• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vlcsnap-error938
ଥାନା ହାଜତରେ ଯୁବକଙ୍କୁ ମାଡ଼ ଘଟଣାରେ ଦୁଇ ପୁଲିସ୍‌ ନିଲମ୍ବିତ

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ହାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜଗତ୍‌ସିଂହପୁର ଏସ୍‌ପି। ନିଲମ୍ବିତ ୨ ପୁଲିସ୍‌ କର୍ମଚାରୀ ହେଲେ ASI ରବି ନାରାୟଣ ସେନାପତି ଓ କନ୍‌ଷ୍ଟେବଲ ଶିବ ଜାନି। ସୂଚନାଥାଉ କି, ଗତ ୧୨ ତାରିଖରେ ଏକ ମାମଲାରେ ଓଡ଼ିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ଥାନାକୁ ଅାଣିଥିଲା ପୁଲିସ।  ତାଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ପରେ ଏସ୍‌ପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

  • Tuesday, 20 July 2021
jay panda
ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ କାହାର କ’ଣ ପ୍ରତିକ୍ରିୟା ....

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବରିଷ୍ଠ ନେତା ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କ'ଣ କହିଲେ ଶୁଣନ୍ତୁ #Odisha pic.twitter.com/9kcLffZa7M — ଓଟିଭି (@otvkhabar) 18 September 2018 ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବିଜେପି ନେତା କେଭି ସିଂଦେଓ କ'ଣ କହିଲେ ଶୁଣନ୍ତୁ #Odisha […]

  • Tuesday, 20 July 2021
11
ସିଭିଲ୍‌ କନଷ୍ଟେବଲ୍‌ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ସିଭିଲ କନଷ୍ଟେବଲ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚୂଡାନ୍ତ ଯୋଗ୍ୟ ତାଲିକାରେ ନାଁ ଥାଇ ମଧ୍ୟ ନିଯୁକ୍ତିରୁ ବାଦ୍‌ ପଡ଼ିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ  ଛାତ୍ରଛାତ୍ରୀମାନେ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ନିଯୁକ୍ତି ପାଇଁ ଶାରୀରିକି ଓ ଲିଖିତ ପରୀକ୍ଷା ହୋଇଥିଲା। ଏଥିରେ ଉପକୃତ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଛାତ୍ରଛାତ୍ରୀଙ୍କ ନାଁ ବାହାରିଥିଲା। ତେବେ ନିଯୁକ୍ତି ପୂର୍ବରୁ ପୁଣି ଥରେ ସଂଶୋଧିତ ତାଲିକା ବାହାର […]

  • Tuesday, 20 July 2021
jay panda
ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ ଛାଡ଼ ?

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ୍। ଯେଉଁ ଅଭିଯୋଗ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସେଇଆ କରିଥିଲେ। ଏକ ହୋଟେଲ୍‌ ଉଦ୍‌ଘାଟନ ପାଇଁ କିଛି ମାସ ତଳେ ଚିଲିକା ଉପରେ ହେଲିକପ୍ଟରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ଜବତ କରାଗଲା, ତାହା ଯଦି ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ କାହିଁକି ନୁହେଁ ବୋଲି ଜଣେ ଟ୍ୱିଟ୍‌ର ୟୁଜର […]

  • Tuesday, 20 July 2021
rahul-gandhi-courts-arrest-congress-759
ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପ ବିରୋଧରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ବେଆଇନ କହିବା ସହିତ ସିବିଆଇର ନିରପେକ୍ଷତାକୁ କବର ଦେବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏଥିସହ ବିଭିନ୍ନ ରାଜ୍ୟରେ ଥିବା […]

  • Tuesday, 20 July 2021
nirmala sitaraman
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଦୁଇ ଗିରଫ

ପିଠୋରାଗଡ଼: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଉତ୍ତରାଖଣ୍ଡ ପୁଲିସ୍‌ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ନିଶାରେ ଚୁର୍‌ ଥିବା ପୁଲିସ୍‌ କହିଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉତ୍ତରାଖଣ୍ଡର ଦାରଚୁଲା ଟାଉନ୍‌ ଗସ୍ତରେ ଯାଇଥିଲେ। ଗିରଫ ଦୁଇଜଣ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍ ମାଧ୍ୟମରେ ନିର୍ମଳାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଯୋଜନା କରୁଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ ବେଳେ ପୁଲିସ୍‌ ଏ ବିଷୟରେ ଜାଣିବା ପରେ ଅପରାଧୀଙ୍କୁ […]

