ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ ହେବ। ଏନେଇ ସଂସଦୀୟ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି। ଚଳିତବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ୍ ଖୁରାନା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ଖୁରାନା ଛାତି ସଂକ୍ରମଣ ଓ ଜ୍ୱରରେ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ପୁଅ ହରିଶ୍ କହିଛନ୍ତି। ମଦନ ଲାଲ୍ […]
ସୁରତ: ଆଗକୁ ଆସୁଛି ଦୀପାବଳି। ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ କର୍ମଚାରୀଙ୍କୁ ବୋନସ୍ ଆକାରରେ କାର୍ ଦେଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ କାର୍ ଉପହାର ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୁରତର ହୀରା ବ୍ୟବସାୟୀ ସାବ୍ଜି ଢୋଲାକିଆ। ଶହ ଶହ କାର୍ ରଖା ହୋଇଛି । ନିଶ୍ଚିତ ଭାବେ ଏହା କୌଣସି କାର୍ କମ୍ପାନୀର ପାର୍କିଂର […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶ୍ରୀନଗର, ରାଜୌରୀ ଓ ହିମାଚଳ ପ୍ରଦେଶର ସିମଲାରେ ବରଫର ଚାଦର ଛାଇଯାଇଛି। ଯୁଆଡ଼େ ଦେଖିବେ ଖାଲି ବରଫ ଆଉ ବରଫ। ରାସ୍ତାରେ କୁଢ଼ କୁଢ଼ ବରଫ ଜମା ହୋଇଛି। ଫଳରେ ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ବରଫରେ ରାସ୍ତା ଜାମ୍ ଯୋଗୁ ଗାଡ଼ି ମଟର ଅଟକି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତ୍ରା କରୁଥିବା ଭାରି ଯାନଗୁଡ଼ିକ ପ୍ରବଳ ବରଫ ବର୍ଷା ଯୋଗୁ ଅଟକି ରହିଛି। ଜମ୍ମୁକୁ ଆସୁଥିବା ଓ […]
ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା ଏମ୍ ନାଗେଶ୍ୱର ରାଓ ଏହି ଅବଧିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ସେ କେବଳ ପ୍ରଶାସନିକ ମୁଖ୍ୟ ବୋଲି […]
ନୂଆଦିଲ୍ଲୀ: ସିବିଆଇରେ ବଢ଼ିଥିବା ବିବାଦ ଥମି ନଥିବା ବେଳେ ପୁଣି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରୁ ୪ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି। ଆଲୋକ ବର୍ମାଙ୍କ ଘରେ ଚାରିପଟେ ବୁଲୁଥିବା ଏହି ୪ଜଣଙ୍କୁ ବର୍ମାଙ୍କ ସୁରକ୍ଷା କର୍ମୀମାନେ କାବୁ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଆଜି ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କଡ଼ା ସୁରକ୍ଷା […]
ଜଳନ୍ଧର: ଭାରତରେ ହିଁ ଷ୍ଟେମ୍ ସେଲ୍ ବା କାଣ୍ଡ କୋଷ ଗବେଷଣାର ଜନ୍ମ ହୋଇଛି। ଟେଷ୍ଟ ଟ୍ୟୁବ୍ ବେବି ଭଳି କୌଶଳ ବି ଭାରତରେ ହିଁ ସୃଷ୍ଟି ବୋଲି ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଜି. ନାଗେଶ୍ୱର ରାଓ କହିଛନ୍ତି। ପଞ୍ଜାବ ଜଳନ୍ଧରରେ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସରେ ଏନେଇ ନିଜର ମତ ରଖିଛନ୍ତି ରାଓ। ମହାଭାରତ ଓ ରାମାୟଣର ଉଦାହରଣ ଦେଇ ନିଜ କଥାର ଯଥାର୍ଥତା ଦର୍ଶାଇଛନ୍ତି ରାଓ। ମହାଭାରତରେ ଗାନ୍ଧାରୀ ଶହେ ସନ୍ତାନ ଜନ୍ମ ଦେଇଥିଲେ। […]
ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦିଓ ସର୍ବୋଚ୍ଚ ନ୍ୟାୟଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏଥିରେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ କମ୍ ପ୍ରଦୂଷଣ କରୁଥିବା ବାଣ ଫୁଟାଇହେବ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୮ଟାରୁ ୧୦ଟା ଯାଏ ୨ ଘଣ୍ଟାର ଅନୁମତି ମିଳିଛି। ସେହିଭଳି ଖ୍ରୀଷ୍ଟମାସ […]
