଇ ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ରାଜସ୍ଥାନ  : ରାଫେଲ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ଏହି ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିପାରିନାହାନ୍ତି। ୨ କୋଟି ବେକାର ଯୁବକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି […]

  • Monday, 19 July 2021
girl
ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି: ଥମୁନି ଲଜ୍ଜା। ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ମାଲକାନଗିରି ଜିଲ୍ଲାରେ ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଘରୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ପୁଲିସ ଘଟଣାର ଖୋଳତାଡ଼ କରୁଛି।

  • Monday, 19 July 2021
scb
ବଡ଼ ଡାକ୍ତରଖାନା ପରିସରରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ:  କଟକ ବଡ଼ ଡାକ୍ତରଖାନା ପରିସରେ ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ ଜଣେ  ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍‌ ଓ  ଏକ ମଦ ବୋତଲ ଜବତ କରାଯାଇଛି। ମଙ୍ଗଳାବାଗ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Monday, 19 July 2021
school
ସ୍କୁଲ୍‌ ଛାତରୁ ଖସିଲା ସିମେଣ୍ଟ ଖଣ୍ଡ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଛାତର ବିମ୍‌ରୁ ଖସିଲା ସିମେଣ୍ଟ ଖଣ୍ଡ। ଏହି ଅଘଟଣ କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ  ଘଟିଛି ରାଜଧାନୀରେ। ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ଛାତର ବିମ୍‌ରୁ ସିମେଣ୍ଡ ଖଣ୍ଡ ଖସି ପଡ଼ିଛି। ଆଜି ସକାଳେ କ୍ଲାସ୍‌ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ।।  ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ।  ଏହି ସ୍କୁଲ ଛାତରୁ ଏମିତି ସିମେଣ୍ଟ ଖସିବା […]

  • Monday, 19 July 2021
monsoon
ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା; ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର:  ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଡେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

  • Monday, 19 July 2021