• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ganja seized
କାର୍‌ରୁ ୩୨ କେଜି ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ(ବିଶ୍ୱଜିତ ଆଚାର୍ଯ୍ୟ): କାର୍‌ରୁ ୩୨ କିଲୋଗ୍ରାମ ଗଞ୍ଜେଇ ଜବତ। ଆଜି ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ କଟକ ସ୍ଥିତ ଲିଙ୍କ୍‌ରୋଡ୍‌ରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଦୁଇଟି ବସ୍ତାରେ ଭର୍ତ୍ତି ଗଞ୍ଜେଇକୁ ଏକ କାର୍‌ ଯୋଗେ କନ୍ଧମାଳରୁ ବାଲେଶ୍ୱରକୁ ଚାଲାଣ ହେଉଥିବା ବେଳେ ଏନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହାପରେ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ […]

  • Saturday, 10 July 2021
bolero accident
ବୋଲେରୋ ଓଲଟି ୧୪ ଶ୍ରମିକ ଆହତ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ବୋଲେରୋ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିବା ଫଳରେ ୧୪ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କାମ କରିବା ପାଇଁ ଭଞ୍ଜନଗର ତିଳିସିଙ୍ଗିରୁ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

  • Saturday, 10 July 2021
man killed his brother
ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇଙ୍କ ନାଁ କୋକା ଏକ୍କା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ […]

  • Saturday, 10 July 2021
vlcsnap-error882
ଖାତରୁ ଉଦ୍ଧାର ହେଲା ମା’ ଓ ଛୁଆ ହାତୀ

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକ୍‌ର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ପାଣି ପିଇବାକୁ ଯାଇଥିବା ଛୁଆ ହାତୀ ପ୍ରଥମେ ଖାତରେ ଖସି ପଡ଼ିଥିଲା। ଏହାପରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ମାଆ ହାତୀ ଉଦ୍ୟମ କରିଥିଲା। ତେବେ ଛୁଆକୁ ଉଦ୍ଧାର କରିବା ବେଳେ ମାଆ ହାତୀ ବି ଖାତରେ ପଡ଼ି ଯାଇଥିଲା। ଖବର ପାଇ ସମ୍ବଲପୁର ରେଞ୍ଜ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି […]

  • Saturday, 10 July 2021
6757
କୋଣାର୍କ ହେବ ଟେଣ୍ଟ ସିଟି

ଭୁବନେଶ୍ୱର: କୋଣାର୍କରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ।  କୋଣାର୍କ ହେବ ଟେଣ୍ଟ ସିଟି । ଏଥିଲାଗି କୁଶଭଦ୍ରା ନଦୀ ମୁହାଁଣ ସନ୍ନିକଟ ବେଳାଭୂମି ଓ ବେଳାମାର୍ଗ ପାର୍ଶ୍ୱ ଜମି ବୁଲି ଦେଖିଛନ୍ତି କ୍ରୀଡା ଓ ଯୁବ ସେବା, ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ,  ସ୍ଥାନୀୟ ତହସିଲଦାର ଓ ପର୍ଯ୍ୟଟନ ଅଧିକାରୀ ଉପସ୍ଥିତି ରହି ଏହି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଦେଖାଇବା ସହ ଜମିର ସ୍ଥିତି […]

  • Saturday, 10 July 2021
man killed  his wife
ସ୍ତ୍ରୀର ଗଳା କାଟି ହତ୍ୟା ପରେ ନିଜ ଗଳାରେ ଛୁରୀ ଲଗାଇଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା): ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପାରମହଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବେବି ଖାତୁନ୍‌। ସୂଚନା ଅନୁସାରେ, ପାରମହଲା ଅଞ୍ଚଳର ଜଣେ ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବା ବେବିଙ୍କୁ ଗତ ୮ମାସ ତଳେ ବିବାହ କରିଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବେବିଙ୍କ ସ୍ୱାମୀ ବେବିଙ୍କ ଗଳା କାଟି […]

  • Saturday, 10 July 2021
6574648
ଗୌରହରି ଦାସ, ବିପିନ ନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା । ପୁରସ୍କାର ସ୍ୱରୂପ […]

  • Saturday, 10 July 2021
65688678
ଦୁଷ୍କର୍ମ ପୀଡ଼ିତା ବୋଲି ହାତ ଛାଡ଼ିଦେଲେ ବାପା-ମା’

ଫୁଲବାଣୀ: ଦୁର୍ଗମ ରାସ୍ତାରେ ହାତ ଧରି ଚାଲି ଶିଖାଇଥାନ୍ତି ବାପା। ଆଉ ସେଇ ରାସ୍ତାରେ ଯଦି ଝଡ଼ ଆସେ ପଣତ ତଳେ ନିର୍ଭୟ ଆଶ୍ରୟ ଦିଏ ମା’। ହେଲେ ଏହି ନାବାଳିକାଙ୍କୁ କିଛି ବି ମିଳିଲାନି। ବିପଦ ବେଳେ ନା ମିଳିଲା ବାପାଙ୍କ ହାତର ସହାରା ନା ମା’ର ପଣତ ଛାଇ। ଏକା ଏକା ଏବେ ଜୀବନ ଯୁଦ୍ଧ କରୁଛନ୍ତି  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ଏହି ନାବାଳିକା। ତେବେ ତାଙ୍କର ଦୋଷ କ’ଣ […]

  • Saturday, 10 July 2021
dharmendra
‘କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି। କେନ୍ଦ୍ରାପଡ଼ାର ସ୍ୱାଭିମାନ ଲୋକେ ଏହାର କଡ଼ା ଜବାବ ଦେବେ। ସେହିପରି ନବୀନଙ୍କୁ ଧର୍ମେନ୍ଦ୍ର ଜବାବ ମାଗିଛନ୍ତି। ନବୀନ ଗତ ୧୯ ବର୍ଷରେ କ’ଣ କରିଥିଲେ ଓ ଆଗାମୀ ୫ ବର୍ଷରେ କ’ଣ ଯୋଜନା ରହିଛି ଧର୍ମେନ୍ଦ୍ର ତାହାର ଜବାବ ମାଗିଛନ୍ତି। […]

  • Saturday, 10 July 2021
234
ଜୁନାଗଡ-ଭୁବନେଶ୍ୱର ଟ୍ରେନ ଗତିପଥ ପରିବର୍ତ୍ତନକୁ ବିରୋଧ

ଭୁବନେଶ୍ୱର: ଜୁନାଗଡ଼-ଭୁବନେଶ୍ୱର ଟ୍ରେନ୍ ଗତିପଥ ପରିବର୍ତ୍ତନକୁ ନେଇ  ଦେଖା ଦେଇଇଛି ଅସନ୍ତୋଷ । ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍‌କୁ  ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍ ଫୋରମ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା।  ଏହାପରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ହେଲେ ରାୟଗଡା ପରିବର୍ତ୍ତେ ସମ୍ବଲପୁର ଦେଇ ଏହି ଟ୍ରେନ ଯାତାୟତ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ କେନ୍ଦ୍ରମନ୍ତ୍ରୀ […]

  • Saturday, 10 July 2021
music
କଟକରେ ଅନ୍ତର୍ଜାତୀୟ ନୃତ୍ୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

କଟକ: ଜାତୀୟ ମ୍ୟୁଜିକ୍ ଆସୋସିଏସନ୍ ପକ୍ଷରୁ ଅଷ୍ଟମ ଲକ୍ଷ୍ମଣ ଗଣନାୟକ ସ୍ମୃତି ଅନ୍ତର୍ଜାତୀୟ ନୃତ୍ୟ ସଂଗୀତ ସମାରୋହ କଟକରେ ଅନୁଷ୍ଠିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ୍ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଓ ଅଭିନେତ୍ରୀ ତ୍ରିପୁରା ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ତିନି ଦିନ ଧରି ଏହି ନୃତ୍ୟ ସଙ୍ଗୀତ ସମାରୋହ ଚାଲିବ। ଏଥିରେ ଏକାଧିକ ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ ପରିବେଷଣ କରିବେ। […]

  • Saturday, 10 July 2021
2
ସ୍କୁଲରେ ପାଠ ପଢାଉଛନ୍ତି ୫୦ ପ୍ରତିଶତ ମାନସିକ ଭିନ୍ନକ୍ଷମ ଶିକ୍ଷକ !

ଭୁବନେଶ୍ୱର: ସ୍କୁଲ୍‌ରେ ଅସୁସ୍ଥ ହୋଇପଡ଼ୁଛନ୍ତି ଶିକ୍ଷକ। ଅନ୍ୟ କୌଣସି ରୋଗରେ ନୁହେଁ, ମାନସିକ ରୋଗରେ। ଏକଥା ଖୋଦ ରୋଗୀ ଶିକ୍ଷକମାନେ ହିଁ ସ୍ୱୀକାର କରିଛନ୍ତି।  ଏହି ମାନସିକ ରୋଗୀ ଶିକ୍ଷକମାନେ ଏବେ ବଦଳି ପାଇଁ ଆବେଦନ କରି ସରକାରଙ୍କୁ ଚିଠି ଲେଖିଛନ୍ତି।  ଅବଶ୍ୟ ସରକାର ସେମାନଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ ପାଇଁ ମେଡିକାଲ୍ ବୋର୍ଡକୁ ଚିଠି ଲେଖିଛନ୍ତି। ତେବେ  ପ୍ରଶ୍ନ ଉଠୁଛି, ଏଭଳି ମାନସିକ ଅସୁସ୍ଥ ଶିକ୍ଷକ ଆଜିଯାଏ ପିଲାଙ୍କୁ କିପରି ପାଠ ପଢାଉଥିଲେ ? ଏବେ ଯେଉଁ […]

  • Saturday, 10 July 2021
45943
ହରପିସ୍‌ ଆତଙ୍କ ! ଅସୁସ୍ଥ ମାଈ ହାତୀ ଠାବ

ବାଙ୍କୀ: ନନ୍ଦନକାନନ ପରେ ଏବେ  କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍‌ ଭୂତାଣୁ ଆତଙ୍କ। ଏଠାରେ  ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ  ପଡ଼ିଥିବା  ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ  ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]

  • Saturday, 10 July 2021
19_11_2017-19frd-2-c-2 (1)
ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ  ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ SHG ମହିଳା ସାମିଲ ହେବେ।  ଗତବର୍ଷ […]

  • Saturday, 10 July 2021
23456
ଡାକ୍ତରଖାନାରୁ ଶେଷ ହେବ ଦଲାଲରାଜ୍‌ !

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି।  ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏବଂ ବଲାଙ୍ଗିର ମେଡିକାଲ କଲେଜରୁ ୫ ଜଣ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ପ୍ରଶାସନ।  […]

  • Saturday, 10 July 2021
Capture
ନିର୍ଦ୍ଦୟ ଶାଶୂ-ଶ୍ୱଶୁର: ଗାଁ ଦାଣ୍ଡରେ ବୋହୂକୁ ଘୋଷାରି ଘୋଷାରି ପିଟିଲେ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ। ଗାଁ ଦାଣ୍ଡରେ ଘରର ବୋହୂକୁ ଶାଶୂ ଶ୍ୱଶୁର ମାଡ଼ ମାରୁଛନ୍ତି। ଏହି ଅମାନବୀୟ ଦୃଶ୍ୟ ଦୃଶ୍ୟକୁ କେହି ମୋବାଇଲ୍‌ରେ ରେକଡିଂ କରି ଭାଇରାଲ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି,  ଧନେଶ୍ୱର ଗାଁର  ନବୀନ ବେହେରା ଓ ପତ୍ନୀ ଚାରୁଲତା  ତାଙ୍କ ବୋହୂଙ୍କ ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି। ରାସ୍ତାରେ ବର୍ଷା ପାଣି କାଦୁଅ । […]

