ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସାରୋମ ଗାଁରେ ଏକ ବିବାଦ ଉପୁଜିବାରୁ […]
ମୁମ୍ବାଇ: ମୁମ୍ବାଇର ଏକ ହୋଟେଲ୍ରୁ ଉଦ୍ଧାର ହେଲା ସାଂସଦଙ୍କ ମୃତଦେହ। ଦାଦ୍ରା ନଗର ହାବେଳିରୁ ୭ଥର ସାଂସଦ ହୋଇଥିବା ମୋହନ ଡେଲ୍କରଙ୍କର ମୃତଦେହ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ଏକ ହୋଟେଲ୍ରୁ ଉଦ୍ଧାର କରାଯାଇଛି। ମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୋହନଙ୍କର ମୃତଦେହ ମିଳିଥିବା ଖବର […]
ମମ୍ବାଇ: ତୈଳ ଦର ବୃଦ୍ଧି ଉପରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ଆଜି ପୁଣିଥରେ ବର୍ଷିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି ବୋଲି କହି ଦୁଇ ସୁପର ଷ୍ଟାର୍ଙ୍କୁ ସମାଲୋଚନା କରିଛନ୍ତି ପାଟୋଲେ। ଏଥିସହିତ ଏହି ଦୁଇ କଳାକାରଙ୍କର ଫିଲ୍ଲ ଯେଉଁଠି ରିଲିଜ୍ ହେବ ସେଠାର କଂଗ୍ରେସ କଳା ପାତାକା ଦେଖିବ ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି। ସେ ଆହୁରି […]
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଝିଅଙ୍କର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଇ ସପ୍ତାହରେ ଦୁଇ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଅବସ୍ଥାରେ ଖେତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେହିପରି ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରକାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କାନପୁର ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୁରୁବାର ୪ ଜଣଙ୍କୁ ଅଟକ ରଖାଯାଇଥିଲା। ସେଥିମଧ୍ୟରୁ ଆଜି ଦୁଇ ଜଣଙ୍କୁ […]
କୋଲାକାତା: ନିଜ କାର୍ରେ ଡ୍ରଗ୍ସ ଆଣୁଥିବା ଅଭିଯୋରେ କୋଲକାତାର ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍। ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ। ଶୁକ୍ରବାର ସେ ନିଜ କାର୍ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍। ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲାତାର ନ୍ୟୁ ଅଲିପୁର ଏରିଆ ଏନ୍ଆର୍ ଏଭିନ୍ୟୁରୁ ଗିରଫ କରାଯାଇଛି। ପାମେଲା କାର୍ରେ ଯାଉଥିବା ବେଳେ ତାଙ୍କର ସାଙ୍ଗରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଥିଲେ। […]
