ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ସାଧାରଣତଃ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି। ସୋଶାଲ୍ ମିଡିଆରେ ଯେତେ ଟ୍ରୋଲ୍ କଲେ କି କେହି କମେଣ୍ଟ କଲେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ ଅଜୟ। କିନ୍ତୁ ଏଥର ବିଲଉଡ୍ର ଏହି ସିଂଘମ ଖୁବ୍ ରାଗିଯାଇଛନ୍ତି। ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ତାଙ୍କ ମନ ଖରାପ ଥିବା ଦେଖିବାକୁ ମିଳିଥିଲା। ଏଠାରେ ସେ ତାଙ୍କ ଝିଅଙ୍କୁ ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ଆସୁଛି ନୂଆ ବର୍ଷ। ନ୍ୟୁ ୟର୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ନୂଆ ନୂଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେମିତି ସରକାର ବି କେତେକ କ୍ଷେତ୍ରରେ ତାଙ୍କ ପୁରୁଣା ନିୟମକୁ ପରିବର୍ତ୍ତନ କରି କିଛି ନୂଆ ନିୟମ ଆଣିବାକୁ ଯାଉଛନ୍ତି। ସରକାରଙ୍କର ୬ଟି ନିୟମ ଏବେ ବଦଳିବାକୁ ଯାଉଛି। ପାନ୍ ଆଧାର ଲିଙ୍କ୍ ନିୟମ, ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ, SBIର Magnetic stripe କାର୍ଡ, ସବ୍କା ବିଶ୍ୱାସ ଯୋଜନା ଏବଂ ଏନଇଏଫଟି ଟ୍ରାଞ୍ଜାକ୍ସନ୍ […]
ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି। ହିମାଚଳପ୍ରଦେଶର ଶିମ୍ଲାରେ ଏକ କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ: ବାରମ୍ବାର ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଏବେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକ୍ ଯେତେବେଳେ ବି ଟାର୍ଗେଟ୍ କରୁଛି ସେତେବେଳେ ପ୍ରବଳ ଛେଚା ଖାଉଛି। ଗତକାଲି ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର ଜବାବରେ ଭାରତ ବି କଡ଼ା ପ୍ରହାର କରିଥିଲା। ଏଥିରେ ୩ରୁ ୪ ଜଣ ପାକ୍ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]
ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ ? ଭାରତରେ ହେଉଥିବା ପରିବର୍ତ୍ତନକୁ ଦେଖି ଛାନିଆ ହେଲେଣି ପାକିସ୍ତାନ ୱାଜିର-ଏ- ଆଜମ ଇମ୍ରାନ ଖାନ। ଭାରତୀୟ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଭାରତ ସରକାରଙ୍କ ପିଓକେ ଦଖଲ କରିବାର ଦମ୍ଭୋକ୍ତିକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭୟଭୀତ ହୋଇ ପଡ଼ିଛନ୍ତି। ଭାରତୀୟ ସେନା ପିଓକେ ଦଖଲ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା କରି ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେ ପାକିସ୍ତାନ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଖସିଲା ସର୍ବୋଚ୍ଚ ତାପମାତ୍ରାର ହାର। ବିଗତ ଶହେ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ତାପମାତ୍ରା ହାର ୧୯. ୫ ଡିଗ୍ରୀ ରହିଛି। ମାସ ଶେଷ ଆଡ଼କୁ ଏହା ୧୯ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ପୂର୍ବରୁ ୧୯୯୭ରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ହାର ଖସି ୧୭. ୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ୧୯୯୭ ପରେ ଚଳିତ ଡିସେମ୍ବରରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରାର […]
ଭୁବନେଶ୍ୱର: ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍ସନ୍ରେ କମିଶନରେଟ୍ ପୁଲିସ। କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍ର ରୁମ୍ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍ରେ ରୁମ୍ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। […]
ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସନ୍ତାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିବାଦୀୟ ନାଗରିକତା ଆଇନ ବିରୋଧରେ ପୁଣି ଏକ ବିଶାଳ ରାଲି କରିଛନ୍ତି। ବିଜେପି ସିଏଏ, ଏନଆରସି ଓ ବର୍ତ୍ତମାନ ଏନପିଆର ଲାଗୁ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ମମତା ଅଭିଯୋଗ କରିଛନ୍ତି। ମମତା ନିଜେ ତାଙ୍କ ମା’ଙ୍କ ଜନ୍ମ ତାରିଖ ଓ ଜନ୍ମ ସ୍ଥାନ ମନେ ରଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ଆଜି ମମତା ନିଜର ଦଳୀୟ କର୍ମୀ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି। ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଦିଲ୍ଲୀ ଲୋକେ ଏହି ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ୍ଙ୍କୁ ଶାସ୍ତି ଦେବେ ବୋଲି କହିବାକୁ ଚାହୁଁଥିବା ଶାହ ଏପରି ମନ୍ତବ୍ୟ ଦେଇଚନ୍ତି। ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ। ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ। ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା […]
ଲକ୍ଷ୍ନୌ: ଦଙ୍ଗା ଭିଆଇଥିବା ଲୋକଙ୍କଠାରୁ ଆଦାୟ ହେବ କ୍ଷୟକ୍ଷତି ଟଙ୍କା। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍ ଦିଆଯାଇଛି। ଦଙ୍ଗା ବେଳେ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଦାଖଲ ନକଲେ ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଗତ ଶୁକ୍ରବାର ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବ୍ୟାପକ ହିଂସା ହୋଇଥିଲା। ଏଥିରେ ଅନେକ ସମ୍ପତ୍ତି ନଷ୍ଟ […]
ନୂଆଦିଲ୍ଲୀ : ବିଏସ୍ଏନ୍ଏଲ୍ର ନୂଆ ବର୍ଷ ଭେଟି। କମ୍ପାନୀ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ଅଫର୍ ପ୍ଲାନ୍ ଘୋଷଣା କରିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍ ଉପଲବ୍ଧ ହେବ। ବିଏସ୍ଏନ୍ଏଲ୍ ଗ୍ରାହକ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ସହିତ ସମସ୍ତ ନେଟୱାର୍ଟକୁ ଅନଲିମିଟେଡ୍ କଲିଂ ସୁବିଧା ପାଇପାରିବେ ପୂରା ୪୫୦ ଦିନର ବୈଧତା ସହିତ। ଅର୍ଥାତ୍ ଆସନ୍ତା ବର୍ଷ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଏହି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ବୁଧବାର ଉତ୍ତର ପ୍ରଦେଶ ପୁଲିସ୍ ପୂରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍ର ମୁଖ୍ୟ ମାସୁଦ୍ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ସୋଶାଲ୍ […]
ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ପିତାମାତାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ […]
ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍କୁ ବ୍ୟବହାର କରିଛି। ଏକ ଟ୍ୱିଟ୍ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି। ଏଥିରେ ଟ୍ୱିଟ୍ କରି ଲେଖାଯାଇଛି, “ଜୁମ୍ଲା ବେଲ୍ସ ଜୁମ୍ଲା ବେଲ୍ସ ଜୁମ୍ଲା ଅଲ୍ ଦି ୱେ। […]
ସାଓ ପାଓଲୋ: ବାଥ୍ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ସେ ଅସ୍ଥାୟୀ ଭାବେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ୬୪ ବର୍ଷ ବୟସ୍କ ବୋଲସୋନାରେ ସୋମବାର ରାତିରେ ବାଥରୁମ୍ ଯାଇଥିବାବେଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏଥରେ ସେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ଜଣାପଡ଼ିଛି। ତାଙ୍କର କୌଣସି ଘଟଣା ମନେ ପଡ଼ୁନାହିଁ ବୋଲି ବୋଲ୍ସୋନାରୋ ନିଜେ କହିଛନ୍ତି। ଏଭଳି ଘଟଣା ତାଙ୍କ ସରକାରୀ […]
ନୂଆଦିଲ୍ଲୀ: ପୁଣି ବଢ଼ିପାରେ ମୋବାଇଲ ଟାରିଫି ପ୍ଲାନ। ନିକଟରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ ସଂସ୍ଥା ନିଜର ଟାରିଫି ପ୍ଲାନକୁ ୪୦ ପ୍ରତିଶତ ବଢ଼ାଇ ଦେଇଥିଲ। ଆଉ ଏବେ ପୁଣି ଟାରିଫି ପ୍ଲାନ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ଉଦ୍ଧାର କରିବା ପାଇଁ ଏପରି ହୋଇପାରେ ବୋଲି ଏକ୍ସପର୍ଟ କହୁଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ(COAI)ର ନିର୍ଦ୍ଦେଶକ ଜେନେରାଲ୍ ରାଜନ ମୈଥ୍ୟୁଜ୍ଙ୍କ ବିଚାରରେ ଟେଲିକମ୍ କମ୍ପାନୀର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ହେଲେ […]
ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତି ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଯୋଜନା ଜଳ ସଂକଟର ସମ୍ମୁଖୀନ ହେଉଥିବା ଉତ୍ତର ପ୍ରଦେଶ, […]
ମୁମ୍ୱାଇ: ମହାରାଷ୍ଟ୍ରରର ଉଦ୍ଧବ ଠାକ୍ରେଙ୍କ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକୁ କମାଇ ଦେଇ ପୁଅ ଆଦିତ୍ୟ ଠାକ୍ରେଙ୍କ ସୁରକ୍ଷା ବଢ଼ାଇଦେଇଛନ୍ତି। ଏପର୍ଯ୍ୟନ୍ତ ସଚିନଙ୍କୁ ଏକ୍ସ କ୍ୟାଟାଗୋରୀର ସୁରକ୍ଷା ମିଳୁଥିଲା ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ଆଦିତ୍ୟଙ୍କୁ ପୂର୍ବରୁ ୱାଇ ପ୍ଲସ୍ କ୍ୟାଟାଗୋରୀ ସୁରକ୍ଷା ମିଳୁଥିଲା, ଯାହାକୁ ଏବେ ବଢ଼ାଇ ଜେଡ୍ ଶ୍ରେଣୀୟ କରିଦିଆଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ୱାଇ ପ୍ଲସ୍ରୁ ବଢ଼ାଇ ଜେଡ୍ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। […]