• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cv
ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ଓବିସି ବିଜେପି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଓବିସି କମିଶନ୍ ନିଯୁକ୍ତି ଦାବି ନେଇ ଓବିସି ବିଜେପି ମୋର୍ଚ୍ଚା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶୀ, ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ ଭଳି ୫ଟି ଦାବି ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି ବିଜେପି ମୋର୍ଚ୍ଚା। ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱାଧୀନ ୫ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

  • Thursday, 22 July 2021
Ravish-Kumar
ସାମ୍ବାଦିକ ରବୀଶ କୁମାର ପାଇବେ ‘ରେମନ ମ୍ୟାଗସେସେ’ ଆଓ୍ୱାର୍ଡ୍

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ […]

  • Thursday, 22 July 2021
jaisahnkar
ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଭାରତର ଜବାବ; ଆବଶ୍ୟକ ପଡ଼ିଲେ କେବଳ ପାକିସ୍ତାନ ସହ ହେବ ଆଲୋଚନା

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା କରିବ ଭାରତ। ଆବଶ୍ୟକ ପଡ଼ିଲେ ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକରେ ବସିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ। ବ୍ୟାଙ୍କକକ୍‌ରେ ଚାଲିଥିବା ଏସିଆନ୍ ମିଟ୍‌ରେ ଆମେରିକା ବୈଦେଶିକ ସଚିବ ମାଇକାଲେ ପମ୍ବିଓଙ୍କ ସହ ଆଲୋଚନା ପରେ ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଭାରତ ପାକିସ୍ତାନ ମଧ୍ୟରେ ଯାହା କିଛି ବି ବିବାଦ ରହିଛି […]

  • Thursday, 22 July 2021
download
କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୂରାଇଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୁରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ-ପାକିସ୍ତାନ ଯଦି ଚାହିଁବେ ତେବେ ଦଶନ୍ଧି ପୁରୁଣା କଶ୍ମୀର ବିବାଦରେ ସେ ମଧ୍ୟସ୍ଥତା କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଏ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ଭାରତ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ ବୋଲି […]

  • Thursday, 22 July 2021
supreme-court
ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କେବେ ?

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ଉଚ୍ଚସ୍ତରୀୟ ମଧ୍ୟସ୍ଥତା କମିଟି ନିଜ ଅସାମର୍ଥ୍ୟତା ପ୍ରକାଶ କରିଛି। ଏଥିସହିତ ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି ମାମଲାରୁ ଓହରି ଯାଇଛି। ଜମି ବିବାଦର ସମାଧାନ ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଟି। ଦୀର୍ଘ ୧୫୫ ଦିନ ଧରି ମାମଲାକୁ ନେଇ ସବିଶେଷ ରିପୋର୍ଟ ହସ୍ତାନ୍ତର କରାଯାଇଛି। ହେଲେ ମାମଲାରୁ ଓହରି ଯିବା ପରେ […]

  • Thursday, 22 July 2021
army
ଜମ୍ମୁ ଓ କଶ୍ମୀରରେ ଆହୁରି ୨୫ ହଜାର ସୁରକ୍ଷାକର୍ମୀ ମୁତୟନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆହୁରି ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀ ମୁତୟନ କରାଯିବ। ଏଥିପାଇଁ ଗତକାଲିଠାରୁ ସୁରକ୍ଷାକର୍ମୀମାନେ ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଉଛି। ଏହି କେନ୍ଦ୍ରୀୟ ଫୋର୍ସ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମୁକାବିଲା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ସେପଟେ ପରିସ୍ଥିତିକୁ […]

  • Thursday, 22 July 2021
supreme-court
ଉନ୍ନାଓ ପୀଡ଼ିତାଙ୍କୁ ୨୫ ଲକ୍ଷ ସହାୟତା ସହିତ ସିଆର୍‌ପିଏଫ୍‌ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଆସନ୍ତାକାଲି ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ଓ ସିଆରପିଏଫ୍‌ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।  ତା’ସହ ଦୁଷ୍କର୍ମ ଓ ଟ୍ରକ୍ ଦୁର୍ଘଟଣା ସଂପର୍କିତ ସମସ୍ତ ୫ଟି ଯାକ ମାମଲା ଦିଲ୍ଲୀସ୍ଥିତ ସିବିଆଇ କୋର୍ଟକୁ ସ୍ଥାନାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଦିନ ମାମଲାର ବିଚାର କରି ୪୫ ଦିନ ଭିତରେ ସମସ୍ତ ମାମଲାର ଶୁଣାଣି ସାରିବାକୁ ସର୍ବୋଚ୍ଚ କୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ […]

  • Thursday, 22 July 2021
bank
ସମସ୍ତଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ୧୫ ଲକ୍ଷ ଟଙ୍କା ଦେଉଛନ୍ତି ଶୁଣି ବ୍ୟାଙ୍କ୍‌ରେ ଲାଗିଲା ଲମ୍ବା ଲାଇନ୍

ଥିରୁଭନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରାଉଛନ୍ତି। ଏହି ଗୁଜବ ସୋଶାଲ ମିଡିଆ ଜରିଆରେ ପ୍ରଚାରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପହଞ୍ଚିଯାଇଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବାକୁ ମଧ୍ୟ ପଛାଇନଥିଲେ। କିନ୍ତୁ ଯେତେବେଳେ ଖବର ମିଳିଲା ଯେ ଏହା ଏକ ଗୁଜବ, ଲୋକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା। ଲୋକଙ୍କ ଆକାଶ ଉଚ୍ଚର ସ୍ୱପ୍ନ ନିମିଷକରେ ଭୁଶୁଡ଼ି ପଡ଼ିଥିଲା। […]

  • Thursday, 22 July 2021
karti-chidambaram_650x400_61456830926
ଅଗଷ୍ଟ ୯ ଯାଏ ଗିରଫ ହେବିନି ପି. ଚିଦାମ୍ବରମ ଓ ତାଙ୍କ ପୁଅ

ନୂଆଦିଲ୍ଲୀ: ଏୟାରସେଲ ମ୍ୟାକ୍ସିକ୍‌ କେସ୍‌ରେ ଅଭିଯୁକ୍ତ ପି ଚିଦାମ୍ବରମ ଓ ତାଙ୍କ ପୁଅଙ୍କୁ ସିବିଆଇ କିମ୍ବା ଇଡି ଆସନ୍ତା ୯ ତାରିଖ ଯାଏ ଗିରଫ କରିପାରିବ ନାହିଁ। ଆଜି ଦିଲ୍ଲୀର ଏକ କୋର୍ଟ ବାପା ପୁଅଙ୍କ ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର କୋର୍ଟ ବିଚାରପତି ଓପି ସାଇନିଙ୍କ ଆଗରେ ଆଜି ଉଭୟ ଇଡି ଏବଂ ସିବିଆଇ ଚିଦାମ୍ବରମ ବାପ ପୁଅଙ୍କ ଅନ୍ତରୀଣ ଜାମିନ୍‌କୁ ଖାରଜ କରିବା ପାଇଁ ଯୁକ୍ତି କରିଥିଲେ। ହେଲେ କୋର୍ଟ ଏହାକୁ ଶୁଣି […]

  • Thursday, 22 July 2021
u
ଉନ୍ନାଓ ଦୁଷ୍କର୍ମ ମାମଲା: କେବଳ ପୀଡ଼ିତାଙ୍କ ପରିବା ନୁହେଁ ଓକିଲ ମଧ୍ୟ ସୁରକ୍ଷା ପାଇଁ ଲେଖିଥିଲେ ଚିଠି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍‌ ଓ ପ୍ରଶାସନ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କେତେ ତତ୍ପର ଥିଲା, ସେକଥା ଏବେ ଜଳ ଜଳ ହୋଇ ସାମ୍ନାକୁ ଆସୁଛି। ପୀଡ଼ିତା ଜଣଙ୍କ କ୍ଷମତାସୀନ ବିଜେପି ଦଳର ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ, ପ୍ରଶାସନ ଜାଣିଶୁଣି ତାଙ୍କୁ ଘଣ୍ଟଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ସମର୍ଥକମାନେ କେବଳ ଯେ ପୀଡ଼ିତାଙ୍କୁ ଧମକ ଦେଉଥିଲେ ତାହା ନୁହେଁ, ବରଂ ତାଙ୍କ ମାମଲା ଲଢ଼ୁଥିବା ଓକିଲଙ୍କୁ […]

  • Thursday, 22 July 2021
kuldeep-sengar
ଦଳରୁ ବହିଷ୍କୃତ ହେଲେ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସେନଗାର

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି। ପୂର୍ବରୁ ଦଳ ସେନଗାରଙ୍କୁ କେବଳ ନିଲମ୍ବନ କରିଥିଲା। ହେଲେ ଏବେ ହାଇକମାଣ୍ଡ ବାଧ୍ୟ ହୋଇ ସେନଗାରଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତାରୁ ବହିଷ୍କୃତ କରିଛନ୍ତି। ସେନଗାର ଉନ୍ନାଓ ଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ […]

  • Thursday, 22 July 2021
untitled-3-1533523299
ଖୁବ୍‌ଶୀଘ୍ର ପେପର୍‌ଲେସ୍‌ ହେବ ଲୋକସଭା

ନୂଆଦିଲ୍ଲୀ: ମୋଦି-୨ ସରକାର ଡିଜିଟାଲ ଇଣ୍ଡିଆ ଗଠନ କରିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ଖୁବ୍‌ଶୀଘ୍ର ଏହା ପୂରଣ ହେବାକୁ ଯାଉଛି। ଏହି ଡିଜିଟାଲ ଇଣ୍ଡିଆର ମୂଳଦୁଆ ସଂସଦରୁ ହିଁ ଆରମ୍ଭ ହେବ। କାରଣ ଖୁବ୍‌ଶୀଘ୍ର ଲୋକସଭା ପେପରଲେସ୍‌ ହେବାକୁ ଯାଉଛି। ଆଜି ଏନେଇ ବାଚସ୍ପତି ଓମ ବିର୍ଲା ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ପେପରଲେସ୍‌ ହେବା ଦରକାର। ଲୋକସଭାରେ ପ୍ରତିଦିନ ଅନେକ କାଗଜପତ୍ର ଉପସ୍ଥାପିତ କରାଯାଉଛି। ଏହାଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯଦି […]

  • Thursday, 22 July 2021
fgg
୪ ରାଜ୍ୟରେ ଲାଗୁହେଲା ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା

ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି ରାଜ୍ୟର ପିଡିଏସ ଉପଭୋକ୍ତା ଅନ୍ୟ ଏକ ରାଜ୍ୟର ପିଡିଏସ ଦୋକାନରୁ ନିଜର ରାସନ କାର୍ଡ ଦେଖାଇ ପିଡିଏସ ସାମଗ୍ରୀ ରିହାତି ମୂଲ୍ୟରେ ଆଣି ପାରିବ। ଅଗଷ୍ଟ ୧ରୁ ଦେଶର ୪ଟି ରାଜ୍ୟରେ ପ୍ରଥମେ କେନ୍ଦ୍ର ସରକାର ପରୀକ୍ଷା ମୂଳକ ଭାବରେ […]

  • Thursday, 22 July 2021