• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

encounter
ଶ୍ରୀନଗର ନିକଟ ମୁଜଗୁଣ୍ଡରେ ଏନ୍‌କାଉଣ୍ଟର୍

ଶ୍ରୀନଗର: ଅପରେସନ୍ ଅଲ୍‌ଆଉଟ୍‌କୁ  ଆଉ ଏକ ସଫଳତା ମିଳିଛି। ଏହି ଅପରେସନ୍‌ ଉପତ୍ୟକାରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସେନା ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗର ନିକଟବର୍ତ୍ତୀ ମୁଜଗୁଣ୍ଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯବାନ ଏନ୍‌କାଉଣ୍ଟର୍ କରିଛନ୍ତି। ଗତକିଛି ଦିନ ଧରି ଶ୍ରୀନଗରରୁ ବାନ୍ଦିପୁରା ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସେନାକୁ ଖବର ମିଳିଥିଲା। ଯାହାକୁ ନେଇ ହୁସିଆର୍ ହୋଇଥିଲେ ସୁରକ୍ଷାବାହିନୀ। ଗତକାଲିଠୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। […]

  • Tuesday, 20 July 2021
vhp-up
ବିଶ୍ୱ ହିନ୍ଦୁ ପରିଷଦର 'ଧର୍ମସଭା' : ରାମ ମନ୍ଦିର ନିର୍ମାଣ ଲାଗି ଚାପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାମଲୀଳା ମୈଦାନରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିରାଟ କାର୍ଯ୍ୟକ୍ରମ ଧର୍ମସଭା ଆୟୋଜିତ ହୋଇଛି।  ଦେଶର ବିଭିନ୍ନ ଭାଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ ଓ ସନ୍ଥ ଏଥିରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରିଛନ୍ତି। ସ୍ୱତନ୍ତ୍ର ଭାବେ ଆଇନ୍‌ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର କରିବା ଲାଗି ଶ୍ରଦ୍ଧାଳୁମାନେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଚାପ ପକାଇଛନ୍ତି। ଭିଏଚ୍‌ପିର ଏହି ଧର୍ମସଭାରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ […]

  • Tuesday, 20 July 2021
venesa
ବିଶ୍ୱ ସୁନ୍ଦରୀ ହେଲେ ମେକ୍ସିକୋର ଭେନେସା ପୋନ୍‌ସେ

ସାନ୍ୟା: ମେକ୍ସିକୋ ସୁନ୍ଦରୀ ଭେନେସା ପୋନ୍‌ସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍‌ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଗତବର୍ଷ ମିସ୍‌ ୱାର୍ଲଡ ହୋଇଥିବା ଭାରତର ମାନୁଷୀ ଛିଲର ଭେନେସାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ସେହିପରି ଥାଇଲ୍ୟାଣ୍ଡର ନିକୋଲେନ୍‌ ପିଶାପା ପ୍ରଥମ ରନର୍ସଅପ୍‌ ହୋଇଛନ୍ତି। ଭାରତରୁ ତାମିଲନାଡୁର ଅନୁକୃତି ବାସ୍‌ ଚଳିତ ବର୍ଷ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେ ଟପ୍‌ ୩୦ରେ […]

  • Tuesday, 20 July 2021
modi
ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ବିରୋଧୀ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଲୁଟିଥିବା ଦଳକୁ ଏବେ ନରେନ୍ଦ୍ର ମୋଦି ଭୟ ଘାରିଛି। କଂଗ୍ରେସ ମୁକ୍ତ ଭାରତ ମୋର ନୁହେଁ, ବରଂ ମହାତ୍ମାଗାନ୍ଧିଙ୍କ […]

  • Tuesday, 20 July 2021
subarna-pur
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସୁବର୍ଣ୍ଣପୁର: ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ଭୀମଟିକିରା ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗାଁରେ ରହୁଥିବା ଏକ ଦିବ୍ୟାଙ୍ଗ ପରିବାର, ଯାହାଙ୍କର ମୁଣ୍ଡ ଉପରେ ନା ଅଛି ପକ୍କା ଘରର ସାହାରା ନା ଅଛି ଅର୍ଥ ବଳ। ବେଳାଏ ଖାଇଲେ ଆଉ ବେଳାକୁ ଓପାସ। ଜଣେ ନୁହେଁ, ପରିବାରର ତିନି ଜଣ ଶଯ୍ୟାଶାୟୀ ହୋଇ ରହିଛନ୍ତି।  ଏପରି […]

  • Tuesday, 20 July 2021
actress
ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପ୍ରସିଦ୍ଧ ଟେଲିଭିଜନ୍‌ ଅଭିନେତ୍ରୀ ଅଟକ

ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଘରେ ଘରେ ଗୋପୀ ବୋହୂ ନାଁରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ। ଘାଟ୍‌କୋପର୍‌ର ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଓ କନଷ୍ଟେବଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ସଚିନ୍‌ ପୱର (ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ) ଓ ଦୀନେଶ୍‌ ପୱର(ନିଲମ୍ବିତ ପୁଲିସ୍‌ କନଷ୍ଟେବଲ)। ଏକ ଦୁଷ୍କର୍ମ ମାମଲାରେ […]

  • Tuesday, 20 July 2021
cji
ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍ ଆପିଏସ୍ ଅଧିକାରୀ ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା। ରାଓ ନିର୍ଦ୍ଦେଶ ଅବମାନନା କରିଥିବାରୁ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିହାର ମୁଜାଫରପୁର ସେଲ୍‌ଟର୍‌ ହୋମ୍ କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର୍ ଏ.କେ. ଶର୍ମାଙ୍କ ବଦଳିକୁ ନେଇ କୋର୍ଟ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ସହ ଖେଳ ଖେଳିଥିବାରୁ ଏବେ ତାଙ୍କୁ ଭଗବାନ ହିଁ ଭରଷା। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ […]

  • Tuesday, 20 July 2021
Untitled-1-Recovered
ସୁରକ୍ଷାବାହିନୀଙ୍କ ଗୁଳିରେ ୧୦ ମାଓବାଦୀ ସଫା

ରାୟପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଏନ୍‌କାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁରର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ସିଆର୍‌ପିଏଫ୍‌ ଓ ଏସ୍‌ଟିଏଫ୍‌ ଯବାନ ଚଢ଼ାଉ କରିଥିଲେ। ଏହାପରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ବେଶ୍ କିଛି ସମୟ ଗୁଳିବିନିମୟ ହୋଇଥିଲା। ତେବେ ପୁଲିସ୍‌ ଏନ୍‌କାଉଣ୍ଟର୍‌ ପରେ ୧୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କଠାରୁ ୧୧ଟି ବନ୍ଧୁକ, ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। […]

  • Tuesday, 20 July 2021
bus
ଘାଟି ତଳକୁ ଖସିଲା ବସ୍‌; ୧୧ ମୃତ

ଶ୍ରୀନଗର: ଘାଟି ତଳକୁ ଖସିଲା ବସ୍‌। ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଗଭୀର ଘାଟି ତଳକୁ ବସ୍‌ ଖସି ପଡ଼ିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲା ମଣ୍ଡି ପ୍ଲେରା ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ଲୋରାନ୍‌ରୁ ପୁଞ୍ଚ୍‌ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ମଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

  • Tuesday, 20 July 2021