• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

elephant
ଖୋର୍ଦ୍ଧା ହାତୀ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ବେଳେ ବାହାରିଲା ହାତୀଛୁଆ

ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡାଠାରେ ଗତକାଲି ମୃତ୍ୟୁବରଣ କରିଥିବା ହାତୀଟି ଗର୍ଭବତୀ ଥିବା ବ୍ୟବଛେଦ ବେଳେ ଜଣାପଡିଛି। ତା ପେଟରୁ ଏକ ମୃତ  ହାତୀ ଛୁଆ ବାହାରିଛି।  ଆଉ ଅଳ୍ପ ଦିନ ପରେ ସେ ଏହି ଛୁଆଟିକୁ ପ୍ରସବ କରାଇଥାନ୍ତା ବୋଲି ବ୍ୟବଛେଦ କରିଥିବା OUATର ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି। ହାତୀର ବ୍ୟବଛେଦ ଶେଷ ହୋଇଛି ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ବ୍ୟବଛେଦ ପରେ ମୃତ ହାତୀ […]

  • Friday, 02 July 2021
aparajita
ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ, ସାଂସଦ ଦେଲେ ଏଭଳି ଜବାବ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଛନ୍ତି। ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏମିତିକି ଚିଠି ସହ ଏକ ଭିଡିଓ ବି ପଠାଇଛନ୍ତି। ଯେଉଁଥିରେ […]

  • Friday, 02 July 2021
ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିଲା। ଏହାକୁ ସଂଶୋଧନ କରିବା […]

  • Friday, 02 July 2021
man-booked 1
ମନ୍ଦିର ପରିସରରେ ପୋଷା କୁକୁର ବୁଲାଇ ଫସିଗଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା। ଭୁବନେଶ୍ୱରର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା ଘଟଣାରେ କମିଶନରେଟ ପୋଲିସ୍‌ ତୋଫାନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କମିଶନରେଟ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସ୍ ପକ୍ଷରୁ‌ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ […]

  • Friday, 02 July 2021
electrocuted
ଶ୍ୱଶୁରଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଯାଇଥିଲେ ବୋହୂ, ହେଲେ...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳ ଠଙ୍ଗପଡ଼ା ଗାଁରେ ବିଦ୍ୟୁତ୍‌ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା। ସୂଚନା ଅନୁସାରେ, ଇଲେକ୍ଟ୍ରିକ୍‌ ବୋର୍ଡରୁ ଆସିଥିବା ତାର ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ […]

  • Friday, 02 July 2021
simanchal
୩ ଦିନ ପରେ ବି ମିଳିଲାନି ପୁଅର ଖବର , ଶେଷରେ ଏମିତି ଦେଲେ ଅନ୍ତିମ ବିଦାୟ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ  ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ।  ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ  ପଡ଼ିଛନ୍ତି। କିଛି ବାଟ ନ ପାଇ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର […]

  • Friday, 02 July 2021
accident
ଖୁସିରେ ପରିବାର ସହ ଫେରୁଥିଲେ, ବାଟରେ ଉଜୁଡ଼ିଗଲା ସଂସାର

ତେଲକୋଇ: ଆଖି ସାମ୍ନାରେ ବାପାଙ୍କୁ ହରାଇଲେ ଦୁଇ ଭାଇ। ମାମୁ ଘରକୁ ବୁଲିବାକୁ ଯାଇ ନିଜ ଘରକୁ ଫେରୁ ଥିବାବେଳେ ବାଟରେ ଘଟିଲା ଦୁର୍ଘଟଣା। ଏଥିରେ ଦୁଇ ଭାଇ ଓ ମା’ଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସବୁଦିନ ପାଇଁ ଦୁଇ ଭାଇ ସେମାନଙ୍କର ବାପାଙ୍କୁ ହରାଇଦେଲେ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦାନ୍ତୁଆଣି ରେଲ୍‌ୱେ ଓଭରବ୍ରିଜ୍ ନିକଟରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ସୁଦର୍ଶନ ମହାକୁଡ଼। […]

