• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

golak
କାହିଁକି ବନ୍ଦ ହେଲା OSTF? ଜବାବ ମାଗିଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍‌) ବନ୍ଦ ନେଇ ସରକାରଙ୍କୁ ଘେରିଛି ବିଜେପି। ଏକ ପ୍ରେସ୍ ମିଟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଗତକାଲି ଓଡ଼ିଶା ସରକାର ରାଜ୍ୟ Odisha State Tretment Fund (ଓଏସଟିଏଫ୍)କୁ ବନ୍ଦ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ବନ୍ଦ ହେବନି। ଫେବ୍ରୁଆରୀ ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଯୋଜନା […]

  • Monday, 05 July 2021
balangir
ସୀମା ଟପିଲା ବର୍ବରତା: ବିଷ୍ଠା ଖୁଆଇଲେ, ପରିଶ୍ରା ବି ପିଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଅକଥନୀୟ ନିର୍ଯାତନା ଅଭିଯୋଗ ହୋଇଛି। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗ୍ରାମବାସୀ ବିଷ୍ଠା ଖୁଆଇବା ଏବଂ ପରିଶ୍ରା ପିଆଇବା ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ପରୁଆଭାଡ଼ି ଗାଁରୁ

  • Monday, 05 July 2021
railway
ଟ୍ରାଏଲ୍ ରନ୍‌ରେ ବାଧା ନଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲୱେ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନରେ ରେଳସେବା ପୂର୍ବରୁ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ଅନୁଚିତ୍। ଟ୍ରାଏଲ୍ ରନ୍‌କୁ ଯଦି ବାଧା ଦିଆଯାଏ ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଯଦି ନିୟମିତ ଟ୍ରେନ୍ ଚଳାଚଳ କରିବ, ତାପୂର୍ବରୁ ମାଲବାହୀ ଟ୍ରେନର ଟ୍ରାଏଲ୍ ରନ୍ ଆବଶ୍ୟକ ବୋଲି କହିଛି ପୂର୍ବତଟ ରେଲୱେ। ଗତକାଲି ମାଲବାହୀ ଟ୍ରେନ୍ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ସହ ବାଧା ସୃଷ୍ଟି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି […]

  • Monday, 05 July 2021
kidna
ହ୍ୱାଟ୍ସଆପରେ ଭାଇରାଲ୍ ହେଉଛି ପରୀର ପ୍ରେତାତ୍ମା ଭିଡିଓ!

ନୟାଗଡ଼: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ଜଣେ ମହିଳାଙ୍କ ଠାରେ ପରୀର ପ୍ରେତାତ୍ମା ସବାର୍ ହୋଇଥିବା ସଂପୃକ୍ତ ମହିଳା ଜଣକ କହୁଛନ୍ତି। ଆଉ ମହିଳା ଜଣକ କିଭଳି ପରୀକୁ ଅପହରଣ କରି ହତ୍ୟା କରାଗଲା ତାହା କହୁଥିବା ଦେଖିବାକୁ ମିଳୁଛି। ଗତ ୧୪ ତାରିଖ ଦିନ ୧୦ଟାରେ ପରୀ ଗାଁ […]

  • Monday, 05 July 2021
gutkha
୨ ଶହ ବସ୍ତା ଗୁଟଖା ଜବତ  

ବ୍ରହ୍ମପୁର: ଗୋଟି ନୁହେଁ କି ଦୁଇଟି ନୁହେଁ, ୨ ଶହ ବସ୍ତା ଗୁଟଖା ଜବତ  କରିଛି ପୁଲିସି। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନିରୁ ଜବତ ହୋଇଛି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଲକ୍ଷାଧିକ ଟଙ୍କାର ଗୁଟଖାକୁ ଜବତ […]

  • Monday, 05 July 2021
naveen-modi
ପ୍ରଧାନମନ୍ତ୍ରୀ ଟଙ୍କା ଦେଲେ, ନବୀନ ଧନ୍ୟବାଦ ଜଣାଇଲେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି

  • Monday, 05 July 2021
gst
ଜୁଲାଇରେ ଓଡ଼ିଶାରେ ଜିଏସ୍‌ଟି ଆଦାୟରେ ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇରେ ଓଡ଼ିଶାରେ ଜିଏସ୍‌ଟି ଆଦାୟରେ ରେକର୍ଡ ବୃଦ୍ଧି ହାର ୧୩ ପ୍ରତିଶତ ରହିଛି। କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସତ୍ତ୍ୱେ ଜିଏସ୍‌ଟି ଆଦାୟରେ ରେକର୍ଡ ବୃଦ୍ଧି ହୋଇଛି। ଜୁଲାଇରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୯୪.୦୨ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇ ମାସରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୦୨.୪୪ କୋଟି ଟଙ୍କା ଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୧୩.୦୪ ପ୍ରତିଶତ ବୃଦ୍ଧି […]

  • Monday, 05 July 2021
Black-Fungus-Madras-Courier-14
ରାଜ୍ୟରେ ୧୮ ମୁଣ୍ଡ ନେଲାଣି ବ୍ଲାକ୍‌ଫଙ୍ଗସ

ରାଜ୍ୟରେ ବ୍ଲାକ୍‌ଫଙ୍ଗସରେ ପ୍ରାଣ ହରାଇଛନ୍ତି ୧୮ ଜଣ। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍‌ଫଙ୍ଗସ୍‌ କେସ୍ ସାମ୍ନାକୁ ଆସୁଛି

representational image
ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ଖବର ଶୁଣି, ଏମିତି ନିଷ୍ପତ୍ତି ନେଲେ ଛାତ୍ରୀ

