• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ୍

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ଗଛରେ ପିଟି ହେବା ଫଳରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜଗତସିଂହପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସମସ୍ତ ଆହତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର। ଗତକାଲି […]

  • Saturday, 10 July 2021
goat
ଅଜଣା ଜନ୍ତୁ ଆତଙ୍କ, ୪୦ ଛେଳି ମୃତ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡ଼ାଗୁଡ଼ାରେ ଏକାଧିକ ଛେଳିଙ୍କ ମୃତ୍ୟୁ ଘଟିଲାଣି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବାହାଡ଼ାଗୁଡ଼ା ଗାଁରେ ୪୦ଟି ଛେଳିର ଅସ୍ୱାଭାବିକ ମୃତ୍ୟୁ ଘଟିଲାଣି। ଏହି ଗାଁର ଗଙ୍ଗା ଗୌଡ଼ ନିଜ ଗୁହାଳରେ ଛେଳିମାନଙ୍କୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ।  ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ, ଏକାଥରେ ୪୦ଟି ଛେଳି ମରି […]

  • Saturday, 10 July 2021
otv-ob-van
ଓଟିଭି ଓବି ଭ୍ୟାନ୍ ଉପରେ ଆକ୍ରମଣ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରରେ ଓଟିଭି ଓବି ଭ୍ୟାନ୍ ଉପରେ ଆକ୍ରମଣ ହୋଇଛି। ଖବର ସଂଗ୍ରହ କରି ଫୁଲବାଣୀରୁ ଜୟପୁର ଫେରୁଥିବା ବେଳେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାଗରା ଛକ ନିକଟରେ ଓଟିଭି ଭ୍ୟାନ୍‌ ଉପରେ ଏହି ଆକ୍ରମଣ ହୋଇଛି। ଜଣେ ଦୁର୍ବୃତ୍ତ ଭ୍ୟାନ୍‌ର ଡ୍ରାଇଭର ଓ ଇଞ୍ଜିନିୟରଙ୍କୁ ମାରପିଟ୍ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବକ ଜଣକ ଗାଳିଗୁଲଜ ମଧ୍ୟ କରିଥିବା ନେଇ ସଦର ଥାନାରେ ଅଭିଯୋଗ ପରେ […]

  • Saturday, 10 July 2021
sonpur
ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲେ

ସୁବର୍ଣ୍ଣପୁର: ଘର କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ପଛ ପଟୁ ଟାଙ୍ଗିଆ ଆକ୍ରମଣ  କରାଯାଇଛି।  ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ମହିଳା ।ଆଜି ସକାଳେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାଏପାଲି ଗାଁରେ ା ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ବାରିକ।  ୫୦ ବର୍ଷ ବୟସ୍କ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରାଯାଇଛି ଜଣା ପଡ଼ିନାହିଁ। ତେବେ ଅଜଣା ଦୁର୍ବୃତ୍ତ କେହି ଧାରୁଆ ହତ୍ୟା […]

  • Saturday, 10 July 2021
hirakud
ଆଜି ମୁଣ୍ଡୁଳି ଅତିକ୍ରମ କରିବ ହୀରାକୁଦ ପାଣି

ସମ୍ବଲପୁର:ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ। ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି । ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ ଦେଇ ବନ୍ୟାଜଳ ଛଡ଼ାଯାଉଛି ଗୁରୁବାର ଜଳଭଣ୍ଡାରର ୨୦ଟି ଗେଟ ଖୋଲ ଦିଆଯାଇଥିଲା। ଡ୍ୟାମରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ରହିଛି ୬୨୦.୧୯ ଫୁଟ୍ । ୨୪ ଘଣ୍ଟା ଭିତରେ […]

  • Saturday, 10 July 2021
earthquake..
ରାଇରଙ୍ଗପୁରେ ଭୂମିକମ୍ପ

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍‌ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି। ଭୂମିକମ୍ପରେ ରାଇରଙ୍ଗପୁର ସମେତ ଗୋରୁମହିଷାଣି, ବିଷୋୟୀ, ବହଳଦା ଅଞ୍ଚଳ ଥରି ଉଠିଥିବା ବେଳେ ଗୋରୁମହିଷାଣୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ୮ ରୁ ୧୦ ସେକେଣ୍ଡ […]

  • Saturday, 10 July 2021
school
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଲେ ଛାତ୍ର, ଅଭିଭାବକ

ଭବାନୀପାଟଣା: ସ୍କୁଲରେ ପିଲା ସଂଖ୍ୟା ୨୬୬, ହେଲେ ଶିକ୍ଷକଙ୍କ ସଂଖ୍ୟା ୪।  ଚୁଲିକୁ ଗଲାଣି ପିଲାଙ୍କ ପାଠ ପଢ଼ା। ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ର। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପରିଆ ଗାଁରେ। ପରିଆ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୬୬ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। କିନ୍ତୁ ସ୍କୁଲରେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଆବଶ୍ୟକ ସଂଖ୍ୟକ […]

  • Saturday, 10 July 2021
mana-bhai-2
ନେତାଙ୍କୁ ଥଇଥାନ କଲେ ନବୀନ: କାହାକୁ କ’ଣ ମିଳିଲା ?

