ଶ୍ରୀନଗର: ମୀର୍ୱାଇଜ୍ ଉମର୍ ଫାରୁକ୍ଙ୍କ ସମେତ ୬ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷା ପ୍ରତ୍ୟାହାର ପାଇଁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୀର୍ୱାଇଜ୍ଙ୍କ ସହିତ ଅବଦୁଲ୍ ଗନି ଭଟ୍, ବିଲାଲ୍ ଲୋନ୍, ଫଜଲ ହକ୍ କୁରେଶୀ, ହାଶିମ୍ କ୍ୟୁରେଶି ଓ ଶାବିର୍ ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହେବା ପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ […]
ନୂଆଦିଲ୍ଲୀ: ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍କା ଲାଗିଛି। ପ୍ରତିରକ୍ଷା ମନ୍ତ୍ରାଳୟରୁ ଲିକ୍ ହୋଇଥିବା ୩ଟି ଡକ୍ୟୁମେଣ୍ଟକୁ ବିଚାର ପାଇଁ ଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି। ଡିସେମ୍ବର ୧୪ରେ କୋର୍ଟ ଦେଇଥିବା ରାୟରୁ ପୁନର୍ବିଚାର କରିବା ଲାଗି ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପୂର୍ବରୁ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ବିଚାର ପାଇଁ ଗ୍ରହଣୀୟ ନୁହଁ ବୋଲି ଆଟର୍ଣ୍ଣି ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ବରିଷ୍ଠ […]
ମୁମ୍ବାଇ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ସହାୟତାର ହାତ ବଢ଼ାଇଛନ୍ତି। ସହିଦ ହୋଇଥିବା ୪୦ଜଣ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ବିଗ୍ ବି ଘୋଷଣା କରିଛନ୍ତି। ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ ସେ ଘୋଷଣା କରିଛନ୍ତି। ଏନେଇ ତାଙ୍କର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଗତକାଲି ଅମିତାଭ ବଚ୍ଚନ ବିରାଟ କୋହଲି ଫାଉଣ୍ଡେସନ୍ର ଏକ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର […]
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଦିନକ ପରେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍ ନେଶନ (ଏମ୍ଏଫ୍ଏନ୍)’ର ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରିନେଇଥିବା ବେଳେ ଗତକାଲି ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ତତ୍କାଳ ଲାଗୁ କରିଛନ୍ତି। ଫଳରେ ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଏହା ଏକ ବଡ଼ ଝଟ୍କା ବୋଲି କୁହାଯାଉଛି। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏ ସମ୍ପର୍କରେ ସୂଚନା ଦେଇ […]
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ରିଲାଏନ୍ସ ଫାଉଣ୍ଡେସନ୍ ସହାୟତାର ହାତ ବଢ଼ାଇଛି। ପରିବାରର ପିଲା ମାନଙ୍କ ଶିକ୍ଷା ଓ ଚାକିରି ସମେତ ସବୁ ପ୍ରକାରର ଦାୟିତ୍ୱ ନେବାକୁ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରସ୍ତୁତ ବୋଲି କହିଛି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ ଏହା କାମନା କରିଛି। ଏଥିସହ ଆକ୍ରମଣରେ ଆହତ ଯବାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଫାଉଣ୍ଡେସନ୍ ପ୍ରସ୍ତୁତ ବୋଲି କହିଛି। କୌଣସି ବି ଦୁଷ୍ଟ ଶକ୍ତି ଭାରତର ଏକତାକୁ ଭାଙ୍ଗିବ ପାରିବ ନାହିଁ। ସେହିପରି ସହିଦ ଯବାନଙ୍କ ବଳିଦାନକୁ ମଧ୍ୟ କେବେବି ଭୁଲି […]
ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିଜ ଘର ପାଖରୁ ଆରାଧ୍ୟ ଦେବୀଙ୍କ ପୂଜା ପରେ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍ ଏବଂ ବାଇକ୍ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଥିବା […]
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଉ ଦୁଇ ଦିନ ପାଇଁ ଚିକିତ୍ସା ଜାରି ରହିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଯୁବ ସମାରୋହରେ ଯୋଗଦେବାକୁ ଦଲାଇଲାମା ନୂଆଦିଲ୍ଲୀ ଆସିଥିଲେ। ଆଜି ସେ ଧର୍ମଶାଳା ଫେରିବାର ଥିଲା। ହେଲେ ଗତ ରାତିରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୋଗା(ପଞ୍ଜାବ): ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ ବୋଲି ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ଅଧ୍ୟକ୍ଷ ଶୁଖ୍ବୀର୍ ସିଂ ବାଦଲ କହିଛନ୍ତି। ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସବ୍-ଇନ୍ସପେକ୍ଟର୍ ଜୈମଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଶୁଖ୍ବୀର ଏହା କହିଛନ୍ତି। ‘ଏହା ବହୁତ ବଡ଼ ଦୁଃଖଦ ଘଟଣା। ଆମେ ଆମର ବୀର ଯବାନମାନଙ୍କୁ ହରାଇଲୁ। ଏହା ସିଧାସଳଖ ଦେଶ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନକୁ ଏହାର ଜବାବ ଦିଆଯିବା ଉଚିତ୍। ପାକିସ୍ତାନ ଭାବୁଛି କି, ସେ ଛଦ୍ମବେଶରେ ଆତଙ୍କବାଦୀ […]
ମୁମ୍ବାଇ: ପାକିସ୍ତାନର ନାଁ ନ ନେଇ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ସଂଗଠନ ଯିଏ ବି ଏଭଳି ବର୍ବର କାଣ୍ଡ କରିଛନ୍ତି ଓ ଯେତେ ବି ଲୁଚିବା ପାଇଁ ଚେଷ୍ଟା କଲେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ଏହା କହିଛନ୍ତି। ଜମ୍ମୁ ଓ କଶ୍ମୀରର ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି […]
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶର ବିଭିନ୍ନ ବର୍ଗରୁ ସ୍ୱର ଉଠୁଛି। ଆକ୍ରମଣର ପ୍ରତିବାଦରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରା ଦେଇଛି। ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେହି ଦିନ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବନ୍ଦ ଜରିଆରେ […]
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ହେବ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି, ଓ୍ୱାଇଏସ୍ଆର କଂଗ୍ରେସ, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ବାପା ସିନା ନାହାନ୍ତି…ହେଲେ ପଛରେ ଛାଡ଼ି ଯାଇଛନ୍ତି ଅଦମ୍ୟ ସାହାସ। ତେଣୁ ତାଙ୍କ ମରଶରୀରକୁ ସମ୍ମାନ ଜଣାଇଛନ୍ତି ତାଙ୍କ ଝିଅ। ଏ ଆଖିର ଲୁହ ହିଁ ବୟାନ କରୁଛି ବାପାଙ୍କୁ ହରାଇଥିବା କଷ୍ଟ। ଡେରାଡୁନ୍ରେ ସିଆର୍ପିଏଫ୍ ASI ସହିଦ ମୋହନ ଲାଲ୍ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏପରି କିଛି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ସହିଦଙ୍କ ଶେଷ ଦର୍ଶନ କରିଛନ୍ତି। ସେହିପରି […]
ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି । ଏନଆଇଏ ଓ ଏନଏସଜି ପକ୍ଷରୁ ଏହି ଘଟଣାର ମିଳିତ ତଦନ୍ତ ଆରମ୍ଭ ହୋଇଛି। ଉଭୟ ଏନଆଇଏ ଓ ଏନଏସଜିର ବରିଷ୍ଠ ଅଧିକାରୀ ଶ୍ରୀନଗର ଯାଇ ଘଟଣାର ତର୍ଜମା ଆରମ୍ଭ କରିଛନ୍ତି । ଆତଙ୍କବାଦୀଙ୍କ ଏତେ ବଡ଼ ଯୋଜନାବଦ୍ଧ ଆକ୍ରମଣ କିଭଳି ସମ୍ଭବ ହେଲା ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ସେ ଦିଗରେ ତଦନ୍ତ ଆରମ୍ଭ ହୋଇଛି। ଏହି ମିଳିତ ଟିମ୍ରେ NSGର […]
ନୂଆଦିଲ୍ଲୀ: ଭାରତର ଦ୍ରୁତଗାମୀ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଶୁଭାରମ୍ଭ ହେବାର ଦିନକ ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ବିନା ଇଞ୍ଜିନ୍ରେ ଚାଳିତ ଏହି ଟ୍ରେନ୍ ଏହାର ପ୍ରଥମ ଯାତ୍ରା ବାରାଣସୀରୁ ସାରି ଫେରୁଥିବା ବେଳେ ଦିଲ୍ଲୀରୁ ୨୦୦କି.ମି. ଦୂରରେ କୌଣସି କାରଣରୁ ଆଜି ସକାଳେ ଏହା ଅଟକି ରହିଥିଲା। ଟ୍ରେନ୍ଟି ପାଖାପାଖି ୩ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ମିଳିଥିବା ସୂଚନା ଅନୁସାରେ, ଚାମ୍ରୋଲା ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୫ଟା ସମୟରେ […]
ନୂଆଦିଲ୍ଲୀ : ପୁଲୱାମା ହମଲା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସମର୍ଥନରେ ଆସି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏନେଇ ଆଲୋଚନା ମାଧ୍ୟମରେ ସମାଧାନ ଆବଶ୍ୟକ ବୋଲି କହିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ଗୋଟେ ପଟେ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟପଟେ ଆଲୋଚନା କରାଯିବା ଜରୁରୀ ବୋଲି ସେ କହିଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥ ସମାରୋହରେ ଯୋଗଦେଇ ସେନା ମୁଖ୍ୟଙ୍କ ସହ ଆଲିଙ୍ଗନକୁ […]