ଶ୍ରୀନଗର: ନୂଆ ସରକାର ଗଠନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ କାଶ୍ମୀର ଗସ୍ତ କରିବେ। ଗସ୍ତ ବେଳେ ରାଜ୍ୟରେ ସାମରିକ ଓ ବେସାମରିକ କାର୍ଯ୍ୟକଳାପ ନେଇ ଆଲୋଚନା କରିବେ। ଏଥି ସହ ହୁରିୟାତ ନେତାଙ୍କ ସହ କଥାବାର୍ତ୍ତା ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ […]
ମୁମ୍ୱାଇ: ଭାଇଜାନ୍ ସଲମାନ ଖାନ୍ଙ୍କ ଆଉ ଏକ ଦବଙ୍ଗଗିରି। ତାଙ୍କ ନାମରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଧମକ ଏବଂ ମୋବାଇଲ୍ ଛଡ଼ାଇବାର ଅଭିଯୋଗ ଆସିଛି। ଏ ନେଇ ମୁମ୍ବାଇର ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ହେବ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ ମାସ ୨୪ ତାରିଖରେ ଅଶୋକ ତାଙ୍କ କ୍ୟାମେରାମ୍ୟାନ୍ ସହିତ ଜୁହୁରୁ କାନ୍ଦିଭାଲି ଅଭିମୁଖେ ଯାଉଥିଲେ। ଠିକ୍ ଏହି ସମୟରେ ସେ ସଲମାନ୍ ଖାନ୍ […]
ମୁମ୍ୱାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳି ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ହନିଫ୍ ସିଦ୍ଦିକି ନାମକ ବ୍ୟକ୍ତି ଦାଦର(ପଶ୍ଚିମ) ରେଲଓ୍ୱେ ଷ୍ଟେଶନ ବାହାରେ ବସିଥିବା ଜଣେ ପରିବା ବିକାଳୀ ପାଖରୁ ପରିବା କିଣିଥିଲେ। ଏଥିପାଇଁ ଏକ ପୁରୁଣା ୧୦ ଟଙ୍କିଆ ନୋଟ୍ ଦେଇଥିଲେ ସିଦ୍ଦିକି। […]
ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ସମୟରେ ହୋଇଥିବା ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ଏବେର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହାପରେ “ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଆନ୍ଧ୍ର ପ୍ରଶାସନ ପ୍ରଜା ବେଦିକାକୁ ଭାଙ୍ଗିବା କାମ ଆରମ୍ଭ କରିଛି। ସବୁଠୁ ବଡ଼ କଥା ହେଲା […]
ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ପୋମ୍ପିଓଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଦ୍ୱାରା ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ ହେବ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ପମ୍ପିଓ ଭିସା, ନାଗରିକତ୍ୱ, ଆମେରିକାରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନେଇ ଆଲୋଚନା କରିବେ […]
ଭୁବନେଶ୍ୱର:୨ କୋଟିପତିଙ୍କୁ ମାତ୍ ଦେଇ ବାଲେଶ୍ୱରରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା ଏବେ କାହିଁରେ କ’ଣ। ସେ କେବଳ ଓଡ଼ିଶାରେ ସୀମିତ ନରହି ଏବେ ସାରା ଦେଶରେ ପରିଚିତି ଓ ଖ୍ୟାତି ଲାଭ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚିତ ନନାଙ୍କ ଏକାଧିକ ସୋଶାଲ ମିଡିଆ ଆକାଉଣ୍ଟ ସମସ୍ତଙ୍କୁ ବେଶ୍ ଅଡ଼ୁଆରେ ପକାଇ ଆସୁଥିଲା। କିନ୍ତୁ ଆଜି ଏହାର […]
ଆଲିଗଡ଼: କଚୋଡ଼ି ଓ ସିଙ୍ଗଡ଼ା ବିକ୍ରି କରି ଜଣେ ବ୍ୟକ୍ତି ବର୍ଷକୁ ୬୦ରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବା ପରେ ଆୟକର ବିଭାଗ ସଂପୃକ୍ତ ବ୍ୟବସାୟୀଙ୍କୁ ନୋଟିସ୍ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ପ୍ରସିଦ୍ଧ ‘ମୁକେଶ କଚୋଡ଼ି’ ଦୋକାନ ମାଲିକଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଆୟକର ବିଭାଗ ଠାବ କରିବା ପରେ ଏଭଳି ନୋଟିସ୍ କରିଥିବା ଜଣାପଡ଼ିଛି। ଆଲିଗଡ଼ର ସୀମା ସିନେମା ହଲ୍ ପାଖରେ ‘ମୁକେଶ କଚୋଡ଼ି’ ଦୋକାନ ରହିଛି। ଏଠାରେ କଚୋଡ଼ି ସହ […]
ରାଞ୍ଚି:ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପୁଣେ: ଗାଁ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଣେର ଖେଦ ପୁଲିସ୍ ଜଣେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୁଲାନି ଗାଁରେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କ କ୍ଷେତକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିବା ସହ ଗାଁ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏହି କର୍ଣ୍ଣେଲ ଓ ଯବାନମାନେ ହାଇଦ୍ରାବାଦରେ […]
ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ଭୟଙ୍କର ଘଟଣା ଘଟିଛି। ବୁଲା କୁକରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶୁଶୁକୁ ଝୁଣି ମାରି ଦେବା ପରେ ତା’ ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବେହାତ ଅଞ୍ଚଳରେ ଥିବା ଦୟାଲପୁର ଗାଁରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ଶିଶୁ ଜଣଙ୍କୁ ତାଙ୍କ ପରିବାର ଲୋକ […]
ନୂଆଦିଲ୍ଲୀ: ଗୁଜରାଟ୍ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍ରେ ଅଲଗା ଅଲଗା ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଜୁଲାଇ ୫ରେ ଏହି ଦୁଇଟି ଆସନ ପାଇଁ ଭୋଟିଂ ହେବ। କିନ୍ତୁ ଅଲଗା […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା। ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧି ନିଜର ଇସ୍ତଫା ଡ୍ରାମାକୁ ବନ୍ଦ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ନେତାମାନଙ୍କୁ ରାହୁଲ ଗାନ୍ଧି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍କୀରରେ ଆତଙ୍କବାଦର ମୂଳପୋଛ କରିବାକୁ ମୋଦି ସରକାର ଅପରେସନ ଅଲଆଉଟକୁ ଅହେତୁକ ସଫଳତା ମିଳିଛି। ହେଲେ ଏହି ଅପରେସନ ଅଲଆଉଟ୍କୁ ଆତଙ୍କବାଦୀମାନେ ଫୁ’ କରି ଉଡ଼ାଇଛନ୍ତି। ୨୦୧୪ ତୁଳନାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କୀ କାର୍ଯ୍ୟକଳାପ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୬୧୪ରେ ପହଞ୍ଚିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କ୍ରୀଷ୍ଣା ରେଡ୍ଡୀ ଲୋକସଭାରେ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୧୬ରୁ ୨୦୧୯ […]
ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ କହିଲେ ଆଜିର ଦୁନିଆରେ ସାଧାରଣତଃ ଆଣ୍ଡ୍ରଏଡ ମୋବାଇଲକୁ ବୁଝାଏ। ଦେଶରେ ଏବେ ଏହି ମୋବାଇଲ ଫୋନ୍ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀଙ୍କର ପସନ୍ଦ କିନ୍ତୁ ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ନୁହେଁ। ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ପରିବର୍ତ୍ତେ ସୋଶାଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆପଲ ଆଇଫୋନ ବ୍ୟବହାର କରୁଥିବା ଜାଣିଥିଲେ। ଏବେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ […]