ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍ଙ୍କ ପୁଅକୁ ଆଜି ପୁଲିସ୍ ଗିରଫ କରିଛି। ପୁଲିସ୍ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଆଜମ ଖାନ୍ଙ୍କ ପୁଅ ଅବଦୁଲ୍ଲା ପୁଲିସ୍ର ଯାଞ୍ଚରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହାପୂର୍ବରୁ ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ପାସ୍ପୋର୍ଟ ହାତେଇ ଥିବାରୁ ଗତକାଲି ଅବଦୁଲ୍ଲାଙ୍କ ନାଁରେ ଆଉ ଏକ ଏଫ୍ଆଇଆର […]
ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ। ଧୋନି ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଏହି ଡ୍ୟୁଟି […]
ଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍ ଦୁର୍ଘଟଣାର ୧୫ ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ଜେଲରେ ଥିବା ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ। ତେବେ ଏହା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ପାଖରେ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟ୍ରକ ଦୁର୍ଘଟଣାର ପାଖାପାଖି ୧୫ ଦିନ ପୂର୍ବରୁ ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଖୁଡ଼ୀ ଚିଠି ଲେଖିଥିଲେ ବୋଲି […]
ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ‘ଟ୍ରିପଲ ତଲାକ୍’ ବିଲ୍ ପାରିତ ହେବା ପରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ରେ ମୋଦି ଲେଖିଛନ୍ତି, “ଏହା ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ।” तीन तलाक बिल का पास होना महिला सशक्तिकरण की दिशा में एक बहुत बड़ा कदम है। तुष्टिकरण के नाम पर देश की करोड़ों माताओं-बहनों को उनके अधिकार से वंचित रखने […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ବିଲ୍ ବା ଟ୍ରିପଲ ତଲାକ୍ ବିଲ୍ ଶେଷରେ ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରର ଏହା ବୃହତ ରାଜନୀତିକ ବିଜୟ ବୋଲି କୁହାଯାଉଛି। ଦୀର୍ଘ ଡିବେଟ୍ ପରେ ଭୋଟିଂ ଡିଭିଜନ୍ ଜରିଆରେ ଏହା ୯୯-୮୪ ଭୋଟ୍ରେ ପାରିତ ହୋଇଛି। ଏହା ପୂର୍ବରୁ ଏହି ବିଲ୍କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍ […]
ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ନିଜ ଦଳର ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଛନ୍ତି। ତେବେ ଏହି ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଦଳରୁ ଦୀର୍ଘଦିନ ହେଲା ନିଲମ୍ବିତ କରାଯାଇଥିବା ଆଜି ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସଫେଇ ଦେଇଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି, “କୁଲଦୀପ […]
ଶ୍ରୀନଗର: ଜମ୍ମୁକଶ୍ମୀର ସୀମାରେ ପୁଣି ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ପାକିସ୍ତାନ। ଆଜି ଅପରାହ୍ଣରେ ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବହୁଦିନ ପରେ ଦୁଇ ଦେଶ ମଧ୍ୟରେ କମାଣ ଜରିଆରେ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଜବାବରେ ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ୨ ପାକିସ୍ତାନୀ ସୈନିକ ଟଳିଥିବାର ସୂଚନା ମିଳିଛି। ଜମ୍ମୁକଶ୍ମୀରର ଟଙ୍ଗଧର, ଫର୍କିଆନ୍ ଏବଂ ସୁନ୍ଦରବନୀ ଅଞ୍ଚଳରେ ଥିବା […]
ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି। କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍ସିପିକୁ ଶକ୍ତ ଝଟ୍କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର ୪ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। କଂଗ୍ରେସ ବିଧାୟକ କାଲିଦାସ କୋଲାମ୍ବକର ଓ ଏନ୍ସିପିର ୩ ବିଧାୟକ ଶିବେନ୍ଦର ସିନରାଜେ ଭୋସଲେ, ବୈଭବ ପିଚାଦ ଓ ସନ୍ଦୀପ ନାୟକ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଉ ବାଗଡେଙ୍କୁ ପୃଥକପୃଥକ ଭାବେ ସାକ୍ଷାତ କରି ନିଜ ପଦରୁ ଇସ୍ତଫା […]
ହାଇଦ୍ରାବାଦ: ପ୍ରୋସେସନ ଚାଲିଥିବା ବେଳେ ମଦ୍ୟପ ଯୁବକ ଜଣେ ପୁଲିସ୍ ଅଫିସରଙ୍କୁ କିସ୍ କରି ଗିରଫ ହୋଇଛନ୍ତି। ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ପୁଲିସ୍ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ରବିବାର ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି ବାର୍ଷିକ ପର୍ବରେ ପ୍ରୋସେସନ ବାହାରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ଭାନୁ ନାମକ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ସବ୍ […]
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡୁ ଗତକାଲି ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜୟପାଲ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ। ହେଲେ ସ୍ମୃତିଚାରଣ ବେଳେ ଶ୍ରୀ ନାଇଡୁ ତାଙ୍କର ଘନିଷ୍ଠ ବନ୍ଧୁ ଜୟପାଲଙ୍କ ପୁରୁଣା କଥାକୁ ମନେପକାଇ ଅଧ୍ୟକ୍ଷ ଚେୟାରରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ। ‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି’ ବୋଲି ବାଚସ୍ପତି ରମେଶ କୁମାର ଇସ୍ତଫା ଦେବା ବେଳେ କହିଥିଲେ। ଏହାପରେ ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବାଚସ୍ପତି। ସେ କହିଛନ୍ତି ଦୀର୍ଘ […]
