• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cctv
ରାଜଧାନୀରେ ମର୍ଡର: ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ଦୁଇ ପ୍ରହରରେ ମର୍ଡର। ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁରରେ। ଜଣେ ଯୁବକ ସେଠାରେ ମିଠା ଦୋକାନ କରିଥିଲେ। ସେଠାରେ ଅନ୍ୟ ଏକ ଦୋକାନୀଙ୍କ ସହ ବ୍ୟବସାୟିକ ଶତ୍ରୁତା ହୋଇଥିଲା। ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ହତ୍ୟା କରାଯାଇଛି।  ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରଥମେ ଆକ୍ରମଣକାରୀ ଜଣକ […]

  • Saturday, 03 July 2021
online-main
ଅପହଞ୍ଚ ଇଲାକାରେ କେମିତି ଚାଲିଛି ଅନ୍‌ଲାଇନ୍ କ୍ଲାସ୍?

ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା। ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍‌ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ […]

  • Saturday, 03 July 2021
jspur
ଦାବି ପରେ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସରୋଜ କୁମାର ମିଶ୍ର ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା। ତିର୍ତ୍ତୋଲରେ ଉପନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପାଖେ କଂଗ୍ରେସ ଫେରାଦ ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ […]

  • Saturday, 03 July 2021
Untitled-1
ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍‌ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା […]

  • Saturday, 03 July 2021
mahila-thana
ପୁଣି ଥରେ ଓଟିଭି ଅଧିକାରୀଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଓଟିଭି ଅଧିକାରୀଙ୍କୁ ଜେରା। ଓଟିଭି ସିଏଫ୍ଓଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଛି ପୋଲିସ। ତାଙ୍କୁ ଆଜି ସାଢେ ୪ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି। ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କୁ ପୋଲିସ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ଜେରା କରିଛି, ମାମଲା ସହ ଯେଉଁମାନଙ୍କର କୌଣସି ସମ୍ପର୍କ ବି ନାହିଁ। ତଥାପି ଏହି ମାମଲାର ତଦନ୍ତରେ […]

  • Saturday, 03 July 2021
rain
ଓଡ଼ିଶା ଆଡକୁ ମୁହାଁଉଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଇପାରେ । ପରବର୍ତ୍ତୀ ୨ରୁ ୩ ଦିନ ଭିତରେ ଏହା ଡିପ୍ରେସନରେ ପରିଣତ ହୋଇପାରେ ।ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା  ସମ୍ଭାବନା ଥିବା ପାଣିପାପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । […]

  • Saturday, 03 July 2021
boi
ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସର ଉଦ୍ୟମ କରୁଛି। ସେପ୍ଟେମ୍ବର ୨୯ ତାରିଖ ଦିନ ବରୀମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ପସି ବନ୍ଧୁକ […]

  • Saturday, 03 July 2021
ambulance
ଆମ୍ବୁଲାନ୍ସରୁ ମିଳିଲା ଏମିତି ଜିନିଷ, ପୋଲିସ୍‌ ଦେଖି ଆଶ୍ଚର୍ଯ୍ୟ

ଆସିକା(ମନୋଜ ମୁନି): ଆମ୍ବୁଲାନ୍ସକୁ ସାଧାରଣତଃ ଆପଣ ରୋଗୀ ମାନଙ୍କୁ ନେବାର ଦେଖିଥିବେ। କିନ୍ତୁ ଏଥର ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ପାଖରେ ଗୋଟିଏ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ କରାଯାଇଛି। ପିପିଇ କିଟ୍ ଢଙ୍କା ହୋଇ ଗଞ୍ଜେଇ ଚାଲାଣ କରାଯାଉଥିଲା। ଗାଡ଼ି ଯାଞ୍ଚ ବେଳେ ପୋଲିସ୍‌ ଗଞ୍ଜେଇ ପକେଟକୁ ଜବତ କରିଛି। ଏହାସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି। ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ […]

  • Saturday, 03 July 2021
medical
ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିଲା, ଆଜି ବନ୍ଦ ହେବାକୁ ଯାଉଛି ଏହି ମେଡିକାଲ କଲେଜ

ବାରିପଦା(ମାନିକଲାଲ ପାଣି): ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍‌ରୁ ଏହି କଲେଜରେ ନାମଲେଖା ବନ୍ଦ ହୋଇଯାଇଛି। […]

  • Saturday, 03 July 2021
puri
ମେଡିକାଲ ପରିସରରେ ବୁଲିଲେ ହାତୀ

ଖୋର୍ଦ୍ଧା: ନିଜ ବାସସ୍ଥାନ ଛାଡ଼ି ଏବେ ସହର ମୁହାଁ ହେଉଛନ୍ତି ହାତୀ। ଖାଲି ସହର ମୁହାଁ ନୁହେଁ, ଏଥର  ମେଡିକାଲ ଭିତରେ ପଶି ଯାଇଛନ୍ତି । ପାଚେରୀ ଭାଙ୍ଗି ହାତୀ ମେଡିକାଲ ପରିସର ଭିତରେ ପଶିଯିବା ପରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏଭଳି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗି ଭିତରକୁ ପଶି ଆସିଥିଲେ ୨ଟି ହାତୀ । ସେତିକି ନୁହେଁ, […]

  • Saturday, 03 July 2021
puri
ପୁରୀରୁ ୨୭ ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ: ପୁରୀ ବାସେଳି ସାହି ଥାନା ପୋଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲ୍ସର ଓ ଏକ ଟାଟା ସଫାରି ପୁରୀ ଅଭିମୁଖେ ଆସୁଥିଲା। ସେହି ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଯାହାର ଦାମ୍ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଗିରଫ ଅଭିଯୁକ୍ତମାନେ […]

  • Saturday, 03 July 2021
gun
ଖେଳନା ବନ୍ଧୁକ ଦେଖାଇ ଲୁଟିନେଲେ ୧୦ଲକ୍ଷ

ଭୁବନେଶ୍ୱର: ଗୋଟିଏ ବ୍ୟକ୍ତି, ଦୁଇ ଦୁଇଟି ବ୍ୟାଙ୍କ୍ ଲୁଟ୍। ଗୋଟିଏ ମାସରେ ରାଜଧାନୀର ଦୁଇଟି ବ୍ୟାଙ୍କ୍ ଲୁଟ୍‌ରେ ରହିଛି ଗୋଟିଏ ବ୍ୟକ୍ତିର ସଂପୃକ୍ତି। କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍ ସ୍କାର୍ଡର ତଦନ୍ତରେ ପର୍ଦ୍ଦାଫାଶ ହୋଇଛି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ମାମଲା। ୭ ସେପ୍ଟେମ୍ବର କଳାରାହାଙ୍ଗ IOC ବ୍ୟାଙ୍କ ଓ ସେହି ମାସ  ୨୯ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ କରିଥିଲା ଜଣେ ବ୍ୟକ୍ତି। ମୁଣ୍ଡରେ ହେଲମେଟ୍ ଲଗାଇ ବ୍ୟାଙ୍କରେ ପଶି ଲୁଟ୍ କରିଥିବା କମିଶନରେଟ ପୋଲିସ୍ ସୂଚନା […]

  • Saturday, 03 July 2021
samir-das
କୋଭିଡ ଆଇନ ଉଲ୍ଲଘଂନ କଲେ ମନ୍ତ୍ରୀ, ବିଧାୟକ; ଥାନାରେ ଏତଲା

ପୁରୀ:  ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେହି ମାନୁନାହାନ୍ତି କୋଭିଡ ଗାଇଡ ଲାଇନ। ଏପରିକି ମନ୍ତ୍ରୀ ଓ ବିଧାୟକ ମଧ୍ୟ ମାନୁ ନାହାନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଆସିଛି କୋଭିଡ୍-୧୯ ଆଇନ୍ ଉଲ୍ଲଂଘନ ଅଭିଯୋଗ । ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା କରିଛି ପୁରୀର ଶ୍ରୀ ଜଗନ୍ନାଥ ସେନା । ଏତଲା ଅନୁସାରେ,  କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ […]

  • Saturday, 03 July 2021
bank
ଝାମ୍ପିନେଲେ ୫ ଲକ୍ଷ

ବଲାଙ୍ଗିର: ବଲାଙ୍ଗିରରେ ଏକ ବ୍ୟାଙ୍କ ଲୁଟ୍ ହୋଇଛି। ବ୍ୟାଙ୍କରୁ ଜଣେ ବ୍ୟକ୍ତି ୫ଲକ୍ଷ ଟଙ୍କା ଉଠାଇ ଫେରିବା ବେଳେ ତାଙ୍କ ହାତରୁ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥୀ ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ। ବ୍ୟାଙ୍କରୁ ବାହାରିବା ବେଳେ ହଠାତ୍ ୨ ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ। ୨ ଲୁଟେରାଙ୍କ ଭିତରୁ ଜଣେ ହେଲମେଟ୍ ପିନ୍ଧିଥିବା […]

  • Saturday, 03 July 2021
missile
ମିଜାଇଲ କେ-୧୫ ପରୀକ୍ଷଣ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନ ମିଜାଇଲ୍ ପରୀକ୍ଷଣ ହୋଇଛି। ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ। ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର ଏହାର କ୍ଷମତା ରହିଛି। କେ-୧୫ ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍। ଏହି ମିଜାଇଲ୍‌ଟି ସ୍ଥଳଭାଗରୁ […]

  • Saturday, 03 July 2021
cut-off
ପ୍ରକାଶ ପାଇଲା ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା। କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟ୍ଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି। ଏପଟେ ବାଣିଜ୍ୟରେ ୭୯.୬୭ ପ୍ରତିଶତ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନ ନେଇଛି। ଯୁକ୍ତ ୨ […]

  • Saturday, 03 July 2021
rain
୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁବର୍ଣ୍ଣପୁର। ଏସବୁ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। […]

  • Saturday, 03 July 2021
cp
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କଣ କହିଲେ ସିପି?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ।  ସେମାନେ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଛନ୍ତି ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି। ସେ ବିଷୟରେ ଯାଞ୍ଚ କରାଯାଉଥିବା ସିପି କହିଛନ୍ତି। ସେହିଭଳି ଆସନ୍ତା ୭ ତାରିଖ […]

  • Saturday, 03 July 2021
corona-died
କରୋନାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ଉପରେ ରୋକ୍ ଲାଗାଇ ପାରୁନାହାନ୍ତି ସରକାର। ଦିନକୁ ଦିନ ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା। ଏପଟେ କଟକର ସ୍ଥିତି ମଧ୍ୟ ଖରାପ ହୋଉଯାଉଛି। ଖୋଦ୍ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଉଛି। କଟକ ମହାନଗର ନିଗମ ବା ସିଏମ୍‌ସିର ଜଣେ କର୍ମଚାରୀ କରୋନାରେ ଆଖି ବୁଜିଛନ୍ତି। ତାଙ୍କ ନାମ ବିଶ୍ୱନାଥ ଲେଙ୍କା ହୋଇଥିବା ବେଳେ ସେ କଟକର ବାସିନ୍ଦା ଅଟନ୍ତି। ତାଙ୍କର ଗତକାଲି ଅଶ୍ୱିନୀ କୋଭିଡ୍ […]

  • Saturday, 03 July 2021
sabu-neigale
ଋଣ ବାବଦରେ ହଡପ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ଦୁର୍ନୀତିରେ ମନ୍ତ୍ରୀଙ୍କ ଭାଇ ?

କଟକ:  ଜମି ବୋଲି ତାଙ୍କର ଜମାରୁ ୫ ଗୁଣ୍ଠ ହେଲେ ଏ ବୟସରେ ସେ ଜଣେ ପୋଖତ ଚାଷୀ। ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୮ ମସିହାରେ କଟକ ଜିଲ୍ଲା ଗୁରୁଡିଝାଟିଆ ସେବା ସମୟବାୟ ସମିତିରୁ ଥର ଥର କରି କୃଷି ଋଣ ବାବଦରେ ଆସିଛି ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଟଙ୍କା ଯେଉଁ ଯେଉଁ ଦିନ ଆସିଛି, ଠିକ୍ ତା ପରେ ପରେ ଚଟାପଟ୍ ପି.ଆର୍.ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ […]

  • Saturday, 03 July 2021
paradip
କୋଷ୍ଟଗାର୍ଡ ଜାହାଜ ଭିତରେ ନାବିକଙ୍କ ଆତ୍ମହତ୍ୟା

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜରେ ଜଣେ ନାବିକଙ୍କ ଆତ୍ମହତ୍ୟା। ରେଜିୟା ସୁଲତାନା ନାମକ ଜାହାଜରେ ଜଣେ ନାବିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନାବିକଙ୍କ ନାଁ ଗୌତମନ୍ ଏ. କେ। କୋଷ୍ଟଗାର୍ଡ ଅଧିକାରୀଙ୍କ ରିପୋର୍ଟ ପରେ ମେରାଇନ୍ ଥାନାର ତଦନ୍ତ ଆରମ୍ଭ କରିଛି। ଜାହାଜରୁ ମୃତଦେହକୁ ନେଇ ବ୍ୟବଚ୍ଛେଦ ଲାଗି ପୋଲିସ୍ ପଠାଇଛି।

  • Saturday, 03 July 2021
two bro
JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ  ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ।  କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି  ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି । ବଡ଼ଭାଇ ରୌନକ IIT Kharagpur  ଜୋନ୍‌ର ୪ର୍ଥ ସ୍ଥାନରେ ଅଛନ୍ତି।  ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର […]

  • Saturday, 03 July 2021
depression
ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ !

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।  ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ […]

  • Saturday, 03 July 2021
nakali-police-3
STF କହି ନାଲିବତୀ ଗାଡ଼ିରେ ବୁଲୁଥିଲେ, କିନ୍ତୁ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ୱର ଜାତୀୟ ରାଜପଥ ସେରଗଡ଼ ଟୋଲ୍ ଗେଟ୍ ନିକଟରେ ଗତକାଲି(ସୋମବାର) ବିଳମ୍ବିତ ରାତ୍ରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଖନ୍ତାପଡ଼ା ପୋଲିସ୍ ଗିରଫ କରିଛି। ଖବର ନେବାରୁ  ଜଣାପଡ଼ିଛି ଯେ ଗତକାଲି ରାତିରେ ଗୋଟିଏ ସ୍କର୍ପିଓରେ ନାଲିବତୀ ଲଗାଇ ଭୁବନେଶ୍ୱର ଆଡୁ ଆସୁଥିବା ବେଳେ ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟ୍ ନିକଟରେ ପୋଲିସ୍ ଏହି ଗାଡ଼ିକୁ ଅଟକାଇଥିଲା। ଏହା ନକଲି ପୋଲିସ ଗାଡ଼ି ବୋଲି ଜଣାପଡିଥିଲା। ତେବେ […]

  • Saturday, 03 July 2021