• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ଲହୋ କପୋଗ
ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ

ସମ୍ବଲପୁର: ନିର୍ଧାରିତ ସମୟରେ ନୀତି ସମାପନ ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି। କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ବାରଣ ଥିଲେ ବି ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଭଳି ମାଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି। ଅଳ୍ପ କିଛି ସେବାୟତଙ୍କୁ ନେଇ ଆଜି ନୀତି ସମାପନ ହୋଇଛି। ଏଥର ନବାନ୍ନ ଲାଗି ପାଇଁ ୯ଟା ୩୫ରୁ ୯ଟା ୫୦ ସମୟ ମଧ୍ୟରେ ଲଗ୍ନ ଥିଲା। ଏଣୁ ମନ୍ଦିରର ନୀତିକାନ୍ତି […]

  • Sunday, 04 July 2021
nuakhai
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ନୂଆଁଖାଇ ଜୁହାର

ଭୁବନେଶ୍ୱର: କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖ ନୂଆଁ ଖାଇରେ ଶୁଭେଚ୍ଛା ଜଣାଇଛନ୍ତି। ନୂଆଁଖାଇ ଜୁହାର ! ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ […]

  • Sunday, 04 July 2021
ବାଲି ଚାଲାଣକୁ ନେଇ ହିଞ୍ଜିଳିରେ ଉତ୍ତେଜନା, ଲାଠିଚାର୍ଜ

ଆସିକା: ବାଲି ଚାଲାଣକୁ ନେଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କୋଳିଦାସପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ହିଞ୍ଜିଳି ଥାନା ଆଗରେ ଧାରଣାରତ ଗ୍ରାମବାସୀଙ୍କୁ ପୋଲିସ୍‌ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ପୋଲିସର ଲାଠି ଚାଳନା ପରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୋଲିସ୍‌ ଉପରକୁ ଆନ୍ଦୋଳନକାରୀମାନେ ମଧ୍ୟ ଢେଲାପଥର ମାଡ଼ କରିଛନ୍ତି। ଗତ ୨୧ ତାରିଖରେ ବାଲି ଚୋରା ଚାଲାଣକୁ ବିରୋଧ କରି ଟ୍ରକ, ଟ୍ରାକ୍ଟର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ୧୦ ଅଭିଯୁକ୍ତଙ୍କୁ ହିଞ୍ଜିଳି […]

  • Sunday, 04 July 2021
rain
ଲଘୁଚାପ ପ୍ରଭାବରେ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ୧୨ ଜିଲ୍ଲାର ପ୍ରବଳ […]

  • Sunday, 04 July 2021
4pm-2
ମଝି ନଈରେ ପୁଲିସ-ଅଭିଯୁକ୍ତ ଛକାପଞ୍ଝା

ପଟାମୁଣ୍ଡାଇ : ୨ ଘଣ୍ଟା ଧରି ପାଣି ଭିତରେ ପୁଲିସ-ପବ୍ଲିକ ଏବଂ ଚୋରି ଅଭିଯୁକ୍ତଙ୍କ ମଧ୍ୟରେ କସରତ । ଧରାପଡ଼ିବା ଭୟରେ ଅଭିଯୁକ୍ତ ଜଣକ କେତେବେଳେ ପାଣି ଭିତରେ ବୁଡ଼ି ଯାଉଥିଲା ତ ଆଉ କିଏ କେତେବେଳେ ପହଁରି ପହଁରି ଦୂରକୁ…

  • Sunday, 04 July 2021
crime
ଶୋଇଥିବା ବେଳେ ଭାଇକୁ ହାଣିଲା ଭାଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ। ପାରିବାରିକ କଳହରୁ ହତ୍ୟା ସନ୍ଦେହ। ଅଭିଯୁକ୍ତ ସାନଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସପି। ଘଟଣା ମୁତାବକ, ଦୁଃଖ ବାରିକଙ୍କ ଦୁଇ ପୁଅ ରଞ୍ଜନ ଓ ନିରଞ୍ଜନ ଏକ ସେଲୁନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଦୋକାନରୁ ଆୟ ହେଉଥିବା ଅର୍ଥକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ […]

  • Sunday, 04 July 2021
jail
ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ

ଗଜପତି: ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୋଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ। ଗତ ୨୦ ତାରିଖରେ  କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ ଗଂଜେଇ  ଜବତ କରି ଚାଲାଣରେ ସମ୍ପୃକ୍ତ ପୁରୀ ବ୍ରହ୍ମଗିରିର ପ୍ରମୋଦ ମଲ୍ଲିକ, ସରତ ଦେ ଓ  ଅଡବା ଗୁଣ୍ଡିମା ଗାଁ କରୁଣା ଗମାଙ୍ଗଙ୍କୁ ଗିରଫ କରିଥିଲା। ତେବେ […]

  • Sunday, 04 July 2021
alert
ଆସୁଛି ଲଘୁଚାପ ! ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ SRC। ଏନେଇ SRCଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଡିଓ ଓ ତହସିଲଦାର, ଜଳସେଚନ ଓ ଡ୍ରେନେଜ୍ ବିଭାଗର ଯନ୍ତ୍ରୀଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ […]

  • Sunday, 04 July 2021
SNAKE
ସାପ ସହ ଖେଳ ହେଲା କାଳ

ଜଳେଶ୍ୱର: ସାପ ସହ ଖେଳ ହେଲା କାଳ। ଜଣେ ସାପୁଆ କେଳା ନାଗ ସାପକୁ ଖେଳାଉଥିବା ବେଳେ କାମୁଡି ଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ମାସ ୨୮ ତାରିଖ ଦିନ ସାପୁଆ କେଳା ରଞ୍ଜନ ନାୟକ କୃଷ୍ଣନଗର ଗାଁରେ ସାପ ଖେଳାଇବା ବେଳେ ତାଙ୍କର ବାମ ହାତକୁ ସାପ କାମୁଡି ଦେଇଥିଲା। ତୁରନ୍ତ ଲୋକେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ କିନ୍ତୁ […]

  • Sunday, 04 July 2021
congress
ବଦଳିବେ କି ରାଜ୍ୟ କଂଗ୍ରେସ ମୁଖିଆ ?

ଭୁବନେଶ୍ୱର: ଆସନ୍ତାକାଲି ଅଲ ଇଣ୍ଡିଆ କଂଗ୍ରେସ କମିଟିର ସିଡବ୍ଲୁସି ବୈଠକ। ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସରେ ମେଳି। ରାଜ୍ୟ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଛି ଚର୍ଚ୍ଚା। ହେଲେ ଏଭଳି ସ୍ଥଳେ ଏପରି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି CWC ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। କୌଣସି ରାଜ୍ୟର ପିସିସି ପରିବର୍ତ୍ତନ AICC ଅଧ୍ୟକ୍ଷଙ୍କ କ୍ଷମତା ଭିତରେ। ଆସନ୍ତାକାଲି CWC ମିଟିଂରେ AICC, PCC ସଂଗଠନ ନେଇ ଆଲୋଚନା ହୋଇପାରେ। ଓଡ଼ିଶାରେ ବ୍ଲକ, ଜିଲ୍ଲା, PCC ଗଠନ […]

  • Sunday, 04 July 2021
birla
ବିର୍ଲା ଟାୟାର୍ସରେ ଅଚଳାବସ୍ଥା : ୧୪ ମାସ ହେଲାଣି ଦରମା ପାଇ ନାହାନ୍ତି କର୍ମଚାରୀ

  ୧୪ ମାସ ହେଲାଣି ଦରମା ପାଇ ନାହାନ୍ତି ୧୪୦୦ କର୍ମଚାରୀ ଫ୍ୟାକ୍ଟ୍ରି  ଆଗରେ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଧାରଣାରେ କର୍ମଚାରୀ ସାଢେ ୩ ମାସରୁ ଅଧିକ ସମୟ ଧରି ପ୍ଲାଣ୍ଟ କାର୍ଯ୍ୟ ଠପ୍ ବାଲେଶ୍ୱର(ରଶ୍ମିରଞ୍ଜନ ଦାସ) :  ବିର୍ଲା…

