• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rainfall
ଘଡ଼ଘଡ଼ି ସହ ବଜ୍ରପାତ ଆଶଙ୍କା; ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଘଡ଼ଘଡ଼ି ସହ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମଧ୍ୟ ଏଭଳି ପାଗ…

school
କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ଫି ୩୦ ପ୍ରତିଶତ ଯାଏ କମିପାରେ।  ଏନେଇ ଆଜି ହାଇକୋର୍ଟରେ ସୁପାରିଶ ହୋଇଛି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହି ସୁପାରିଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ଼ କରାଯାଇନି। […]

  • Saturday, 03 July 2021
coronavirus-odisha
ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା...

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ- ୨୧୭, ପୁରୀ- ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜ- ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ାରୁ ୧୫୧,କୋରାପୁଟ- ୧୨୬, ସୁନ୍ଦରଗଡ଼- ୧୧୯, ନୟାଗଡ଼ରୁ ୧୧୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା- ୧୧୨, ସମ୍ବଲପୁର- ୧୧୦, କଳାହାଣ୍ଡି- […]

  • Saturday, 03 July 2021
assembly
ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ଭୁବନେଶ୍ୱର: କରୋନା ପରିସ୍ଥିତି ଭିତରେ ଆଜି ବିଧାନସଭା ଅଧିବେଶନ ବସିଥିଲା। ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ କୋଭିଡ୍ ତାତି ଦେଖିବାକୁ ମିଳିଥିଲା। ଆଜି ଗୃହରେ ମାସ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ମାସ୍କ ଓ ପିପିଇ କିଟ୍ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରିଭିଲେଜ୍ ନୋଟିସ୍ ଆକାରରେ ଏହି ପ୍ରସଙ୍ଗ ଉଠାଇ ସେ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଛନ୍ତି। କାହିଁକି କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯାଇଥିଲା ସେ ନେଇ ସରକାର ଉତ୍ତର ଦିଅନ୍ତୁ […]

  • Saturday, 03 July 2021
tara-bahini-pati
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ। ବିଲ୍‌କୁ ତୀବ୍ର ବିରୋଧ କରିବା ସହ ବିଲ୍‌ର କପିକୁ ଚିରି ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଗୃହରେ ଦାବି ଉଠାଇଥିଲେ ତାରା। ସେହିପରି ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ତୀବ୍ର ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ବିଲ୍ ଯୋଗୁଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ। ବିଶ୍ୱବିଦ୍ୟାଳୟକୁ ସରକାର […]

  • Saturday, 03 July 2021
congress
ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ […]

  • Saturday, 03 July 2021
coronavirus
ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ସଂପର୍କରେ ଗାନ୍ଧି ଜୟନ୍ତୀରୁ ସଚେତନତା ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ଦଳୀୟ କର୍ମୀ, ବିଧାୟକ, ସାଂସଦ, କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ପ୍ରତ୍ୟେକ ବିଧାୟକ ପଞ୍ଚାୟତ ସ୍ତରରେ ମାସ୍କ ବଣ୍ଟନ ସହ ଲୋକଙ୍କୁ […]

  • Saturday, 03 July 2021
puri
ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ପୁରୀ: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ମନା। ମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ଯେପରି କିଏ ନ ଆଣନ୍ତି ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେକିଂ କଡାକଡି କରିବାକୁ ଶ୍ରୀମନ୍ଦିର ପୋଲିସଙ୍କୁ ସଚେତନ କରାଯାଇଛି। ଚାରି ଦ୍ୱାରରେ ଶ୍ରୀମନ୍ଦିର ପୋଲିସ୍‌ ଚେକିଂ କରିବେ। ପାନ ଖାଇ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି ଏଥିପ୍ରତି ନଜର ରଖିବେ ପୋଲିସ୍‌। ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କାନିଂ, ସାନିଟାଇଜିଂ ସହ ମାସ୍କ ପିନ୍ଧିବା […]

  • Saturday, 03 July 2021
Jogabyasa-Bhoi
ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ଭବାନୀପାଟଣା: ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏକ ଗ୍ରୁପ୍‌ର କିଛି ଲୋକମାନେ ତାଙ୍କୁ ମାଡ଼ ମାରିଥିବା ମଙ୍ଗଳବାର ଦିନ ପୋଲିସ୍‌ କହିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ରୁପ୍ରା ନିକଟ ଧଅଂରାମାଳ‌ ଗାଁକୁ ରବିବାର ରାତିରେ ଯୋଗବ୍ୟାସ କୌଣସି ବ୍ୟକ୍ତିଗତ କାମରେ ଯାଇଥିଲେ। ଏହି ସମୟରେ ସେଠାରେ ୩ଜଣ ବ୍ୟକ୍ତି ତାଙ୍କୁ ଷ୍ଟିକ୍‌ରେ ମାଡ଼ ମାରିଥିବା […]

  • Saturday, 03 July 2021
BrahMos
ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ୍‌ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସ୍ ହେଉଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍। ଆଜି ସକାଳ ୧୦ଟା ୩୦ରେ ୩ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ତିଆରି ହୋଇଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍। ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ […]

  • Saturday, 03 July 2021
rainfall 1
ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ […]

  • Saturday, 03 July 2021
durga
ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

କଟକ: କଟକ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ଆଜି ଏନେଇ ଶୁଣାଣି ହେବାକୁ ଥିବାବେଳେ ହାଇକୋର୍ଟ ଏହାକୁ ୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ପରବର୍ତ୍ତୀ ଶୁଣାଣିବେଳେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ। ଏହାସହ ମଣ୍ଡପଗୁଡ଼ିକରେ ନିର୍ମାଣାଧିନ ମୂର୍ତ୍ତିକୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି। ମୃର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ କମିଶନର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ […]

  • Saturday, 03 July 2021
opostion
କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: କୋଭିଡ ପରିଚାଳନାରେ ସରକାର ଫେଲ୍ ମାରିଥିବା କହିଛି ବିରୋଧୀ। ଶାସକ ଦଳ ବିରୋଧରେ ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ। ଟିଏମସିରୁ ୭ ଦିନ ଭିତରେ ସଂକ୍ରମିତଙ୍କୁ ଛାଡ଼ିଦେବାରୁ ସଂକ୍ରମଣ ବ୍ୟାପିଲା।  ଏପଟେ ଅଣ କୋଭିଡ ରୋଗୀ ମେଡିକାଲ୍‌ରେ ଚିକିତ୍ସା ପାଉ ନାହାନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଲେ, ହେଲେ ସେଥିରୁ ୪୨୦ଟି ବ୍ୟବହାର ହେଲାନି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ […]

  • Saturday, 03 July 2021
man died
ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା, ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଜଗତସିଂହପୁର ଜିଲ୍ଲା ଜୋତଚାନ୍ଦପାଟଣା ଗାଁରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି…

  • Saturday, 03 July 2021
corona
ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗୋଟିଏ ଦିନରେ ଭୁବନେଶ୍ୱର ମହାନଗରରେ ୩୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି। ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୪ଟି ଲୋକାଲ ରହିଥିବା ବେଳେ କ୍ୱାରେଣ୍ଟିନରୁ ୭୫ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଶୈଳଶ୍ରୀ ବିହାରରୁ ଆଜି ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସହିଦନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ପଟିଆରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା […]

  • Saturday, 03 July 2021
abvp
ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ତୁରନ୍ତ ରାଜ୍ୟ ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଏବିଭିପି। ଆଜି ବିଧାନସଭା ସମ୍ମୁଖରେ ବହୁ ସଂଖ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତିକୁ ପୋଡ଼ା ଯାଇଛି। ବ୍ୟାରିକେଡ୍ ଡେଇଁ ବିଧାନସଭା ଦିଗକୁ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ମୁତୟନ ଥିବା ପୋଲିସ୍ ପିପିଇ କିଟ୍ ପିନ୍ଧି ଆନ୍ଦୋଳନକାରୀଙ୍କୁ […]

  • Saturday, 03 July 2021
pradeep majhi
ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାର ୩୪୮ଟି ପ୍ଲଟ ବା ୭୦୦ ଏକର ଜମିକୁ ଗୋଟିଏ ପରିବାର ନାଁରେ ପଟ୍ଟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଦୀପ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ଜାଲ୍ କାଗଜପତ୍ର, ମିଛ ମେଡିକାଲ୍ ସାର୍ଟିଫିକେଟ ବ୍ୟବହାର କରି ଚଞ୍ଚକତା କରି ଜମିଗୁଡ଼ିକର ମାଲିକାନା ବଦଳାଯାଇଛି। କଟକର ସୁଶୀଲ […]

  • Saturday, 03 July 2021
assembly
ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ଜଣେ ଯଦି କୋଭିଡ୍ ଗାଇଡ ଲାଇନ୍ ଉଲ୍ଲଂଘନ କରେ, ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏଣିକି ଯଦି ମହାମାରୀ ସମୟରେ ରାଜ୍ୟ ସରକାର, ଯାହାବି ସ୍ୱାସ୍ଥ୍ୟ ସଂପର୍କିତ ସାମଗ୍ରୀ କିଣିବାକୁ ଚାହିଁବେ, ସେ ନେଇ ପୂର୍ଣ୍ଣ କ୍ଷମତା ସରକାରଙ୍କ […]

  • Saturday, 03 July 2021
high-court
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଆଜି ଅଦାଲତଙ୍କ ନିକଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା କମିଶନରେଟ୍ ପୋଲିସ୍। ତେବେ ଏହାକୁ ଅନୁଧ୍ୟାନ କଲା ପରେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ୍ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ତାସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୭ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ […]

  • Saturday, 03 July 2021
election
ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ଭୁବନେଶ୍ୱର: ଜଗତସିଂହପୁର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ତତ୍ପର ସରକାର। ଭୋଟରଙ୍କ ମନ କିଣିବାକୁ ଘୋଷଣା ହେଉଛି ପ୍ରକଳ୍ପ ପରେ ପ୍ରକଳ୍ପ। ଦିଆଯାଉଛି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି। ହେଲେ ପୂର୍ବ ନିର୍ବାଚନ ବେଳର ପ୍ରତିଶ୍ରୁତି କିନ୍ତୁ ଏଯାଏଁ ପାଳନ ହୋଇନି। ଯାହାକୁ ଭୋଟ୍ ପଡ଼ିବା ପୂର୍ବରୁ ମନେ ପକାଇ ଦେଇଛନ୍ତି ଭୋଟର। ବାଲେଶ୍ୱର ସହର ଗୋଧିବସ୍ତା ବସ୍ତିର ରୁକ୍ମିଣୀ ପାତ୍ରଙ୍କ କଥା ଜାଣନ୍ତୁ। ପ୍ରାୟ ୫୦ ବର୍ଷ ହେଲା […]

  • Saturday, 03 July 2021
office
ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ। ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଏବଂ କଟକରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ଗାଇଡଲାଇନ୍‌ରେ ଦର୍ଶାଯାଇଛି। ତେବେ କେଉଁ କର୍ମଚାରୀ ଆସିବେ, କିଏ ଆସିବେନି ସେନେଇ ସଂପୃକ୍ତ ବିଭାଗୀୟ ମୁଖ୍ୟ ସ୍ଥିର କରିବେ ବୋଲି ଗାଇଡଲାଇନରେ କୁହାଯାଇଛି। କିନ୍ତୁ SRC, ଓସଡମା, ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ କାର୍ଯ୍ୟ କରିବେ। […]

  • Saturday, 03 July 2021
nandnakanna
ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭିନ୍ନ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ ସିସିଏଫ୍ ତଥା ଚିଫ୍ ଓ୍ୱାଇଲଡ ଲାଇଫ୍ ଓ୍ୱାର୍ଡେନ। ଗାଇଡ୍‌ଲାଇନ୍‌ରେ କଣ ସବୁ ନିୟମ ରହିଛି ଜାଣନ୍ତୁ ପ୍ରାଣୀ ଉଦ୍ୟାନ ଖୋଲିବା ପୂର୍ବରୁ ସମସ୍ତ ଦର୍ଶକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ପ୍ରବେଶ ପଥ, ବାଥରୁମ୍ ଓ ଅନ୍ୟ ସ୍ଥାନରେ […]

  • Saturday, 03 July 2021
Betel Shop Owner Attacked
୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ: ବାକି ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ମୋଚିସାହି ଛକରେ ଦୁଇ ଭାଇ ପାନ ଦୋକାନ କରିଥିବା ବେଳେ ଜଣେ ଯୁବକ ବଡ଼ ଭାଇଙ୍କ ଠାରୁ ୬୦ ଟଙ୍କା […]

  • Saturday, 03 July 2021
111
ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

ଭୁବନେଶ୍ୱର:ଘରୁ DL ଆଣିବାକୁ ଭୁଲି ଯାଇଛନ୍ତି ? ଡରନ୍ତୁନି। ଆଉ ଫାଇନ ଗଣିବାକୁ ପଡ଼ିବନି। କାରଣ ଗାଡ଼ି ଚଳାଇବା ବେଳେ ଏଣିକି DL ଓ ଅନ୍ୟ କାଗଜପତ୍ର ଖୋଜା ପଡ଼ିବନି। ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ଜୋରିମାନା ଗଣିବାକୁ ପଡ଼ିବନି। ଆଜିଠୁ ଏହି ନୂଆ ନିୟମ ଲାଗୁ ହୋଇଛି। ତେବେ ଚାଳକକୁ ଏସବୁକୁ ନିଜ ମୋବାଇଲର ଡିଜି ଲକ୍‌ର ଆପ୍ ଓ ଏମ୍. ପରିବହନ ଆପ୍‌ର ଡିଜିଟାଲ୍ କପି ରଖିବାକୁ ପଡ଼ିବ। […]

  • Saturday, 03 July 2021
ଆଜିଠୁ ଖୋଲିଲା ଭିତରକନିକା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ। ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ ବୁକ୍ କରିପାରିବେ। କଟେଜ ଓ ବୋଟ୍‌ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ […]

  • Saturday, 03 July 2021