ଢେଙ୍କାନାଳ: ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋରନ୍ଦାରେ ଏକ ମିଟିଂ ସାରି ତାଙ୍କ ଭାଇଙ୍କ ସହ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ମାଡ଼ ମାରି ଥିଲେ ଓ ତାଙ୍କୁ ଉଠାଇ ନେଇଥିଲେ। […]
ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି। ପାକିସ୍ତାନ ଡାକ ବିଭାଗ ବୁର୍ହାନ ୱାନୀ ନାଁରେ ୨୦ଟି ଡାକ ଟିକଟ ଛାପିଛନ୍ତି। ଖାଲି ବୁର୍ହାନ୍ ନୁହେଁ ଏହି ଟିକଟ ଗୁଡ଼ିକରେ ଆଉ କିଛି ଆତଙ୍କବାଦୀଙ୍କ ସହିତ କିଛି ଅନ୍ୟ […]
ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଅଭିନୀତ ‘କୁଛ୍ କୁଛ୍ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍ ଅର୍ଥାତ୍ ପାର୍ଟ-୨ ରିଲିଜ୍ ହେବ। କରନ୍ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍ରେ ମଧ୍ୟ ଅନେକ ସଫଳତା ମିଳିଥିଲା। […]
ଭୁବନେଶ୍ୱର: ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳରେ ଅଂଶ ଗ୍ରହଣ କରିଥିବା ଓଡିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ରୌପ୍ୟ ବିଜେତା ମହିଳା ହକି ଦଳର ୪ ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ସହ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି। ଲିଲିମା ମିଞ୍ଜ୍, ସୁନୀତା ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। Delighted to present ₹1 crore […]
ବାଲେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ରାଇବଣିଆ ଓ ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ କବାଟ ଘାଟି ଗ୍ରାମର ଜଣେ ନାବାଳିକାଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ରାଇବଣିଆ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। […]
ନୂଆଦିଲ୍ଲୀ: ଜେଲ୍ରୁ ମକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଏବଂ ତାଙ୍କ ଝିଅ ମରିୟମ୍। ପାକିସ୍ତାନର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ଲାମାବାଦ ହାଇକୋର୍ଟ ଆଜି ଉଭୟଙ୍କ ଜେଲ୍ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦେଇଛନ୍ତି। ଇଂଲଣ୍ଡର ଏଭିନ୍ ଫିଲ୍ଡ ପ୍ରପର୍ଟିରେ ନଓ୍ୱାଜ୍ ସରିଫ୍ଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍ଙ୍କୁ ୧୦ ବର୍ଷ ଓ ମରିୟମ୍ଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି […]
ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍ କନଷ୍ଟେବଲ୍ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ସହିଦ ଯବାନ ଜଣଙ୍କ ବିଏସ୍ଏଫ୍ ହେଡ୍ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ […]
ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ […]
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସାଆନ୍ତରାପୁର ଗାଁରେ ଦୁଇ ଶିଶୁଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ସ୍ୱାଗତ ମଲ୍ଲିକ ଓ ସମରଜିତ ମଲ୍ଲିକ। ପୋଖରୀରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]
ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍ଷ୍ଟେବଲ୍ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]
ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]
ଲଣ୍ଡନ: ବ୍ରିଟେନ୍ର ଶେଫିଲ୍ଡ୍ କ୍ରାଉନ୍ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ୧୬ ବର୍ଷ ହେବା ବେଳକୁ […]
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର। ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର। ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ […]
ଭୁବନେଶ୍ୱର: ବନ୍ଦ ଯୋଗୁ ପୂର୍ବତଟ ରେଳବାଇ ଅଧୀନରେ ଚାଲୁଥିବା ୮ଟି ପାସେ୍ଞ୍ଜର ଟ୍ରେନ ଓ ୨ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ୫୮୪୨୫/୫୮୪୨୬ କେନ୍ଦୁଝରଗଡ- ଭୁବନେଶ୍ୱର- କେନ୍ଦୁଝରଗଡ ପାସେଞ୍ଜର ଉଭୟ ଦିଗରୁ ବାତିଲ କରାଯାଇଛି। ୫୮୪୦୭ ଭଦ୍ରକ- ଭୁବନେଶ୍ୱର ପାସେଞ୍ଜର ମଧ୍ୟ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର- ବ୍ରହ୍ମପୁର ମଧ୍ୟରେ ପାସେଞ୍ଜର ଟ୍ରେନକୁ ଉଭୟ ଦିଗରୁ ବାତିଲ ହୋଇଛି। କଟକ- ପାରଦୀପ ମଧ୍ୟର ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ, ୫୮୪୧୬ ପୁରୀ- କଟକ ପାସେଞ୍ଜର, କଟକ- ଭଦ୍ରକ […]
କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ […]
ଭୁବନେଶ୍ୱର : ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ […]