ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍ କରିଛି। Thank you for standing by […]
ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ। ଆଉ ଏଥିପାଇଁ ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ। ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ବିଭିନ୍ନ ବୈଷୟିକ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନବ ମହାକାଶ ଯାନ କେନ୍ଦ୍ର (ଏଚ୍ଏସ୍ଏଫ୍ସି)ର ନିର୍ଦ୍ଦେଶକ ଡକ୍ଟର ଏସ୍ ୟୁନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ଏକ […]
ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ ଏହି କଂଗ୍ରେସ ନେତାଙ୍କୁ ହସ୍ପିଟାଲ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେ ହସ୍ପିଟାଲରେ ଆଡମିଟ୍ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ତାଙ୍କୁ ନୂଆଦିଲ୍ଲୀର […]
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତର ମତକୁ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ଏହା ଆମର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଦିନେ ନା ଦିନେ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଆମେ ଏହାକୁ ଭାରତ ସହିତ ସାମିଲ କରିବୁ। ସେ କହିଛନ୍ତି, ପିଓକେକୁ ନେଇ ଆମର ମତ ସବୁବେଳେ ସ୍ପଷ୍ଟ ରହିଆସିଛି। ପିଓକେ ଭାରତର ଅଙ୍ଗ। ଏକ ସାମ୍ବାଦିକ ସମ୍ମିଳନୀରେ ସେ […]
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍) ଆକାଉଣ୍ଟଧାରୀଙ୍କୁ ଆଜି କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି। ଇପିଏଫ୍ଓର ସିବିଟି ସୁଧହାର ବୃଦ୍ଧି କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଆକାଉଣ୍ଟଧାରୀ ନିଜର ଜମା ରାଶି ଉପରେ ୮.୬୫% ସୁଧ ପାଇବେ। ଏହାଦ୍ୱାରା ପ୍ରାୟ ୬ କୋଟିରୁ ଅଧିକ ଲୋକ ଫାଇଦା […]
କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍ ଘାନି ଯୋଗଦେବାର ଥିଲା। ଏହି ସମୟରେ ସେ ଘଟଣାସ୍ଥଳରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ସ୍ଥାନ ବ୍ୟତୀତ ମଧ୍ୟ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଛି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ […]
ନୂଆଦିଲ୍ଲୀ: ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟମ ଅନୁସାରେ ଏନ୍ଏସ୍ଜି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତି। ହେଲେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ହେଁ ସେ କୌଣସି ପ୍ରକାରର କମାଣ୍ଡୋଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଏନ୍ଏସ୍ଜି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏହି ଭିଭିଆଇ ସୁରକ୍ଷା ବ୍ୟବସ୍ଥାକୁ ଶାହ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବଭଳି କେବଳ ସିଆରପିଏଫ୍ ଯବାନମାନେ ହିଁ ଶାହଙ୍କୁ ସୁରକ୍ଷା ଯୋଗାଇବେ। […]
ଜୟପୁର: ଆଉ କଂଗ୍ରେସକୁ ସରକାର ଭାଙ୍ଗିବାର ଧମକ ଦେଇପାରିବେନି ବିଏସ୍ପି ସୁପ୍ରିମୋ ମାୟାବତୀ। କାରଣ ରାଜସ୍ଥାନରେ ବିଏସ୍ପିର ୬ ଜଣ ଯାକ ବିଧାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ବିଧାୟକମାନେ ପ୍ରଥମେ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିଲେ। ଏହାପରେ ସେମାନେ କଂଗ୍ରେସରେ ବିଲୀନ ହେବାକୁ ଚାହୁଁଥିବା ତାଙ୍କୁ ଜଣାଇଥିଲେ। ବାଚସ୍ପତିଙ୍କ ଅନୁମତିକ୍ରମେ ସମସ୍ତେ କଂଗ୍ରେସରେ ସାମିଲ ହୋଇଛନ୍ତି। ବିଏସ୍ପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ହେଁ ଏହି ୬ ଜଣ ଯାକ ବିଧାୟକ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜନେତା ଭାବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜନ ନିରାପତ୍ତା ଆଇନ୍(ପିଏସ୍ଏ) ଜରିଆରେ ବନ୍ଦୀ କରାଯାଇଛି। ରବିବାର ସନ୍ଧ୍ୟାରୁ ଏହି ଆଇନ୍ ବଳରେ ଫାରୁକଙ୍କୁ ତାଙ୍କ ନିଜ ବାସଭବନର ଗୋଟିଏ ରୁମ୍ ଭିତରେ ଅଟକ ରଖାଯାଇଛି। ନିୟମ ଅନୁଯାୟୀ, ପିଏସ୍ଏ ଅନୁଯାୟୀ ବନ୍ଦୀ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ବର୍ଷ ଯାଏ ପ୍ରଶାସନ ଅଟକ ରଖିବାର କ୍ଷମତା ରହିଛି। ଏହି ସମୟରେ କୌଣସି ଶୁଣାଣି ହୋଇପାରିବ ନାହିଁ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]
ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ୨୦୦୩ରେ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି। ଜାତିସଂଘ ପରିଷଦରେ ପାକିସ୍ତାନ […]
ମୁମ୍ବାଇ: ପାକିସ୍ତାନକୁ ପ୍ରଶଂସା କଲେ, ଆଉ ମୋଦି ସରକାରଙ୍କ ବିରୋଧରେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ ଆଣିଲେ(ଏନ୍ସିପି) ନ୍ୟାସ୍ନାଲ୍ କଂଗ୍ରେସ ପାର୍ଟିଂ ନେତା ଶରଦ ପାୱାର। ପାକିସ୍ତାନର ଆତିଥେୟତାକୁ ଖୁବ୍ ପ୍ରଶଂସା କରିଛନ୍ତି ଏନ୍ସିପି ନେତା ଶରଦ ପାୱାର୍। ରାଜନୈତିକ ଫାଇଦା ପାଇଁ ଭାରତର କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ବୋଲି ପାୱାର କହିଛନ୍ତି। ରବିବାର ଏନ୍ସିପି ମୁଖ୍ୟକାର୍ଯ୍ୟାଳୟରେ ସଂଖ୍ୟାଲଘୁଙ୍କ ସମ୍ପର୍କରେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ପାୱାର। ସେ […]
ଅମରାବତୀ: ଆନ୍ଧ୍ରପ୍ରଦେଶର ଦେବୀପଟନମ୍ଠାରେ ବଡ଼ ଧରଣର ଡଙ୍ଗାବୁଡ଼ିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଦାବରୀ ନଦୀରେ ଘଟିଥିବା ଏହି ଦୁର୍ଗଟଣାରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଛି। ଏଥିରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ୍ ଥିଲେ। ଶେଷ ଖବର ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏମାନଙ୍କ […]
ବେଙ୍ଗାଲୁରୁ: ଛାତ୍ରଛାତ୍ରୀଙ୍କଠାରୁ ମୋବାଇଲ୍ ଛଡ଼ାଇ ଆଣି ହାତୁଡ଼ିରେ ପିଟି ପିଟି ୧୬ଟି ମୋବାଇଲ୍ ଭାଙ୍ଗିଦେଲେ ପ୍ରନ୍ସିପାଲ୍। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ବ୍ୟବହାରରେ ଅତିଷ୍ଟ ହୋଇ ପ୍ରିନ୍ସପାଲ୍ ଏପରି କରିଛନ୍ତି। ଏ ଘଟଣା ହେଉଛି କର୍ଣ୍ଣାଟକ ‘ଏମ୍ଇଏସ୍ ଚୈତନ୍ୟ ପିୟୁ କଲେଜ’ର। ସୂଚନା ଅନୁସାରେ କର୍ଣ୍ଣାଟକର ଏହି କଲେଜରେ କ୍ଲାସ୍ ରୁମରେ ମୋବାଇଲ୍ ବ୍ୟବହାର ନେଇ ବ୍ୟାନ୍ ଲଗାଯାଇଥିଲା। କିନ୍ତୁ ଛାତ୍ରମାନେ ବାରମ୍ୱାର ମୋବାଇଲ ବ୍ୟବହାର କରୁଥିବା […]
ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ଅବସରରେ ରପ୍ତାନୀ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିବା ସହ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଚାଲୁ ରହିଥିବା ହାଉସିଂ ପ୍ରକଳ୍ପ ସାରିବା ପାଇଁ ୧୦ ହଜାର କୋଟିର ସ୍ପେଶାଲ ୱିଣ୍ଡୋ ନିବେଶ ପାଇଁ ଆଜି […]