ଅମୃତସର: ରାବଣ ପୋଡ଼ି ବେଳେ ଟ୍ରେନ ମାଡ଼ିଯିବାରୁ ୬୧ ଜଣଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହି ଘଟଣାକୁ ନେଇ ଟ୍ରେନ୍ ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ପରେ ପରେ ଲୋକେ ଟ୍ରେନ୍ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ତେଣୁ ସେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍କୁ ନେଇ ପଳାଇଥିଲେ ବୋଲି ଡ୍ରାଇଭର ବୟାନ ଦେଇଥିଲେ। ତେବେ ପଥର ଫିଙ୍ଗା କଥା ସଂପୂର୍ଣ୍ଣ ମିଛ ବୋଲି ସ୍ଥାନୀୟ କାଉନସିଲର ଶୈଳେନ୍ଦ୍ର […]
ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ଦୁଇ ହଜାର ଟଙ୍କିଆ ନୋଟର ଛପା ବନ୍ଦ ହୋଇଯାଇପାରେ। ଏନେଇ ସୂଚନା ଦେଇଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଗର୍ଗ। ବର୍ତ୍ତମାନ ବଜାରରେ ଯଥେଷ୍ଟ ସଂଖ୍ୟକ ଦୁଇ ହଜାର ଟଙ୍କିଆ ନୋଟ୍ ମହଜୁଦ ଅଛି। ଏହାର ପରିମାଣ ଆବଶ୍ୟକଠାରୁ ଅଧିକ ରହିଛି। ତେଣୁ ୨ହଜାର ଟଙ୍କିଆ ନୋଟର ଛପା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତିକୁ ନେଇ ସଂସଦରେ ଜୋରଦାର ବିତର୍କ ହୋଇଛି। ଫ୍ରାନ୍ସ କମ୍ପାନୀ ସହ ବୁଝାମଣାରେ ଅନିଲ ଅମ୍ବାନିଙ୍କ କମ୍ପାନୀକୁ ଅନୁଗ୍ରହ ଦେଖାଯାଇଛି। ଏଣୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଇବାକୁ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଦାବି କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବାରୁ, ଏବେ କେବଳ ଜେପିସି ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଖଡ୍ଗେ କହିଛନ୍ତି। କେବଳ ଏତିକି ନୁହେଁ, ସିଏଜି ରିପୋର୍ଟ, ପ୍ରତିରକ୍ଷା ସଉଦା […]
ନୂଆଦିଲ୍ଲୀ: ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୧ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଆଇଏଡିଏମ୍କେ ର ୭ଜଣ ସାଂସଦ ନିଲମ୍ବିତ ହୋଇଥିବାବେଳେ ଟିଡିପିର ୧୪ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ଡିଟିପିସାସଂଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସାଂସଦ ହଟ୍ଟଗୋଳ କରିଥିବାବେଳେ ଏଆଇଏଡିଏମ୍କେ ସାଂସଦ କାବେରୀ ଜଳ ବଣ୍ଟନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଦସ୍ୟଙ୍କୁ ସେମାନଙ୍କ ଆସନକୁ ଫେରିବାକୁ ଅନୁରୋଧ କରିବା ସତ୍ୱେ […]
ସବରିମାଳା: କେରଳର ପ୍ରସିଦ୍ଧ ସବରିମାଳା ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ମନ୍ଦିର ଖୋଲିଥିଲା। ତେବେ ଆନ୍ଦୋଳନକାରୀମାନେ ୧୦ରୁ ୫୦ ବର୍ଷ ମଧ୍ୟରେ ବୟସର କୌଣସି ମହିଳାଙ୍କୁ ମନ୍ଦିର ନିକଟକୁ ଛାଡି ନଥିଲେ। ମହିଳା ଭକ୍ତଙ୍କୁ ଆନ୍ଦୋଳନକାରୀ ଜୋରଦାର୍ ବିରୋଧ କରିଥିବା ବେଳେ ଗଣମାଧ୍ୟମର କିଛି ମହିଳା ରିପୋର୍ଟରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]
ନୂଆଦିଲ୍ଲୀ: #Me Too ଅଭିଯାନ ଫାଶରେ ପଡ଼ି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ. ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ହେଲା ଇସ୍ତଫା ଦେବେନାହିଁ ବୋଲି କହୁଥିବା ଆକବରଙ୍କୁ ଶେଷରେ ପଦ ଛାଡ଼ିବାକୁ ପଡ଼ିଛି। ପଦ ଛାଡ଼ିବା ପରେ ସେ କହିଛନ୍ତି, “ମୋ ବିରୋଧରେ ଆସିଥିବା ଅଭିଯୋଗକୁ ମୁଁ ଏକାକୀ ସାମ୍ନା କରିବି। ତେଣୁ ଏହି ସମୟରେ ସାମ୍ବିଧାନିକ ପଦରେ ରହିବା ଠିକ୍ ହେବ ନାହିଁ।” ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥାରେ ସଂପାଦକ […]