  • Tuesday, 20 July 2021
tiger-up
ଆସିଲା ସାତକୋଶିଆ ମହିଳାଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ

ଅନୁଗୁଳ: ସାତକୋଶିଆ ହାତୀବାରି ଅଞ୍ଚଳରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଜଙ୍ଗଲୀ ଯନ୍ତୁଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ, ସେହି ଜଙ୍ଗଲୀ ଜନ୍ତୁ ବାଘୁଣୀ ସୁନ୍ଦରୀ କି ନାହିଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ। ତେବେ ଘଟଣାରେ ତଦନ୍ତ ଜାରି ରହିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ମହିଳାଙ୍କ ମୃତ୍ୟୁ ଘଟଣା ପରଠାରୁ ସାତକୋଶିଆର ଜଙ୍ଗଲରେ, ବନବିଭାଗ […]

  • Tuesday, 20 July 2021
phone
‘Samsung Galaxy note 9’ରେ ତ୍ରୁଟି, ମହିଳାଙ୍କ ପର୍ସ ଭିତରେ ଜଳିଗଲା ଫୋନ୍

ନୂଆଦିଲ୍ଲୀ: ଗତମାସରେ ଲଞ୍ଚ୍‌ ହୋଇଥିଲା ସାମସଙ୍ଗ୍‌ର Samsung Galaxy note 9 ସ୍ମାର୍ଟ୍‌ ଫୋନ୍‌। 4000mAhର ଦମ୍‌ଦାର୍‌ ବ୍ୟାଟେରୀ ପାୱାର୍‌ ସହିତ ମୋବାଇଲଟି ଖୁବ୍‌ ସୁରକ୍ଷିତ ବୋଲି କମ୍ପାନୀର ସିଇଓ ଡିଜେ କୋହ କହିଥିଲେ। ତେଣୁ ଗ୍ରାହକମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏହାର ମାସକ ପରେ ସାମ୍‌ସଙ୍ଗ୍‌ର ଏହି ଦାମୀ ମୋବାଇଲ୍‌ରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ମୋବାଇଲ୍‌ଟି ଲଙ୍ଗ୍‌ ଆଇସ୍‌ଲ୍ୟାଣ୍ଡ୍‌ର ଡାଏନି ଚୁଙ୍ଗ୍‌ ନାମକ ଜଣେ ମହିଳାଙ୍କ […]

  • Tuesday, 20 July 2021
nageswara 2
ସିବିଆଇ ମୁଖ୍ୟ ଦାୟିତ୍ୱ ସମ୍ଭାଳିଲେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ

ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ମିଳିଛି। ଏବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଳାଇବେ। ପୂର୍ବରୁ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିଲେ। ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ କିଛି ଦିନ ହେଲା ତୀବ୍ର ବିବାଦ ଲାଗିଥିଲା। ଏପରିକି ଲାଞ୍ଚ […]

  • Tuesday, 20 July 2021
haryana
ହରିଅାଣା ସିବିଏସଇ ଟପ୍ପର ଛାତ୍ରୀ ଗଣଦୁଷ୍କର୍ମ ମାମଲା

ଜୟପୁର : ହରିଅାଣା ରେଓ୍ୱାଡି ଗଣଦୁଷ୍କର୍ମ ମାମଲାରେ ପଦାକୁ ଅାସୁଛି ସାଂଘାତିକ ତଥ୍ୟ। ଏହି ଅମାନବୀୟକାଣ୍ଡରେ ସଂପୃକ୍ତ ଅଛନ୍ତି ୧୦ରୁ ଅଧିକ ଅଭିଯୁକ୍ତ। ପୀଡିତାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି। ସେପଟେ ସୁପରିକଳ୍ପିତ ଯୋଜନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନିଶୁ ଫୋକଟ୍ ଏହି କାଣ୍ଡ ଭିଅାଇ ଥିବା ଜଣାାପଡିଛି। ଯେଉଁ ସ୍ଥାନରେ ଗଣ ଦୁଷ୍କର୍ମ ହୋଇଥିଲା ସେଇ ଜମିର ମାଲିକ ତଥା ଅନ୍ୟତମ ଅଭିଯୁକ୍ତ ଦିନ୍ ଦୟାଲ ପୁଲିସକୁ ଏହି ତଥ୍ୟ ଦେଇଛି। ସେ ପୁରା […]

  • Tuesday, 20 July 2021
marriage
ୱେଡିଙ୍ଗ୍ ଗିଫ୍ଟରେ ମିଳିଲା ଏମିତି କିଛି...

ଚେନ୍ନାଇ: ୱେଡିଙ୍ଗ୍ ଗିଫ୍ଟ ନେଇ ସମସ୍ତେ ଟିକେ ଚିନ୍ତାରେ ପଡ଼ିଯାଆନ୍ତି। କାହିଁକି ନା ସମସ୍ତେ ଚାହାଁନ୍ତି କି ୱେଡିଙ୍ଗ୍ ଗିଫ୍ଟ ଟିକେ ସ୍ପେଶାଲ୍‌ ହେବା ଉଚିତ୍‌। ଆଉ ଯଦି କୌଣସି ବନ୍ଧୁର ବିବାହ କଥା ଉଠେ ତେବେ ଗିଫ୍ଟରେ ଅନେକ ଜିନିଷ ଦେବାକଥା ମନକୁ ଆସିଥାଏ। ୱେଡିଙ୍ଗ୍ ଗିଫ୍ଟକୁ ନେଇ ଏମିତି ଜଣେ ବ୍ୟକ୍ତିଙ୍କ ମନକୁ ଏମିତି କିଛି ବୁଦ୍ଧି ଆସିଲା ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୱେଡିଙ୍ଗ୍ ଗିଫ୍ଟରେ ପେଟ୍ରୋଲ୍‌। ଏହା ଆଶ୍ଚର୍ଯ୍ୟ […]

  • Tuesday, 20 July 2021
hector
ପ୍ରକୃତି ଦାଉରେ ଛଟପଟ ଚାଷୀ, ଏକର ଏକର ଚାଷ ଜମିରେ ମାଡ଼ିଯାଇଛି ବାଲିଚର

ରାୟଗଡ଼ା:ପ୍ରକୃତି ଦାଉରେ ଛଟପଟ ଚାଷୀ। ଲଘୁଚାପ ବର୍ଷାରେ ବନ୍ୟା ପରିସ୍ଥିତି ଫସଲ ସବୁ ଧୋଇ ଦେଇଥିବାବେଳେ ଏବେ ‘ତିତ୍‌ଲି’ ପ୍ରଭାବରେ ନଦୀ ଗର୍ଭରେ ଲୀନ ହୋଇଯାଇଛି ଚାଷ ଜମି। ଫଳରେ ଚାଷୀର ଜୀବନ ଜୀବିକା ବିଶେଷ ଭାବରେ ପ୍ରଭାବିତ ହୋଇଛି। ହେକ୍ଟର୍‌ ହେକ୍ଟର୍‌ ଫସଲ ଧୋଇ ହୋଇଯାଇଛି। ଏକର ଏକର ଚାଷ ଜମିରେ ମାଡ଼ିଯାଇଛି ବାଲିଚର। ଆଉ ଏବେ ନିଜେ ଚାଷ କରିଥିବା ଜମି ଚିହ୍ନି ପାରୁ ନାହାନ୍ତି ରାୟଗଡ଼ା ଜିଲ୍ଲା ଗୁଡାରୀ ତହସିଲ୍‌ ବଡ଼ହୁମା ପରିବା […]

  • Tuesday, 20 July 2021
Singh-on-train-tragedy
ଅମୃତସର ଟ୍ରେନ୍‌ ଦୁର୍ଘଟଣା: ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବରେ ଜଳନ୍ଧର-ଅମୃତସର DMU ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୧୩ରୁ ଅଧିକ ଆହତ ହୋଇଛନ୍ତି। ୬୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମୃତସରର ସିଟି ହସ୍ପିଟାଲ୍‌ ଓ ଗୁରୁ ନାନକ ହସ୍‌ପିଟାଲ୍‌ରେ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣାରେ ୩୨ ଜଣ ମୃତକଙ୍କ ପରିଚୟ ମିଳିଥିବାବେଳେ, ଏଯାଏଁ ୨୦ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର […]

  • Tuesday, 20 July 2021