• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

t
ଭାରତ ସହ ପଙ୍ଗା ହେଲା ମହଙ୍ଗା; ଗଡ଼ିଲା ୫ ପାକିସ୍ତାନ ଯବାନଙ୍କ ମୁଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ […]

  • Friday, 23 July 2021
keonjhar-12345-750x430
ସାବଧାନ! ରାତିର ବୁଲୁଛି ବାଘ, ବାହାରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହରିଚନ୍ଦନପୁର-ଦୈତାରୀ ଜଙ୍ଗଲରେ ଏକ ଚିତା ବାଘ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ  ଦୈତାରୀ ଟାଉନସିପ୍‌ରୁ  ବଳି ପର୍ବତ ମଧ୍ୟରେ ଥିବା ଘାଟି ରାସ୍ତା କଡ଼ରେ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ରାତିରେ ଓଆଇଏସ୍‌ଏଫ୍‌ ଯବାନମାନେ ଏହି  ରାସ୍ତାରେ ଯିବା ସମୟରେ ନିଜ ଗାଡ଼ି ଭିତରୁ ବାଘର ଭିଡିଓ ଉତ୍ତୋଳନ କରିଥିଲେ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ କଲରାପତରିଆ […]

  • Friday, 23 July 2021
t
ଟ୍ରେନ୍‌ ବିଳମ୍ବ ହେଲା ବୋଲି ଏବେ ଯାତ୍ରୀଙ୍କୁ ଟଙ୍କା ଫେରାଇବ ରେଳବାଇ

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ କ୍ଷତିପୂରଣ ଦେବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା […]

  • Friday, 23 July 2021
abhijt
' ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ବାମ ବିଚାରର ଲୋକ'

ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ୍‌ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍‌ ଇନ୍‌କମ୍‌ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା। ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର […]

  • Friday, 23 July 2021
court
ମସ୍‌ଜିଦରେ ନମାଜ୍ ପଢ଼ିଲା ବେଳେ ଶକ୍ତିଶାଳୀ ବିସ୍ଫୋରଣ; ୬୨ ମୃତ ୩୬ ଆହତ

କାବୁଲ: ମସ୍‌ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ। ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଏଭଳି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା […]

  • Friday, 23 July 2021
mobile
ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ନେଇ ଯାଇପାରିବେନି ଛାତ୍ରଛାତ୍ରୀ

ଲକ୍ଷ୍ନୌ: ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ଫୋନ୍‌ ନେଇ ଯାଇପାରିବେନି ଛାତ୍ରାଛ୍ରାତ୍ରୀ। କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ କଲେଜ୍‌ରେ ମୋବାଇଲ୍‌ ମନା ହେବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରେ ମୋବାଇଲ୍ ଫୋନ୍‌ ବ୍ୟାନ୍‌ କରିଛନ୍ତି। ଉତ୍ତର ପ୍ରଦେଶ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି। ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି, କୌଣସି ବି […]

  • Friday, 23 July 2021
Yongqing-Bao
ଏମିତି ବେଳରେ ଫଟୋ ଉଠାଇଲେ ଯେ ଆୱାର୍ଡ ପାଇଲେ

ନୂଆଦିଲ୍ଲୀ: ଗୁଣ୍ଡୁଚିମୂଷା ତା କାମରେ ଯାଉଥିଲା। କିନ୍ତୁ ପଛରୁ କୋକିଶିଆଳୀ ଦେଖି ହଠାତ୍ ଚମକି ପଡ଼ିଲା। ଆଉ ଡରିମରି ଏତେବଡ଼ ଆଁ କରି କୋକି ଆଡ଼କୁ ଚାହିଁଲା। ଏହି ସମୟର ଫଟୋ କ୍ୟାମେରାରେ କଏଦ୍‌ କଲେ ଫଟୋଗ୍ରାଫର୍ ୟୋଙ୍ଗନିକ୍‌ ବାଓ। ଆଉ ଏହି ଫଟୋ ପାଇଁ ଏବେ ତାଙ୍କୁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ୨୦୧୯ ମିଳିବାକୁ ଯାଉଛି। ଉପରୋକ୍ତ ଫଟୋକୁ ଦେଖନ୍ତୁ। କୋକିଶିଆଳି ସହିତ ହଠାତ୍ ଭେଟ ହୋଇଯିବା ପରେ ଯେମିତି ଭୟରେ ଗୁଣ୍ଡୁଚିମୂଷାର ଆଖିଟେରା […]

  • Friday, 23 July 2021
lion
ଚିଡ଼ିଆଖାନାର ସିଂହ ଖୁଆଡ଼କୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଫିଲ୍ମର ଦୃଶ୍ୟ। ନୂଆଦିଲ୍ଲୀରେ ଥିବା ଚିଡ଼ିଆଖାନାର ସିଂହ ଖୁଆଡ଼ ପାଖରେ ବୁଲୁ ବୁଲୁ ହଠାତ୍‌ ଜଣେ ଯୁବକ ଖୁଆଡ଼ ଭିତରକୁ ଡେଇଁପଡ଼ିଲେ। ଆଉ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ମୁହଁ ପାଖରେ ବସିପଡ଼ିଥିଲେ। ତା’ପରେ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି ? କାରଣ ୨୦୧୪ରେ ମଧ୍ୟ ଜଣେ ବ୍ୟକ୍ତି ଏମିତି ବାଘ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ବାଘ କିଛି ସମୟ ଅପେକ୍ଷା ପରେ ହଠାତ୍ ଯୁବକଙ୍କ ବେକକୁ […]

  • Friday, 23 July 2021
deadbody-
ଦୁଇଥର ମରି ବଞ୍ଚିଥିଲେ, ପୁଣି ମରିଗଲେ

ଚଣ୍ଡିଗଡ଼: ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଦୁଇଥର ମୃତ ଘୋଷଣା ପରେ ବଞ୍ଚିଥିଲେ ମହିଳା। କିନ୍ତୁ ତୃତୀୟଥର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ। ଖବର ଅନୁସାରେ ୪୫ ବର୍ଷୀୟା ଏହି ମହିଳାଙ୍କୁ ଗୋଟିଏ ହସ୍‌ପିଟାଲ୍‌ରେ ମୃତ ଘୋଷଣା କରାଯିବା ପରେ ପୁଣିଥରେ ତାଙ୍କୁ ଚଣ୍ଡିଗଡ଼ ହସ୍‌ପିଟାଲ-୩୨କୁ ଅଣାଯାଇଥିଲା। କାରଣ ମହିଳାଙ୍କ କାରୋଟିଡ୍ ଧମନୀ ନାଡ଼ି ସ୍ପନ୍ଦିତ ହେଉଥିଲା। ଇସିଜିରେ ଜଣାପଡ଼ିଲା ଯେ ମହିଳାଙ୍କ ହାର୍ଟ ସ୍ପନ୍ଦନ ହେବା ସହିତ […]

  • Friday, 23 July 2021
arvind-daughter
ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାକିରିରୁ ୫ ମାସ ଛୁଟି ନେଲେ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଶାସକ ଦଳ ଆପ୍ ମଧ୍ୟ ତାର ପ୍ରଚାର ପ୍ରସ୍ତୁତି ଚଳାଇଛି। ଏଥର ଅରବିନ୍ଦ କେଜରିୱାଲ୍‌ଙ୍କ ପାଇଁ ପ୍ରଚାର କରିବେ ତାଙ୍କ ଝିଅ ହରସିତ କେଜରିୱାଲ୍। ଏଥିପାଇଁ ସେ ତାଙ୍କ ଚାକିରିରୁ ୫ ମାସ ଛୁଟି ନେଇଛନ୍ତି। ତାଙ୍କ ଝିଅ ହରସିତ କେଜ୍ରିଓ୍ୱାଲ ଏବେ ଏକ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି। ଗତକାଲି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା […]

  • Friday, 23 July 2021
mdeui
ଅଯୋଧ୍ୟା ମାମଲାରେ ଟ୍ୱିଷ୍ଟ୍; ବିବାଦୀୟ ସ୍ଥାନକୁ ଛାଡ଼ିଦେବ ମୁସ୍‌ଲିମ ପକ୍ଷ !

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଏହାକୁ ଉପସ୍ଥାପନ କରିଛି। ତେବେ ମଧ୍ୟସ୍ଥତା ପ୍ୟାନେଲ ତା’ ରିପୋର୍ଟରେ ଆପୋଷ […]

  • Friday, 23 July 2021