ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅଭିଯୁକ୍ତ ମହିଳା ଶଶି ସିଂହକୁ ମଧ୍ୟ କୋର୍ଟ ଦୋଷୀ ପ୍ରାମାଣିତ କରିଛନ୍ତି। ଚାକିରି ଦେବ ବୋଲି କହି ପୀଡ଼ିତାଙ୍କୁ ଶଶି ସିଂହ କୁଳଦୀପ ସେଙ୍ଗର ଘରକୁ ନେଇ ଯାଇଥିଲା। ଯାହାର ସୁଯୋଗ ନେଇ ସେଙ୍ଗର ପୀଡ଼ିତାଙ୍କ ଦୁଷ୍କର୍ମ କରିଥିଲା। ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଳମ୍ବରେ ମାମଲା […]
କୋଲକାତା: ନାଗରିକ ସଂସୋଧନ ଆଇନ୍କୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିଛି। ଅନେକ ସ୍ଥାନରେ ଲୋକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି। ତେବେ ଉତ୍ତେଜନାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ହେଲା- ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, ଏବଂ ହାୱାର୍ଡା। ଏଥିସହିତ ବରଷାତ ଏବଂ ଉତ୍ତର ୨୪ ପ୍ରଗଣାର ବସିରହାଟ ସବଡିଭିଜନ, ବରୁଇପୁର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଇଣ୍ଟର୍ନେଟ୍ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆଜି […]
ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍ ଡିଜେଲ୍ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି କ୍ଷୀର ଏକ ବିଶେଷ ପ୍ରସ୍ତୁତି ) କ୍ଷୀର ଦାମ୍ ଲିଟର ପିଛା ୩ ଟଙ୍କା ବଢ଼ାଇଥିବା ବେଳେ ଅମୁଲ ୨ ଟଙ୍କା ଦାମ୍ ବଢ଼ାଇଛି। ଦିଲ୍ଲୀରେ ପୂର୍ବରୁ […]
କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ପଶ୍ଚିମବଙ୍ଗରେ ବ୍ୟାପକ ପୋଡ଼ାଜଳା ହୋଇଛି। ବିକ୍ଷୋଭକାରୀମାନେ ଲାଲଗୋଲା ଷ୍ଟେସନରେ ଅଟକି ରହିଥିବା ୫ଟି ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ବିକ୍ଷୋଭକାରୀ ଏହି ଟ୍ରେନ୍ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ କେହି ଯାତ୍ରୀ ନଥିବାରୁ ସେମାନେ ଏଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗତକାଲି ଭଳି ଆଜି ମଧ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଲାଲଗୋଲା […]
ଶ୍ରୀନଗର: ବଢ଼ିଲା ଫାରୁକ୍ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ। ଆହୁରି ୩ ମାସ ନିଜ ଘରେ ବନ୍ଦୀ ରହିବେ ଫାରୁକ୍ ଅବଦୁଲ୍ଲା। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ଅବଧି ୩ ମାସ ବଢ଼ାଇ ଦିଆଯାଇଛି। ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ଫାରୁକ୍ଙ୍କ ଅଟକ ଅବଧି ବୃଦ୍ଧି ନେଇ ଶନିବାର ନିଷ୍ପତ୍ତି ହୋଇଛି। ସେ ସବ୍-ଜେଲ ଘୋଷିତ ତାଙ୍କ ଘରେ ହିଁ ଗୃହବନ୍ଦୀ ରହିବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ୫ ଥର ସାଂସଦ […]
ନୂଆଦିଲ୍ଲୀ: ସାମ୍ସଙ୍ଗମ କମ୍ପାନୀ ଗ୍ୟାଲେକ୍ସି ସିରିଜ୍ର Galaxy A71 ଓ Galaxy A51 ଦୁଇଟି ଜବରଦସ୍ତ ଫୋନ୍ ଲଞ୍ଚ୍ କରିଛି। ଦୁଇଟି ଫୋନ୍ରେ ଇନଫିନିଟି-୦ ଡିସ୍ପ୍ଲେ ଡିଜାଇନ୍ ରହିଛି। ମୋବାଇଲ୍ରେ ରିୟର ସାଇଡ୍ରେ କ୍ୱାଡ କ୍ୟାମେରା ସେଟ୍ଅପ୍ ରହିଥବା ବେଳେ ଫ୍ରଣ୍ଟ ପଞ୍ଚ୍ ହୋଲ୍ ଫ୍ରଣ୍ଟ କ୍ୟାମେରା ରହିଛି। Galaxy A51 ଡିଭାଇସ୍ଟି Galaxy A50ର ସକ୍ସେସର ହୋଇଥିବା ବେଳେ Galaxy A71 ସ୍ମାର୍ଟଫୋନ୍ଟି Galaxy A70ର ସକ୍ସେସର। ଦୁଇଟି ଫୋନ୍ର ବିଶେଷତ୍ୱ Galaxy A51- ଏଥିରେ […]