  • Saturday, 10 July 2021
Capecobra-1140x641
ଶୋଇଥିଲେ, କାମୁଡ଼ିଦେଲା ସାପ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍‌ କାପନପଲ୍ଲୀ ଗାଁରେ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁ ଗୁରୁତର ହୋଇଛି। ମୃତକ ଦୁଇଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ଦେବେ ମାଡ଼ି ଓ ରାଧେ ମାଡ଼ି। ଶିଶୁଟିକୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ତିନି ଜଣଙ୍କୁ ସାପ କାମୁଡ଼ି ଦେଇଥିଲା।  ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବାବେଳେ ବାଟରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। […]

  • Saturday, 10 July 2021
45
ହର୍ପିସ ନେଇଗଲା ଗୌରୀର ଜୀବନ

ଭୁବନେଶ୍ୱର:ନନ୍ଦନକାନନରେ ହର୍ପିସ ସଂକ୍ରମଣରେ ୭ ବର୍ଷର ଛୁଆ ହାତୀ ଗୌରୀ ଶେଷରେ ଆଖି ବୁଜି ଦେଇଛି। ଗତକାଲି ହର୍ପିସରେ କ୍ରମାଗତ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଏଠାରେ ଥିବା ଅନ୍ୟ ପଶୁମାନଙ୍କୁ ଏହା କିପରି ସଂକ୍ରମିତ ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ହର୍ପିସରେ ୪ ମାସ ମଧ୍ୟରେ ଜୁଲି’,  ‘ଚନ୍ଦନ’  ‘କମଳା’ ପରେ ଏବେ ଗୌରୀର ମୃତ୍ୟୁ ଘଟିଛି। ଏହି ରୋଗ ଏବେ […]

  • Saturday, 10 July 2021
Capture
ବିଜେପୁର ଉପନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ: ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଘୋଷଣା କରିଛନ୍ତି। ଏହିଦିନ ଅନ୍ୟ ରାଜ୍ୟଗୁଡ଼ିକର ୬୪ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ କରାଯିବ। ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।  ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ […]

  • Saturday, 10 July 2021
76346
ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି  ଦୁନିଆରେ କମ୍‌ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ ବୋହୂକୁ ଝିଅ ପରି ରଖିଥିଲେ ଆଉ ଶେଷରେ ଝିଅ ପରି ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ। ଏବେ ନବରଙ୍ଗପୁରରେ ଏମିତି ଏକ ପରିବାରର କଥା କହିବୁ ଯିଏ […]

  • Saturday, 10 July 2021
12233
ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ ପାଇଁ ପାଗଳ ସାଜିଛନ୍ତି ଅଭିମନ୍ୟୁ

ସୋର(ଶଶିକାନ୍ତ ବେହେରା): ସମସ୍ତ ତାଙ୍କୁ କୁହନ୍ତି ପାଗଳ। କହିବେନି ବା କାହିଁକି ?  ମୁଣ୍ଡରେ ଗାମୁଛା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଆଉ ହାତରେ ଜରି ବ୍ୟାଗ।  ଯେଉଁଠି  ପ୍ଲାଷ୍ଚିକ ଆବର୍ଜନା ଦେଖିବେ ସେ ସବୁକୁ ଆଡ଼େଇ ଆଡେଇ ସଂଗ୍ରହ କରୁଥିବେ।  ଦେଖିଲେ ଲାଗିବ ଜଣେ ଜରି ଗୋଟାଳି। କିନ୍ତୁ ତାଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଲୋକ ଯଦି ଜରି ଗୋଟାଇବେ ତେବେ ତାଙ୍କୁ ପାଗଳ କହିବେନି ତ ଆଉ କ’ଣ ! ଭଲ ଆଉ […]