ଉମରକୋଟ: ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଥିବା ଜାଣି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଉଦୟପୁର ଡିଏନ୍‌କେ ଗାଁର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ରୀ ଜଣକ ଉଦୟପୁର ଡିଏନ୍‌କେ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ ଓ ଚଳିତ ବର୍ଷ ମାଟ୍ରିକ୍ ‌ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ଦିନ ସେ ଫେଲ୍‌ ହୋଇଥିବା ଖବର ପାଇ ମାନସିକ ଭାରସାମ୍ୟ ହରାଇଥିଲେ। ରବିବାର ମଧ୍ୟାହ୍ନରେ ଘରେ ବେକରେ ଗାମୁଛା ଲଗାଇ […]

  • Monday, 05 July 2021
rainfall 22
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୪ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • Monday, 05 July 2021
admission
କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ନାମଲେଖା? ଜାଣନ୍ତୁ...

ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ, ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ଶିକ୍ଷା ତାଲିମ୍ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି […]

  • Monday, 05 July 2021
farmer
ଋଣ ଶୁଝିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା କଲେ ଚାଷୀ

ଭଦ୍ରକ: ଋଣ ଶୁଝିବା ଲାଗି ଫାଇନାନ୍ସ କର୍ମଚାରୀ ବାଧ୍ୟ କରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ ରାଜୁଆଳି ବିନ୍ଧା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ରାଜୁଆଳି ବିନ୍ଧା ଗ୍ରାମର ମହେନ୍ଦ୍ର ଦାସ। ମହେନ୍ଦ୍ରଙ୍କ ସ୍ତ୍ରୀ ୪ଟି ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଋଣ ଆଣିଥିଲେ। କରୋନା କଟକଣା ଯୋଗୁଁ କୌଣସି ରୋଜଗାର ନଥିବା ବେଳେ ଫାଇନାନ୍ସ କର୍ମଚାରୀ ଋଣ ଶୁଝିବା […]

  • Monday, 05 July 2021
loot
ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା […]

  • Monday, 05 July 2021
niranjan
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ୭ରୁ ୧୭ ଯାଏଁ କରିବ ଆନ୍ଦୋଳନ

ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ ।…

rod2
ଖେଳୁ ଖେଳୁ ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍

ବ୍ରହ୍ମପୁର:  ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ […]

  • Monday, 05 July 2021
sanjay
ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]

  • Monday, 05 July 2021
commouniytrn
ଚିକିତ୍ସାରେ ଅବହେଳା, ଜୀବନ ହାରିଲେ ଯୁବକ

କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା। […]

  • Monday, 05 July 2021
river
ମହାନଦୀରେ ଭାସିଗଲେ ୩ ଭାଇଭଉଣୀ

କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ ନଦୀରୁ ୨ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କର ପତ୍ତା ମିଳିନି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

  • Monday, 05 July 2021
rainfall
ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ ସ୍ୱାଭାବିକ ବର୍ଷା ଠାରୁ ପ୍ରାୟ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି। ୧୭ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେ କମ୍ ବର୍ଷା ହୋଇଛି। ବିଶେଷ କରି […]

  • Monday, 05 July 2021
Central team
କରୋନା ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ଟ୍ରେଲର୍‌‌ ପଛରେ ପିଟି ହେଲା ସ୍କର୍ପିଓ, ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେଲର୍‌‌ ପଛପଟେ ଏକ ସ୍କର୍ପିଓ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଓ ଜମାଲ ସାହା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ବଡ଼ ଡାକ୍ତରଖାନା […]

  • Monday, 05 July 2021
ASSEMBLY
ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ କିଛିଟା ଅଦଳବଦଳ କରାଯାଇଛି।  ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଦାୟିତ୍ୱ ଦିଆଯାଇଛି  ସୀତାଂଶୁ କୁମାର ରାଉତଙ୍କୁ । ତାଙ୍କ ସ୍ଥାନରେ ଖୋର୍ଦ୍ଧା ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ IAS କୀର୍ତ୍ତି ଭାସାନ ହେଲେ OSD, ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟ। ସେହିପରି IAS ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ। IAS […]

  • Monday, 05 July 2021
arrest
ଦେହରେ ତେଲ ମାଖି କରୁଥିଲେ ଲୁଟ୍, ଶେଷରେ...

ଭୁବନେଶ୍ୱର: ଲୁଟ୍‌ କରି ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଦେହରେ ତେଲ ଲଗାଉଥିଲେ ଲୁଟେରା। ଆଉ ଧରିବାକୁ କେହି ଚେଷ୍ଟା କଲେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ହେଲେ ଶେଷରେ ପୋଲିସ୍ ହାତରେ‌ ଧରାପଡ଼ିଲେ। ଭୁବନେଶ୍ୱରରେ ୨ଟି ଲୁଟେରା ଗ୍ୟାଙ୍ଗ୍‌କୁ ପୋଲିସ୍ ଧରିଛି। ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳନଗର ପୋଲିସ୍ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ର ମିଳିତ ଉଦ୍ୟମରେ ୮ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ‌୭୦ଟି ମୋବାଇଲ, ୨୨ଟି ଲାପଟପ୍, ୯ଟି ଚୋରା ବାଇକ ଜବତ କରାଯାଇଛି। […]

  • Monday, 05 July 2021
sill
ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ […]

  • Monday, 05 July 2021