  • Sunday, 04 July 2021
weather updates in odisha
ଲଘୁଚାପ ପ୍ରଭାବରେ କାଲି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜିଠୁୁ ୨୭ ତାରିଖ ଯାଏ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି […]

slum
”ଆଶାଏଁ’ ଆଣିଛି ନୂଆ ଆଶା : ବସ୍ତି ପିଲାଙ୍କୁ ସିଫ୍ଟ କରି ଅନଲାଇନରେ ପଢ଼ାଉଛନ୍ତି ସ୍ୱେଚ୍ଛାସେବୀ

ଅନଲାଇନରେ ପାଠ ପଢ଼ିବା ଲାଗି ଗରିବ ପିଲାଙ୍କୁ ସହାୟତା ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କୁ ସହଯୋଗ କରୁଛି ଏନଜିଓ ସିଫ୍ଟ କରି ଅନଲାଇନରେ ପଢ଼ାଉଛନ୍ତି ସ୍ୱେଚ୍ଛାସେବୀ ଭୁବନେଶ୍ୱର :  କିଏ ଅନାଥ ତ କିଏ ବାପ ଛେଢଣ୍ଡ ହେଲେ ମନରେ ପଢିବାର…

  • Sunday, 04 July 2021
hack
ସାମ୍ବାଦିକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଆଦାୟ

ନବରଙ୍ଗପୁର: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ଠକେଇ ଅଭିଯୋଗ। ତା’ବି ପୁଣି ଜଣେ ସାମ୍ବାଦିକଙ୍କ ଆକାଉଣ୍ଟ୍‌କୁ‌ ହ୍ୟାକ୍ କରି ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି।‌ ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ ଅଭିଯୋଗ ଆଣି କହିଛନ୍ତି, ‘ମୋର ଫେସବୁକ୍‌ ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇ ମୋ ନାଁ ନେଇ ମୋ ସାଙ୍ଗସାଥୀମାନଙ୍କୁ ଟଙ୍କା ଆଦାୟ କରୁଥିଲେ। ଯେତେବଳେ ଏସମ୍ପର୍କରେ ମୁଁ ଜାଣିଲି, ଏହାପରେ ତୁରନ୍ତ […]

  • Sunday, 04 July 2021
rourkela
୧୩୫ ଦେଶରେ ପ୍ରଚଳିତ ହେଉଥିବା ଟଙ୍କା ରଖିଛନ୍ତି ଏହି ବ୍ୟକ୍ତି

ପିଲାଦିନୁ ବିଭିନ୍ନ ଦେଶର କଏନ ଏବଂ ନୋଟ କଲେକ୍ସନ କରିବାର ନିଶା ଥିଲା। ଆଜି ସେ ୧୩୫ ଟି ଦେଶର ନୋଟ କଲେକସନ କରିବାରେ ସଫଳ ହୋଇଛନ୍ତି। ଏଥିସହ ସେ ପ୍ରାୟ ୫ ହଜାର କଏନ କଲେକସନ ମଧ୍ୟ ରଖିଛନ୍ତି। ତେବେ ଏହି ବ୍ୟକ୍ତି ଜଣଙ୍କ ହେଲେ ରାଉରକେଲା ସ୍କେଟର ୧୪ ର କବି ଚନ୍ଦ୍ର ମହନ୍ତ

  • Sunday, 04 July 2021
aditya das death
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୪ ଜଣଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ପାଇଁ ଆବେଦନ। ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ।  ସେହିପରି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଟେଷ୍ଟ ହୋଇପାରେ। ଦୁଇ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଥିଲା।  ଏହା ହତ୍ୟା […]

  • Sunday, 04 July 2021
police
ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ। କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି। ଗିରଫ ଅଭିଯୁକ୍ତ ହେଲେ ୱାସିମ୍ ଖାନ୍, ରାଜେଶ ଏବଂ ମହମ୍ମଦ ଶାହାଜାହାନ୍। ଏମାନଙ୍କଠାରୁ ୪ଟି ମୋବାଇଲ୍ ଏବଂ […]

  • Sunday, 04 July 2021
main
କେନ୍ଦ୍ରାପଡାରୁ ଧଳା ରଙ୍ଗର ସାପ ଉଦ୍ଧାର

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଧଳା ରଙ୍ଗର ସାପ ଉଦ୍ଧାର। ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ୧ ଫୁଟ୍‌ର। ଏହି ସାପକୁ ବାଲିସୁଆଁ ଗାଁର ତପନ ଜେନା ଦେଖି ଉଦ୍ଧାର କରିଥିଲେ। ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍‌କୁ ପଠାଇଥିଲେ। ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।  ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ […]