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ଟାଣିଓଟାରି ବିଭିନ୍ନ ବିଭାଗରେ ଉପଦେଷ୍ଟା ପଦ ସୃଷ୍ଟି କରାଯାଇ ସେଠାରେ ମଧ୍ୟ ୧୦ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି। ଟିକେଟ୍ ପାଇନଥିବା ୭ଜଣ ପୂର୍ବତନ ବିଧାୟକ ଓ ସାଂସଦ ମଧ୍ୟ ଏଥର ଥଇଥାନ ହୋଇଛନ୍ତି। ଆସନ୍ତୁ ଦେଖିବା ଆଜି ଥଇଥାନ ହୋଇଥିବା ୩୫ଜଣ ଦଳୀୟ ନେତାଙ୍କ ମଧ୍ୟରୁ କିଏ କେଉଁ ବର୍ଗରୁ […]

  • Saturday, 10 July 2021
cm-naveen-patnaik..
ବାଣପୁରରେ ଚିଲିକା କାର୍ଡ ଖେଳିଲେ ନବୀନ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଥିଲେ। ‘ଚିଲିକା ଆମର ମା’ ଏବଂ ଓଡ଼ିଶାର ଗର୍ବ’ ବୋଲି ନବୀନ କହିଛନ୍ତି। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି। ତେବେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିଛନ୍ତି। ଏଥିସହ ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି […]

  • Saturday, 10 July 2021
hirakuda-dam
ହୀରାକୁଦ୍‌ ଡ୍ୟାମ୍‌ର ୧୬ ଗେଟ୍‌ ଖୋଲିଲା

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିଲା। ଏହାପରେ   ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିଛି। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ଜଳସ୍ତର କମିଛି। ଖଇରମାଲ୍‌ରେ ବର୍ତ୍ତମାନ ୩ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ରହିଛି। ହୀରାକୁଦ ଡ୍ୟାମରୁ […]

  • Saturday, 10 July 2021
jaleswar-4..1
ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର, ଉତ୍ତେଜନା, ପୋଡ଼ାଜଳା

ଜଳେଶ୍ୱର(ଅଜିତ ଦାସ ): ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର। ଏପରି ଅଭିଯୋଗ ଆଣି ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ମେଡିକାଲରେ ତୁମୁଳ କାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନେ ମେଡିକାଲରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗା ରୁଜା କରିବା ସହ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଘର ଉପରକୁ କରିଛନ୍ତି ପଥର ମାଡ଼। ଏତିକିରେ ଥମିନି ପରିସ୍ଥିତି। ଅଣାୟତ୍ତ ହୋଇ ପଡ଼ିଥିବା ପରିସ୍ଥିତିକୁ କାବୁ କରିବାକୁ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ […]

  • Saturday, 10 July 2021
bbsr.
ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଧମକ!

ଭୁବନେଶ୍ୱର: ନିଜ ହକ୍ ପାଇବା ପାଇଁ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇ ରାସ୍ତାରୁ ହଟାଇଲା ପୁଲିସ୍‌। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତା ଉପରେ ଯାନବାହନ ଅଟକି ରହିଥିଲା। ପ୍ରାୟ ୪୫ ମିନିଟ୍ ପରେ ପୁଲିସ୍‌ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା। ହେଲେ ସେମାନେ […]

  • Saturday, 10 July 2021
bus-accident
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପୁଇଁତଳା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୫ ଜଣଙ୍କୁ ଭୀମ ଭୋଇ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଆଜି ଭୋର ପ୍ରାୟ ୪ଟାରେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଅଭିମୁଖେ ଆସୁଥିବା ଶ୍ରୀରାମ […]

  • Saturday, 10 July 2021
bmc
ବକେୟା ଦରମା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ

ଭୁବନେଶ୍ୱର: ବକେୟା ଦରମା ଦାବିରେ ଭୁବନେଶ୍ୱରରେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଦରମା ନ ମିଳିବାରୁ ଏହାର ପ୍ରତିବାଦ କରି ସଫେଇ କର୍ମଚାରୀମାନେ ଆଜି ସକାଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପ୍ରାୟ ୪୫ ମିନିଟ୍ ପରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି କର୍ମଚାରୀଙ୍କୁ ରାସ୍ତାରୁ ହଟାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏକ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀମାନେ କାମ କରୁଥିବା […]