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ହୋଇଥିବା ମାନହାନୀ ମକଦ୍ଦମାକୁ ନେଇ ଶାହଙ୍କୁ ନୋଟିସ୍ କଲେ କୋର୍ଟ। ବିଧାୟକ ଓ ସାଂସଦଙ୍କ ମାମଲା ସମ୍ପର୍କିତ ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି। ଟିଏମ୍ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବେନାର୍ଜୀ ଶାହଙ୍କ ବିରୋଧରେ ଏହି ମାନହାନୀ ମକଦ୍ଦମା କରିଛନ୍ତି। ଫଳରେ କୋର୍ଟ ଶାହଙ୍କୁ ନୋଟିସ୍ କରି ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ଫେବ୍ରୁଆରୀ […]
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଟାଇମ ମାଗାଜିନ୍ର ୧୦୦ ଉଦୀୟମାନ ରାଜନେତାଙ୍କ ତାଲିକା ପ୍ରକାଶ କରିଛି ଯେଉଁମାନେ ଭବିଷ୍ୟତରେ ରାଜନୀତିକୁ ପ୍ରଭାବିତ କରିପାରିବେ। ଏହି ତାଲିକାରେ ୫ ଭାରତୀୟ ଯୁବ ନେତାଙ୍କ ନାଁ ସାମିଲ ରହିଛି। ବୁଧବାର ମାଗିଜିନ୍ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ମାଗାଜିନ୍ର ଶ୍ରେଷ୍ଠ ୧୦୦ ଇମର୍ଜିଂ ନେତା ତାଲିକାରେ ଭୀମ ଆର୍ମି ମୁଖ୍ୟ ଭାରତର, ଟପ୍ ଆଇନଜୀବୀ ବିଜୟା ଗାଡ୍ଡେ, ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ସହ ୫ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। […]
ମୁମ୍ବାଇ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଚାରିଆଡ଼େ ହଙ୍ଗାମା ହେଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଶାସକ ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି। ଏପରି ସ୍ଥଳେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଶିବସେନା ନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଦର ଶହେ ଛୁଇଁବାକୁ ନେଇ ମୋଦି ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି ଉର୍ମିଲା। ତୈଳ ଦର ବୃଦ୍ଧି ଘଟଣାରେ ଉର୍ମିଲା କେନ୍ଦ୍ର ସରକାରଙ୍କୁ ବ୍ୟଙ୍ଗ କରିବା ପାଇଁ […]
ମୁମ୍ବାଇ: ଦିନେ ଯେଉଁ ବଲିଉଡ୍ ଷ୍ଟାର୍ମାନେ ଦେଶର ବଢ଼ୁଥିବା ତୈଳଦର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ଆଜି ସେମାନେ ନିରବ ରହିଛନ୍ତି। ପୂର୍ବଠାରୁ ଆଜି ତୈଳଦର ବହୁତ ଅଧିକ ବଢ଼ିଯାଇଥିଲେ ବି ଏହି ଷ୍ଟାର୍ମାନେ କିନ୍ତୁ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି। ଏନେଇ କଡ଼ା ପଦକ୍ଷେପ ନେଇଛି କଂଗ୍ରେସ। ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ […]
ନୂଆଦିଲ୍ଲୀ: SARS-CoV-2 ବ୍ରାଜିଲରେ ଚିହ୍ନଟ ଏହି ନୂଆ ଷ୍ଟ୍ରେନର କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। କାରଣ ମୂଳ ଭୂତାଣୁରେ ୧୨ ପ୍ରକାର ପରିବର୍ତ୍ତନ ଘଟି ସୃଷ୍ଟି ହୋଇଛି ଏହି ନୂଆ ଷ୍ଟ୍ରେନ୍। ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁ ପ୍ରାୟତଃ ଏକ ପ୍ରକାରର ହୋଇଥିବା ବେଳେ ବ୍ରାଜିଲ ଭୂତାଣୁ ଏମାନଙ୍କଠାରୁ କେଇଗୁଣା ଅଧିକ ମାରାତ୍ମକ ବୋଲି ସୂଚନା ମିଳିଛି। କାରଣ ବ୍ରାଜିଲ୍ ଭୁତାଣୁ ଖୁବ୍ ଶୀଘ୍ର ସଂକ୍ରମିତ ହେଉଛି। ଏବଂ […]
