• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

boat
ରାସନ ଦେଇ ଫେରୁଥିବା ବେଳେ ବୁଡିଗଲା ଡଙ୍ଗା

ମାଲକାନଗିରି: ଗୋଦାବରୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ ଏବଂ ଦୁଇ ଉଦ୍ଧାର। ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ମୋଟୁ ନିକଟ ଚିନ୍ତୁରରେ।  ନଦୀ ଭିତର ପିଲରରେ ପିଟି ହୋଇ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିଛି।  ହେଲେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସୂଚନା ମିଳିଛି।  ବନ୍ୟା ପ୍ରପୀଡିତଙ୍କୁ ରାସନ୍ ଦେଇ ଫେରୁଥିବା ବେଳେ ସନ୍ଧ୍ୟା ସମୟରେ […]

  • Sunday, 04 July 2021
Crona
କଟକଣା ସତ୍ତ୍ୱେ କମୁନି ସଂକ୍ରମଣ, ଚିନ୍ତାରେ ରାଜ୍ୟ ସରକାର ! ଆସୁଛି କେନ୍ଦ୍ରୀୟ ଟିମ୍‌..

ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଭାବେ ଖସୁନି କୋଭିଡ୍ ସଂକ୍ରମଣ ହାର । ଯାହାକୁ ନେଇ ଏବେ ଟେନସନ୍‌ରେ ରାଜ୍ୟ ସରକାର । କଟକକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ, ତାର ଅନୁଧ୍ୟାନ ପାଇଁ…

କାଲିଠୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ହେଲେ ୨୨ତାରିଖ ଆଡ଼କୁ ବର୍ଷାର ପରିମାଣ ସାମାନ୍ୟ ବଢିପାରେ। ୨୩, ୨୪ ଓ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। କାରଣ ୨୩ ଓ ୨୪ ତାରିଖ ଆଡକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

  • Sunday, 04 July 2021
odisha
ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ

ଖୋର୍ଦ୍ଧା: ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଗତ ୧୧ ଓ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଳେପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ। ଏହି ବୋମାମାଡ଼ ଘଟଣା ପରେ ଉକ୍ତ ପରିବାରକୁ ପୋଲିସ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୪ ପୋଲିସ୍‌ କର୍ମୀ ରାତିରେ ଏହି ପରିବାରକୁ ସୁରକ୍ଷା ଦେଇ ଆସୁଥିଲେ। […]

  • Sunday, 04 July 2021
traffic-1
ହୁସିଆର୍‌ ! ଏଣିକି ଗାଡ଼ି ଚଲାଇବା ବେଳେ ଏସବୁ ନିୟମ ନ ମାନିଲେ ବାତିଲ୍‌ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ଏବେ ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ। ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ନିମ୍ନ ଲିଖିତ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ(DL) ୩ ମାସ ପାଇଁ ବାତିଲ୍‌ ହେବ। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ DL ବାତିଲ୍। ରେଡ୍ ଲାଇଟ୍ କଟକଣା ନ ମାନି ଆଗକୁ ବଢ଼ିଲେ DL ବାତିଲ୍। ଓଭରଲୋଡିଂ କିମ୍ବା ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ନେଲେ DL ବାତିଲ୍। […]

  • Sunday, 04 July 2021
BBSR
ଅଧଘଣ୍ଟାର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ, ବୁଡ଼ିଲା କାର

ଭୁବନେଶ୍ୱର: ଅଧଘଣ୍ଟାର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ୍‌ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ହଠାତ୍‌ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧ…

lord ganesh
କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି: ଡିସିପି

କଟକ: ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ଡିସିପି କହିଛନ୍ତି। ସୂଚନାଥାଉ କି, ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଏହି ମାମଲା କରାଯାଇଥିଲା। ତେବେ କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି […]

  • Sunday, 04 July 2021
deadbody
କୂଅ ଭିତରୁ ମିଳିଲା ୩ ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ୮ନଂ ଓ୍ୱାର୍ଡର ଏକ କୂଅ ଭିତରୁ ଜଣେ ମହିଳା ଓ ତାଙ୍କ୨ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କୂଅ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ୨ ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨ବର୍ଷ ଓ ୩ ବର୍ଷ। ଏମାନେ ସମସ୍ତେ କେମିତି କୂଅରେ ପଡ଼ିଲେ ତାହାର କାରଣ ଜଣାପଡ଼ିନାହିଁ। ଏହି ଘଟଣାରେ ପୋଲିସ୍‌ […]

  • Sunday, 04 July 2021
bagala-main
ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ

ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ। ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ କରୁଛି।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହିତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବଗଲା ଧର୍ମଶାଳାର ଜମିକୁ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଲଜ୍ ମାଲିକଙ୍କୁ ଜିଲ୍ଲାପାଳ ବିକ୍ରି  କରିବାର ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌହଦି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ […]

  • Sunday, 04 July 2021
capital-ps
OTVର ଡିଜିଟାଲ ଏଡିଟରଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ଭାଇରାଲ ଅଡିଓ ମାମଲାରେ କ୍ୟାପିଟାଲ ଥାନାରେ ଓଟିଭିର ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ତଦନ୍ତରେ ସହଯୋଗ କରିବାକୁ ଆଜି ସେ ହାଜର ହୋଇଥିଲେ। ଦିନ ୧୧ଟାରୁ ତାଙ୍କୁ  ଜେରା କରିଥିଲା କ୍ୟାପିଟାଲ ଥାନା ପୋଲିସ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତଦନ୍ତରେ ସହଯୋଗ କରିବାକୁ ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଗତ ୨ ଦିନ ହେଲା ଥାନାରେ ହାଜର ହୋଇଥିଲେ। […]

  • Sunday, 04 July 2021
rainfall
ଦାନା ବାନ୍ଧୁଛି ଲଘୁଚାପ, ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷିବା ସହ ସର୍ବାଧିକ ୫୦ କିମି ବେଗରେ ବହିବ ପବନ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା ରହିଛି। କାଲି ପାଇଁ ୫ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି। ସେହି […]

  • Sunday, 04 July 2021
rourkela
ରାଉରକେଲାରେ କୋହଳ ହେଲା ସପ୍ତାହନ୍ତ ସଟଡାଉନ୍

‌ଭୁବନେଶ୍ୱର: ରାଉରକେଲା ମହାନଗର ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ କୋହଳ। ନୂଆଖାଇ ପାଇଁ ୨୩ ତାରିଖ ରବିବାର ଦିନଟିଏ କଟକଣା କୋହଳ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ସହରରେ […]

  • Sunday, 04 July 2021
rain
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ। କେବଳ ବର୍ଷା ନୁହେଁ, ଓଡ଼ିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ୨୬ […]

ଥାନା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭଦ୍ରକ: ନ୍ୟାୟ ନ ମିଳିବା ଅଭିଯୋଗ କରି ଥାନା ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାଁ ସେକ୍‌ ଫୟାଜ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା। ପରେ ଘଟଣାକୁ ନେଇ ଫୟାଜ ଥାନାରେ ଜଣାଇଥିଲେ। ହେଲେ ନ୍ୟାୟ ମିଳିନଥିବା ଅଭିଯୋଗ […]

  • Sunday, 04 July 2021
lootera arrested
ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିଲେ, କଟକରେ ଧରାପଡିଲେ

କଟକ: ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିବା ବେଳେ କଟକରେ ଧରାପଡିଲା ଚୋର। ବାଟରେ ପୋଲିସ୍‌କୁ ଚକ୍‌ମା ଦେବାପାଇଁ ଅନେକ ପ୍ରୟାସ କରିଥିଲା ଲୁଟେରା ଜଣକ, ହେଲେ ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଗଲେ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଲୁଟେରା ଭୁବନେଶ୍ୱର ଖଣ୍ଡଗିରିରୁ ଏକ ବସ୍‌ ଚୋରି କରି ଦ୍ରୁତ ଗତିରେ କଟକ ଅଭିମୁଖେ ଖସି ପଳାଉଥିବା ବେଳେ ପୋଲିସ୍‌ ବସ୍‌କୁ ପିଛା କରିଥିଲା। ଏହି ସମୟରେ ଲୁଟେରା ଜଣକ ଦ୍ରୁତ […]

  • Sunday, 04 July 2021
ଚାକିିରି କରାଇ ଦେବା ନାଁରେ ଅନ୍‌ଲାଇନ୍‌ରେ ଠକେଇ, ୨ ଲକ୍ଷ ଟଙ୍କା ନେଇଗଲେ ଠକ

ବ୍ରହ୍ମପୁର: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ। ୨ଜଣ ବ୍ୟକ୍ତିଙ୍କୁ ଠାରୁ ଠକମାନେ ଅନ୍‌ଲାଇନ୍‌ରେ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଏନେଇ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। ଏହି ମାମଲାର ତଦନ୍ତ ପାଇଁ ସାଇବର ସେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି। ଅଭିଯୋଗ ଅନୁଯାୟୀ, ନିଜକୁ ଏୟାରପୋର୍ଟ ଅଥରିଟିର ମ୍ୟାନେଜର କହି ଚାକିରି କରାଇ ଦେବା ନାଁରେ ଗୁପ୍ତେଶ୍ୱର ପ୍ରଧାନ ନାମକ ବ୍ୟକ୍ତିଙ୍କୁ […]

  • Sunday, 04 July 2021
rainfall 22
ଲଘୁଚାପ ପ୍ରଭାବରେ ୨୪ରୁ-୨୬ ଯାଏ ବର୍ଷିବ !

