ହାଇଦ୍ରାବାଦ: ତେଲେଙ୍ଗାନା ଜାଗତିୟାଲ୍ରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ସରକାରୀ ବସ୍ ଘାଟି ତଳକୁ ଖସି ପଡ଼ିବା ଫଳରେ ୬ଜଣ ଶିଶୁଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍ରେ ୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ବସ୍ଟି କୋଣ୍ଡାଗାଟ୍ଟୁରୁ ଜାଗ୍ତିୟାଲ ଅଭିମୁଖେ […]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ନେତା ଓ କର୍ମୀଙ୍କ ଅଭିଯୋଗ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, କଙ୍ଗାରୁ କୋର୍ଟ ଭଳି ଲାଗୁଛି। ସେ ଆହୁରି କହିଛନ୍ତି ଯେ,‘ଦାମ ବାବୁ ଜଣେ ବରିଷ୍ଠ ନେତା। ସେ ଆଣିଥିବା ଅାରୋପଗୁଡ଼ିକ ଗମ୍ଭୀର। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବାର ଅାବଶ୍ୟକତା ଅଛି। ପୂର୍ବରୁ ପ୍ରଥମ ଦୁଇ ତିନିଟି ଟର୍ମରେ ଏଭଳି ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠନ ହେଉଥିଲା। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି […]
ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍ରେ ଅଛନ୍ତି। ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି। ସେ ଡିପ୍ରେସନ୍ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଜଣେ ମନସ୍ତତ୍ୱବିତ୍ତ୍ […]
ବାରିପଦା: ପୋଖରୀରେ ବୁଡ଼ି ୩ ସଂପର୍କୀୟ ଭଉଣୀ ମୃତ। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବିଲା ତାଡ଼ିସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ତିନି ଭଉଣୀ ହେଲେ ପାର୍ବତୀ ମୁର୍ମୁ (୧୨), ରାଜଶ୍ରୀ ମୁର୍ମୁ (୮) ଓ କାବି ମୁର୍ମୁ (୧୦)। ଆଜି ସକାଳେ ପାଲ ମୁର୍ମୁଙ୍କ ସ୍ତ୍ରୀ ଦୁଇ ଝିଅ ପାର୍ବତୀ ଓ ରାଜଶ୍ରୀ ଏବଂ ଝିଆରୀ କାବିଙ୍କୁ ନେଇ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ବେଳେ ତିନି ଭଉଣୀ […]
ଢେଙ୍କାନାଳ: ଅଙ୍ଗନବାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ସୂଚନା ଅନୁସାରେ, ଅଙ୍ଗନବାଡି ଦିଦି ଜଣଙ୍କ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋରନ୍ଦାରେ ଏକ ମିଟିଂ ସାରି ତାଙ୍କ ଭାଇଙ୍କ ସହ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ମାଡ଼ ମାରି ଥିଲେ ଓ ତାଙ୍କୁ ଉଠାଇ ନେଇଥିଲେ। […]
ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି। ପାକିସ୍ତାନ ଡାକ ବିଭାଗ ବୁର୍ହାନ ୱାନୀ ନାଁରେ ୨୦ଟି ଡାକ ଟିକଟ ଛାପିଛନ୍ତି। ଖାଲି ବୁର୍ହାନ୍ ନୁହେଁ ଏହି ଟିକଟ ଗୁଡ଼ିକରେ ଆଉ କିଛି ଆତଙ୍କବାଦୀଙ୍କ ସହିତ କିଛି ଅନ୍ୟ […]
ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଅଭିନୀତ ‘କୁଛ୍ କୁଛ୍ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍ ଅର୍ଥାତ୍ ପାର୍ଟ-୨ ରିଲିଜ୍ ହେବ। କରନ୍ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍ରେ ମଧ୍ୟ ଅନେକ ସଫଳତା ମିଳିଥିଲା। […]
ଭୁବନେଶ୍ୱର: ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳରେ ଅଂଶ ଗ୍ରହଣ କରିଥିବା ଓଡିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ରୌପ୍ୟ ବିଜେତା ମହିଳା ହକି ଦଳର ୪ ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ସହ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି। ଲିଲିମା ମିଞ୍ଜ୍, ସୁନୀତା ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। Delighted to present ₹1 crore […]
ବାଲେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ରାଇବଣିଆ ଓ ଜଳେଶ୍ୱର ଅଞ୍ଚଳରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ କବାଟ ଘାଟି ଗ୍ରାମର ଜଣେ ନାବାଳିକାଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ରାଇବଣିଆ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। […]
ନୂଆଦିଲ୍ଲୀ: ଜେଲ୍ରୁ ମକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଏବଂ ତାଙ୍କ ଝିଅ ମରିୟମ୍। ପାକିସ୍ତାନର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ଲାମାବାଦ ହାଇକୋର୍ଟ ଆଜି ଉଭୟଙ୍କ ଜେଲ୍ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦେଇଛନ୍ତି। ଇଂଲଣ୍ଡର ଏଭିନ୍ ଫିଲ୍ଡ ପ୍ରପର୍ଟିରେ ନଓ୍ୱାଜ୍ ସରିଫ୍ଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍ଙ୍କୁ ୧୦ ବର୍ଷ ଓ ମରିୟମ୍ଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି […]
ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍ କନଷ୍ଟେବଲ୍ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ସହିଦ ଯବାନ ଜଣଙ୍କ ବିଏସ୍ଏଫ୍ ହେଡ୍ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ […]
ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ […]
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସାଆନ୍ତରାପୁର ଗାଁରେ ଦୁଇ ଶିଶୁଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ସ୍ୱାଗତ ମଲ୍ଲିକ ଓ ସମରଜିତ ମଲ୍ଲିକ। ପୋଖରୀରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]
ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍ଷ୍ଟେବଲ୍ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]
ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]
ଲଣ୍ଡନ: ବ୍ରିଟେନ୍ର ଶେଫିଲ୍ଡ୍ କ୍ରାଉନ୍ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ୧୬ ବର୍ଷ ହେବା ବେଳକୁ […]