ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜୋରଦାର ଥିବା ବେଳେ ଏବେ ପୁଣି ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ ପରିସ୍ଥିତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମମତାଙ୍କୁ ପୁଣି ଜାରି ହେଲା ଆଉ ଏକ ନୋଟିସ୍। ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀ ସୁରକ୍ଷାବଳ ବିରୋଧରେ ମମତା ବାନାର୍ଜୀ ଭୁଲ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରଯାଇଛି। ଗୁରୁବାର ରାତିରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମମତା ବାନାର୍ଜୀ କେନ୍ଦ୍ରୀୟ ସୁରକ୍ଷାବଳଙ୍କ […]
ସିଲିଗୁଡ଼ି: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ସିଲିଗୁଡ଼ିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗଡୋଗ୍ରା ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନରୁ ଓହ୍ଲାଇବା ମାତ୍ରେ ହିଁ ସେ ଜଣେ ବ୍ୟକ୍ତିଙ୍କୁ ଦେଖି ଆଲିଙ୍ଗନ କରି ପକାଇଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ବ୍ୟକ୍ତି ଜଣକ କିଏ? ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ସେ ବ୍ୟକ୍ତି ଜଣଙ୍କର ମୋଦିଙ୍କ ସହ ଏଭଳି କି ସମ୍ପର୍କ […]
ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ରୂପା ଇଟା ପରେ ଏବେ ଉଦ୍ଧାର ହେଲା ବହୁ ପୁରାତ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ। ଗାଈ ବାଛୁରୀଙ୍କ ବହୁମୂଲ୍ୟ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ବହୁ ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏହାସହ ତାରକସୀ କାମ ସହ ରୂପାର ଫୁଲଦାନୀ, ଫୁଲ ମଧ୍ୟ ଉଦ୍ଧାର କରାଯାଇଛି। ଏହି ସବୁ ପୁରାତନ ସାମଗ୍ରୀ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବ ବୋଲି ଆଶା କରାଯାଉଛି। ତେବେ ଉଦ୍ଧାର ହୋଇଥିବା ବ୍ରୋଞ୍ଚ ଗାଈ-ବାଛୁରୀକୁ ଝୁଲଣ […]
ଉତ୍ତରପ୍ରଦେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣୁ ଏହି ପରିପ୍ରେକ୍ଷିରେ ବିଜେପି ଉନ୍ନାଓ ଜିଲ୍ଲା ପଞ୍ଚାୟତ ପାଇଁ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିସାରିଛି। ୫୧ଟି ୱାର୍ଡ ମଧ୍ୟରୁ ସଙ୍ଗିତା ସେଙ୍ଗରଙ୍କୁ ବିଜେପି ଫତେହପୁର ଚବିଶ ତୃତୀୟରେ ପ୍ରାର୍ଥୀ କରିଛି। ଏବେ ସେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସଙ୍ଗିତା ସେଙ୍ଗର ହେଉଛନ୍ତି, ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପତ୍ନୀ। ଯିଏକି ଏବେ ଜେଲରେ ଦିନ କାଟୁଛନ୍ତି। […]
ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର, ୪ଟି ଜିଲ୍ଲାରେ ଥିବା ସବୁ ସରକାରୀ ଓ ବେସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ସରକାରଙ୍କ ଏହି ଆଦେଶ ପରେ ଏବେ ଅଫିସଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ହିଁ ନେଇ କାମ କରିବାକୁ ପଡ଼ିବ। ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି […]
ଓଡ଼ିଶା ଇତିହାସ ସହ ପୁରା ଭାରତ ଇତିହାସ ଜଡ଼ିତ। ଏଭଳି କିଛି ସମ୍ବୋଧନ ସହ ଓଡ଼ିଶା ମାଟିକୁ ପ୍ରଶଂସାରେ ପୋତି ପକାଇଛନ୍ତି ମୋଦି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଓଡ଼ିଶା ଇତିହାସ’ ନାମକ ଏକ ବହିର ହିନ୍ଦୀ ସଂସ୍କରଣର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଲେଖିଥିଲେ। ପିଏମ୍ ମୋଦି ହରେକୃଷ୍ଣ ମହତାବଙ୍କୁ ମନେ ପକାଇ ଭୂୟସୀ ପ୍ରଶଂସା କରିଥିଲେ। ଏହାସହ ତାଙ୍କ ସହ ଜଡ଼ିତ କିଛି ଘଟଣାକୁ ମଧ୍ୟ ମନେ […]
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତ ସପ୍ତାହରେ ଏକ ବ୍ୟୁଟି କୁଇନ୍ କଣ୍ଟେଷ୍ଟ ହୋଇଥିଲା। ଏଥିରେ ଜଣେ ସୁନ୍ଦରୀଙ୍କୁ ପ୍ରଥମେ ବିଜେତା ଘୋଷଣା କରାଯାଇଥିଲା। ହଲ୍ରେ ଏହି ଶୋ’ରେ ସାମିଲ ଥିବା ଜଣେ ମିସେସ୍ ୱାର୍ଲ୍ଡ ଉକ୍ତ ବିଜେତାଙ୍କଠାରୁ ତାଙ୍କ ବିଜୟ ମୁକୁଟ ଛଡ଼ାଇ ଆଣିଥିଲେ। ଏମିତିକି ଆଉ ଜଣେ ସୁନ୍ଦରୀଙ୍କୁ ଏହି ବିଜୟ ମୁକୁଟ ପିନ୍ଧିଥିଲେ। ମିସେସ ୱାର୍ଲ୍ଡଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ପୋଲିସ ଗିରଫ କରିଛି। ସର୍ବ ସମ୍ମୁଖରେ ଏଭଳି ଘଟଣା ଘଟିଥିଲା। ଏହାର […]
ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ହେଉଛି ପ୍ରଚାରର ଶେଷ ଦିନ । ଗୁରୁବାର ସନ୍ଧ୍ୟା ପରେ ଆଉ ସୁଭିବନି ପ୍ରଚାର ଗାଡ଼ିର ଶବ୍ଦ, କି ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ନାହିଁ ଅନୁମତି। ଏହି ପର୍ଯ୍ୟାୟରେ ୪୪ ଟି ଆସନ ପାଇଁ ଆସନ୍ତା ୧୦ ତାରିଖ ଦିନ ମତଦାନ ଗ୍ରହଣ କରାଯିବ। ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ବିଜେପି ଷ୍ଟାର ପ୍ରଚାରକ ମିଥୁନ ଚକ୍ରବର୍ତ୍ତୀ ରୋଡ୍ ଶୋ’ ଶେଷ କରି ଫେରୁଥିବା ବେଳେ ତାଙ୍କ ଟିମରେ […]
west bengal election jaya bachcan push individual road show video
କୋଲକତା: ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ। କହିଲେ, ୪୮ ଘଣ୍ଟାରେ ଜବାବ ଦିଅ। ମମତାଙ୍କ ଗଡ଼ କୁହଯାଉଥିବା ପଶ୍ଚିମବଙ୍ଗରେ ଏବେ ଖୋଦ୍ ମମତାଙ୍କ ସ୍ଥିତି ଟଳମଳ ହେଲାଣି। କିଏ ଯିବ କିଏ ହାରିବ, କାହାର ସରକାର ହେବ ସେନେଇ ଟିଏମସି ନେତା ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି। ଗୋଟିଏ ପଟେ ମମତା ଛାତି ପିଟି ସରକାର ଗଠନ କରିବେ ବୋଲି ନିର୍ବଚନୀ ସଭା ମଞ୍ଚରେ କହୁଥିବା ବେଳେ ତାଙ୍କ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ‘ପରୀକ୍ଷାକୁ ନେଇ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛନ୍ତି। ପରୀକ୍ଷାକୁ ନେଇ କାହା ମନରେ ଡର ନାହିଁ ବରଂ ଅନ୍ୟ କୌଣସି କାରଣ ପାଇଁ ଡର ଲାଗୁଛି। ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ […]
ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ […]
କୁଚବେହାର: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାରତା ଓ ମାନବିକତାର ପରିଚୟ ସାମ୍ନାକୁ ଆସିଲା। ପଶ୍ଚମବଙ୍ଗରେ ର୍ନିବାଚନୀ ପ୍ରଚାର ବେଳେ ମମତାଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ଅଚାନକ ନରମ ପଡ଼ିଗଲା।
ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡ଼ରେ ଅଖାପାଲ ପକେଇ ପରିବା ଦୋକାନ ଖୋଲି ଗରାଖ ଈଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବାଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି, ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ କର୍ଫୁ ଭଳି କଟକଣା ଥିଲେ ବି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ପାଇଁ କଟକଣା ନ ଥାଏ। ତେଣୁ ବୁଢା ଲୋକ ଜଣକ ନିର୍ଦ୍ୱନ୍ଦ୍ୱରେ ଦୋକାନ ଖୋଲି ବସିଥାନ୍ତି। କାଁ ଭାଁ ଲୋକ […]
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଅନୁଆଲ ରିଫ୍ରେସର ପ୍ରୋଗ୍ରାମ ଇନ ଟେଷ୍ଟିଙ୍ଗ (ARPIT) ପରୀକ୍ଷା -2020 କୁ ସ୍ଥଗିତ ରଖିଛି ଯାହା ଏପ୍ରିଲ 10, 2021 ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା ।ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଏନଟିଏ କହିଛି।ପରୀକ୍ଷଣର ସଂଶୋଧିତ ତାରିଖ ଏବଂ ପରୀକ୍ଷାର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ସବିଶେଷ […]
ନୂଆଦିଲ୍ଲୀ: କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CICSE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସୋମବାର ପରୀକ୍ଷା ସୂଚୀକୁ ସଂଶୋଧନ କରିଛି। କିଛି ବିଷୟର ପରୀକ୍ଷା ତାରିଖ ପୁନଃନିର୍ଦ୍ଧାରଣ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ICSE (ଶ୍ରେଣୀ 10) ସଂଶୋଧିତ ସମୟସୀମା ଅନୁଯାୟୀ, ଅନାବଶ୍ୟକ ପରିସ୍ଥିତି ଯୋଗୁଁ ମେ 13 ଏବଂ ମେ 15 ରେ କୌଣସି ପରୀକ୍ଷା ଧାର୍ଯ୍ୟ କରାଯାଇ ନାହିଁ । ICSE ଦଶମ ପରୀକ୍ଷା 2021 ସଂଶୋଧିତ କାର୍ଯ୍ୟସୂଚୀ । […]
ହାଇଦ୍ରାବାଦ୍: ନୂଆବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସି ନେଇ ଆସିଛି। କାହିଁକି ଜାଣନ୍ତି ? ସେମାନଙ୍କୁ ମନ ଖୁସି କରିବା ପରି ଉପହାର ଦେଉଛନ୍ତି ସରକାର। ଛତିଶଗଡ଼ ସରକାରୀ କର୍ମଚାରୀଙ୍କ ପାଇଁ ଏପରି ନୂଆବର୍ଷ ଭେଟି ଦେଇଛନ୍ତି ସେଠିକାର ସରକାର। ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ଦରମା ବୃଦ୍ଧି କରିବା ସହ ସେମାନଙ୍କୁ ବକେୟା ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ପ୍ରାୟ ୫ ଲକ୍ଷ ର୍କଚାରୀ […]