  • Saturday, 10 July 2021
elephant.
ହାତୀ ନେଲା ୫ ଜୀବନ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଡ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଷଣ୍ଡ ଗାଁର ୨୫ ବର୍ଷୀୟ କାଳିଆ ସଅର, ତାଙ୍କ ୨ ବର୍ଷର ଝିଅ ଅନୀତା ସଅର ଓ ୧୨ ବର୍ଷୀୟା ଭଉଣୀ ସାରଥି ସଅର। ଏମାନେ ସମସ୍ତେ ଘର […]

  • Saturday, 10 July 2021
maoists
ଟଳିଲେ ୨ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର୍‌ ମାଓବାଦୀ ବର୍ଗିଜ୍ ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। କୁଆକୋଣ୍ଡା ଜଙ୍ଗଲରେ ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ଟି ବନ୍ଧୁକ ଜବତ କରିଛି। ବିଜେପି ବିଧାୟକ ଭୀମା ମାଣ୍ଡବି ଓ ଅନ୍ୟ ୫ଜଣ ସୁରକ୍ଷାକର୍ମୀଙ୍କ ହତ୍ୟା ଘଟଣାରେ […]

  • Saturday, 10 July 2021
school-750x430
ଏପ୍ରିଲ ୧୮ରୁ ଖରା ଛୁଟି

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ହେବ ଖରାଛୁଟି। ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।   ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

  • Saturday, 10 July 2021
moblie-battery-blast
ମୋବାଇଲ ବ୍ୟାଟେରି ଫାଟି ୩ ଆହତ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୩ଜଣ ମୋବାଇଲ ଫୋନ୍‌ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍‌ ଫାଟି ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ଅନ୍ୟ ୨ଜଣଙ୍କ ଅବସ୍ଥା ଭଲଥିବା ପରିବାର ଲୋକେ କହିଛନ୍ତି।

  • Saturday, 10 July 2021
railway-track
ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଝାମି ମନ୍ଦିର ନିକଟ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଟ୍ରେନ୍‌ରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।

  • Saturday, 10 July 2021
dacoit
୧୨ ଡକାୟତ ଗିରଫ

ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୁଲିସ୍‌ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବି ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ପୁଲିସ୍‌ କହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଖଣ୍ଡା, ୩ଟି ବାଇକ, ପିକ୍‌ଅପ୍‌ ଭ୍ୟାନ, ବୋଲେରୋ, ମୋବାଇଲ୍, କାର୍‌ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।

  • Saturday, 10 July 2021
malkangiri
ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ସଡକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ମାଲକାନଗିରି-କାଲିମେଳା ରାସ୍ତାର ବଦଳି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମେଘନାଦ  ଦାସ ଓ ସାମଲ ସେନ୍। ସେମାନଙ୍କ ଘର ଏମ୍‌ପିଭି ୧୩ ଗାଁରେ ବୋଲି ଜଣାପଡ଼ିଛି। ବଦଳି ଛକ ନିକଟରେ ବାଇକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମେଘନାଦ ଓ ସାମଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ […]

  • Saturday, 10 July 2021
atm
ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ

ସୋର(ଶଶିକାନ୍ତ ବେହେରା): ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ୍ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ହୋଇଥିବା ଏଟିଏମ୍ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

  • Saturday, 10 July 2021
banya
ବଡ଼ ବନ୍ୟାର ଭୟ ନାହିଁ-ଆଶ୍ୱାସନା ଦେଲେ ସଚିବ

ଭୁବନେଶ୍ୱର: ମହାନଦୀରେ ସୃଷ୍ଟି ହେବ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି। ଆଜି ବର୍ଷା ପରିମାଣ ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ବନ୍ୟାସ୍ଥିତିରେ ସୁଧାର ଆସୁଛି। ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା। ବର୍ଷାର ପରିମାଣକୁ ନେଇ କଟକ ମୁଣ୍ଡଳିରେ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।  ଖଇରମାଳରେ ଗତକାଲି ମଧ୍ୟରାତ୍ରିରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।  ସେଠାରେ ଧୀରେ ଧୀରେ […]

  • Saturday, 10 July 2021
pm modi
ମୋଦିଙ୍କ ଫୋକସ୍‌ରେ ଓଡ଼ିଶା; କାଲି ପୁଣି ଆସିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ […]

  • Saturday, 10 July 2021
fire
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଢିପସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ଏନେଇ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦଶପଲ୍ଲାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

  • Saturday, 10 July 2021