  • Friday, 02 July 2021
puri
ଚିକିତ୍ସା ପାଇଁ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବସାଇ କଟକ ଆଣିଲେ ବୃଦ୍ଧ

ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି, କଟକ ନେଲେ ପତ୍ନୀ ଭଲ ହେବେ। ଅର୍ଥାଭାବରୁ ଗାଡ଼ି କି ଆମ୍ବୁଲାନ୍ସ କରିପାରି ନ ଥିଲେ। ଶେଷରେ ଟ୍ରଲିରେ ବସାଇ ସାକ୍ଷୀଗୋପାଳରୁ କଟକ ଆଣିଥିଲେ ୭୦ ବର୍ଷର […]

  • Friday, 02 July 2021
rain
୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲମାର୍କରେ ପରିଣତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି […]

  • Friday, 02 July 2021
aparajita
ବିଜେଡି ଅଫିସ୍ କେବେ ସିଲ୍ ହେବ- ଅପରାଜିତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। […]

  • Friday, 02 July 2021
economy
ଟ୍ରାକ୍‌କୁ ଫେରୁଛି ରାଜ୍ୟ ଅର୍ଥନୀତି

ଭୁବନେଶ୍ୱର: କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ରାଜ୍ୟ ଅର୍ଥନୀତି ଏବେ ଟ୍ରାକ୍‌କୁ ଫେରୁଛି। ଲକଡାଉନ୍ ପରେ ପ୍ରଥମ ଥର ପାଇଁ ବଢ଼ିଛି ରାଜ୍ୟର ନିଜସ୍ୱ ଟିକସ ଆୟ। ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍ ତଥ୍ୟରୁ ଏମିତି ସୂଚନା ମିଳିଛି। କେବଳ ସେପ୍ଟେମ୍ୱରରେ ଟିକସ ଆୟ ୧୨ପ୍ରତିଶତ ବୃଦ୍ଧି ହୋଇଛି। ଏବାବଦରେ ମିଳିଛି ୧ ହଜାର ୬୭୯ କୋଟି ଟଙ୍କା। ୨୦୧୯-୨୦ ପୂର୍ବ ଆର୍ଥିକବର୍ଷ ସେପ୍ଟେମ୍ବର ମାସରେ ରାଜକୋଷକୁ ଆସିଥିଲା ୧ ହଜାର ୫୦୨ କୋଟି। ଚଳିତବର୍ଷ ସେପ୍ଟେମ୍ୱରରେ […]

  • Friday, 02 July 2021
chuda
ବିପନ୍ନଙ୍କୁ ରିଲିଫ୍ ଧୋକା: ପୋକ ଖାଇଗଲା ୧୫ କ୍ୱିଣ୍ଟାଲ ‘ଚୁଡ଼ା-ଗୁଡ଼’

କେନ୍ଦ୍ରାପଡ଼ା: ବାତ୍ୟା ହେଉ କି ବନ୍ୟା। ବିପନ୍ନଙ୍କୁ ରିଲିଫ୍‌ ମିଳୁନାହିଁ। ଜିଲ୍ଲାପାଳଙ୍କ ପାଖେ ଆସି ଫେରାଦ୍‌ ହେଲେ ମଧ୍ୟ କୌଣସି ସମାଧାନ ହେଉନି। ସେପଟେ ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି […]

  • Friday, 02 July 2021
bidyut
ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ, ଗିରଫ ହେଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗତ ମାସ ୨୫ ତାରିଖ ଦିନ ହାତୀ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାରହା ମାଂସ ଜବତ କରିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ପରଜଙ୍ଗ ଥାନା ସାଆନ୍ଦା ଗାଁ […]

  • Friday, 02 July 2021
covid
କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ ବାହାରେ ପରିବାର ଲୋକଙ୍କ ଧାରଣା

କଳାହାଣ୍ଡି(ରାଜ୍‌ କୁମାର ସିଂ ଦେଓ): କଳାହାଣ୍ଡି ଜିଲ୍ଲାର ଜଣେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ। ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ପରିବାର ଲୋକେ କୋଭିଡ ହସ୍ପିଟାଲ ବାହାରେ ଧାରଣା ଦେଇଛନ୍ତି। ମୃତକ ଜଣକ ଭବାନୀପାଟଣା ଉପକଣ୍ଠ  କଷାକେନ୍ଧୁ ଗାଁର ବିରେନ୍ଦ୍ର। ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଭବାନୀପାଟଣା ମୁଖ୍ୟ […]

  • Friday, 02 July 2021
toka 1
କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ?