ନୂଆଦିଲ୍ଲୀ: ସୋମବାର ଲୋକସଭା ବୁଧବାର ରାଜ୍ୟସଭା ଉଭୟ ଗୃହରେ ଗୃହୀତ ହୋଇଛି ନାଗରିକତା ସଂସୋଧନ ବିଲ୍। କିନ୍ତୁ ଯେବେଠାରୁ ଏହି ବିଲ୍ ବିଷୟରେ ଆଲୋଚନା ହୋଇଛି ସେବେଠାରୁ ଦେଶର ଏକପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସଂସଦରେ ବିଲ୍ ଗୃହୀତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିନ୍ତୁ ସ୍ପଷ୍ଚ କରି କହିଛନ୍ତି ଯେ ଏହି ବିଲ୍ କାହାରି ନାଗରିକତ୍ୱ ନେବନି ବରଂ ପଡ଼ୋଶୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ […]
ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକାଶ ଛୁଆଁ ହୋଇଛି। କେତେକ ସ୍ଥାନରେ ପିଆଜ ଦର କିଛି ସ୍ଥାନରେ ଦୁଇ ଶହ ପାର କରିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ […]
କୋଲକାତା: ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାର ଉଦ୍ୟମ ହୋଇଥିଲା। ସେ ଯେତେବେଳେ ବାଂଲାଦେଶ ଦିନାଜପୁରର ଏକ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ କିଛି ଲୋକ ତାଙ୍କୁ ଅପହରଣ କରିବା ପାଇଁ ଆସିଥିଲେ। କିନ୍ତୁ କୌଶଳ କ୍ରମେ ରୂପା ଓ ତାଙ୍କ ମାଆ ବୁର୍ଖା ପିନ୍ଧି ଅପହରଣକାରୀଙ୍କୁ ଚକ୍ମା ଦେଇ ଖସି ପଳେଇ ଆସିଥିଲେ। ଆଉ ଯଦି ଖସି ନ ଆସିଥାନ୍ତେ ତେବେ ଆଜି ସେ ‘ଖାନ୍ ଟାଇଗର’ର […]
ନିଆମେ: ଆର୍ମି ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୭୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏଭଳି ଦୁଃଖ ଦାୟକ ଘଟଣା ଘଟିଛି। ସେଠାରେ ସକ୍ରିୟ ଥିବା ଇସ୍ଲାମିକ୍ ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥିବା ବୁଧବାର ନାଇଜର୍ ପ୍ରତିରକ୍ଷା ମନ୍ତ୍ରୀ କହୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ମଙ୍ଗଳବାର ରାତିରେ ବିପୁଳ ପରିମାଣରେ ବିସ୍ଫୋରକ […]
ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ୨୪ […]
ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ସେତେବେଳେର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନ୍ ଚିଟ୍। ଘଟଣାର ତଦନ୍ତ କରୁଥିବା ନାନାବତୀ କମିଶନ ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା […]
ଲକ୍ଷ୍ମୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ। ପୁଲିସ ତଦନ୍ତରୁ ଏବେ ଏହା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ନିଆଁ ଲଗାଇବା ପୂର୍ବ ଦିନ (୪ ଡିସେମ୍ୱର) ପୀଡ଼ିତାଙ୍କ ସହ ଫୋନରେ ୧୯ ସେକେଣ୍ଡ ପାଇଁ କଥା ହୋଇଥିଲା ବୋଲି ଜଣାପଡ଼ିଛି। ହେଲେ ଏହି ଫୋନ୍ କଲ୍ ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କ’ଣ କହିଥିଲା? ପର ଦିନ ଦୁଷ୍କର୍ମ ମାମଲାର ଶୁଣାଣି ଥିଲା। ପୀଡ଼ିତା ପକ୍ଷ ରଖିବାକୁ କୋର୍ଟକୁ ଯିବା ପୂର୍ବରୁ ଅଘଟଣର […]
ପୂର୍ବଠାରୁ ଆହୁରି ସୁରକ୍ଷିତ ହେବ ଆପଣଙ୍କ ଗୁଗଲ ଆକାଉଣ୍ଟ୍, ଆସିଗଲା ପ୍ରୋଟେକ୍ସସନ ପାସ୍ୱାର୍ଡ ଫିଚର୍
ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି। ଆଜି ଉତ୍କଳ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ମର ଶରୀରକୁ ସଂସ୍କାର କରିବାକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ବୁଝାସୁଝା ପରେ ପରିବାର ଲୋକେ ସଂସ୍କାର ପାଇଁ ରାଜି ହୋଇଛନ୍ତି। ତେବେ ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ପରିବାରକୁ ନ ଭେଟିବା ଯାଏ ଶବ ସଂସ୍କାର କରିବେ ନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଥିଲେ। ପରିବାରରୁ ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ଚାହାନ୍ତି ବୋଲି […]