  • Saturday, 10 July 2021
bls
ପୁଅର ଜନ୍ମରୁ ତିନୋଟି ଗୋଡ଼ ; ମା’ ଆଖିରେ ଲୁହ

ବାଲେଶ୍ୱର: ଭଗବାନଙ୍କ ସୃଷ୍ଟି ପ୍ରକୃତରେ ବିଚିତ୍ର।  କାହାକୁ କେମିତି ଗଢ଼ବେ, କହିବା ମୁସ୍କିଲ। ବାଲେଶ୍ୱରର ଏଇ ୧୧ ବର୍ଷର ପିଲାଟିକୁ ଦେଖିଲେ ଏଇକଥା ମନକୁ ଆସିଯାଏ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବଡ଼ପୋଖରୀ ଗାଁର ଏଇ ୧୧ ବର୍ଷୀୟ ପିଲାଟିଏ। ନାଁ ତାର ସୁଦାମ। ସୁଦାମର ଶାରୀରିକ ଗଠନକୁ ନେଇ ଗରିବ ବାପା ମଧୁସୂଦନ ବେହେରା -ମା‘ ସୁକୁରୀ ଙ୍କ ଆଖିରୁ ନିଦ ହଜି ଯାଇଛି। ଜନ୍ମରୁ ୩ଟି ଗୋଡ। ଚାଲି ପାରୁନି। ନା ବୁଝି […]

  • Saturday, 10 July 2021
123
ଗୀତରେ ଗୀତରେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାର୍ଥକ

ଭୁବନେଶ୍ୱର(ଟି.ଗୌରୀଶଙ୍କର):ସଂଶୋଧିତ ମୋଟରଯାନ ଆଇନ ଆଖିରୁ ନିଦ ହଜାଇ ଦେଇଛି । ଗାଡ଼ି ଧରି ରାସ୍ତାକୁ ବାହାରିବାକୁ ଲୋକେ ଡରୁଛନ୍ତି। ସେଥିପାଇଁ ରାସ୍ତାଘାଟ ବି ଖାଁ ଖାଁ ଲାଗୁଛି। ଅବଶ୍ୟ ଲୋକଙ୍କ ବ୍ୟସ୍ତତାକୁ ଦେଖି ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି।କେଉଁଠି ଗୋଲାପ ଫୁଲ ତ କେଉଁଠି ଚକୋଲେଟ୍‌ ଦେଇ ଲୋକଙ୍କୁ ସଚେତନ ବି କରୁଛନ୍ତି। ହେଲେ ଲୋକଙ୍କୁ ସଚେତନ କରିବା ପାଇଁ ଜୟପୁର ଜଣେ ଯୁବକ ସାର୍ଥକ ସାହୁ ଏକ ନିଆରା ପ୍ରୟାସ କରିଛନ୍ତି । […]

  • Saturday, 10 July 2021
brown-0-750x405
୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ୍ ଆଜି କୁଖ୍ୟାତ ବ୍ରାଉନସୁଗର ଡିଲର ସନ୍ତୋଷ କୁମାର ପଣ୍ଡାକୁ ଗିରଫ କରିଛି। ତା’ ନିକଟରୁ ତିନି ଶହ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ସନ୍ତୋଷର ଘର ପୁରୀ ଜିଲ୍ଲା ବଳଙ୍ଗାରେ। ପୁଲିସ ତା’ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି। ସୋନ୍ତୋଷ ନାଁରେ ଖୋର୍ଦ୍ଧା […]

  • Saturday, 10 July 2021
gajapati-720x430
ଇସ୍କନର ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମୁହଁ ଖୋଲିଲେ ପୁରୀ ଗଜପତି

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ବିଶ୍ୱର ସବୁ […]

  • Saturday, 10 July 2021