ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପୁଲିସ୍ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ପଠାନ ଆଜି ଗିରଫ ହେବା ପରେ ତା ମନରେ ଥିବା ବିଷ ଓଗାଳିଛି। ସେଦିନ ତାର ଗୁଳି ଚଳାଇବା କ୍ରିୟାର ପ୍ରତିକ୍ରିୟା ବୋଲି କହିଛି ୨୩ ବର୍ଷୀୟ ଶାହାରୁଖ । ଦିଲ୍ଲୀ ଦଙ୍ଗାରେ ଜାଫ୍ରାବାଦ୍ର ମୈଜାପୁରରେ ଶାହରୁଖ ଜଣେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ସେତେବେଳେ ସିଏ ଖୁବ୍ ରାଗରେ ଥିଲେ। ଏହି କାରଣରୁ ସେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା […]
ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା […]
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ କେଜ୍ରିୱାଲ […]
କାବୁଲ: ଆମେରିକା ସହ ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଜି ଆଫଗାନିସ୍ତାନ ପୁଲିସ୍ ଚେକ ପୋଷ୍ଟରେ ହମଲା କରିଛି। ଏଥିରେ ୫ ଜଣ ଆଫଗାସ୍ତାନ ପୁଲିସ୍ ପ୍ରାଣ ହରାଇଛନ୍ତି। ଆମେରିକା ସହ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ କରିବ ବୋଲି କହିଥିଲା। ଏହି ଧମକକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପୂର୍ବ ଆଫଗାନିସ୍ତାନର ଏକ କପର ମାଇନ ନିକଟରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ତାଲିବାନ […]
ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ିଶାରେ ବି କରୋନା ଆତଙ୍କ ଖେଳାଇଛି। ପାରାଦୀପରରୁ ଦୁଇଜଣ ସନ୍ଦିଗ୍ଧକୁ ଆଜି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଭାଇରସ୍ ଅଛି […]
ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି। ଏହାଛଡ଼ା କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। There is […]
ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]
ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ଯଦି ନିଜେ ସୋଶାଲ ମିଡିଆରୁ ବିଶ୍ରାମ ନେବା କଥା କହିବେ ତେବେ ଆପଣଙ୍କୁ କେମିତି ଲାଗିବ ? ଆମେ […]
ତେହରାନ: ଦେଶକୁ ଦେଶ ଡେଇଁବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ। ଚାଇନା ପରେ ଏବେ ଇରାନରେ କାୟାବିସ୍ତାର କରିଚାଲିଛି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି। ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ […]
ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଫାଶୀ ନିର୍ଭାୟ ଦୋଷୀଙ୍କ ଫାଶୀ ତାରିଖ। ମଙ୍ଗଳବାର ନିର୍ଭୟା ଜଘନ୍ୟ ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ହେବ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ଡେଥ୍ ଓ୍ୱାରେଣ୍ଟ ଉପରେ କୋର୍ଟ ରୋକ ଲଗାଇଛନ୍ତି।ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଗସ୍ତ ସାରି ସ୍ୱଦେଶ ଫେରିବାର ବେଶ କିଛି ଦିନ ବିତିଗଲାଣି। କିନ୍ତୁ ତାଙ୍କ ଝିଅ ଏବଂ ଟ୍ରମ୍ପ ଏବେବି ଭାରତର ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ଏକ ଫଟୋଶପଡ୍ ମିମ୍ ସହ ପଞ୍ଜାବୀ ଗାୟକ- ଅଭିନେତା ଦିଲଜିତ୍ ଏଭଳି ଏକ ଟ୍ୱିଟ୍ କରିବା ପରେ ଖୋଦ୍ ଇଭାଙ୍କା ଏହାର ଉତ୍ତର ରଖିଛନ୍ତି। ତାଜ୍ ବୁଲାଇବା ପାଇଁ ସେ ଦିଲ୍ଜିତ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। Thank you for taking […]
ଗୋରଖପୁର: କରୋନା ଭାଇରସ୍ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍ପ୍ରେମୀମାନଙ୍କୁ ଏହା ବେଶ୍ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍ ଆଇଟମ୍ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି। ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍ ଦରରେ ବିଭିନ୍ନ ଚିକେନ୍ ଆଇଟମ୍ ମିଳୁଥିଲା। ଏହି […]
ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏ ପାଇଁ ଟାର୍ଗେଟ୍ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍ ଆଲୟାନ୍ସ ବା ଏନ୍ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ। ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍ଡିଏର ମୋଟ ୧୨୪ ଜଣ […]
ନୂଆଦିଲ୍ଲୀ: ଏଯାବତ୍ ୪୫ ଜଣଙ୍କ ଜୀବନ ନେଲାଣି ଦିଲ୍ଲୀ ହିଂସା ଖାଲି ଜୀବନ ନୁହେଁ, ଅନେକଙ୍କ ଘର ଜଳିଛି, ଆସବାବପତ୍ର ଓ ଗାଡ଼ି ମୋଟର ନଷ୍ଟ ହୋଇଛି। ବହୁ ସଂପର୍କରେ ବି ଫାଟ ଆସିଛି। କିନ୍ତୁ ଏଭଳି ଘୃଣା ଓ ଆତଙ୍କ ଭିତରେ ବି ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି ଅନେକ। ବହୁ ଦିଲ୍ଲୀ ବାସୀ ମାନବିକତାର ଧର୍ମ ପାଳିବାକୁ ଯାଇ, ନିଜ ଘର କବାଟ ଖୋଲି ଦେଇଛନ୍ତି ହିଂସା ବିପନ୍ନ ବନ୍ଧୁ ଓ ପଡ଼ୋଶୀଙ୍କ […]
ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି ସେନା କର୍ମଚାରୀଙ୍କ ପରିବାର। ଦିଲ୍ଲୀ ଚାନ୍ଦବାଗ୍ରେ ଥିବା ବିଏସ୍ଏଫ୍ ଯବାନ ମହମ୍ମଦ ଅନୀଜଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ଅନୀଜଙ୍କ ଘର ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଦଙ୍ଗାକରୀଙ୍କ ଆକ୍ରେ।ସରୁ ଏବେ ପରିସ୍ଥିତି ଶାନ୍ତ ହେବା ପରେ ନିଜ ଘରକୁ ଫେରିଛନ୍ତି ଅନୀଜଙ୍କ ପରିବାର।
ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବାବେଳେ ଗରିବ କିନ୍ତୁ ଏଥିରୁ […]