ଆମେଠି: ଉତ୍ତର ପ୍ରଦେଶରେ ଆଇନ୍ଶୃଙ୍ଖଳା ପରିସ୍ଥିତି କେମିତି ବିଗିଡ଼ି ଯାଇଛି, ତା’ର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆମେଠିରେ ରହୁଥିବା ଜଣେ ପୂର୍ବତନ ଆର୍ମି ଅଫିସରଙ୍କୁ ତାଙ୍କ ଘର ମଧ୍ୟରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଶନିବାର ରାତିରେ ‘ଗୋଡିୟାନ କା ପୂର୍ବା’ ଗାଁରେ ଏଭଳି ଘଟଣା ଘଟିଛି। ଅବସରପ୍ରାପ୍ତ ଆର୍ମି ଅଫିସର ଅମାନୁଲ୍ଲା ଓ ତାଙ୍କ ପତ୍ନୀ ଘରେ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘର […]
ନୂଆଦିଲ୍ଲୀ: ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘Man vs Wild’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୧୨ ଅଗଷ୍ଟରେ ଡିସ୍କଭରି ଚ୍ୟାନେଲରେ ରାତି ୯ଟାରେ ପ୍ରସାରଣ ହେବ। ଶୋ’ର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ ୧୮୦ଟି ଦେଶର ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ […]
ମୁମ୍ବାଇ: କ୍ଲାସରୁମ୍ରେ ପଶିଗଲା ଗାଈ। ବମ୍ବେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-IITରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଏକ ଗାଈ ଭିତରକୁ ପଶିଆସିଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମଜା ଉଠାଇବା ସହ ଗାଈଟିକୁ ବାହାରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ କିଛି ସମୟ ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଆଇଆଇଟି ବମ୍ବେ ଭଳି ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନର କ୍ଲାସରୁମ୍କୁ ଗାଈ ପଶିବାର ଏହି ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଗତ ଶନିବାର ଏହି କୌତୂହଳପୂର୍ଣ୍ଣ ଘଟଣା […]
ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଆଜି କ୍ଷମା ମାଗିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ସଦସ୍ୟଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ଯଦି ତାଙ୍କର ମନ୍ତବ୍ୟ ଦ୍ୱାରା ସେ ଅପାମାନିତ ହୋଇଥାନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ସେ ଜଣାଇଛନ୍ତି। ଆଜମ୍ ଖାନ୍ କ୍ଷମା ମାଗିବା ପରେ ସାଂସଦ ରମା ଦେବୀ କହିଛନ୍ତି ଆଜମ ଖାନ୍ ଅଭ୍ୟାସଗତ ଭାବେ ମହିଳାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା […]
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭାରତୀୟ ପରିବାରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏମାନେ ବିଦେଶରେ ଏମିତି କାଣ୍ଡ କରିଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି କାରନାମା ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲାଜରେ ତଳକୁ ନଇଯିବ। ଘଟଣାଟି ଇଣ୍ଡୋନେସିଆ ବାଲିର ବୋଲି କୁହାଯାଉଛି। ଏକ ଭାରତୀୟ ପରିବାର ଛୁଟି ମନାଇବା ପାଇଁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏକ ହୋଟେଲ୍ରେ ରହିଥିଲେ। ହେଲେ ଯେଉଁଦିନ ସେମାନେ ହୋଟେଲ୍ ରୁମ୍ […]
ବେଙ୍ଗାଲୁର: କର୍ଣ୍ଣାଟକ ନାଟକର ଯବନିକା ପଡ଼ିଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା। ୧୦୫ ବାଚନିକ ଭୋଟ୍ରେ ସେ ବିଜୟୀ ହୋଇଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାଲାଗି ୟେଦ୍ଦୁରପ୍ପାଙ୍କ ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଏଥିରେ ସେ ସଫଳ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ୍କୁ ୯୯ଟି ଭୋଟ୍ ମିଳିଛି। ଗତ ସପ୍ତାହରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି ସୂତ୍ର ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ହମ୍ଲା ନେଇ ପ୍ରାଥମିକ ସୂଚନା ପାଇବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି କଶ୍ମୀର ଉପତ୍ୟକାରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍ଶିପ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। I have won the People's Choice Prize at USA for My SandArt […]
ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା ଲାଗୁ ହୋଇଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ୟେଦ୍ୟୁରୁପ୍ପା ନେତୃତ୍ୱାଧୀନ ବିଜେପି ସରକାର ସୋମବାର […]
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମାଲ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନାମରେ ଯେଉଁ ଅନିୟମିତତା ଅଭିଯୋଗ ରହିଛି ତାହା କିଙ୍ଗଫିଶର ଏୟାରଲାଇନ୍ସ ସହ ଜଡ଼ିତ। ତେଣୁ ତାଙ୍କର ଅନ୍ୟ ସମ୍ପତ୍ତି ଜବତ କରାନଯାଉ […]