• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ହୀରା ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶା ବ୍ୟବସାୟୀ ଗିରଫ

ନୂଆପଡ଼ା: ହୀରା ଚୋରା ଚାଲାଣ ଅଭିଯୋଗରେ ଛତିଶଗଡ଼ ଗରିଆବନ୍ଧ ପୋଲିସ୍ ରବିବାର‌ ଓଡ଼ିଶାର ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ନୂତନ ପଟେଲ। ନୂତନଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବବୋଲି  ଗରିଆବନ୍ଧ ପୋଲିସ୍‌ ସୂଚନା ଦେଇଛି। ସୂଚନା ଅନୁସାରେ, ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରା ଚାଲାଣ ହେଉଥିବା ଖବର ପାଇ ଓଡିଶା ସୀମାରେ ଦେଭୋଗ ଥାନା […]

  • Sunday, 04 July 2021
anubhav-mohanty
ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଆଜି ହୋଇପାରେ ଶୁଣାଣି। ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି କରିପାରନ୍ତି କଟକ SDJMଙ୍କ କୋର୍ଟ। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଅନୁଭବଙ୍କ ବିରୋଧରେ ବର୍ଷା ଏହିସବୁ ଅଭିଯୋଗ ଆଣିଛନ୍ତି… ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଆନ୍ତି […]

  • Sunday, 04 July 2021
anubhav
ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା: ଘୁଞ୍ଚିଲା ବର୍ଷାଙ୍କ ପିଟିସନ୍‌ ଶୁଣାଣି

କଟକ: ଘୁଞ୍ଚିଲା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଏହାସହ ବର୍ଷା ଅନୁଭବଙ୍କ ବିରୋଧରେ ଅନେକ […]

  • Sunday, 04 July 2021
anubhav
ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍‌ ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏ ନେଇ ସେ ସୁପ୍ରିମକୋର୍ଟରେ ଅପିଲ୍‌ କରିପାରନ୍ତି।  ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ ବର୍ଷା ଦାଖଲ କରିଥିବା ପିଟିସନ୍‌ର ଶୁଣାଣି […]

  • Sunday, 04 July 2021
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ ସେବା। ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ା ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଯିବାକୁ ପଡ଼ୁଥିଲା। ମାଓବାଦୀଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ତେବେ ପ୍ରଶାସନ ଓ ପୋଲିସ୍‌ର ସୁରକ୍ଷା […]

  • Sunday, 04 July 2021
anubhav
ଅନୁଭବଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାନବିକତା ଦୃଷ୍ଟିରୁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା […]

  • Sunday, 04 July 2021
beer
ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ

ଭୁବନେଶ୍ୱର: ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ମଦ ଦୋକାନ ଗୁଡ଼ିକ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲି ପାରିବ। ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ […]

  • Sunday, 04 July 2021
narendra-swain
ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

  • Sunday, 04 July 2021
congress
'ସାଂସଦ ଅନୁଭବ ମହାନ୍ତି ଯୁକ୍ତ ଦୁଇ ଫେଲ୍'

ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ। ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ […]

  • Sunday, 04 July 2021
ojee
ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ […]

  • Sunday, 04 July 2021
anubhab
'ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ'

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି। ଅନୁଭବ […]

  • Sunday, 04 July 2021
barsha
ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତ ସମ୍ପର୍କ ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହିକ୍ରମରେ ବର୍ଷା ୧୦୦ ଡାଏଲ୍ କରି ସୁରକ୍ଷା ମାଗିଛନ୍ତି। ଏହା ପରେ ସାଂସଦ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ଘରେ ପହଞ୍ଚିଛି ପୋଲିସ୍। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପେଲିସ ପହଞ୍ଚିଥିବା ଜଣାପଡ଼ିଛି। ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି […]

  • Sunday, 04 July 2021
chinmayee 1
ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା […]

  • Sunday, 04 July 2021
corona1
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। […]

  • Sunday, 04 July 2021
jitendriya
ଭୁଶୁଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଘର

ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ […]

  • Sunday, 04 July 2021
bars1
ବର୍ଷାଙ୍କ ଜୀବନକୁ ବିପଦ!, ମାଗିଲେ ପୋଲିସ୍ ସୁରକ୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ଦୁଇ ଅଜଣା ଯୁବକ ବର୍ଷାଙ୍କ ଘର ଭିତରକୁ ପଶିଯାଇଥିଲେ। ୨ ଜଣ ଯୁବକ ଘରର ବେଡରୁମରେ ଭିତରେ ଫଟୋ ଉଠାଇବାକୁ ଲାଗିଥିଲେ। ଏପରିକି ବର୍ଷା […]

  • Sunday, 04 July 2021
elect
ଘରେ ଜଳୁଛି ମାତ୍ର ଗୋଟିଏ ବଲ୍‌ବ, କିନ୍ତୁ ବିଲ୍...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପାଲୁରୁପାଡ଼ୁ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷେ ଧରି ଆସିଲାନି ବିଦ୍ୟୁତ ବିଲ୍, ଆଉ ଯେତେବେଳେ ବିଲ୍ ଆସିଲା, ତାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗ୍ରାହକମାନଙ୍କ ପାଖକୁ ହଜାରେ କି ଦୁଇ ହଜାର ନୁହେଁ ବରଂ ଏକାଥରକେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ରାୟଗଡ଼ା ସଦର ବ୍ଲକର ଆଦିବାସୀ ଗାଁ ପାଲୁରୁପାଡ଼ୁରେ। ଗାଁର […]

  • Sunday, 04 July 2021
attack1
ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳର ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣଇ ଲୁଟ୍ କରିଛନ୍ତି। ବ୍ୟବସାୟୀଙ୍କ ହାତ, ଗୋଡକୁ ହାଣି ଦେଇଛନ୍ତି ଦୁର୍ବୃତ୍ତ। ଏହା ସହ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣର ଶିକାର ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ପୋଡଙ୍ଗ ଗାର ନିରଂଜନ ନାୟକ। ବ୍ୟବସାୟୀ ଜଣକ […]

  • Sunday, 04 July 2021
barsha
ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବା ପାଇଁ ଶାଶୁଘରେ ରହିବେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ତିକ୍ତତା ତୀବ୍ରତର ହେବାରେ ଲାଗିଛି। ନିଜ ଜୀବନ ପ୍ରତି ବିପଦ ଥିବା କହି କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା। ଅନୁଭବଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ରାମକୃଷ୍ଣ ରଥ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମରେ ପଶି ଭିଡିଓ ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ […]

  • Sunday, 04 July 2021
naxal
ଗୁଳିବିନିମୟରେ ୨ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ। ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ […]

  • Sunday, 04 July 2021
GRS
ଦୁର୍ଘଟଣାରେ ଚାଲିଗଲା ଜିଆରଏସଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି। ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ […]

  • Sunday, 04 July 2021
dam
ହୀରାକୁଦ ଡ୍ୟାମ୍‌କୁ ଖସିଲା ହାଇୱା

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଘଟିଲା ଅଘଟଣ। ହୀରାକୁଦ ଜଳଭଣ୍ଡାର ରଂପେଲା ସେତୁ ଉପରୁ ଏକ ହାଇୱା ଖସିପଡ଼ିଛି। ଫଳରେ ଦୁଇ ନିଖୋଜ ହୋଇଯାଇଛନ୍ତି। ମତ୍ସ୍ୟଜୀବୀମାନେ ଆଦିତ୍ୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଏବେବି ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ଗାଡିଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା। ଘଟଣାସ୍ଥଳରେ ବନହରପାଲି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି।

  • Sunday, 04 July 2021
ganja
୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ଜବତ ହେଲା ଗଞ୍ଜେଇ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଟ୍ରକ୍‌କୁ ଭୁବନେଶ୍ୱର ଖଣ୍ଡଗିରି ନିକଟରୁ ଜବତ କରାଯାଇଛି। ଟ୍ରକ୍‌ରୁ ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା ବେଳେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।

  • Sunday, 04 July 2021
puri-1
ଶ୍ରୀମନ୍ଦିର ସହ ଅନ୍ୟ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳିବ କି ?

ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସବୁ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳୁ। ଏ ନେଇ  ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ଆଡଭୋକେଟ ଜୟନ୍ତ ବଳ ରାଜ୍ୟ ସରକାରଙ୍କ ଅନ୍ ଲକ-୪ ଗାଇଡ୍ ଲାଇନକୁ  ଚାଲେଞ୍ଜ କରି ଆବେଦନ କରିଛନ୍ତି । ଆବେଦନରେ ଅନଲକ୍ _୪ ଗାଇଡ୍ ଲାଇନର ଧାରା ୨(i)କୁ ଚାଲେଞ୍ଜ କରାଯାଇଛି।  ଧାରା ୨(i) ଅନୁସାରେ ସେପଟେମ୍ବର ୩୦ ଯାଏଁ କୌଣସି ଧାର୍ମିକସ୍ଥଳ ଖୋଲିବାକୁ ସରକାର ବାରଣ କରିଛନ୍ତି । ଏଣୁ […]

  • Sunday, 04 July 2021