ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]
ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍ଷ୍ଟେବଲ୍ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]
ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]
ଲଣ୍ଡନ: ବ୍ରିଟେନ୍ର ଶେଫିଲ୍ଡ୍ କ୍ରାଉନ୍ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ୧୬ ବର୍ଷ ହେବା ବେଳକୁ […]
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର। ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର। ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ […]
ଭୁବନେଶ୍ୱର: ବନ୍ଦ ଯୋଗୁ ପୂର୍ବତଟ ରେଳବାଇ ଅଧୀନରେ ଚାଲୁଥିବା ୮ଟି ପାସେ୍ଞ୍ଜର ଟ୍ରେନ ଓ ୨ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ୫୮୪୨୫/୫୮୪୨୬ କେନ୍ଦୁଝରଗଡ- ଭୁବନେଶ୍ୱର- କେନ୍ଦୁଝରଗଡ ପାସେଞ୍ଜର ଉଭୟ ଦିଗରୁ ବାତିଲ କରାଯାଇଛି। ୫୮୪୦୭ ଭଦ୍ରକ- ଭୁବନେଶ୍ୱର ପାସେଞ୍ଜର ମଧ୍ୟ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର- ବ୍ରହ୍ମପୁର ମଧ୍ୟରେ ପାସେଞ୍ଜର ଟ୍ରେନକୁ ଉଭୟ ଦିଗରୁ ବାତିଲ ହୋଇଛି। କଟକ- ପାରଦୀପ ମଧ୍ୟର ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ, ୫୮୪୧୬ ପୁରୀ- କଟକ ପାସେଞ୍ଜର, କଟକ- ଭଦ୍ରକ […]
କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ […]
ଭୁବନେଶ୍ୱର : ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗତକାଲି ଅପରାହ୍ଣରେ ହରିଅାଣାର ଝାଝର ଜିଲ୍ଲାରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା […]
ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୨୩ ପଇସା ଲେଖାଏଁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୮ଟଙ୍କା୧୨ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୩୨ […]
ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଗାଡ଼ି ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି।
ତାମିଲନାଡୁ : ତାମିଲନାଡୁ କ୍ୟାବିନେଟର ବଡ ନିଷ୍ପତ୍ତି। ମୁକ୍ତ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ। ଏହି ମାମଲାରେ କାରାଦଣ୍ଡ ଭୋଗୁଥିବା ୭ ଦୋଷୀଙ୍କୁ ମୁକ୍ତ କରିବାକୁ ଅାଜି ତାମିଲନାଡୁ କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକର ଏଇ ନିଷ୍ପତ୍ତିକୁ ଖୁବ୍ଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ ବୋଲି ମନ୍ତ୍ରୀ ଡି. ଜୟକୁମାର ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ୭ ଜଣ ଗତ ୨୭ବର୍ଷ […]
ଭୁବନେଶ୍ୱର : ୨୦୨୨ ସୁଦ୍ଧା ନବଭାରତ ଗଠନର ପ୍ରତିଶ୍ରୁତି ପୂରଣ କରିବ ବିଜେପି। ସରକାରଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଚିନ୍ତାଧାରା ଓ ଇଛାଶକ୍ତି ରହିଛି ଦେଶର ବିକାଶ ଲାଗି। କେନ୍ଦ୍ର ସରକାର ଗତ ୪ ବର୍ଷରେ ନେଇଥିବା ପଦକ୍ଷେପର ଫଳ ୨୦୨୨ ସୁଦ୍ଧା ଦୃଶ୍ୟମାନ ହେବ। ଏହି ସମୟରେ ଭିତରେ ଦେଶରୁ ଅାତଙ୍କବାଦ, ସାଂପ୍ରଦାୟିକତା ଓ ଜାତିବାଦକୁ ସମାପ୍ତ କରିବା ସହ ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦେବାକୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଏହି […]
ବ୍ରହ୍ମପୁର : ବ୍ରହ୍ମପୁରରେ ଚାଞ୍ଚଲ୍ୟ। ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ବ୍ରହ୍ମପୁର ମିଲେଟ୍ରି ଲାଇନ୍ର ପପିନା ବେହେରା। ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି। ତାଙ୍କ ନାଁ ରବିନ୍ଦ୍ର ବେହେରା। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଉତ୍ତର ପ୍ରଦେଶ : ପାରିବାରିକ ବିବାଦରୁ ବିଷ ପିଇଥିବା କାନପୁର ଏସପି ସୁରେନ୍ଦ୍ର ଦାସଙ୍କ ଅାଜି ମୃତ୍ୟୁ ହୋଇଛି। ଚାରି ଦିନ ତଳେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲେ ମଧ୍ୟ ଗତକାଲିଠାରୁ ତାଙ୍କ ଅବସ୍ଥା ଅାହୁରି ବିଗିଡିଥିଲା। ଅାଜି କାନପୁରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ୨୦୧୪ ବ୍ୟାଚର ଅାଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ ମାସକ ତଳେ […]