ଭୁବନେଶ୍ୱର: କାମ ଅପେକ୍ଷା ନାମକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି କି ଓଡ଼ିଶା ସରକାର ? ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ ଛୁଇଁବାକୁ ବସିଥିବା ବେଳେ, ମୃତ୍ୟୁ ସଂଖ୍ୟା ଆଜି ହଜାରେ ଟପିଛି।  ସ୍ୱାସ୍ଥ୍ୟସେବା ଓ କୋଭିଡ୍ ପରିଚାଳନାର ଏକାଧିକ ନଗ୍ନଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ସେସବୁକୁ ଅତି ଚତୁରତାର ସହ ଆଡ଼େଇ ଯାଉଥିବା ରାଜ୍ୟ ସରକାର, ପ୍ରଶଂସା ସାଉଁଟିବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଯେଉଁଥିପାଇଁ ଏବେ ଅକଳରେ […]

  • Friday, 02 July 2021
vote
ଉପନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ; ବିଜେଡି-ବିଜେପି ଦୋଷ ଲଦାଲଦି, କଂଗ୍ରେସର କଟାକ୍ଷ

ବାଲେଶ୍ୱର: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ନେତାଙ୍କ ଦଳ ଡିଆଁ। କେଉଁ ଦଳରୁ କେଉଁ ନେତାଙ୍କୁ ଆଣିଲେ ବିଜୟ ସମ୍ଭାବନା ବଢ଼ିବ ତାକୁ ନେଇ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ପ୍ରଲୋଭନ ସହ ନେତାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ବି ଉଠୁଛି। ଏନେଇ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି ଓ ବିଜେଡି। ତେବେ ଦୁଇ ଦଳ ଘୋଡ଼ା ବେପାରରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି। ତେଣେ ଅନ୍ୟ ଦଳରୁ ନେତା […]

  • Friday, 02 July 2021
bhakti
ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ କଲେ ବିଦେଶୀ ଭକ୍ତ

ପୁରୀ: କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାର ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ। ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଯଦିଓ ତାଙ୍କୁ ମନ୍ଦିର ପ୍ରବେଶ ବାରଣ ରହିଛି, ତଥାପି ମହାପ୍ରସାଦ ମାହାତ୍ମ୍ୟ ଶୁଣି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ବସି କରିଛନ୍ତି ଅବଢ଼ା ସେବନ। ବିଦେଶୀ ଜଗନ୍ନାଥପ୍ରେମୀଙ୍କ ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ ଆନନ୍ଦ ଦୃଶ୍ୟକୁ […]

  • Friday, 02 July 2021
dharmandra-pradhan
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଏହି ବିଲ୍‌କୁ ଉଚ୍ଛେଦ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ରାଜ୍ୟ ସରକାରଙ୍କ ଏହି ବିଲ୍ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିର ବିରୁଦ୍ଧାଚରଣ କରୁଥିବା ଧର୍ମେନ୍ଦ୍ର ଦର୍ଶାଇଛନ୍ତି। ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବାରୁ ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ଆଇନ ପ୍ରଣୟନ […]

  • Friday, 02 July 2021
baghamari
OTVର ବରିଷ୍ଠ ଅଧିକାରୀଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: OTV ନାଁରେ ସାରୁଅ ଜମି ଜବରଦଖଲ ଅଭିଯୋଗ ମାମଲାରେ ବାଘମାରି ଥାନାରେ OTVର ବରିଷ୍ଠ ଅଧିକାରୀଙ୍କୁ ୮ ଘଣ୍ଟା ଜେରା କରିଛି ପୋଲିସ୍। OTV ସିଏଫ୍ଓ, ସାରୁଅ ସାଇଟ୍ ଇନଚାର୍ଜ ଓ ଜଣେ ପୂର୍ବତନ କର୍ମଚାରୀଙ୍କୁ ଜେରା କରାଯାଇଛି। କାଲି OTV ଅଫିସ୍‌କୁ ଆସି ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ପୋଲିସ୍। ଉଲ୍ଲେଖଯୋଗ୍ୟ ଯେ, ଜମି ଜବର ଦଖଲ ହୋଇନି ବୋଲି ଅମିନ କହିସାରିଛନ୍ତି। ତହସିଲଦାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅମିନ ମାପଚୁପ ପରେ […]

  • Friday, 02 July 2021
election
ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଲେ ଲୋକେ ପଠାଇ ପାରିବେ ଭିଡିଓ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ CEOଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧତ୍କାରୀ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୋଷ୍ଟାଲ ବାଲାଟର ବହୁଳ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମ ଭୋଟରଙ୍କୁ ଭେଟିବାକୁ ପରାମର୍ଶ ଦିଆଯାଇଛି। ୧୪ ତାରିଖ ସୁଦ୍ଧା ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭେଟିବାକୁ ପରାମର୍ଶ ଦିଆଯାଇଛି। ସର୍ଭିସ୍ ଭୋଟରମାନଙ୍କୁ ETPBS ସେବା ମାଧ୍ୟମରେ ଭୋଟ […]

  • Friday, 02 July 2021
rain
ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଛି। ପଶ୍ଚିମ, ପଶ୍ଚିମ-ଉତ୍ତର ଦିଗରେ ଗତି କରି ୧୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ […]

kulapati
କୋଭିଡ୍‌ ନିୟମ ଭାଙ୍ଗିଲେ କୁଳପତି ଏବଂ କୁଳସଚିବ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଏବଂ କୁଳସଚିବଙ୍କ ନାଁରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। କୋଭିଡ ଆଇନ୍ ଉଲଂଘନ ଅଭିଯୋଗରେ ଜଣେ ଛାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୪ ଦିନ ଧରି ଛାତ୍ର ମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ରିଆଡମିଶନ୍ ଫି ଛାଡ ଦାବିରେ ଅନଶନ କରିଥିଲେ। ଭିସି ଏବଂ ରେଜିଷ୍ଟର ଛାତ୍ରମାନଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। ତେବେ ଏହି ସମୟରେ ଉଭୟ ଭିସି ଓ ରେଜିଷ୍ଟର […]

  • Friday, 02 July 2021
covid-yodha
କରୋନା ବିଜୟୀ ହେଲେ ଦୁଇ କରୋନା ଯୋଦ୍ଧା

କୋଣାର୍କ (ସଞ୍ଜୟ ପତି): କରୋନା ଯୁଦ୍ଧ ଲଢ଼ି ବିଜୟୀ ହୋଇଛନ୍ତି କୋଭିଡ୍ ଯୋଦ୍ଧା।  କୋଣାର୍କ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଦୁଇ କରୋନା ଯୋଦ୍ଧାଙ୍କ ଆଗରେ ହାର୍ ମାନିଛି କରୋନା। ଏହି ଦୁଇ ବିଜୟୀ ହେଲେ କୋଣାର୍କ ଅଗ୍ନିଶମ ବିଭାଗର ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଓ ଟ୍ରେନିଂ ଅଫିସର ତପନ କୁମାର ମହାନ୍ତି।  ଜ୍ୟୋତି ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାବେଳେ ଅନ୍ୟ ସହକର୍ମୀଙ୍କ ସହ ସେ କରୋନା ସଂକ୍ରମଣରେ ଅସୁସ୍ଥ ହୋଇପଡିଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ […]

  • Friday, 02 July 2021