ମୁମ୍ବାଇ: ରାସ୍ତା କଡ଼ରେ ଇଡ୍ଲି ଦୋକାନ କରିଥିବା ଜଣେ ବ୍ୟବସାୟୀ ଟଏଲେଟ୍ ପାଣିରେ କେମିତି ଚଟଣୀ ତିଆରି କରୁଛନ୍ତି, ତା’ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ବୋରିଭଲି ରେଳ ଷ୍ଟେସନ ନିକଟରେ ଥିବା ଟଏଲେଟ୍ର ଟ୍ୟାପ୍ରୁ ପାଣି ଆଣି ଏହାକୁ ଚଟଣୀ ତିଆରିରେ ବ୍ୟବହାର କରୁଥିବାର ଭିଡିଓ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଫ୍ଡିଏ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ୪୫ ସେକେଣ୍ଡର […]
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ଟଙ୍କା। ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଠାରେ ତାଙ୍କର ଲଢ଼େଇ ଦୁଇ କୋଟିପତି ପ୍ରାର୍ଥୀଙ୍କ ସହ ହୋଇଥିଲେ ହେଁ ‘ନନା’ […]
ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୧୭ରୁ ଆରମ୍ଭ ହେବ। ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ଏହା ପୂର୍ବରୁ ଅର୍ଥାତ ଜୁନ୍ ୧୯ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ଅସ୍ଥାୟୀ ବାଚସ୍ପତି ହୋଇଥିବା ମାନେକା ଗାନ୍ଧି ଆସନ୍ତା ଗୁରୁବାର […]
ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳ ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ସଂସଦୀୟ ଦଳ ନେତା ଚୟନ ନେଇ ଆଜି ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧିଙ୍କ ନାଁ ମନମୋହନ ସିଂହ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ। ଏହା ଘୋଷଣା ପରେ ସଂସଦରେ ଦଳର ମୁଖିଆ ଦାୟିତ୍ୱ କିଏ ନେବ, ସେ ନେଇ ଲାଗି ରହିଥିବା ସସ୍ପେନ୍ସର ଅବସାନ ଘଟିଛି। କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି […]
କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪ ପ୍ରଗଣା ଅଞ୍ଚଳରେ ମମତା ଗାଡ଼ିରେ ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା କିଛି ଲୋକ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହା ଶୁଣିବା ମାତ୍ରେ ରାଗରେ ତମତମ ହୋଇ […]
ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ ‘ସରପ୍ରାଇଜ୍ ପ୍ୟାକେଜ୍’ ହେଉଛନ୍ତି ଏସ୍ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍ ଜୟଶଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। […]
ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦି’ ଓ ‘ନନା’ ଭାବେ ପରିଚିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମୋଦିଙ୍କ ଟିମ୍ରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ଏମ୍ଏସ୍ଏମ୍ଇ, ପଶୁ, ଗୋ ସମ୍ପଦ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ଦାୟିତ୍ୱ ପାଇଛନ୍ତି। ତେବେ ନିଜର ସାଦା ସିଧା ଜୀବନ ଶୈଳୀ ପାଇଁ ଜଣାଣୁଣା ‘ନନା’ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଛନ୍ତି। ଏହାପୂର୍ବରୁ ୨୦୦୪ ଓ ୨୦୦୯ରୁ ଓଡ଼ିଶାର ବିଧାନସଭାକୁ ପ୍ରତାପ ଷଡ଼ଙ୍ଗୀ ନିର୍ବାଚିତ ହୋଇଥିଲେ। କିନ୍ତୁ […]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି ଉପସ୍ଥିତ ରହିବେ କିନ୍ତୁ ମୋଦିଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ। ଆଜିର ଏହି ଶପଥ ଉତ୍ସବରେ ମୋଦିଙ୍କ ପରିବାରରୁ କେବି ବି ସାମିଲ୍ ହେବେ ନାହିଁ। […]
ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ କଳ୍ପନା ଦାଶଙ୍କ ମୃତଦେହ କାଠମାଣ୍ଡୁ ବିମାନବନ୍ଦରରେ ଆସି ପହଞ୍ଚିଛି। ଏହାପରେ କାଠମାଣ୍ଡୁରୁ ଭୁବନେଶ୍ୱର ଅଣାଯିବ। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଥିଲେ ସେର୍ପା। ଗତକାଲି ଅପରାହ୍ନ ଗୋଟାଏରେ କଳ୍ପନାଙ୍କ ମୃତଦେହ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର ହୋଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇନପାରିନଥିଲା। ସେର୍ପା ଟିମ୍ ଦ୍ୱାରା ସଫଳତାର ସହ ମୃତଦେହକୁ ତଳକୁ ଅଣାଯାଇଥିଲା। ଏହାପରେ ସରକାରୀ ବିଧି […]
ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆଜି ସମୀକ୍ଷା ଆରମ୍ଭ ହୋଇଛି। ବିଧାୟକ ଓ ନେତାଙ୍କ ସହ କେନ୍ଦ୍ରୀୟ କମିଟି ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି। ବୈଠକରେ ଜଣ ଜଣ କରି ବିପର୍ଯ୍ୟୟର କାରଣ ଓ ନିରାକରଣ ବିଷୟରେ କହିଛନ୍ତି। ସମୀକ୍ଷା ବୈଠକରେ ମତ ରଖିବା ପରେ ବିଧାୟକ ସୁରେଶ ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଏଆଇସିସି ଅଧ୍ୟକ୍ଷ ପଦ ବଜାୟ ରଖିବା ପାଇଁ ପ୍ରସ୍ତାବ ପାରିତ କରାଯିବ। ସେହିପରି ବିଧାୟକ ଦଳ ନେତା […]
ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍.ଏଲ୍. ନରସିଂହନ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମ୍କେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ବିଭିନ୍ନ ଜିଲ୍ଲାରେ ଦ୍ୱିପ୍ରହର ସମୟରେ ବିଦ୍ୟୁତ୍ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଅଜୟ ପାତ୍ର କହିଛନ୍ତି,“ଆସନ୍ତା ଦୁଇ ଦିନ ଯାଏ ତାତି ଲାଗି […]
ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ଗତକାଲି ୨୦ ଜଣ ଦାଦନ ଶ୍ରମିକଙ୍କୁ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ୮ ଜଣ ପୁରୁଷ ରହିଛନ୍ତି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ପଞ୍ଚଡ଼ା ଗାଁରେ। ଏମାନେ ଆନ୍ଧ୍ରର ଏକ ସୂତାକଳକୁ କାମ କରିବାକୁ ଯିବାକୁ ଟ୍ରେନ୍କୁ ଅପେକ୍ଷା କରିଥିବା ବେଳେ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାସହ ଜଣେ […]
ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହିଣୀ କଳ୍ପନା ଦାସଙ୍କ ମୃତଦେହକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଛନ୍ତି ସେର୍ପା ଟିମ୍। ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକ୍ଲା ଅଣାଯିବ। ପରେ ସରକାରୀ ବିଧି ପ୍ରକ୍ରିୟା ସରିବା ପରେ ଆଜି ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉ କି, କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ ସେଠାରେ ପୂର୍ବରୁ ପରିବାର […]
ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି। ସନ୍ତୋଷ ଗଙ୍ଗୱାର ହେଉଛନ୍ତି ଲୋକସଭାର ୧୭ତମ ବାଚସ୍ପତି। ସେ ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆଠ ଆଠଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗଙ୍ଗୱାର୍ ଜଣେ ଅନୁଭବୀ ନେତା। ଉତ୍ତରପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଛନ୍ତି।
ଲଣ୍ଡନ: ଆସନ୍ତାକାଲି କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍। ଉଭୟ ଦଳରେ ଏକାଧିକ […]
ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍ମାନ୍ଙ୍କ ଫ୍ୟାନ୍ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍କୁ ତାଙ୍କ ଟ୍ୱିଟର୍ ପେଜ୍ରେ ଶେଆର୍ କରିଛନ୍ତି। ଏହି ଟ୍ୱିଟ୍ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି […]
ଭୋପାଲ: ମାତ୍ର ୧୬ ଦିନ ତଳେ ଯେଉଁ କନ୍ୟାର ବିବାହ କରାଇଥିଲେ, ତାଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଜଣେ ପଣ୍ଡିତ। ମଧ୍ୟପ୍ରଦେଶର ଅସଥ୍ ଗାଁରେ ଏମିତି ଘଟଣା ଘଟିଛି। କନ୍ୟା ପ୍ରିୟା (ଛଦ୍ମନାମ) ଗତ ୭ ତାରିଖ ଦିନ ବିବାହ କରିଥିଲେ। ଆଉ ୨୩ ତାରିଖ ଦିନ ସେହି ପଣ୍ଡିତଙ୍କ ସହ ଫେରାର ହୋଇଯାଇଛନ୍ତି, ଯିଏ ବିବାହର ସମସ୍ତ କର୍ମକାଣ୍ଡ କରାଇଥିଲେ। କନ୍ୟା ବାହାଘର ପରେ ବାପଘରକୁ ଯାଇ ସେଠାରୁ ହିଁ ଫେରାର ହୋଇଯାଇଥିଲେ। ବିନୋଦ ମହାରାଜ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି। ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ […]