ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ) ଜ୍ୱରରେ ୧୩୫ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ହେଲାଣି। ତେବେ ନିଜ ସରକାରଙ୍କ ଭାବମୂର୍ତ୍ତି ଉପରେ ଲାଗିଥିବା ଦାଗ ଲିଭାଇବାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରନଗର ଜିଲ୍ଲା ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତର ଭୀମସେନ୍ ଗୁପ୍ତାଙ୍କୁ ନିଲମ୍ୱିତ କରିଛନ୍ତି। ଡାକ୍ତର ଭୀମସେନ ତାଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ […]
ମୁମ୍ୱାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉପରୁ ଏକ ଟ୍ୟାକ୍ସି ତଳେ ଯାଇଥିବା ଚୁଲବନ୍ଦ ନଦୀରେ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଫେରାର ରହିଛି। ସୂଚନାଯୋଗ୍ୟ, ପୋଲ ଉପରେ ଟ୍ୟାକ୍ସିଟି ଯାଉଥିବା ବେଳେ ତାର ଟାୟାର ଫାଟି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ପୋଲର ରେଲିଂ ଭାଙ୍ଗି ଟ୍ୟାକ୍ସି ୮୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ଦୀର୍ଘାୟୁ ହୁଅନ୍ତୁ। ମୋଦିଙ୍କ ସହିତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନେତା ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ହରାଇ ଆମେଠିର ସାଂସଦ […]
ନୂଆଦିଲ୍ଲୀ: ୧୭ ତମ ଲୋକସଭାର ବାଚସ୍ପତି ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୧୬ ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିଲେ। ହେଲେ ଚଳିତଥର ସେ ନିର୍ବାଚନ ଲଢ଼ି ନଥିଲେ। […]
କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ପ୍ରସିଦ୍ଧ ମଡେଲଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୦ ମସିହାର ମିସ ଇଣ୍ଡିଆ ୟୁନିଭର୍ସ ହୋଇଥିବା ଉଷସୀ ସେନଗୁପ୍ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣା ସମ୍ବନ୍ଧିତ ଅସଦାଚରଣର ଏକ ଭିଡିଓକୁ ମଧ୍ୟ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି। ନିଜ ସହକର୍ମୀ ସହ ସେ ଘରକୁ ଫେରୁଥିବାବେଳେ ବାଇକରେ ଯାଉଥିବା କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା […]
ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଏ ପ୍ରସଙ୍ଗ ସହ ଆଉ ୫ଟି ବିଷୟରେ ଏହି ବୈଠକରେ ଆଲୋଚନା ହେବ। ଏହି ସର୍ବଦଳୀୟ ବୈଠକରେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ରୋକିବା ପ୍ରସଙ୍ଗରେ ବୈଠକରେ ସବୁ ଦଳର ନେତା ଆଲୋଚନା କରିବେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୂଆଦିଲ୍ଲୀ: ଗତକାଲି ଆଫଗାନିସ୍ତାନର ପୂର୍ବ ନାଂଗରହାର ପ୍ରାନ୍ତର ରାଜଧାନୀ ଜଲାଲାବାଦର ଏକ ପୁଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ବିସ୍ପୋରଣ କରିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାଂଗରହାର ପ୍ରାନ୍ତର ରାଜ୍ୟପାଳଙ୍କ ମୁଖପାତ୍ର ଅତାହୁଲ୍ଲାହ ଏହି ଆତ୍ମଘାତୀ ଆକ୍ରମଣ ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା […]
ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କ’ଣ ରହିଛି ସେ ବାବଦରେ ଇମରାନ ଖାନ […]
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଧାନୁଆ ଘାଟିରେ ଆଜି ସଡ଼କ ଦୁର୍ଘଟଣା ଘଟି ୧୧ ଯାତ୍ରୀଙ୍କ ମୃତ୍ୟ ଘଟିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଡ୍ରାଇଭର ମହମ୍ମଦ ମୁଜାହିଦ୍, ଯାତ୍ରୀ ଉପେନ୍ଦ୍ର, ଆଦିତ୍ୟ କୁମାର, ଯୋଗେନ୍ଦ୍ର ପ୍ରସାଦ, ଭାରତୀ ଦେବୀ, ରାମ କ୍ରିଷନ ପ୍ରସାଦ, ରାମାନ୍ଦନ ପାଶ୍ୱାନ, ବଧାନି ମୁଣ୍ଡା, ଶିବଶଙ୍କର ପ୍ରସାଦ। ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ। ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ଟି ୨ ନମ୍ବର ଜାତୀୟ ରାଜପଥର ଧାନୁଆ […]
ଶ୍ରୀନଗର: ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ପଠାନକୋର୍ଟର ଏକ ସ୍ୱତନ୍ତ୍ର କୋର୍ଟ ଗାଁ ମୁଖିଆ ସାଞ୍ଜି ରାମ, ଦୁଇଜଣ ପୋଲିସ ଅଧିକାରୀ ଦୀପକ ଖଜୁରିଆ ଓ ସୁରେନ୍ଦର ବର୍ମା, ହେଡ କନେଷ୍ଟବଳ ତିଲକ ରାଜଙ୍କ ସହ ଅନ୍ୟ ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନିଜଣଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ତଥ୍ୟ, […]