• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

11
ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ; ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲା ମୋଲୁ-ଚିତ୍ରଗାମରେ ଯବାନଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଲୁ-ଚିତ୍ରଗାମରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗତ ରାତିରୁ ମିଳିତ ବାହିନୀ ଅପରେସନ ଆରମ୍ଭ କରିଥିଲେ। ମିଳିତ ବାହିନୀ ଚାରିପଟୁ ଘେରି ଯିବା ସହ ଆତ୍ମସମର୍ପଣ ପାଇଁ କହିଥିଲେ। ହେଲେ ଲୁଚି ରହିଥିବା ସ୍ଥାନରୁ ଆତ୍ମସମର୍ପଣ ପରିବର୍ତ୍ତେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ।

  • Wednesday, 21 July 2021
dulhan
ଚୀନ ବଜାରରେ ବିକ୍ରି ହେଉଛନ୍ତି ପାକିସ୍ତାନୀ ନବବଧୂ! କାହିଁକି ଜାଣନ୍ତୁ...

ବେଇଜିଂ: ଚୀନ ବଜାରରେ ବିକ୍ରି ହେଉଛନ୍ତି ପାକିସ୍ତାନୀ ଯୁବତୀ। ଯୁବତୀ କହିଲେ ଭୁଲ୍‌ ହେବ, ନବବଧୂ। ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହ ନାମରେ ପାକିସ୍ତାନୀ ଯୁବତୀଙ୍କୁ ଚୀନ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ଖୋଳତାଡ଼। ସେତିକି ନୁହେଁ, ପାକିସ୍ତାନ ଯୁବତୀଙ୍କୁ ମିଛ କଥାରେ ଫସେଇ ଚୀନ ଯୁବକମାନ ଏଠାକୁ ଆଣି ବିବାହ ମଧ୍ୟ କରୁଛନ୍ତି। ହେଲେ ବିବାହ ପରେ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। […]

  • Wednesday, 21 July 2021
pi
ଟଏଲେଟ୍‌ ପାଣିରେ ତିଆରି ହେଉଛି ଇଡ୍‌ଲି,ଦେଖନ୍ତୁ ଭିଡିଓ

ମୁମ୍ବାଇ: ରାସ୍ତା କଡ଼ରେ ଇଡ୍‌ଲି ଦୋକାନ କରିଥିବା ଜଣେ ବ୍ୟବସାୟୀ ଟଏଲେଟ୍‌ ପାଣିରେ କେମିତି ଚଟଣୀ ତିଆରି କରୁଛନ୍ତି, ତା’ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ବୋରିଭଲି ରେଳ ଷ୍ଟେସନ ନିକଟରେ ଥିବା ଟଏଲେଟ୍‌ର ଟ୍ୟାପ୍‌ରୁ ପାଣି ଆଣି ଏହାକୁ ଚଟଣୀ ତିଆରିରେ ବ୍ୟବହାର କରୁଥିବାର ଭିଡିଓ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଫ୍‌ଡିଏ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ୪୫ ସେକେଣ୍ଡର […]

  • Wednesday, 21 July 2021
pratap
ମୋଦି ସରକାରରେ ସବୁଠାରୁ ଗରିବ ମନ୍ତ୍ରୀ ପ୍ରତାପ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍‌ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ଟଙ୍କା। ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଠାରେ ତାଙ୍କର ଲଢ଼େଇ ଦୁଇ କୋଟିପତି ପ୍ରାର୍ଥୀଙ୍କ ସହ ହୋଇଥିଲେ ହେଁ ‘ନନା’ […]

  • Wednesday, 21 July 2021
wa-6
ଜୁନ୍‌ ୧୭ରେ ବସିବ ଏନ୍‌ଡିଏର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହେବ। ଆରମ୍ଭ ହେଉଥିବା ସଂସଦର ଏହି ବିଜେଟ୍‌ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଏହି ଅଧିବେଶନ ମଧ୍ୟରେ ଏନ୍‌ଡିଏ-୨ ସରକାର ପୂର୍ଣ୍ଣକାଳୀନ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ। ଏହା ପୂର୍ବରୁ ଅର୍ଥାତ ଜୁନ୍‌ ୧୯ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ଅସ୍ଥାୟୀ ବାଚସ୍ପତି ହୋଇଥିବା ମାନେକା ଗାନ୍ଧି ଆସନ୍ତା ଗୁରୁବାର […]

  • Wednesday, 21 July 2021
Capture
ସୋନିଆ ହେଲେ କଂଗ୍ରେସର ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳ ନେତା ଭାବେ ସୋନିଆ ଗାନ୍ଧି ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ସଂସଦୀୟ ଦଳ ନେତା ଚୟନ ନେଇ ଆଜି ସାଂସଦଙ୍କ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧିଙ୍କ ନାଁ ମନମୋହନ ସିଂହ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଅନ୍ୟମାନେ ସମର୍ଥନ କରିଥିଲେ। ଏହା ଘୋଷଣା ପରେ ସଂସଦରେ ଦଳର ମୁଖିଆ ଦାୟିତ୍ୱ କିଏ ନେବ, ସେ ନେଇ ଲାଗି ରହିଥିବା ସସ୍‌ପେନ୍ସର ଅବସାନ ଘଟିଛି। କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି […]

  • Wednesday, 21 July 2021
mamta
'ଜୟ ଶ୍ରୀରାମ' ଶୁଣି ରାଗିଗଲେ ଦିଦି

କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଶ୍ରଦ୍ଧାରେ ସମ୍ବୋଧନ କରାଯାଉଥିବା ଏହି ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଁକି ରାଗରେ ପାଚି ଲାଲ ହୋଇଯାଉଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଗତକାଲି ୨୪ ପ୍ରଗଣା ଅଞ୍ଚଳରେ ମମତା ଗାଡ଼ିରେ ଯାଉଥିବାବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା କିଛି ଲୋକ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହା ଶୁଣିବା ମାତ୍ରେ ରାଗରେ ତମତମ ହୋଇ […]

  • Wednesday, 21 July 2021
modi--
ମୋଦିଙ୍କ ଟିମ୍‌ରେ କିଏ ସରପ୍ରାଇଜ୍‌ ପ୍ୟାକେଜ୍‌, ଜାଣନ୍ତୁ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ ‘ସରପ୍ରାଇଜ୍‌ ପ୍ୟାକେଜ୍‌’ ହେଉଛନ୍ତି ଏସ୍‌ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍‌ ଜୟଶଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। […]

  • Wednesday, 21 July 2021
D4QdKKnU4AAPHNf
ଦିନେ ବସ୍‌ରେ ଦଳୀୟ ଟିକଟ ହଜାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ‘ନନା’

ନୂଆଦିଲ୍ଲୀ: ‘ଓଡ଼ିଶାର ମୋଦି’ ଓ ‘ନନା’ ଭାବେ ପରିଚିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମୋଦିଙ୍କ ଟିମ୍‌ରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇ ଏମ୍‌ଏସ୍‌ଏମ୍‌ଇ, ପଶୁ, ଗୋ ସମ୍ପଦ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ଦାୟିତ୍ୱ ପାଇଛନ୍ତି। ତେବେ ନିଜର ସାଦା ସିଧା ଜୀବନ ଶୈଳୀ ପାଇଁ ଜଣାଣୁଣା ‘ନନା’ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଛନ୍ତି। ଏହାପୂର୍ବରୁ ୨୦୦୪ ଓ ୨୦୦୯ରୁ ଓଡ଼ିଶାର ବିଧାନସଭାକୁ ପ୍ରତାପ ଷଡ଼ଙ୍ଗୀ ନିର୍ବାଚିତ ହୋଇଥିଲେ। କିନ୍ତୁ […]

  • Wednesday, 21 July 2021
55
ଦୁଇ ଦୁଇଥର ମୋଦିଙ୍କ ଶପଥ ଉତ୍ସବରେ କାହିଁକି ସାମିଲ ହେଉନାହାନ୍ତି ମୋଦିଙ୍କ ପରିବାର, ଜାଣନ୍ତୁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି ଉପସ୍ଥିତ ରହିବେ କିନ୍ତୁ ମୋଦିଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ। ଆଜିର ଏହି ଶପଥ ଉତ୍ସବରେ ମୋଦିଙ୍କ ପରିବାରରୁ କେବି ବି ସାମିଲ୍‌ ହେବେ ନାହିଁ। […]

  • Wednesday, 21 July 2021
9
କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ

ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ କଳ୍ପନା ଦାଶଙ୍କ ମୃତଦେହ କାଠମାଣ୍ଡୁ ବିମାନବନ୍ଦରରେ ଆସି ପହଞ୍ଚିଛି। ଏହାପରେ କାଠମାଣ୍ଡୁରୁ ଭୁବନେଶ୍ୱର ଅଣାଯିବ। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଥିଲେ ସେର୍ପା। ଗତକାଲି ଅପରାହ୍ନ ଗୋଟାଏରେ କଳ୍ପନାଙ୍କ ମୃତଦେହ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର ହୋଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇନପାରିନଥିଲା। ସେର୍ପା ଟିମ୍ ଦ୍ୱାରା ସଫଳତାର ସହ ମୃତଦେହକୁ ତଳକୁ ଅଣାଯାଇଥିଲା। ଏହାପରେ ସରକାରୀ ବିଧି […]

  • Wednesday, 21 July 2021
8
କଂଗ୍ରେସ ନେତାଙ୍କ ସହିତ ୱାନ୍‌-ଟୁ-ୱାନ୍‌

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆଜି ସମୀକ୍ଷା ଆରମ୍ଭ ହୋଇଛି। ବିଧାୟକ ଓ ନେତାଙ୍କ ସହ କେନ୍ଦ୍ରୀୟ କମିଟି ୱାନ୍‌-ଟୁ-ୱାନ୍‌ ଆଲୋଚନା କରୁଛନ୍ତି। ବୈଠକରେ ଜଣ ଜଣ କରି ବିପର୍ଯ୍ୟୟର କାରଣ ଓ ନିରାକରଣ ବିଷୟରେ କହିଛନ୍ତି। ସମୀକ୍ଷା ବୈଠକରେ ମତ ରଖିବା ପରେ ବିଧାୟକ ସୁରେଶ ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଏଆଇସିସି ଅଧ୍ୟକ୍ଷ ପଦ ବଜାୟ ରଖିବା ପାଇଁ ପ୍ରସ୍ତାବ ପାରିତ କରାଯିବ। ସେହିପରି ବିଧାୟକ ଦଳ ନେତା […]

  • Wednesday, 21 July 2021
JAGAN-REDDY
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ।  ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍‍.ଏଲ୍‍. ନରସିଂହନ୍‍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମ୍‌କେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ […]

  • Wednesday, 21 July 2021
Schools-To-Remain-Close-Till-April-20-As-Odisha-Boils-Under-Heat-Wave-660x330
ଆଉ ଦୁଇଦିନ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ବିଭିନ୍ନ ଜିଲ୍ଲାରେ ଦ୍ୱିପ୍ରହର ସମୟରେ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଅଜୟ ପାତ୍ର କହିଛନ୍ତି,“ଆସନ୍ତା ଦୁଇ ଦିନ ଯାଏ ତାତି ଲାଗି […]

  • Wednesday, 21 July 2021
Capture
ରେଳ ଷ୍ଟେସନରୁ ୨୦ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ଗତକାଲି ୨୦ ଜଣ ଦାଦନ ଶ୍ରମିକଙ୍କୁ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ୮ ଜଣ ପୁରୁଷ ରହିଛନ୍ତି। ସମସ୍ତଙ୍କ ଘର କୋରାପୁଟ ଜିଲ୍ଲା ପଞ୍ଚଡ଼ା ଗାଁରେ। ଏମାନେ ଆନ୍ଧ୍ରର ଏକ ସୂତାକଳକୁ କାମ କରିବାକୁ ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ମାନବିକ ଅଧିକାର କର୍ମୀ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାସହ ଜଣେ […]

  • Wednesday, 21 July 2021
kalpana
ଆଜି କାଠମାଣ୍ଡୁରେ ପହଞ୍ଚିବ କଳ୍ପନାଙ୍କ ମୃତଦେହ

ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହିଣୀ କଳ୍ପନା ଦାସଙ୍କ ମୃତଦେହକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଛନ୍ତି ସେର୍ପା ଟିମ୍‌। ସେଠାରୁ ହେଲିକପ୍ଟର ମାଧ୍ୟମରେ ଲୁକ୍ଲା ଅଣାଯିବ। ପରେ ସରକାରୀ ବିଧି ପ୍ରକ୍ରିୟା ସରିବା ପରେ ଆଜି ସୁଦ୍ଧା କାଠମାଣ୍ଡୁକୁ ମୃତଦେହ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉ କି, କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ ସେଠାରେ ପୂର୍ବରୁ ପରିବାର […]

  • Wednesday, 21 July 2021
Santosh Gangwar PTI-1558986530
ଲୋକସଭାର କାମଚଳା ବାଚସ୍ପତି ହେଲେ ସନ୍ତୋଷ ଗଙ୍ଗୱାର୍‌

ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି। ସନ୍ତୋଷ ଗଙ୍ଗୱାର ହେଉଛନ୍ତି ଲୋକସଭାର ୧୭ତମ ବାଚସ୍ପତି। ସେ ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆଠ ଆଠଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗଙ୍ଗୱାର୍ ଜଣେ ଅନୁଭବୀ ନେତା। ଉତ୍ତରପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଛନ୍ତି।

  • Wednesday, 21 July 2021