ମୁମ୍ବାଇ: ଅହମଦାବାଦର ଦେବଶ୍ରୀ ତ୍ରିବେଦୀ ନାମକ ଜଣେ ମହିଳା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତିଙ୍କ ପାଖକୁ ପଠାଇଛନ୍ତି ୧୫୦ଟି କଣ୍ଡୋମ। ତାଙ୍କ ଅଫିସ୍ ଠିକଣାକୁ ମଧ୍ୟ କଣ୍ଡୋମ ପଠାଇଥିବା ଦେବଶ୍ରୀ ସୂଚନା ଦେଇଛନ୍ତି। ବିଚାରପତିଙ୍କ ରାୟକୁ ଭୁଲ୍ ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରି ସେ ଏପରି କରିଥିବା କହିଛନ୍ତି। ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍ ପୁଷ୍ପା ଭି, ଗନେଦିୱାଲ୍ ନିକଟରେ ପୋକ୍ସୋ ଆକ୍ଟରେ ଆସୁଥିବା ଏକ ମାମଲାରେ ବିଚାର କରୁଥିବା ବେଳେ ଏକ ବିବାଦୀୟ ରାୟ […]
ଲଦାଖ: ବର୍ତ୍ତମାନର ଭାରତକୁ ୧୯୬୨ ବେଳର ଭାରତ ଭାବିଥିଲା ଚୀନ। ବାରମ୍ବାର ନାଲି ଆଖି ଦେଖାଇ ଭାରତର ଭୂଭାଗ ଦଖଲ୍ର ଲୋଭ ରଖିଥିବା ଚୀନ ଶେଷରେ ନାଚାର ହୋଇ ନାକ କାନ ଆଉଁସି ଫେରିବାକୁ ବାଧ୍ୟ ହୋଇଛି। ଚୀନ୍ ସେନା ପ୍ରତ୍ୟାହାର ନେଇ ନୂଆ ସାଟେଲାଇଟ୍ ଇମେଜ୍ରୁ ଜଣାପଡ଼ିଛି। ଲଦାଖ ଅଞ୍ଚଳରେ ଚୀନ ଯେଉଁସବୁ ସେନା ଶିବିର, ସାମରିକ ଯାନ, ମୋଟର ବୋଟ୍, ଜେଟିସ୍(ପାଣି ମଝିରେ ତିଆରି ହୋଇଥିବା ରାସ୍ତା) ଓ ଷ୍ଟୋରେଜ୍ ଫେସିଲିଟ୍ ତିଆରି କରିଥିଲା […]
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ସୁନା ମୂଲ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଜି ପୁଣିଥରେ ସୁନା ଦର କମିଛି। ଦିଲ୍ଲୀରେ ସୁନା ଦଶଗ୍ରାମ ପ୍ରତି ୭୧୭ ଟଙ୍କା କମ୍ ହୋଇଛି। ଫଳରେ ନୂଆ ଦର ୪୬,୧୦୨ ଟଙ୍କା ହୋଇଛି। ଏଚ୍ଡିଏଫ୍ସି ପକ୍ଷରୁ ଏହି ସୂଚନା ମିଳିଛି। ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ସୁନା ଦର କମିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଫେବ୍ରୁଆରୀ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ଠାରୁ ଶକ୍ତ ଝଟ୍କା ଲାଗିଛି। ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର କରିଥିବା ଅପରାଧିକ ମାନହାନି ମକଦମାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ପ୍ରିୟା ରମାନୀଙ୍କ ପାଇଁ ତାଙ୍କର ସମ୍ମାନ ହାନୀ ହୋଇଥିବା କୋର୍ଟରେ ଆବେଦନ କରିଥିଲେ ଆକବର। ସେ ଅଭିଯୋଗ କରିଥିଲେ ଯେ ପ୍ରିୟା ୨୦୧୭ରେ ଏକ ଆର୍ଟିକଲ୍ ଲେଖି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ପରେ ୨୦୧୮ରେ ଏକ […]
ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ୁଥିବା ତେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ରନ୍ଧନ ଗ୍ୟାସ୍ ଦର ବି ଏକଥାରେ ୫୦ ଟଙ୍କା ବୃଦ୍ଧି ହୋଇଛି। ଏକାଥରେ ଏତେ ଟଙ୍କା ବୃଦ୍ଧି ହେବାରୁ ଚିନ୍ତାରେ ଖାଉଟି। ଆଜି ଦିଲ୍ଲୀରେ ଏଲ୍ପିଜିର ଘରୋଇ ସିଲିଣ୍ଡର ଗ୍ୟାସ୍ ୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ଦାମ ବର୍ତ୍ତମାନ ୭୬୯ ଟଙ୍କା ହୋଇଛି। ସୋମବାର ଦିନ ୧୨ଟା ପରେ ଏହି ନୂଆ ମୂଲ୍ୟ ଲାଗୁହେବ। ଏନେଇ ଖବର […]
ମୁମ୍ବାଇ: ଭିକାରୀ ଶୂନ୍ୟ ହେବ ମୁମ୍ବାଇ। ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀ ମୁକ୍ତ ଅଭିଯାନ ଚଳାଇଛି ମୁମ୍ବାଇ ପ୍ରଶାସନ। ଏଥିପାଇଁ ସମସ୍ତ ଭିକାରୀକୁ ଟ୍ରାକ୍ କରିବା ସହିତ ତାଙ୍କୁ ଧରି କୋଭିଡ୍-୧୯ ଟେଷ୍ଟ କରାଇ ଏକ ସ୍ୱତନ୍ତ୍ର ଘରେ ରଖିବାକୁ ମୁମ୍ବାଇର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିତ ମାସ ସାରା ଭିକାରୀ ଶୂନ୍ୟ(ଜିରୋ ବେଗର୍ସ) ଅଭିଯାନ ଚଲାଇବା ପାଇଁ ସମସ୍ତ ଆଞ୍ଚଳିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ପୋଲିସ କମିଶନର ବିଶ୍ୱ ନାଗ୍ର […]
ଶ୍ରୀନଗର: ଆଜି ପେବ୍ରୁଆରୀ ୧୪ ତାରିଖ। ୨୦୧୯ ଆଜିର ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ହିନ ଚକ୍ରାନ୍ତର ଶିକାର ହୋଇ ସହିଦ ହୋଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣାକୁ ଆଜି ଦୁଇ ବର୍ଷ ପୂରିଥିବା ବେଳେ ପୁଣିଥରେ ସେହି ଲୋମହର୍ଷକ ଦୃଶ୍ୟକୁ ଦୋହରାଇବା ପାଇଁ ଏଥର ବି ଷଡ଼ଯନ୍ତ୍ର କରିଥିଲେ ଆତଙ୍କବାଦୀ। ହେଲେ ଜାମ୍ମୁ ପୋଲିସ୍ ସେମାନଙ୍କର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି। ରବିବାର ଜାମ୍ମୁର ବସ୍ଷ୍ଟାଣ୍ଡ ଏରିଆରୁ ପୋଲିସ୍ ୭ କେଜି ଆଇଡି […]
ନୂଆଦିଲ୍ଲୀ: ସ୍ୱିଡେନ୍ର ପରିବେଶବିତ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନ ସମ୍ପର୍କିତ ଶେୟାର କରିଥିବା ଟୁଲ୍କିଟ୍ରେ ସମ୍ପୃକ୍ତି ନେଇ ପରିବେଶବିତ୍ ଦିଶା ରବିଙ୍କୁ ସକାଳେ ଗିରଫ୍ କରିବା ପରେ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ୍। ଦିଲ୍ଲୀ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଗ୍ରେଟା ଶେୟାର କରିଥିବା ଟୁଲ୍କିଟ୍ ସମ୍ପର୍କରେ ପଚରାଉଚରା ପାଇଁ ରବିବାର ସକାଳେ ଦିଶାଙ୍କୁ ବେଙ୍ଗାଲୁରୁ ସୋଲାଦେଭନହାଲି ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଦିଶା ଏହି ଟୁଲ୍କିଟ୍କୁ ପ୍ରସାର […]
ନୂଆଦିଲ୍ଲୀ: ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଟ୍ରାକ୍ଟର ଦ୍ୱାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଞ୍ଜିନକୁ ବଦଳାଯାଇଛି। ଟ୍ରାକ୍ଟରକୁ ନିଜେ ଗଡ଼କରି କିଣିଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଡିଜେଲ ଇଞ୍ଜିନରୁ […]