  • Sunday, 04 July 2021
sexual-assult
ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍‌ଆଇଙ୍କୁ ଠକିଦେଲେ ଏସ୍‌ଆଇ

ଦାରିଙ୍ଗବାଡ଼ି: ପୋଲିସ SIଙ୍କ ନାଁରେ ଅନ୍ୟ ଜଣେ ମହିଳା ପୋଲିସ SIଙ୍କ ଦୁଷ୍କର୍ମ ଅଭିଯୋଗ। ଗଂଜାମ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ସିଲୁ ଧଳଙ୍କ ନାଁରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏସ୍ଆଇ କନ୍ଧମାଳ ଦାରିଙ୍ଗବାଡ଼ି ଥାନାରେ ସମ୍ପୃକ୍ତ ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏସ୍ଆଇ ନ୍ୟାୟ ପ୍ରଦାନ କରିବାକୁ ମହିଳା ଏସ୍ଆଇ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ଦ୍ୱାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ […]

  • Sunday, 04 July 2021
pregnant-lady
ଗର୍ଭବତୀଙ୍କୁ ନଦୀ ପାର୍ କରାଇଲେ ଗାଁ ଲୋକେ

ବିଜାପୁର: ନିଜ ଜୀବନକୁ ପାଣି ଛଡ଼ାଇ ଗର୍ଭବତୀଙ୍କୁ ଭରା ନଈ ପାର୍ କରାଇଲେ ଗାଁ ଲୋକେ। ନଦୀ ଭିତରେ ମାନବ ଶୃଙ୍ଖଳ କରିବା ସହିତ ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ। ଏହି ଘଟଣା ହେଉଛି ଛତିଶଗଡ଼ ବିଜାପୁର ଜିଲ୍ଲାରୁ। ଲଙ୍କାପଲ୍ଲୀ ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇପାରୁନଥିଲା। କାରଣ ରାସ୍ତାରେ ପଡୁଥିଲା ଭରା ନଈ। ଲଗାଣ ବର୍ଷା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ଥିଲା।  […]

  • Sunday, 04 July 2021
jsw
ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ JSW। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। Spoke to noted industrialist @sajjanjindal and discussed about the progress of @jswsteel’s Integrated Steel Project in Jagatsinghpur and other […]

  • Sunday, 04 July 2021
gift
ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା ଗିଫ୍ଟ ଇଂଜିନିୟରିଂ କଲେଜ

ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍‌ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା […]

  • Sunday, 04 July 2021
gun
କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ

ମାଲକାନଗିରି: ମାଲକାନଗିରି କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ। ମିଳିତ ଅପରେସନ୍ ବେଳେ ଏହି ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ପୋଲିସ। ମାଲକାନଗିରି  BSF ଓ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହାକୁ ଠାବ କରିଥିଲେ। ଯବାନ ଘଟଣାସ୍ଥଳରୁ ଜୀବନ୍ତ ଗୁଳି, କିଛି ଧାତବ ସାମଗ୍ରୀ, ଲେଦ୍ ମେସିନ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ଯନ୍ତ୍ରପାତି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀରୁ, ସେଠାରେ ନକ୍ସଲମାନେ ବେଆଇନ ବନ୍ଧୁକ […]

  • Sunday, 04 July 2021
devoteee
'କେବେ ଖୋଲିବ ମନ୍ଦିର, ସ୍ପଷ୍ଟ କର'

ଭୁବନେଶ୍ୱର: ଦୀର୍ଘ ୫ ମାସରୁ ଅଧିକ ସମୟ ହେଲାଣି ଭଗବାନଙ୍କ ସାନିଧ୍ୟରୁ ବଞ୍ଚିତ ଭକ୍ତ। କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ। ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ। ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା […]

  • Sunday, 04 July 2021
rain-fall
ପୁଣି ଲଘୁଚାପ; ଏଥର ପ୍ରବଳ ବର୍ଷିବ, ଜିଲ୍ଲାଗୁଡ଼ିକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି […]

  • Sunday, 04 July 2021