• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jio
ବଜାରକୁ ଆସିଲା ‘ଜିଓ ଫୋନ ୨’

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଥିବା ‘ଜିଓ ଫୋନ ୨’ ଆଜିଠୁ ଅନ୍‌ଲାଇନରେ ଉପଲବ୍ଧ ହୋଇଛି। ଏହାର ଫ୍ଲାସ୍‌ ସେଲ୍‌ jio.comରେ ଦିନ ୧୨ଟାରେ ଆରମ୍ଭ ହୋଇଥିବାବେଳେ ଏହାର ପରବର୍ତ୍ତୀ ଫ୍ଲାସ୍‌ ସେଲ୍‌ ଅଗଷ୍ଟ ୩୦ରେ ହେବ। ଜିଓ ଫୋନ୍‌ ୨ରେ horizontal ସ୍କ୍ରିନ୍‌ ଡିସ୍‌ ପ୍ଲେ ସହ full keyboard ରହିଛି। ଏହାର ମୂଲ୍ୟ ୨ହଜାର ୯୯୯ଟଙ୍କା। ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। […]

  • Tuesday, 20 July 2021
bus
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ଜଳି ଯାଇଛି। ବସ୍‌ଟି ଜଳି ପୂରା ପାଉଁଶ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କାରଣ ବସ୍‌ଟିରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍‌ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ […]

  • Tuesday, 20 July 2021
vajpayee
ବାଜପେୟୀଙ୍କ ଅବସ୍ଥା ଅତି ସଂକଟାପନ୍ନ

ନୂଆଦିଲ୍ଲୀ: ଏମ୍‌ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମ୍‌ସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା […]

  • Tuesday, 20 July 2021
court
ଅଯୋଧ୍ୟା ମାମଲାର ସମାଧାନ ନେଇ ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ବିବାଦର ସମାଧାନ ମଧ୍ୟସ୍ଥିଙ୍କ ଜରିଆରେ ହେବ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇ ପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇପାରନ୍ତି। ବୁଧବାର ଶୁଣାଣି ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହାସହ ମଧ୍ୟସ୍ଥି ପାଇଁ ନାଁ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୁଣାଣି ବେଳେ […]

  • Tuesday, 20 July 2021
Ajit-Wadekar-1
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ପରଲୋକ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍‌ଲୋକ୍‌ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଜିତ୍‌ ଓ୍ୱାଡେକର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅଧିନାୟକ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍‌ରେ ଅଜିତ୍‌ ୱାଡେକରଙ୍କ ଅବଦାନକୁ ସବୁଦିନ ମନେ ପକାଯିବ। ସେ ଜଣେ […]

  • Tuesday, 20 July 2021
banki
ଶୋଇଥିବା ବେଳେ ପଡ଼ିଗଲା କାନ୍ଥ, ୪ ଆହତ

ବାଙ୍କୀ: ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ତାଳବସ୍ତ ପଞ୍ଚାୟତର ଭିଜିପୁଟ ଗାଁରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକ ଶୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ୩ ଜଣଙ୍କୁ ବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁପୁତ୍ର ଥିବା ସୂଚନା ମିଳିଛି।

  • Tuesday, 20 July 2021
modi
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୪୨ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।  ରିକ୍ସା ଚାଳକ, ଉଠା ଦୋକାନୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ, ମୋଚି, ଅଖା ସିଲେଇ କରୁଥିବା ଶ୍ରମିକ ଭଳି ଅଣସଙ୍ଗଠିତ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହେବେ। ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ପନ୍‌ସେନ୍ ମିଳିବା […]

  • Tuesday, 20 July 2021
Atal Bihari Vajpayee
ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ତାଙ୍କୁ ଜୀବନରକ୍ଷକ ବା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ଏମ୍‌ସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 20 July 2021
revenshasi
ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ। ସଂସ୍କୃତ ବିଭାଗ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଜଣେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଅାଯାଇଛି। ଅଭିଯୋଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରଚାର ପାଇଁ ଜଣେ ସିନିୟର ଛାତ୍ର ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହାକୁ ସଂପୃକ୍ତ ଛାତ୍ର ସୋଶାଲ୍ ମିଡିଅାରେ ବିରୋଧ କରିଥିଲେ। ଘଟଣାକୁ ନେଇ […]

  • Tuesday, 20 July 2021