ଭୁବନେଶ୍ୱର: ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍ରେ ଥିବା ମଦ ଦୋକାନ ଗୁଡ଼ିକ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲି ପାରିବ। ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ […]
ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ। ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ […]
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ […]
କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି। ଅନୁଭବ […]
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତ ସମ୍ପର୍କ ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହିକ୍ରମରେ ବର୍ଷା ୧୦୦ ଡାଏଲ୍ କରି ସୁରକ୍ଷା ମାଗିଛନ୍ତି। ଏହା ପରେ ସାଂସଦ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ଘରେ ପହଞ୍ଚିଛି ପୋଲିସ୍। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପେଲିସ ପହଞ୍ଚିଥିବା ଜଣାପଡ଼ିଛି। ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା […]
ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। […]
ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ଦୁଇ ଅଜଣା ଯୁବକ ବର୍ଷାଙ୍କ ଘର ଭିତରକୁ ପଶିଯାଇଥିଲେ। ୨ ଜଣ ଯୁବକ ଘରର ବେଡରୁମରେ ଭିତରେ ଫଟୋ ଉଠାଇବାକୁ ଲାଗିଥିଲେ। ଏପରିକି ବର୍ଷା […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଲୁରୁପାଡ଼ୁ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷେ ଧରି ଆସିଲାନି ବିଦ୍ୟୁତ ବିଲ୍, ଆଉ ଯେତେବେଳେ ବିଲ୍ ଆସିଲା, ତାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗ୍ରାହକମାନଙ୍କ ପାଖକୁ ହଜାରେ କି ଦୁଇ ହଜାର ନୁହେଁ ବରଂ ଏକାଥରକେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ରାୟଗଡ଼ା ସଦର ବ୍ଲକର ଆଦିବାସୀ ଗାଁ ପାଲୁରୁପାଡ଼ୁରେ। ଗାଁର […]
ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳର ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣଇ ଲୁଟ୍ କରିଛନ୍ତି। ବ୍ୟବସାୟୀଙ୍କ ହାତ, ଗୋଡକୁ ହାଣି ଦେଇଛନ୍ତି ଦୁର୍ବୃତ୍ତ। ଏହା ସହ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣର ଶିକାର ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ପୋଡଙ୍ଗ ଗାର ନିରଂଜନ ନାୟକ। ବ୍ୟବସାୟୀ ଜଣକ […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ତିକ୍ତତା ତୀବ୍ରତର ହେବାରେ ଲାଗିଛି। ନିଜ ଜୀବନ ପ୍ରତି ବିପଦ ଥିବା କହି କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା। ଅନୁଭବଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ରାମକୃଷ୍ଣ ରଥ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମରେ ପଶି ଭିଡିଓ ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ […]
ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ। ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି। ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ […]
ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଘଟିଲା ଅଘଟଣ। ହୀରାକୁଦ ଜଳଭଣ୍ଡାର ରଂପେଲା ସେତୁ ଉପରୁ ଏକ ହାଇୱା ଖସିପଡ଼ିଛି। ଫଳରେ ଦୁଇ ନିଖୋଜ ହୋଇଯାଇଛନ୍ତି। ମତ୍ସ୍ୟଜୀବୀମାନେ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି।
ଭୁବନେଶ୍ୱର: ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍ରୁ ଜବତ ହେଲା ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟ୍ରକ୍କୁ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଜବତ କରାଯାଇଛି। ଟ୍ରକ୍ରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଟ୍ରକ୍ଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।
ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସବୁ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳୁ। ଏ ନେଇ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଆଡଭୋକେଟ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନ୍ ଲକ-୪ ଗାଇଡ୍ ଲାଇନକୁ ଚାଲେଞ୍ଜ କରି ଆବେଦନ କରିଛନ୍ତି । ଆବେଦନରେ ଅନଲକ୍ _୪ ଗାଇଡ୍ ଲାଇନର ଧାରା ୨(i)କୁ ଚାଲେଞ୍ଜ କରାଯାଇଛି। ଧାରା ୨(i) ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି । ଏଣୁ […]
କଟକ: ଦିନକୁ ଦିନ ଜଟିଳ ହେଉଛି ଅନୁଭବ-ବର୍ଷା ବିବାଦ। କୋର୍ଟ ପରେ ଘର କଳି ଏବେ ଥାନାରେ ପହଞ୍ଚିଛି। ବର୍ଷାଙ୍କ ବେଡ୍ରୁମ୍ରେ ଭିଡିଓ ଶୁଟିଂ ଘଟଣାକୁ ନେଇ ପୁରୀଘାଟ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଭିିଡିଓ ଶୁଟ୍ କରିଥିବା ଦୁଇ ଯୁବକଙ୍କୁ ଥାନାକୁ ଡାକି ପୋଲିସ୍ ପଚରାଉଚରା କରିଛି। ଅନ୍ୟପକ୍ଷରେ, ନିଜକୁ ଅସୁରକ୍ଷିତ ମଣି ପୋଲିସ୍ ସହାୟତା ପାଇଁ ୧୦୦ ନମ୍ବରକୁ ଡାଏଲ୍ କରିବା ପରେ ପୁରୀଘାଟ ଥାନାରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିଥିଲେ ବର୍ଷା। ଏହାପରେ […]
ଭୁବନେଶ୍ୱର: ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ୍ ଚାଲିବ। ପ୍ରବାସୀ ଓଡ଼ିଆଙ୍କ ସୁବିଧା ଲାଗି ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ୍ରେ ଏହି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ଚାଲିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଥାଉ କି, ସ୍ପେଶାଲ ଟ୍ରେନ୍ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର।
ଭୁବନେଶ୍ୱର: ଖୁବ୍ଶୀଘ୍ର Driving Licence(DL) ଓ Learner’s Licence(LL) ପାଇଁ ଡ୍ରାଇଭିଂ ଟେଷ୍ଟ ପୁଣି ଆରମ୍ଭ ହେବ। ୨-୩ ଦିନ ଭିତରେ ଏହା ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଡ୍ରାଇଭିଂ ଟେଷ୍ଟ ସମୟରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ଡ୍ରାଇଭିଂ ଓ Learner’s ଲାଇସେନ୍ସ ପ୍ରଦାନ […]
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ନାବାଳକ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନିଶାସକ୍ତ ବ୍ୟକ୍ତିଙ୍କ ନିଶାଖୋର ମନୋବୃତ୍ତିରୁ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନିଶାସକ୍ତ ବ୍ୟକ୍ତିମାନେ ହିଁ ତାଙ୍କୁ ଜୀବନରୁ ମାରି ଦେଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଗତ ୨ ତାରିଖ ରାତିରେ ସମ୍ପୃକ୍ତ ନାବାଳକ ସଉଦା ଆଣିବାକୁ ଯାଇଥିଲେ। ଏହି ସମୟରେ କିଛି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅଟକାଇ, ତାଙ୍କ ଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ […]
ଭବାନୀପାଟଣା: ପୋଲିସ୍ ଏନ୍କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। କଳାହାଣ୍ଡି ଏସ୍ପି ଏ ନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି।
ଅନୁଗୁଳ: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ଦୁଇ ଯୁବକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିବି ଟାଙ୍କି ହଟିଂରେ। ବର୍ଷା ହେବାରୁ ଦୁଇ ଜଣ ଯୁବକ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଛି। ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ […]