ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ କରୋନ ପଜିଟିଭ୍ ସାମ୍ନାକୁ ଆସିଛି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି। ସେହିପରି ୧୧ ଶହ ୫୨ଣ ଜଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୮ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ସେହିପରି […]
ମୁମ୍ବାଇ: ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ସିଟ୍ରେ ନିର୍ବାଚନ କରିବା ନେଇ ଗ୍ରୀନ୍ ସିଗ୍ନାଲ୍ ଦେଇଛି ଇଲେକ୍ସନ କମିସନ। ମେ ୨୧ ତାରିଖରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଇସି। ମୁଖ୍ୟମନ୍ତ୍ରୀଙ୍କ ପଦ ବଞ୍ଚେଇବାକୁ ହେଲେ ଉଦ୍ଧବଙ୍କୁ ଏହି ଇଲେକ୍ସନ ପ୍ରାର୍ଥୀ ହୋଇ ଜିତିବାକୁ ପଡ଼ିବ। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବା ନେଇ ଆଜି ଇସି ବୈଠକ ଡାକିଥିଲେ। ଏହି ବୈଠକରେ ମେ ୨୧ ତାରିଖରେ ୯ଟି ବିଧାନ ପରିଷଦ ସିଟ୍ ପାଇଁ ନିର୍ବାଚନ […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ଅଭିବାଦନ ଜଣାଇ ଦେଶ ଶ୍ରମିକ ଦିବସ ପାଳନ କରୁଛି। श्रम दिवस के अवसर पर, अथक परिश्रम करने […]
ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଚାଲିଛନ୍ତି ଭାରତ ସରକାର। ଦେଶକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଦେଶରେ ସ୍ଥାନୀୟ ପୁଞ୍ଜିନିବେଶକୁ ମଧ୍ୟ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି। ଦେଶରେ ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଓ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଭିତ୍ତିଭୂମି ବିକାଶ ଓ ପୁଞ୍ଜିନିବେଶକାରୀଙ୍କୁ […]
ଗାଜିଆବାଦ: କରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଛି। କେହି ଘରୁ ବାହାରୁ ନାହାନ୍ତି। ଲୋକମାନେ କେବଳ ଆବଶ୍ୟକ ଜିନିଷ ପାଇଁ ବାହାରକୁ ବାହାରୁଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଜଣେ ବ୍ୟକ୍ତି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଆସିଲେ। କିନ୍ତୁ ଖାଦ୍ୟ ସାମଗ୍ରୀ ବଦଳରେ ସେ ଏମିତି କିଛି ଆଣିଥିଲେ ଯାହାକୁ ଦେଖି ମା’ଙ୍କ ହୋସ ଉଡ଼ିଗଲା। ପୁଅ ଆସିବା ଜାଣି ମା‘ ଯେତେବେଳେ […]
ନୂଆଦିଲ୍ଲୀ: ବଲିଉଡ୍ର ପ୍ରିୟ କଳାକାର ଇର୍ଫାନ୍ ଆଜି ଆମ ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ଇର୍ଫାନଙ୍କ ମରଶରୀରକୁ ମୁମ୍ବାଇର ବରସୋଭା କବ୍ରିସ୍ତାନରେ ଇସଲାମ ରୀତିନୀତି ଅନୁଯାୟୀ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ତେବେ ଇର୍ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିନିତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’କୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ଏ ନେଇ ଡିଡି ନ୍ୟାସ୍ନ୍ୟାଲ୍ ଚ୍ୟାନେଲ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଦିନ ସାଢ଼େ ତିନିଟା ବେଳେ ଏହି ଧାରାବାହିକ ଡିଡିନ୍ୟାସ୍ନ୍ୟାଲ୍ ଚ୍ୟାନେଲ୍ […]
ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଛି। ଖାଲି ସେତିକି ନୁହେଁ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦେଇଛି। ୩ […]
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍ଫାନ୍ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି ବୋଲି କହିଛନ୍ତି। Irrfan Khan’s demise is a loss to the world of cinema and […]
ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ ମଧ୍ୟରୁ ଗୋଟିଏ ୨୦୦୪ ଓ ଅନ୍ୟ ଦୁଇଟି ୨୦୧୫ରେ ସୁଟ୍ କରାଯାଇଥିଲା। ୨୦୦୭ ଏବଂ ୨୦୧୭ରେ ଅନଧିକୃତ ଭାବେ ଏହାର ରିଲିଜ କରାଯାଇଥିଲା। ସେତେବେଳେ ଆମେରିକାର ନୌସେନା […]
ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ […]