ମୁମ୍ବାଇ: ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ମୁମ୍ବାଇ, ନଭି ମୁମ୍ବାଇ ଓ ଥାନେ ଅଂଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। […]
ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି […]
ନୂଆଦିଲ୍ଲୀ: ଡକ୍ଟର କଲାମ୍, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍’ ଅବୁଲ ପାକିର ଜୈନୁଲାବ୍ଦୀନ୍ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ ପକାଇଛନ୍ତି। Tamil Nadu: Family of former President Dr #APJAbdulKalam pay tribute at Dr APJ Abdul Kalam memorial in Rameswaram earlier […]
ଶ୍ରୀନଗର: ଆଜି ସକାଳେ ଶୋପିଆନ୍ ଅଞ୍ଚଳର ବୋନା ବଜାରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ମୁଲ୍ଲା ଲାହୋରି ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ଭାରତର ଟାର୍ଗେଟରେ ଥିଲା ନିହତ ଆତଙ୍କବାଦୀ ମୁନ୍ନା ଲାହୋରୀ। ଆଇଇଡି ବୋମା ତିଆରି କରିବାରେ […]
ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା ଅପହରଣ କରୁଥିବା ଏକ ଗ୍ୟାଙ୍ଗ୍ ବେତୁଲ୍ ଜିଲ୍ଲାରେ ଘୁରି ବୁଲୁଛି। ଏଥିପାଇଁ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତିନିଜଣ ସ୍ଥାନୀୟ କଂଗ୍ରେସ ନେତା ଧର୍ମେନ୍ଦ୍ର […]
ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା […]
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ ଆଇଡ଼ିଆ କୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇଛି ଜିଓ। ଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଁଚିଛି। ଖୋଦ୍ କମ୍ପାନୀ ନିଜର […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଯୋଗ ଗୁରୁ ରାମଦେବଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଆଲୋଚନା ହେଉଛି ଯେ, ବାବା ରାମଦେବ ଜର୍ମାନୀରେ ନିଜର ଆଣ୍ଠୁ ଅପରେଶନ କରାଇଛନ୍ତି। ତେଣୁ ନିଜେ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ସ୍ଲୋଗାନ ଦେଉଥିବା ବାବା ବିଦେଶରେ ନିଜର ଚିକିତ୍ସା କରାଉଛନ୍ତି ବୋଲି କହି ଲୋକମାନେ ତାଙ୍କର ସମାଲୋଚନା କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋଟି କୌଣସି ହସ୍ପିଟାଲ ଭିତରର ଭଳି ଜଣାପଡ଼ୁଛି। ଯେଉଁଥିରେ […]
ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ରହିଛି। ଟ୍ରେନ୍ର ଅଧା ଭାଗ ପାଣିରେ ବୁଡ଼ିଯାଇଛି। ଟ୍ରେନ୍ରେ ପାଖାପାଖି ୭୦୦ ଯାତ୍ରୀ ଥିବା ସେଣ୍ଟ୍ରେଲ୍ ରେଳବାଇର ଡିଆର୍ଏମ୍ ସୂଚନା ଦେଇଥିବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳକୁ ୮ଟି ଡଙ୍ଗା ସହିତ ୪ଟି ଏନ୍ଡିଆର୍ଏଫ୍ ଟିମ୍ ପଠାଇ ଯାଇଛି। ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖିପାରୁ ନାହାନ୍ତି। ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମା ତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ଦୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ। ବାଚସ୍ପତି କଂଗ୍ରେସ ବିଧାୟକ ହୋଇଥିବାରୁ ଶାସକ ଦଳ ବିଜେପି ପାଇଁ ଗୃହ ଚଳାଇବା କଷ୍ଟକର ହୋଇପାରେ। ଏଥିସହ ବିଦ୍ରୋହୀ ୧୪ […]
ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ ୧୧ଟି ଫ୍ଲାଇଟ୍ର ଉଡ଼ାଣ ବାତିଲ୍ କରା ଯାଇଥିବା ବେଳେ ଅନ୍ୟ କେତେକ ବିମାନ ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା […]
ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]
ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ […]
ହାଇଦ୍ରାବାଦ: ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ୍ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍ଙ୍କ ହତ୍ୟା ପାଇଁ ଆରଏସ୍ଏସ୍ ଦାୟୀ। ସେ ଆହୁରି […]
ଭୁବନେଶ୍ୱର: ବିଧାନସଭା ସଦସ୍ୟ ଭାବେ ଶପଥ ନେଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ସାବିତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ବିଜେଡିର ବହୁ ମହିଳା ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ପାଟକୁରା ନିର୍ବାଚନରେ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ବିଜେପିର ବିଜୟ ମହାପାତ୍ରଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍ ଏହାର ତଦନ୍ତ କରି ଚାର୍ଜଶିଟ୍ ପ୍ରସ୍ତୁତ କରିଛି। ଚାର୍ଜଶିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ ଥିବା ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ବିବାଦୀୟ ଇସ୍ଲାମ ଧର୍ମ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସ୍ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି। ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଵୀଶ କୁମାର କହିଛନ୍ତି। ସେ କହିଛନ୍ତି, “ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ କ୍ୟାମ୍ପ ରହିଛି। ଏଥିସହ […]
ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ ଦଳର। ସେମାନେ ହେଲେ ଆର ଶଙ୍କର,ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲି। ଏମାନଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍ର ସେଡ୍ୟୁଲ ୧୦ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି। […]