ମୁମ୍ବାଇ: ଗୁମର ଖୋଲୁଛି ‘ମି ଟୁ’ ଅଭିଯାନ। ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ ଉଦ୍ଦେଶ୍ୟରେ ଚାଲିଥିବା ଏହି ଅଭିଯାନ ଖୋଲୁଛି ନୂଆ ନୂଆ ଗୁମର। ଅଭିଯୋଗ ତାଲିକାରେ ଏବେ ଉଠିଛି ବଲିଉଡ୍ର ଶୋ ମ୍ୟାନ୍ ଭାବେ ପରିଚିତ ସୁବାସ ଘାଇଙ୍କ ନାଁ। ତେବେ ସୁବାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁବାସଙ୍କ ବିରୋଧରେ ଏହି ‘ମି ଟୁ’ ଅଭିଯାନରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ। ନିଜ ପରିଚୟ ଗୋପନ ରଖି ଜଣେ ଯୁବତୀ ସୁବାସଙ୍କ […]
ନୂଆଦିଲ୍ଲୀ: ବାତ୍ୟା ‘ତିତ୍ଲି’କୁ ନେଇ ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ବିଶେଷ କରି ସେ ଛୋଟ ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନ ଲୋକଙ୍କୁ ସାହାଯ୍ୟ କରିବା ସହ ତତ୍ପରତା ପ୍ରକାଶ କରିବାକୁ କହିଛନ୍ତି। ସେହିପରି ପୂରା ଦେଶ ପ୍ରଭାବିତଙ୍କ ସହ ଥିବା କଥା ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ।
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ର ମୁକାବିଲା ପାଇଁ ସରକାରୀ ସ୍ତରରେ ଜୋରଦାର୍ ପ୍ରସ୍ତୁତ ଚାଲିଛି। ଜିରୋ କାଜୁଆଲ୍ଟିକୁ ଫୋକସ୍ରେ ରଖି ସଜାଗ ରହିବାକୁ ସରକାର, ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧନଜୀବନ ଯେମିତି କ୍ଷତି ନ ହେବ ସେଥିପାଇଁ ୫ଟି ଜିଲ୍ଲାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କର ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ଖୀପ୍ର ଗତିରେ ବଢୁଛି ପବନର ବେଗ। ସ୍ଥଳଭାଗ ଛୁଇଁ ନଥିଲେ ବି […]
ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍ଧାମ୍ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍ନେସ୍ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍ ଇଷ୍ଟ୍ ସ୍ଥିତ ଗଣେଶଙ୍କ ମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଏସ୍ବି ସେବା ମଣ୍ଡଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୭୦ କି.ଗ୍ରା.ରୁ ଅଧିକ ସୁନାରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିବା […]
ନୂଆଦିଲ୍ଲୀ: ଅଭିନେତାଙ୍କ ପରେ ଏବେ ରାଜନେତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ.ଜେ.ଆକବରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା ବହୁ ବର୍ଷ ତଳେ ହୋଇଥିବା ଏକ ଘଟଣା ସମ୍ପର୍କରେ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି। ଟ୍ୱିଟର୍ରେ ଅସଦାଚରଣର ଶିକାର ହୋଇଥିବା କଥା ଉଲ୍ଲେଖ ପରେ ବିଭିନ୍ନ ମହଲରୁ ଆକବରଙ୍କୁ ନିନ୍ଦା କରାଯାଇଛି। ସାକ୍ଷାତକାର ନେବା ବାହାନାରେ ତାଙ୍କୁ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା […]
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିଯିବ। ଏପରିକି ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧି ହାର ଭାରତର ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଭାରତର ଅଭିବୃଦ୍ଧି ହାର ଚଳିତ ବର୍ଷ ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଆଗାମୀ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୪ ରହିବ। ଅନ୍ୟପକ୍ଷରେ ଚଳିତବର୍ଷ ଚୀନର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ। ୨୦୧୯ରେ ଏହା ଆହୁରି ହ୍ରାସ ହୋଇ ୬.୨ ପ୍ରତିଶତ ହେବ ବୋଲି […]
ଜୟପୁର: ରାଜସ୍ଥାନରେ ଜିକା ଭୁତାଣୁ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଜୟପୁର ସହରର ୨୯ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଗର୍ଭବତୀ ଅଛନ୍ତି। ସେମାନଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସପିଟାଲ୍ର ଏକ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଛି। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜୟପୁର ଯାଇଛନ୍ତି। ଅନ୍ୟପଟେ ଜୟପୁରର ଜିକା ଭାଇରସ୍ ଆକ୍ରାନ୍ତ ଜଣେ ବ୍ୟକ୍ତି ବିହାର ଯାଇଥିବାରୁ […]
ଜମ୍ମୁ : ଜାମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର। ଗୁଳି ବିନିମୟରେ ତିନି ଜଣ ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ରିଅାସି ଜିଲ୍ଲାର ଏକ ଘରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଅାରମ୍ଭ ହୋଇଥିଲା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ଡ୍ରୋନ ଓ ଚପରର ସହାୟତା ନିଅାଯାଇଥିଲା। ଗୁଳିମାଡରେ ନିହତ ହୋଇଥିବା ଅାତଙ୍କବାଦୀଙ୍କ ବୟସ ୧୮ରୁ ୨୨ବର୍ଷ ବୟସ […]