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସମୁଦ୍ର ଭିତରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। […]

ରାତି ଅଧରେ ୮ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ କୋଳିଦାସପୁର ଠାରେ ଦୁର୍ବୃତ୍ତମାନେ ୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ବିଳମ୍ବିତ ରାତିରେ ନଦୀରୁ ବାଲି ଉଠାଣ ବେଳେ କିଛି ଦୁର୍ବୃତ୍ତ ଗୋଟିଏ ଟ୍ରାକ୍ଟର, ବାଇକ, ଟିପର୍, ଜେସିବି ମେସିନ୍ ଭଳି ୮ଟି ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛିଦିନ ହେବ ଆଖପାଖ ଅଞ୍ଚଳ ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ ଜୋରଦାର ଚାଲିଥିବା ନେଇ […]

  • Sunday, 04 July 2021
samit-babu
'ରାଜ୍ୟ ସରକାର କାହିଁକି ସାଜିଲେ ଜମି ଡିଲର ?'

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ। ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍‌ରେ କହିଛନ୍ତି ଯେ ଆଇନ ଅନୁସାରେ ଧର୍ମଶାଳା ଜମି କେବେ ବିକ୍ରି କରାଯାଇପାରିବ ନାହିଁ। ଦାନ ସୂତ୍ରରେ ମିଳିଥିବା ଜମିକୁ ବିକ୍ରି କରାନଯିବା ନେଇ ଆଇନ ଅଛି। […]

  • Sunday, 04 July 2021
nuaan-khai
ଅନ୍‌ଲାଇନ୍‌ରେ ଦେଖିପାରିବେ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଦୃଶ୍ୟ

ଲମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ହେବାକୁ ଥିବା ନବାନ୍ନ ଲାଗି ସମୟର ଦୃଶ୍ୟ ଅନ୍‌ଲାଇନ୍‌ରେ ପ୍ରସାରିତ ହେବ। କରୋନା କଟକଣା ଯୋଗୁଁ ଏଥର ଏହି ନିଷ୍ପତ୍ତି ନେଇଛି ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି। ଏଥିପାଇଁ ମନ୍ଦିର ନିକଟକୁ ନ ଆସିବା ଲାଗି ଭକ୍ତଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆସନ୍ତା କାଲି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ […]

  • Sunday, 04 July 2021
covid-warriors
ମହାମାରୀ କବଳରେ କରୋନା ଯୋଦ୍ଧା

ରାଉରକେଲା: କରୋନାରେ ଚାଲିଗଲା ଆଉ ଦୁଇ କୋଭିଡ୍ ଯୋଦ୍ଧା ଜୀବନ। ଆଜି ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତିରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ।  ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ରାଉରକେଲା ହାଇଟେକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। । ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ […]

  • Sunday, 04 July 2021
vlcsnap-error845
ନ୍ୟାୟ ନପାଇବାରୁ ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।…

jungle
୩୫ ବର୍ଷ ପରେ ଜଙ୍ଗଲରୁ ଫେରିବେ ଜଗପତି

ଭୁବନେଶ୍ୱର: ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିଲ୍ଲାର ଜଗପତି କାର୍ଜି ଫେରିବେ ଗାଁକୁ। ପ୍ରାୟ ୩୫ ବର୍ଷ ପରେ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୬ ତାରିଖ ସୁଦ୍ଧା ସେ ଗଜପତି ଫେରିବେ ବୋଲି ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ। ଏଥିପାଇଁ ଆସିଷ୍ଟାଣ୍ଟ ଲେବର ଅଫିସର ତାଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିବା ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ। ଗଜପତି ଜିଳ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର […]

  • Sunday, 04 July 2021
taaahahb
ଗଣେଶ ପୂଜା ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ବ୍ରହ୍ମପୁର: ଧୂମ୍‌ଧାମ୍‌ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ  ଏନ୍‌ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା।  ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା। ତହସିଲଦାରଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଟକ ରଖିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି  ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ। […]

  • Sunday, 04 July 2021
died-og
ସ୍ତ୍ରୀ ଓ ଝିଅକୁ ବିଷ ଦେବା ପରେ ନିଜେ ପିଇଦେଲା !

ବରଗଡ଼: ଘରୋଇ କଳିର କରୁଣ ପରିଣତି। ବିଷ ପିଇଦେଲେ ବାପା, ମାଆ ଝିଅ। ଆଉ ଚାଲିଗଲା ୨ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେପୁର ବେନିଆଚାଲ ଗାଁରେ। ଘଟଣାରୁ ପ୍ରକାଶ, ଆଜି କୌଣସି କଥାକୁ ନେଇ ଏହି ଗାଁର ରଥ ମହାନନ୍ଦ(୪୫)ଙ୍କ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଥ ପରିବାର ଲୋକଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ରଥ ନିଜେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ରଥ, ତାଙ୍କ […]

  • Sunday, 04 July 2021