ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ଜୁରିଷ୍ଟସ୍ ଚାଇନା ବିରୋଧରେ ଜାତିସଂଘ ମାନବ ଅଧିକାର ପରିଷଦର ଦ୍ୱାରସ୍ଥ ହୋଇଛି। ଏଥିରେ ଅଭିଯୋଗ ଅଣାଯାଇଛି ଚାଇନା କୋଭିଡ୍-୧୯ ଭାଇରସ୍କୁ ସାରା ବିଶ୍ୱକୁ ଛାଡ଼ି ‘ଗୁରୁତର ଶାରିରୀକ, ମାନସିକ, ଆର୍ଥିକ ଏବଂ ସାମାଜିକ କ୍ଷତି’ ପହଞ୍ଚାଇଛି। ଆଇସିଜେ ମାନବାଧିକାର ପରିଷଦ ନିକଟରେ ଦାବି କରିଛି, ଏହା ତଦନ୍ତ କରିବା ସହ ଭାରତ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ସହିଥିବା କ୍ଷତିର ଭରଣା ପାଇଁ ଚାଇନାର ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ସରକାରଙ୍କୁ […]
ନୂଆଦିଲ୍ଲୀ: ଚିକିତ୍ସାରେ ସହଯୋଗ କରୁନାହନ୍ତି ମରକଜ୍ ନିଜାମୁଦ୍ଦିନ୍ ଲୋକେ। କରୋନା ଲକ୍ଷଣ ଦେଖାଦେବା ପରେ ମେଡିକାଲ୍ରେ ଭର୍ତ୍ତି ହେବା ହୋଇଥିଲେ। ଡାକ୍ତର ଯାଞ୍ଚ କରିବାରୁ ସେମାନେ ମନା କରୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଲୋକନାୟକ ଜୟପ୍ରକାଶ ନାରାୟଣ LNJPN ହସ୍ପିଟାଲ୍ ଅଧ୍ୟକ୍ଷ। ଏଲ୍ଏନ୍ଜେପି ହସ୍ପିଟାଲ୍ ନିର୍ଦ୍ଦେଶକ କିଶୋର ସିଂହଙ୍କ କହିବାନୁସାରେ, ଯେଉଁମାନେ ତବଲୀଗ ଜାମାତରୁ ଆସିଛନ୍ତି ସେମାନେ ଡାକ୍ତରଙ୍କୁ ଚିକିତ୍ସା ପାଇଁ ସହଯୋଗ କରୁନାହାନ୍ତି। ନାନା ଧମକ ଦେଉଛନ୍ତି। କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଭାଗ ନେଇ ବିଭିନ୍ନ ରାଜ୍ୟ ବୁଲିଥିବା ବିଦେଶୀ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମାନେ ସମସ୍ତ ଭିସା ନିୟମ ଉଲ୍ଲଂଘନ କରିଥିବା ଦର୍ଶାଯାଇଛି। କରୋନା ମୁକାବିଲା ନେଇ ଆଜି ଭିଡିଓ କନଫରେନ୍ସିଂରେ କେନ୍ଦ୍ର କ୍ୟାବିନେଟ୍ ସଚିବ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ କରିଥିବା ଆଲୋଚନା ସମୟରେ ଲକ୍ଡାଉନ୍କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆସନ୍ତାକାଲି […]
ମିଳିଲା ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ: ସେ ୧୮ ତାରିଖରେ ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ, କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାୱାଡ଼ା ଷ୍ଟେସନ ଯାଇଥିଲେ; ହାୱାଡ଼ା ଷ୍ଟେସନରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସରେ ଭଦ୍ରକ ଆସିଥିଲେ, ଭଦ୍ରକ ରେଳ ଷ୍ଟେସନରୁ ଭଡ଼ା ଅଟୋରେ ଘରକୁ ଯାଇଥିଲେ
ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମାର୍ଚ୍ଚ ୧୩ରୁ ୧୫ ଯାଏ ଏଠାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାପରେ କିଛି ଲୋକ ଚାଲି ଯାଇଥିବା ବେଳେ ଆଉ କିଛି ଲୋକ ମସଜିଦ ମଧ୍ୟରେ ରହିଥିଲେ। ସାମାଜିକ ଦୂରତ୍ୱ ପାଇଁ କଟକଣା ଲାଗି ଥିଲେ ହେଁ କାହିଁକି ଲୋକମାନେ ଏହା ମଧ୍ୟରେ ରହୁଥିଲେ, ତା’କୁ ନେଇ ବିବାଦ […]
ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍କୁ ନେଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ନିଜର ଗ୍ରାହକଙ୍କ ନାନା ପ୍ରକାର ସୁବିଧା ଆଣିଛନ୍ତି। କିଏ ଫ୍ରି ପ୍ଲାନ୍ ଆଣିଛି ତ ଆଉ କିଏ ଦେଉଛି ନୂଆ ଅଫର୍। ତେବେ କେଉଁ କମ୍ପାନୀ କଣ ନୂଆ ପ୍ଲାନ୍ ନେଇ ଆସିଛି ଆସନ୍ତୁ ଜାଣିବା ବିଏସ୍ଏନ୍ଏଲ୍ ପ୍ଲାନ୍ସ ମାର୍ଚ୍ଚ ୨୨ ତାରିଖରୁ ସାରା ଦେଶରେ ଲକ୍ ଡାଉନ୍ ସମୟ ଚାଲିଛି। ଏହା ଏପ୍ରିଲ୍ ୧୪ରେ ଶେଷ ହେବ। […]
ନୂଆଦିଲ୍ଲୀ: କରୋନା ପ୍ରଭାବିତ ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ୨୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଇରାନରୁ ବାହାରି ଥିବା ଏହି ସ୍ୱତନ୍ତ୍ର ବିମାନ ରାଜସ୍ଥାନ ରବିବାର ସକାଳ ଯୋଧପୁରରେ ପହଞ୍ଚିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ସମସ୍ତଙ୍କର ପ୍ରାଥମିକ ଭାବେ ସ୍କ୍ରିନିଂ କରାଯାଇଥିଲା। ଏହାପରେ ତାଙ୍କୁ ଯୋଦ୍ଧପୁର ମିଲିଟାରୀ ଷ୍ଟେସନ୍ରେ ଥିବା ବାୟୁସେନାର ୱେଲ୍ନେସ୍ ଫେସିଲିଟି ସେଣ୍ଟରକୁ ନିଆଯାଇଥିଲା। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୧୩୩ ମହିଳା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି। ନ୍ୟାସ୍ନାଲ୍ ଫାର୍ମାସିୟୁଟିକାଲ୍ସ ପ୍ରାଇସିଂ ଅଥରିଟି-NPPA ଏଭଳି ଗାଇଡ୍ଲାଇନ୍ ଜାରି କରିଛନ୍ତି। କରୋନା ପ୍ରତିକାର ପାଇଁ ବ୍ୟବସ୍ଥା ସ୍ୱରୂପ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ଯେପରି ଦୋକାନରେ ଉପଲବ୍ଧ ହେବ, ଏବଂ ଲୋକେ କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ପ୍ରଥମ ଥର ପାଇଁ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ବାର୍ତ୍ତା ପହଞ୍ଚାଇବେ ମୋଦି। ଦେଶରେ କରୋନା ବ୍ୟାପିବା ପରେ ଏନେଇ ମୋଦି ଦେଶବାସୀଙ୍କୁ ସାହାସ ଓ ଏହାର ମୁକାବିଲା ନେଇ ବାଟ ବତାଇବେ। ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କିଛି ନୂଆ ତଥ୍ୟ ସହ ଲକ୍ଡାଉନ୍ ସମ୍ପର୍କିତ କିଛି ବିଶେଷ […]