ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଉଲ୍ଲଙ୍ଘନ କରିଥିବାରୁ ୫୦୦ କୋଟି ଟଙ୍କା ତଣ୍ଡ ଗଣିବାଜର୍ମାନୀ କାର ନିର୍ମାତା କମ୍ପାନୀ ଭକ୍ସୱାଗନ। ସିପିସିବି ଆଇନ୍କୁ ଜାଣିଶୁଣି ଉଲ୍ଲଙ୍ଘନ କରୁଥିବା ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) କମ୍ପାନୀ ଉପରେ ଏହି ଫାଇନ୍ ଲଗାଇଛି। ଦୁଇ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଏନ୍ଜିଟି। ସୂଚନାଯୋଗ୍ୟ, ଭକ୍ସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ […]
ନୂଆଦିଲ୍ଲୀ: ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା। ଏଥିସହିତ ତାଙ୍କର ସାହସୀକତା ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରୁଛି ବୋଲି ନିର୍ମଳା ଅଭିନନ୍ଦନଙ୍କୁ କହିଥିଲେ। ଏହି ଅବସରରେ ଅଭିନନ୍ଦନ ମଧ୍ୟ ପାକିସ୍ତାନରେ ବିତିଥିବା ସମସ୍ତ […]
ଲକ୍ଷ୍ନୌ: ଆତଙ୍କବାଦୀ କହି ଦୁଇ କଶ୍ମିରୀ ବେପାରୀଙ୍କୁ ମାଡ଼ ମାରିଲେ ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ଅସାମାଜିକ ବ୍ୟକ୍ତି। ଏଭଳି ଘଟଣା ଘଟିଛି ବିଜେପି ଶାସିତ ଉତ୍ତର ପ୍ରଦେଶରେ। ଲକ୍ଷ୍ନୌର ଦଲିଗଞ୍ଜଠାରେ ଥିବା ଏକ ପୋଲ ଉପରେ ଦୁଇ କଶ୍ମିରୀ ବେପାରୀ ବେପାର କରୁଥିବା ବେଳେ ହଠାତ୍ କିଛି ଗେରୁଆ ବସ୍ତ୍ରଧାରୀ ଅସାମାଜିକ ବ୍ୟକ୍ତି ତାଙ୍କୁ ଆଧାର ପରିଚୟ ପତ୍ର ମାଗିଥିଲେ। ବେପାରୀ ଦୁଇଜଣ କଶ୍ମିରୀ ବାସିନ୍ଦା ଜାଣିବା ପରେ ସେମାନେ ତାଙ୍କୁ ମାଡ଼ ମାରିବା ମଧ୍ୟ […]
ବାଲେଶ୍ୱର: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଆଁସ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଗର୍ଭବତୀଙ୍କ ନାଁ ବାସନ୍ତୀ ନାୟକ। ସୂଚନା ଅନୁସାରେ, ଟାଆଁସ ଗାଁର ସଞ୍ଜୟ ନାୟକଙ୍କ ସ୍ତ୍ରୀ ବାସନ୍ତୀ ନାୟକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ନିକଟସ୍ଥ ବରହମ୍ପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିବାରୁ ବାଲେଶ୍ୱରରୁ ୧୦୨ ଆମ୍ବୁଲାନ୍ସ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ବହୁ ଡେରି ହୋଇ ଯାଇଥିଲା। ସେମାନେ […]
ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନିର୍ମାଣ ହେବ ତୃତୀୟ ରେଳ ଲାଇନ୍। ଏହି ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ଦେଇଛି। ଦକ୍ଷିଣ-ପୂର୍ବ ରେଲ୍ୱେ ଅଧୀନରେ ଆସୁଥିବା ଏହି ପ୍ରକଳ୍ପରେ ୧୫୫ କିମି ଦର୍ଘ୍ୟ ବିଶିଷ୍ଟ ରେଳ ଲାଇନ୍ ପାଇଁ ୨ ହଜାର ୩୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ୨୦୨୩-୨୪ ସୁଦ୍ଧା ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ୩୭ ଲକ୍ଷରୁ ଅଧିକ […]
ନୂଆଦିଲ୍ଲୀ: କାଲିଠୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଦେଶର ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।୧୨ଲକ୍ଷ ୮୭ ହଜାର ୩୫୯ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି । ସକାଳ ସାଢେ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ୧୦ଟା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ […]
କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ରେଳ, ସଡ଼କପଥର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେରଳର ଥିରୁବନନ୍ତପୁରମରୁ ହେଲିକପ୍ଟରରେ ଯାଇ କନ୍ୟାକୁମାରୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମି ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ-ଚେନ୍ନାଇ ମଧ୍ୟରେ ତେଜାସ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ କରିଥିଲେ। ଏହାସହ ରାମେଶ୍ୱରମ ଓ ଧନୁସକୋଡ଼ି ମଧ୍ୟରେ ରେଳପଥର ଶିଳାନ୍ୟାସ କରିଛନ୍ତି ।ସାଧାରଣ ସଭାକୁ ସମ୍ବୋଧନ କରି ମୋଦି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। […]
ଆବୁଧାବି : ଆବୁଧାବିରେ ଅର୍ଗାନାଇଜେସନ ଅଫ୍ ଇସ୍ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ ନ ନେଇ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ଜବାବ ଘଟଣାକୁ ପରୋକ୍ଷରେ ଉପସ୍ଥାପନ କରିଛନ୍ତି ସୁଷମା। ସୁଷମାଙ୍କ ଯୋଗଦାନ […]
ୱାଶିଂଟନ: ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଏବେ ଏକାଠି ହୋଇଛନ୍ତି ବିଶ୍ୱ ସମୁଦାୟ। ଏଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛି ଆମେରିକା। ଲାଦେନର ପୁଅ ହମ୍ଜା ବିନ୍ ଲାଦେନକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି ଆମେରିକା। ହମ୍ଜାକୁ ଧରାଇ ଦେଲେ ଏକ ମିଲିୟନ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାର ସୁରକ୍ଷା ସମ୍ପର୍କିତ ଅତିରିକ୍ତ ସଚିବ ଏମ୍.ଟି. ଇଭାନ୍ ଏହା ଘୋଷଣା କରିଛନ୍ତି। ଅଲ୍କଏଦା ପରି ଆତଙ୍କବାଦ ସଙ୍ଗଠନର ପୂର୍ବତନ ମୁଖ୍ୟ ଓସାମା […]
ଔରଙ୍ଗାବାଦ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ଭିଡିଓକୋନ ଏମ୍ଡି ଭେନୁଗୋପାଳ ଧୁତ୍ଙ୍କ ଘରେ ଏବଂ ଅଫିସ୍ରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଋଣ ସମ୍ପର୍କିତ ଅଧିକ ତଥ୍ୟ ହାସଲ୍ ପାଇଁ ମୁମ୍ବାଇ ଏବଂ ଔରଙ୍ଗାବାଦରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ପୂର୍ବରୁ ଚନ୍ଦା କୋଚରଙ୍କ ନାଁରେ ସିବିଆଇ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥଲା। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର୍ ଓ ଭିଡିଓକନ ଗ୍ରୁପ ପ୍ରମୋଟର ବେଣୁଗୋପାଳ […]
ନୂଆଦିଲ୍ଲୀ: ନିଜ ମାଟିକୁ ଫେରୁଛନ୍ତି ଭାରତୀୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନାଇ ବସିଛି। ନିଜର ବୀର ପୁଅକୁ ସ୍ୱାଗତ କରିବା ପାଇଁ ଆସୁଛନ୍ତି ଅଭିନନ୍ଦନଙ୍କ ବାପାମା। ବାପା ଏସ୍. ବର୍ତ୍ତମାନ ଓ ମାଆ ଶୋଭା ବିମାନରେ ଚେନ୍ନାଇରୁ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆସିବା ବାଟରେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ନିଜ ନିଜ ସିଟ୍ରେ ଠିଆ ହୋଇ କରତାଳି ଦେବା ସହ ଦମ୍ପତିଙ୍କୁ ଉତ୍ସାହିତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍ରେ ଜୋରଦାର ପ୍ରସ୍ତୁତି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଦଳ ଲାଗି ପଡ଼ିଛି। ଏନେଇ ଆଜିଠୁ ଦୁଇ ଦିନ ଯାଏ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ବିଜେପିର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ମୁଖ୍ୟତଃ ଏହି ବୈଠକରେ ଦଳ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମ ଭୂମି- ବାବ୍ରୀ ମସଜିଦ୍କୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି। ଆଜି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଜଷ୍ଟିସ୍ ୟୁୟୁ ଲଳିତ୍ ଓହରି ଯାଇଥିଲେ। ଫଳରେ ମାମଲାର ଶୁଣାଣି ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜଷ୍ଟିସ୍ […]
ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ସୁପ୍ରିମ୍କୋର୍ଟ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତେବେ ସୁପ୍ରିମ୍କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ କେନ୍ଦ୍ର ସରକାରଙ୍କୁ ଏକ ଝଟ୍କା ଲାଗିଥିବା କୁହାଯାଉଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ଦେବାନେଇ ଦିଆଯାଇଥିବା ନିର୍ଦ୍ଦେଶକୁ କୋର୍ଟ ରଦ୍ଦ କରିଛନ୍ତି। ଯଦିଓ ଏବେ ଆଲୋକ ବର୍ମା ପୁଣି ଥରେ କାର୍ଯ୍ୟାଳୟ ଯାଇପାରିବେ, ହେଲେ […]
ନୂଆଦିଲ୍ଲୀ: ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଇମ୍ରାନ କହିଛନ୍ତି। ଏଥିସହିତ ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ୍ ମଧ୍ୟ ଭିଡିଓଗୁଡ଼ିକୁ ହଟାଇ ଦେଇଛି। ତେବେ ପାକିସ୍ତାନର ଏଭଳି ଘୋଷଣା […]
ମୁମ୍ବାଇ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ୧୨ଟି ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ମେଟ୍ରୋରେ ଗତକାଲି ଏଭଳି ଆଲର୍ଟ ଜାରି ହେବା ପରେ ଆଜି ମୁମ୍ବାଇ ମେଟ୍ରୋ ଓ୍ୱାନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଏଜେନ୍ସିର ଇନ୍ପୁଟ ମିଳିବା ପରେ ତୁରନ୍ତ ମୁମ୍ବାଇର ସମସ୍ତ ୧୨ ଷ୍ଟେସନରେ ଆଲର୍ଟ ଜାରି କରାଯାଇଥିବା ନେଇ […]
ଶ୍ରୀନଗର: ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପୁଞ୍ଝ ଜିଲ୍ଲାର କ୍ରିଷ୍ଣା ଘାଟି ସେକ୍ଟର୍ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଏଲ୍ଓସିରେ ପ୍ରବଳ ଗୁଳିମାଡ଼ କରାଯିବା ସହିତ ମୋର୍ଟାର ମାଡ଼ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ୬ଟାରୁ ଗୁଳିମାଡ଼ ଆରମ୍ଭ କରିଥିଲା ପାକିସ୍ତାନ। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ତେବେ ଭାରତର ପ୍ରତି ଆକ୍ରମଣରେ ଉଭୟ ପଟୁ ହୋଇଥିବା ଗୁଳିବର୍ଷଣ ସକାଳ ୭ଟାରେ ବନ୍ଦ ହୋଇଥିଲା। […]
ନୂଆଦିଲ୍ଲୀ: ବିଗୁଡ଼ୁଥିବା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ, ଉଭୟ ଦେଶରୁ ଭଲ ଖବର ଆସୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭିଏତନାମ୍ ଗସ୍ତରେ ଥିବା ଟ୍ରମ୍ପ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଛି। ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା କାଉଣ୍ଟର୍ ଆକ୍ରମଣ ପରେ ଏହାର ପରିସମାପ୍ତି ଆବଶ୍ୟକ ହୋଇପଡ଼ିଛି ବୋଲି […]
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନ୍ରେ ବିଜେପି ପକ୍ଷରୁ ୫ ହଜାର କିଲୋର ଖେଚୁଡ଼ି ପ୍ରସ୍ତୁତ କରାଯାଉଛି। ଖେଚୁଡ଼ିରେ ବ୍ୟବହୃତ ଡାଲି ଓ ଚାଉଳ ଦଳିତ ପରିବାରଙ୍କ ଘରୁ ଅଣାଯାଇଛି ବୋଲି ଜଣାପଡ଼ିଛି। ଏହି ଖେଚୁଡ଼ିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱାଧୀନ ‘ଭିମ୍ ମହାସଙ୍ଗମ ବିଜୟ ସଂକଳ୍ପ’ ରାଲିରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବଣ୍ଟାଯିବ। ୨୦୧୭ ମସିହା ନଭେମ୍ବରରେ ଲୋକପ୍ରିୟ ରୋଷେୟା ସଞ୍ଜୀବ କପୁର୍ଙ୍କ ନେତୃତ୍ୱରେ ୯୧୮ କିଲୋର ଖେଚୁଡ଼ି ପ୍ରସ୍ତୁତି କରାଯାଇଥିଲା। […]
ବେଙ୍ଗାଲୁରୁ: ଉଦ୍ଯାପିତ ହୋଇଛି ଏରୋ ଇଣ୍ଡିଆ-୨୦୧୯। ଶେଷ ଦିନ ‘ଶୋ’ରେ ଆଜି ବିଭିନ୍ନ ଘରୋଇ ବିମାନ ନିଜ ଚିତାକର୍ଷକ ‘ଶୋ’ ପରିବେଷଣ କରିଛନ୍ତି। ଗତ ୫ ଦିନ ଧରି ବିଶ୍ୱର ନାମୀଦାମୀ କମ୍ପାନୀର ଯୁଦ୍ଧ ବିମାନ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଦୃଷ୍ଟିରୁ ଉନ୍ନତ, ରଣ କ୍ଷମତା, ପ୍ରତିକୂଳ ପରିସ୍ଥିତିରେ ଶତ୍ରୁକୁ ମାତ୍ ଦେବାରେ କିଏ ମାହିର ସେ ନେଇ ପ୍ରଦର୍ଶନ କରାଯାଇଛି। ‘ଶୋ’ ଅବସରରେ ଲଢୁଆ ବିମାନ ନିର୍ମାଣ କରୁଥିବା […]