ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା ଟାର୍ଗେଟରୁ ଦୁଇଗୁଣା ଟପିବାକୁ ନେଇ ସନ୍ଦେହ ଦେଖା ଦେଇଛି। ଏଥର ପାଖାପାଖି ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ ଦିନ ବାକି ଥାଇ ୪ ଲକ୍ଷ ୧୯ ହଜାର କୋଟିର ପ୍ରତିଶ୍ରୁତି ଆସିଗଲା ବୋଲି ସରକାର ଘୋଷଣା କଲେ। ଏବେ ଏହି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ପାଇଁ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖଣିଜ, ଧାତୁ ଓ […]
ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତି ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ପୂର୍ବରୁ ଅପିଲ୍ କରିଥିଲେ। ଆଜି ଶୁଣାଣି ବେଳେ ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ପୂର୍ବରୁ ବିମାନର ଦାମ୍ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏଣୁ ଏବେ ଏହାର […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲାର ଆରାକୁ ଅଞ୍ଚଳରେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓଙ୍କୁ ହତ୍ୟା କରାଯାଇଛି। ଏଥି ସହ ତାଙ୍କ ସାଥୀରେ ଥିବା ପୂର୍ବତନ ବିଧାୟକ ଶିବେରି ସୁମାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। ୬୦ରୁ ଅଧିକ ମାଓବାଦୀ ସଂଘବଦ୍ଧ ଆକ୍ରମଣ କରିବା ସହ ଦୁଇ ନେତାଙ୍କ ଉପରକୁ ଅତି ପାଖରୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଦୁଇ ନେତାଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀମାନେ […]
ଝାଡ଼ଖଣ୍ଡ : ଶୁଭାରମ୍ଭ ହୋଇଛି ଅାୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଯୋଜନା। ଝାଡ଼ଖଣ୍ଡ ରାଞ୍ଚିରୁ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରାୟ ୧୦ କୋଟି ଗରିବ ପରିବାର ଉପକୃତ ହେବେ। ଗ୍ରାମାଞ୍ଚଳରେ ୮ କୋଟି ୩ ଲକ୍ଷ ପରିବାର ସମେତ ସହରାଞ୍ଚଳରେ […]
ନୁଆଦିଲ୍ଲୀ: ନୌସେନାର କମାଣ୍ଡର ଅଭିଲାଶ ଟୋମିଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଚାଲିଛି। ଏନେଇ ସେନାପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାରକ୍ରାଫ୍ଟ ପଠାଯାଇଛି। ନୌସେନାର କମାଣ୍ଡର ଅଭିଲାଶ ଏକାକୀ ବିଶ୍ୱ ପରିକ୍ରମା କରୁଥିବା ବେଳେ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ। ପାଖାପାଖି ୧୪ମିଟର ଉଚ୍ଚର ଜୁଆର ଓ ୧୩୦କିଲୋମିଟର ବେଗରେ ପବନ ବହିବାରୁ ତାଙ୍କ ପାଲଟଣା ଡଙ୍ଗା ଦକ୍ଷିଣ ଭାରତ ମହାସାଗରରେ ଖରାପ ହୋଇଯାଇଥିଲା। ଏଥିସହ ତାଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା […]
ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁ୍ଦ୍ଧ ବିମାନ ରାଫେଲକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନକୋଇ ଓଲାନ୍ଦେଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି। ଉଭୟ ଫ୍ରାନ୍ସ ଓ ଭାରତର ବିରୋଧୀଦଳ ରାଫେଲ ଡିଲକୁ ନେଇ ସମାନ ତଥ୍ୟ ରଖୁଛନ୍ତି। ସେପ୍ଟେମ୍ୱର ୨୧ରେ ରାଫେଲର ପାର୍ଟନର ହେବା ପାଇଁ ରିଲାଏନସର ନାମକୁ ଭାରତ ସରକାର ସୁପାରିଶ କରିଥିବା ଫ୍ରାନ୍ସର […]
ବିଶାଖାପାଟଣା: ୟାରାଡ଼ା ବିଚ୍ରେ ବୁଡ଼ିଯାଇଥିବା ୭ଜଣ ଛାତ୍ରଙ୍କ ଏବେ ମଧ୍ୟ ପତ୍ତା ମିଳୁନି। ବିଶାଖାପାଟଣା ନିକଟସ୍ଥ ଏକ ସ୍କିଲ୍ ସେଣ୍ଟର୍ର ୧୦ ଜଣ ଛାତ୍ର ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ସେମାନେ ପିକ୍ନିକ୍ ଆସିଥିବାବେଳେ ଏହି ଘଟଣା ଘଟିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।