TET
ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅନନ୍ତନାଗରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀ ଓ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ସର୍ଚ୍ଚ ଅପରେସନ ବେଳେ ଆଜି ଭୋର ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ମତଦାନ ବେଳେ ବୁଥ୍ ବାହାରେ ଗଣ୍ଡଗୋଳ ହୋଇଛି। ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସୁରକ୍ଷା ଦୃଷ୍ଟିରେ ବୁଥ୍ର ଚାରି ପାର୍ଶ୍ୱରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ ବୋଲଗଡ଼ କଳାଙ୍ଗ ପଞ୍ଚାୟତର ୧ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ଦଳ ରିଗିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଲେ ଲୋକପ୍ରିୟ ବଲିଉଡ ଅଭିନେତା ସନ୍ନି ଦେଓଲ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଥିସହ ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିରେ ସାମିଲ ହେବା ପରେ ସନ୍ନିଙ୍କୁ ପଞ୍ଜାବର ଗୁରଦାସପୁର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ନୂଆଦିଲ୍ଲୀ/ଭୁବବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି। ଏବେ ଆସନ୍ତୁ ନଜର ପକାଇବା […]
ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କୁ ଗତକାଲି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ବିଜେପି ଟିକେଟ୍ରେ ଗୌତମ ପୂର୍ବ ଦିଲ୍ଲୀରୁ ଲଢ଼ିବେ। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ୨୦୧୪ରେ ଏହି ଆସନରେ ବିଜେପି ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଦଳ ଗମ୍ଭୀରଙ୍କୁ ସୁଯୋଗ ଦେଇଛି। ସେହିପରି ଏହି ଆସନରେ କଂଗ୍ରେସ ପକ୍ଷରୁ ଅରବିନ୍ଦର ସିଂ ଲଭଲି ନିର୍ବାଚନ ଲଢୁଥିବା […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ […]