ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେଉଁଭଳି ବେଶ ପକାଇଥିଲେ, ସେଥିରେ ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍ରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ […]
ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ […]
କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ […]
ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ମହିଳା। ଛତିଶଗଡ଼ର ବସ୍ତର ଏବଂ ଦନ୍ତେଓ୍ୱାଡ଼ାରେ ମୁହଁତୋଡ଼ ଜବାବ ଦେବେ ଲେଡି କମାଣ୍ଡୋ। ଏଥିପାଇଁ ଦନ୍ତେଶ୍ୱରୀ ଲଡ଼ାକେ ନାଁରେ ଗଠନ ହୋଇଛି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ । ଯେଉଁଥିରେ ୩୦ ଜଣ ସଦସ୍ୟା ଥିବାବେଳେ ମାଓ ଶିବିର ଛାଡ଼ି ଆତ୍ମସମର୍ପଣ କରିଥିବା ୧୦ ଜଣ ଯୁବତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସମସ୍ତଙ୍କୁ ବର୍ତ୍ତମାନ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଏମାନେ ଯେପରି […]
ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର ଅଧ୍ୟକ୍ଷ କରାଯାଇଛି। ମେ’ ୧୧ରେ ୭୨ ବର୍ଷୀୟ ଦେବେଶ୍ୱରଙ୍କ ଦେହାନ୍ତ ହୋଇଥିଲା। ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି। ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ […]
ଚେନ୍ନାଇ:ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ରାଜନେତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ଘଟଣା ବାବଦରେ କହିବାକୁ ଯାଇ ନାଥୁରାମ ଗଡ଼୍ସେଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ। ତାମିଲନାଡୁ ବିଜେପି ସଭାପତି ତାମିଲିସାଇ ସୌନ୍ଦରାଜନ କମଲ ହାସନଙ୍କ ଏଭଳି ପ୍ରତିକ୍ରିୟାକୁ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟ୍କା । ଏଠାରେ କେତେକ ଆସନରେ ଶେଷ ପର୍ଯ୍ୟାୟରେ ହେବ ନିର୍ବାଚନ। ତା ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ। ଏପରିକି ଏହି କାରଣ ଦର୍ଶାଇ ଜଣେ ନେତ୍ରୀ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଟିକଟ ଆଶାୟୀ ଥିଲେ ନୀଲମ ମିଶ୍ରା। ସେ ସ୍ଥାନୀୟ […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନରେ ୬୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସବୁଠୁ କମ୍ ଭୋଟ୍ ପଡ଼ିଛି। ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ୮୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ୮ଟି ଆସନରେ ୮୪.୯୮ ପ୍ରତିଶତ ମତଦାନ ହୋଇଥିଲା। ଉତ୍ତର […]
ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି। ଭୋପାଲରୁ […]
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସୁରକ୍ଷା କର୍ମୀ ଓ ଦଳୀୟ ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସହ ନିର୍ମାଣ ଭବନ ବୁଥ୍କୁ ଆସିଥିଲେ। ସେଠାରେ ସେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ସମସ୍ତ ୭ଟି ଆସନରେ ଜିତିଥିଲା। ତେଣୁ ଏଠାରୁ ଜିତିବା ପାଇଁ କଂଗ୍ରେସ ଲାଗି ପଡିଥିଲା। ସୂଚନାଥାଉ କି, ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭, ହରିୟାଣାର ସମସ୍ତ ୧୦ […]
କୋଲକାତା: ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଶେଷକରି ପଶ୍ଚିମବଙ୍ଗରେ ବେଶି ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବାଙ୍କୁରା ଲୋକସଭା ନିର୍ବାଚନମଣ୍ଡଳୀର ୨୫୪ ନମ୍ବର ବୁଥରେ ଭୋଟ୍ ଗ୍ରହଣବେଳେ ଉତ୍ତେଜନା ପ୍ରକାଶ ପାଇଛି। ବୁଥରେ ତୃଣମୂଳ କଂଗ୍ରେସ କର୍ମୀମାନେ ରିଗିଂ କରୁଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଟିଏମ୍ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ […]
ନୂଆଦିଲ୍ଲୀ:ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ରାଜଧାନୀ ଦିଲ୍ଲୀର ସମସ୍ତ ଆସନରେ ହେଉଛି ଭୋଟ ଗ୍ରହଣ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସବୁଠାରୁ ବୟସ୍କ ନାଗରିକ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମ ବଚ୍ଚନ ସିଂ । ୧୧୧ ବର୍ଷ ବୟସ୍କ ବଚ୍ଚନ ଆଜି ତାଙ୍କ ଭୋଟ ଦେଇ ଖୁବ୍ ଖୁସି ଅନୁଭବ କରିଥିବା ତାଙ୍କ ମୁହଁରୁ ଜଣାପଡ଼ୁଥିଲା। ପଶ୍ଚିମ ଦିଲ୍ଲୀର ତିଲକ ନଗରସ୍ଥିତ ସନ୍ତ ଗର ମତଦାନ କେନ୍ଦ୍ରକୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଭୋଟ […]
ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ ସହ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ଯାଇଥିଲେ। ସେଠାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ ପ୍ରତିକ୍ରିୟା ରଖି ଦୁର୍ନୀତି ପ୍ରସଙ୍ଗ ନେଇ ନିର୍ବାଚନ […]
ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ । ରାଷ୍ଟ୍ରପତିଙ୍କ ସହ ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ ଉଭୟ ରାଷ୍ଟ୍ରପତି […]
କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ ସିଂ । ସେହିପରି ଇଷ୍ଟ ମେଦିନାପୁରରେ ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି। ଏଠାରେ ୨ ବିଜେପି କର୍ମୀଙ୍କୁ ଗୁଳିମାଡ଼ ହୋଇଛି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାହୁଲ, ଔରଙ୍ଗଜେବ୍ ଲେନ୍ ସ୍ଥିତ ଏନ୍ପି ସିନିୟର୍ ସେକଣ୍ଡାରୀ ସ୍କୁଲରେ ହୋଇଥିବା […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଏଥିରେ ଦେଶର ପ୍ରଥମ ନାଗରିକ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୋଟ୍ ଦେଇଛନ୍ତି। […]
ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ।