କର୍ଣ୍ଣାଟକ: କରୋନା ଭାଇରସ୍ ଯୋଗୁ ଭାରତରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବଢ଼ାଇ ଦିଆଯାଇଛି। ଲକ୍ଡାଉନ୍ ସମୟରେ ସରକାର କିଛି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ କର୍ମଚାରୀ, ଡେଲିଭରି ବଏ ପ୍ରମୁଖ । Karnataka: Central Crime Branch (CCB) Bengaluru has arrested 2 people who were trying to sell a two-headed snake under the cover of being delivery boys […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚଙ୍କ ସହ ସିଧାସଳଖ କଥା ହେବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj Portal)ଏବଂ ମୋବାଇଲ ଆପ୍ର ଶୁଭାରମ୍ଭ କରିବେ। ପ୍ରତିବର୍ଷ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଏ। 24 अप्रैल, शुक्रवार को राष्ट्रीय पंचायती […]
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ୩ଟି ସାଂସ୍କୃତିକ ପରଂପରା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାରଙ୍କ […]
ନୂଆଦିଲ୍ଲୀ: ବଳକା ଚାଉଳକୁ ବ୍ୟବହାର କରି ତିଆରି ହେବ ହ୍ୟାଣ୍ଡ ସାନିଟାଇଜର୍। ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକହଲ ଆଧାରିତ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତି ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନ୍ବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ-ଏଫସିଆଇ ସହିତ ଉପଲବ୍ଧ ବଳକା ଚାଉଳକୁ ବ୍ୟବହାର କରି ତଥା ଇଥାନଲ […]
ନୂଆଦିଲ୍ଲୀ: କରୋନା ରୋଗ ସହିତ ସାରା ବିଶ୍ୱ ସମେତ ଭାରତ ସଂଘର୍ଶ ଜାରି ରଖିଥିବା ବେଳେ ଚାଇନା କିନ୍ତୁ ଭିତରେ ଭିତରେ ଷଡ଼ଯନ୍ତ୍ରରେ ବ୍ୟସ୍ତ। ଦୀର୍ଘ ବର୍ଷ ହେଲା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ଏବେ ନୂଆ ଚାଲ୍ ଖେଳିଛି। ମ୍ୟାପ୍ ଜରିଆରେ ଅରୁଣାଚଳକୁ ନିଜର ଦେଶର ବୋଲି ଦର୍ଶାଇଛି ଚାଇନା। ଚାଇନା ସରକାର ବର୍ତ୍ତମାନ ନୂଆ ମ୍ୟାପ ତିଆରି କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶକୁ ଚାଇନା ନିଜ […]
ନୂଆଦିଲ୍ଲୀ: ମେ ୩ ପର୍ଯ୍ୟନ୍ତ କରୋନା ଭାଇରସ୍ ପାଇଁ ଲକ୍ଡାଉନ୍ କଟଣା ଲଗାଯାଇଛି। ଏହାପରେ ସବୁକିଛି ସ୍ୱାଭାବିକ ହେବ ବୋଲି ସମସ୍ତେ ଆଶା ରିଖିଛନ୍ତି। କିନ୍ତୁ ଖବର ଅନୁସାରେ ମେ୩ ତାରିଖ ପରେ ବି କେତେକ କଟକଣା ପୂର୍ବଭଳ ଜାରି ରହିପାରେ ବୋଲି ଶୁଣାଯାଉଛି। ଲକଡାଉନ କଟକଣା କେବଳ କରୋନା ଦ୍ୱାରା କମ୍ ପ୍ରଭାବିତ ହୋଇଥିବା ଜିଲ୍ଲା ଓ ଅଞ୍ଚଳରେ କୋହଳ କରାଯିବ। ସେହିପରି ମେ’ ୧୫ ତାରିଖ ଯାଏ ଟ୍ରେନ, ବସ ଓ ବିମାନ ଚଳାଚଳ […]
ନୂଆଦିଲ୍ଲୀ: ଚୀନ୍କୁ ଚେକ୍ ଦେବାକୁ ଏଫ୍ଡିଆଇ ନୀତିକୁ ସଂଶୋଧନ କଲା ଭାରତ। ଏଣିକି ସବୁ ପଡ଼ୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ। ଏନେଇ ଆଜି ଭାରତ ପକ୍ଷରୁ ସଂଶୋଧିତ FDI ନୀତି ଘୋଷଣା କରାଯାଇଛି। ନୂତନ ନୀତି ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି […]
ମୁମ୍ବାଇ: ଅଭିନେତା ତଥା ବିଗବସ୍ ପ୍ରତିଯୋଗୀ ଏଜାଜ୍ ଖାନ୍ଙ୍କୁ ଗିରଫ୍ କରିଛି ମୁମ୍ବାଇ ପୁଲିସ୍। ଫେସବୁକ୍ ଲାଇଭ୍ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ କହିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍ ସେସନ୍ରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୫୩ କ ଏବଂ ଅନ୍ୟ କିଛି ଧାରା ଆଧାରରେ ମାମଲା […]
ନୂଆଦିଲ୍ଲୀ: ବିଶ୍ୱ ସହିତ କାନ୍ଧରେ କାନ୍ଧ ମିଳାଇ କରୋନା ଭ୍ୟାକ୍ସିନ୍ ତିଆରି କରିବାରେ କାର୍ଯ୍ୟ କରୁଛି ଭାରତ। ଏ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ କାମ କରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା ଦେବା ବେଳେ ଆଜି ଏହା କହିଛନ୍ତି ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସେ କହିଛନ୍ତି, ଏହି ଅବସରେ କୁହାଯାଇଛି କୋଭିଡ୍-୧୯ର ମୁକାବିଲା ପାଇଁ ପ୍ରଭାବୀ ପ୍ରତିଷେଧକ ବା […]
ନୂଆଦିଲ୍ଲୀ: କରୋନା ଭାଇରସରେ ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧ଲକ୍ଷ ୩୫ ହଜାରରୁ ଅଧିକ ଲୋକ। କେବଳ ଗତ ୨୪ ଘଣ୍ଟା ଭିତରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୨୧୦ ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ଆଜି ସୁଦ୍ଧା ପ୍ରାୟ ୨୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ସର୍ବାଧିକ ପ୍ରଭାବିତ ଆମେରିକାରେ ୨୮ ହଜାର ୫୫୪ ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଆମେରିକାରେ ୬ଲକ୍ଷ ୪୪ ହଜାରରୁ ଅଧିକ ଲୋକ କୋଭିଡ୍ ୧୯ରେ […]